ତଦନ୍ତ କରିବେ ପୂର୍ବତନ ବାବୁ

ଦେଶରେ ବାବୁମାନଙ୍କ ମଧ୍ୟରେ ଦୁର୍ନୀତି ଓ ସର୍ଭିସ୍‌ ନିୟମଗୁଡ଼ିକର ଉଲ୍ଲଂଘନ କରିବା ଘଟଣା ବଢିଚାଲିଛି। ଏଥିପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକର ତଦନ୍ତ ଲାଗି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସାଧାରଣରେ ବିଶ୍ୱାସ ଫେରାଇ ଆଣିବା ସହ ଦୁର୍ନୀତି ଓ ସର୍ଭିସ୍‌ ରୁଲ୍ସ ଉଲ୍ଲଂଘନ ଅଭିଯୋଗର ସମାଧାନ ତୁରନ୍ତ କରିବ ବୋଲି ନିଶ୍ଚିତ କରିବାକୁ ଚାହଁୁଛି। ପ୍ରକୃତ କଥା ହେଉଛି, ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୬ ମାସେରେ ଦୁର୍ନୀତି ସମ୍ପୃକ୍ତି ମାମଲାରେ ବହୁ ଆଇଏଏସ୍‌ ଅଧିକାରୀଙ୍କୁ ଗିରଫକରି ତ୍ୱରିତ ପଦକ୍ଷେପ ନେବାରେ କେନ୍ଦ୍ର ଗୁରୁତ୍ୱ ଦେଇଛି। ୨୦୧୧ ଏବଂ ୨୦୨୧ ମଧ୍ୟରେ ସିବିଆଇ କେନ୍ଦ୍ରର ନ୍ୟାୟିକ କ୍ଷମତା ଅଧୀନରେ ୮୦୫ ବରିଷ୍ଠ ବାବୁଙ୍କ ବିରୋଧରେ ୬୬୨ ଅଭିଯୋଗପତ୍ର ଦାୟର କରିଥିଲା। ଏହାସହ ଜାନୁୟାରୀ ୨୦୧୮ ଏବଂ ଜୁନ୍‌ ୨୦୨୧ ମଧ୍ୟରେ ୫୫ ଜଣ କାର୍ଯ୍ୟରତ ଅଧିକାରୀଙ୍କ ସମେତ ୯୬ ଜଣଙ୍କ ବିରୋଧରେ ୮୪ଟି ମାମଲାର ଅଭିଯୋଗପତ୍ର ଦାଖଲ କରାଯାଇଥିଲା। କେବଳ ଗତ ୬ ମାସରେ ସିବିଆଇ କିମ୍ବା ଇଡି ଛତିଶଗଡ଼, କେରଳ, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ହରିୟାଣାରୁ ୭ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଦୁର୍ନୀତି ମାମଲାରେ ଗିରଫ କରିଛି। ଡିଓପିଟି ସଚିବ ଏସ୍‌. ରାଧା ଚୌହାନ କହିଛନ୍ତି , ତଦନ୍ତ କମିଟିଗୁଡ଼ିକରେ ଅଭିଜ୍ଞ ଅବସରପ୍ରାପ୍ତ ଅଧିକାରୀମାନେ କାମ କରୁଛନ୍ତି, ଯେଉଁମାlନେ ପ୍ରତ୍ୟେକ ମାମଲାରେ ଏକ ଉଚିତ୍‌ ପଦ୍ଧତି ଅନୁସରଣ ହେଉଥିବା ନିଶ୍ଚିତ କରିବେ। ପଦକ୍ଷେପଗୁଡ଼ିକ ସଫଳ ହେବାର ସମ୍ଭାବନା ଅଛି କି? ବରିଷ୍ଠ ବାବୁମାନେ ସେମାନଙ୍କ ନିଜ ଗୋଷ୍ଠୀର ଲୋକଙ୍କ ବିରୋଧରେ ଥିବା ଗମ୍ଭୀର ଅଭିଯୋଗଗୁଡ଼ିକର ନିଷ୍ପକ୍ଷ ଭାବେ ତଦନ୍ତ କରିବେ ବୋଲି ତୁମେ ଆଶା କରୁଛ କି?

ପଦବୀ ଦୌଡ଼

ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଦୌଡ଼ ତୀବ୍ର ହେଉଛି। ଏହି ପ୍ରତିଷ୍ଠିତ ପଦବୀ ପାଇଁ ୧୯୮୭ ବ୍ୟାଚର ଆଇଏଏସ୍‌ ଦମ୍ପତି ମନୋଜ ସୌନିକ ଓ ସୁଜାତା ସୌନିକ ପ୍ରତିଯୋଗିତାରେ ଅଛନ୍ତି। ଏବକାର ମୁଖ୍ୟ ଶାସନ ସଚିବ ମନୁକୁମାର ଶ୍ରୀବାସ୍ତବ ଏପ୍ରିଲ ୩୦ରେ ପଦାବନତ ହେବାର ଅଛି। ଏଣୁ ତାଙ୍କ ଉତ୍ତରାଧିକାରୀ ସୌନିକ ଦମ୍ପତିଙ୍କ ମଧ୍ୟରୁ ଜଣେ ହେବାର ସମ୍ଭାବନା ଅଛି କିମ୍ବା ଅତିରିକ୍ତ ମୁଖ୍ୟ ସଚିବ (ରାଜସ୍ବ) ନୀତିନ ଏନ୍‌. କରିର୍‌ ହୋଇପାରନ୍ତି। ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବ ପଦବୀରେ ସବୁବେଳେ ପୁରୁଷମାନଙ୍କୁ ନିଯୁକ୍ତ କରାଯାଇଛି। ଏଣୁ ସୁଜାତା ସୌନିକ ଯଦି ଉକ୍ତ ପଦବୀରେ ନିଯୁକ୍ତି ପାଆନ୍ତି ତେବେ ପୁରୁଷପ୍ରାଧାନ୍ୟ ଧାରାକୁ ଭାଙ୍ଗି ସେ ମହାରାଷ୍ଟ୍ରର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ। ସୂତ୍ରରୁ ପ୍ରକାଶ , ମନୋଜଙ୍କର ତ୍ୱରିତ ବିଚାର ଓ ପ୍ରଭାବୀ ନୀତିନିର୍ଦ୍ଧାରଣ ଦକ୍ଷତା ପାଇଁ ତାଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଫଡ୍‌ନବିସ ସମର୍ଥନ କରୁଛନ୍ତି। ନିଯୁକ୍ତି ଘୋଷଣା ଏବେ ବି ବାକି ଅଛି ଓ ଏହା ମଧ୍ୟରେ ଅନେକ କିଛି ଘଟିପାରେ। ଏପରିକି ଏହି ପଦବୀ ଲାଗି ଅନ୍ୟ ଯୋଗ୍ୟ ପ୍ରାର୍ଥୀମାନେ ସାମ୍‌ନାକୁ ଆସିପାରନ୍ତି। ଏବକାର ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ମୁଖ୍ୟ ସୂଚନା ଅଧିକାରୀ( ସିଆଇସି) ପଦ ଲାଗି ପ୍ରତିଯୋଗିତା କରିବାର ସମ୍ଭାବନା ଥିବା ବିଶ୍ୱାସ କରାଯାଏ। ତେବେ ଏଭଳି ନିଯୁକ୍ତି ପାଇଁ ଅପେକ୍ଷାର କୌତୂହଳ ଦିଗଟି ହେଉଛି, ରାଜ୍ୟରେ ଦୁଇ କ୍ଷମତା କେନ୍ଦ୍ର ସିନ୍ଦେ ଓ ଫଡ୍‌ନବିସ୍‌ ଉଭୟଙ୍କ ସହ ଯିଏ କାମ କରିପାରିବ ସେ ହିଁ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ।

ଆଇବିରେ ପରିବର୍ତ୍ତନ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ୧୦ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ( ଆଇବି)ର ‘ହାର୍ଡ-କୋର୍‌’ ମଧ୍ୟରେ ସାମିଲ କରିଛି। ‘ହାର୍ଡ-କୋର’ଶବ୍ଦ ଅଡ଼ୁଆ ଲାଗୁଥାଇପାରେ ଓ ଆଇବିରେ ଏହା ଏକ ସ୍ବତନ୍ତ୍ର ଆଭିଜାତ୍ୟ ବର୍ଗ ବୋଲି ମନେ ବି ହେଉଥାଇପାରେ, କିନ୍ତୁ ଏଥିରେ ଯେଉଁ ଅଧିକାରୀମାନେ ରହିବେ ସେମାନେ ଆଇବିରେ ଅବସର ନେବା ଯାଏ ସେବା କରିବାର ସମ୍ଭାବନା ଅଛି। ଏଭଳି ପଦକ୍ଷେପରେ ଏମ୍‌ଏଚ୍‌ଏର ଉଦ୍ଦେଶ୍ୟ କ’ଣ ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ଥିବା କାରଣଗୁଡ଼ିକ ସମ୍ପୂର୍ଣ୍ଣ ସ୍ପଷ୍ଟ ହେଇନଥିବାବେଳେ ଦୁଇଟି ସମ୍ଭାବ୍ୟ କାରଣ ଥିବା କୁହାଯାଉଛି। ଗୋଟିଏ ହେଉଛି, ଉଭୟ ଦେଶ ଓ ବିଦେଶରୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କେନ୍ଦ୍ର ଚାହଁୁଛି। ନିକଟରେ କଶ୍ମୀରରେ କିରଣ ପଟେଲ ଖସିଯିବା ଓ ପଞ୍ଜାବରେ ଅମ୍ରିତପାଲ ସିଂ ଧରା ନ ପଡ଼ିବା ଘଟଣା ଇଣ୍ଟେଲିଜେନ୍ସର ବିଫଳତାକୁ ଦର୍ଶାଇଛି। ସାମ୍ପ୍ରତିକ ସ୍ଥିତିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଆହ୍ବାନଗୁଡ଼ିକୁ ଟାଳିବା ପାଇଁ ଆଇବିକୁ ସାହାଯ୍ୟ କରିବା ଲାଗି ନୂଆ ପ୍ରତିଭା ଓ ବିଶେଷଜ୍ଞ ଆଣିିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲା ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଆଉ ଏକ ସମ୍ଭାବନା ହେଉଛି, ଆଇବିରେ ଖାଲି ଥିବା ପ୍ରମୁଖ ପଦବୀଗୁଡ଼ିକୁ ପୂରଣ କରିବାକୁ ସରକାର ଚାହଁୁଛନ୍ତି। ଏକ ନୂଆ ଗୋଷ୍ଠୀର ଆଇପିଏସ୍‌ ଅଧିକାରୀଙ୍କୁ ଆଇବିକୁ ଆଣି ମନ୍ତ୍ରଣାଳୟ କର୍ମଚାରୀ ସଙ୍କଟ ଦୂର କରିବା ଏବଂ ଆଇବି ସମ୍ପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରାଇବା ଲାଗି ସକ୍ଷମ କରିବାକୁ ମନ୍ତ୍ରଣାଳୟ ଆଶା ରଖିଥାଇପାରେ। କିନ୍ତୁ କେବଳ ଏହି ପରିବର୍ତ୍ତନ ହେଉନାହିଁ, ବରଂ ଆଗକୁ ଆଇବି ଏକ ବଡ଼ ଧରଣର ଅଦଳବଦଳ ଓ ନିଯୁକ୍ତି ଦେଖିବାର ସମ୍ଭାବନା ଥିବା କଥା ବି ଉଠୁଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri