Posted inଜାତୀୟ

ଭଗବାନ୍‌ ‘ଶିବ’ଙ୍କ ଶରଣରେ ମେହବୁବା ମୁଫ୍‌ତି

ଶ୍ରୀନଗର,୧୬।୩: ପିଡିପି ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚର ଏକ ଶିବ ମନ୍ଦିର ଦର୍ଶନ କରିଛନ୍ତି। ସେ ଶିବଲିଙ୍ଗ ଉପରେ ଜଲାଭିଶେକ କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ସର୍ବଦା ପାକିସ୍ତାନ ସହ ଆଲୋଚନା ତଥା ଆତଙ୍କବାଦୀଙ୍କ ସପକ୍ଷରେ ମତ ଦେଉଥିବା ମେହବୁବା ମୁଫତିଙ୍କ ଏହି ଭିଡିଓକୁ ନେଇ ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି।
କିଛି ଲୋକ ଏହାକୁ ଏକ ରାଜନୈତିକ ଷ୍ଟଣ୍ଟ ବୋଲି କହିଥିବାବେଳେ କିଛି ଲୋକ କହିଛନ୍ତି ମେହବୁବା ମୁଫତି କେବଳ ତାଙ୍କ ଭାଷଣରେ ହିନ୍ଦୁ-ମୁସଲମାନ ବିଷୟରେ କଥାବାର୍ତ୍ତା କରନ୍ତି, ଯାହା କେବଳ ଜନସାଧାରଣଙ୍କ ମଧ୍ୟରେ ଧାର୍ମିକ ପାର୍ଥକ୍ୟ ସୃଷ୍ଟି କରିଥାଏ।
ସୂଚନାନୁସାରେ, ପୁଞ୍ଚ ଭ୍ରମଣରୁ ଫେରିବା ପୂର୍ବରୁ କାହାକୁ ନ ଜଣାଇ ପିଡିପି ମୁଖ୍ୟ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଡେରିଆ ଗ୍ରାମରେ ପୂର୍ବତନ ପିଡିପି ଏମଏଲସି ଯଶପାଲ ଶର୍ମାଙ୍କ ଦ୍ୱାରା ନିର୍ମିତ ଭବ୍ୟ ନବଗ୍ରହ ମନ୍ଦିର ଦେଖିବାକୁ ପହଞ୍ଚିଥିଲେ। ମନ୍ଦିର କମିଟିର ମୁଖ୍ୟ ଯଶପାଲ ଶର୍ମାଙ୍କ ସାନପୁଅ ଉଦେଶ ପାଲ ଏବଂ ତାଙ୍କ ସାଥୀମାନେ ମୁଫ୍‌ତିଙ୍କୁ ସ୍ବାଗତ କରି ମନ୍ଦିର ଭିତରକୁ ନେଇଥିଲେ।
ଏହି ସମୟରେ ମେହବୁବା ମୁଫତି ନିଜେ ଜଳ ନେଇ ଶିବଲିଙ୍ଗ ଉପରେ ଜଲାଭିଶେକ କରିଥିଲେ। ସେଠାରେ ଉପସ୍ଥିତ ଜଣେ ଯୁବକ ମେହବୁବା ମୁଫତିଙ୍କ ନବଗ୍ରହ ମନ୍ଦିର ଗସ୍ତର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓଟି ବର୍ତ୍ତମାନ ଭାଇରାଲ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri