Posted inଜାତୀୟ

ଭଗବାନ୍‌ ‘ଶିବ’ଙ୍କ ଶରଣରେ ମେହବୁବା ମୁଫ୍‌ତି

ଶ୍ରୀନଗର,୧୬।୩: ପିଡିପି ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚର ଏକ ଶିବ ମନ୍ଦିର ଦର୍ଶନ କରିଛନ୍ତି। ସେ ଶିବଲିଙ୍ଗ ଉପରେ ଜଲାଭିଶେକ କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ସର୍ବଦା ପାକିସ୍ତାନ ସହ ଆଲୋଚନା ତଥା ଆତଙ୍କବାଦୀଙ୍କ ସପକ୍ଷରେ ମତ ଦେଉଥିବା ମେହବୁବା ମୁଫତିଙ୍କ ଏହି ଭିଡିଓକୁ ନେଇ ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି।
କିଛି ଲୋକ ଏହାକୁ ଏକ ରାଜନୈତିକ ଷ୍ଟଣ୍ଟ ବୋଲି କହିଥିବାବେଳେ କିଛି ଲୋକ କହିଛନ୍ତି ମେହବୁବା ମୁଫତି କେବଳ ତାଙ୍କ ଭାଷଣରେ ହିନ୍ଦୁ-ମୁସଲମାନ ବିଷୟରେ କଥାବାର୍ତ୍ତା କରନ୍ତି, ଯାହା କେବଳ ଜନସାଧାରଣଙ୍କ ମଧ୍ୟରେ ଧାର୍ମିକ ପାର୍ଥକ୍ୟ ସୃଷ୍ଟି କରିଥାଏ।
ସୂଚନାନୁସାରେ, ପୁଞ୍ଚ ଭ୍ରମଣରୁ ଫେରିବା ପୂର୍ବରୁ କାହାକୁ ନ ଜଣାଇ ପିଡିପି ମୁଖ୍ୟ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଡେରିଆ ଗ୍ରାମରେ ପୂର୍ବତନ ପିଡିପି ଏମଏଲସି ଯଶପାଲ ଶର୍ମାଙ୍କ ଦ୍ୱାରା ନିର୍ମିତ ଭବ୍ୟ ନବଗ୍ରହ ମନ୍ଦିର ଦେଖିବାକୁ ପହଞ୍ଚିଥିଲେ। ମନ୍ଦିର କମିଟିର ମୁଖ୍ୟ ଯଶପାଲ ଶର୍ମାଙ୍କ ସାନପୁଅ ଉଦେଶ ପାଲ ଏବଂ ତାଙ୍କ ସାଥୀମାନେ ମୁଫ୍‌ତିଙ୍କୁ ସ୍ବାଗତ କରି ମନ୍ଦିର ଭିତରକୁ ନେଇଥିଲେ।
ଏହି ସମୟରେ ମେହବୁବା ମୁଫତି ନିଜେ ଜଳ ନେଇ ଶିବଲିଙ୍ଗ ଉପରେ ଜଲାଭିଶେକ କରିଥିଲେ। ସେଠାରେ ଉପସ୍ଥିତ ଜଣେ ଯୁବକ ମେହବୁବା ମୁଫତିଙ୍କ ନବଗ୍ରହ ମନ୍ଦିର ଗସ୍ତର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓଟି ବର୍ତ୍ତମାନ ଭାଇରାଲ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri