ତଦନ୍ତ କରିବେ ପୂର୍ବତନ ବାବୁ

ଦେଶରେ ବାବୁମାନଙ୍କ ମଧ୍ୟରେ ଦୁର୍ନୀତି ଓ ସର୍ଭିସ୍‌ ନିୟମଗୁଡ଼ିକର ଉଲ୍ଲଂଘନ କରିବା ଘଟଣା ବଢିଚାଲିଛି। ଏଥିପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକର ତଦନ୍ତ ଲାଗି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସାଧାରଣରେ ବିଶ୍ୱାସ ଫେରାଇ ଆଣିବା ସହ ଦୁର୍ନୀତି ଓ ସର୍ଭିସ୍‌ ରୁଲ୍ସ ଉଲ୍ଲଂଘନ ଅଭିଯୋଗର ସମାଧାନ ତୁରନ୍ତ କରିବ ବୋଲି ନିଶ୍ଚିତ କରିବାକୁ ଚାହଁୁଛି। ପ୍ରକୃତ କଥା ହେଉଛି, ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୬ ମାସେରେ ଦୁର୍ନୀତି ସମ୍ପୃକ୍ତି ମାମଲାରେ ବହୁ ଆଇଏଏସ୍‌ ଅଧିକାରୀଙ୍କୁ ଗିରଫକରି ତ୍ୱରିତ ପଦକ୍ଷେପ ନେବାରେ କେନ୍ଦ୍ର ଗୁରୁତ୍ୱ ଦେଇଛି। ୨୦୧୧ ଏବଂ ୨୦୨୧ ମଧ୍ୟରେ ସିବିଆଇ କେନ୍ଦ୍ରର ନ୍ୟାୟିକ କ୍ଷମତା ଅଧୀନରେ ୮୦୫ ବରିଷ୍ଠ ବାବୁଙ୍କ ବିରୋଧରେ ୬୬୨ ଅଭିଯୋଗପତ୍ର ଦାୟର କରିଥିଲା। ଏହାସହ ଜାନୁୟାରୀ ୨୦୧୮ ଏବଂ ଜୁନ୍‌ ୨୦୨୧ ମଧ୍ୟରେ ୫୫ ଜଣ କାର୍ଯ୍ୟରତ ଅଧିକାରୀଙ୍କ ସମେତ ୯୬ ଜଣଙ୍କ ବିରୋଧରେ ୮୪ଟି ମାମଲାର ଅଭିଯୋଗପତ୍ର ଦାଖଲ କରାଯାଇଥିଲା। କେବଳ ଗତ ୬ ମାସରେ ସିବିଆଇ କିମ୍ବା ଇଡି ଛତିଶଗଡ଼, କେରଳ, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ହରିୟାଣାରୁ ୭ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଦୁର୍ନୀତି ମାମଲାରେ ଗିରଫ କରିଛି। ଡିଓପିଟି ସଚିବ ଏସ୍‌. ରାଧା ଚୌହାନ କହିଛନ୍ତି , ତଦନ୍ତ କମିଟିଗୁଡ଼ିକରେ ଅଭିଜ୍ଞ ଅବସରପ୍ରାପ୍ତ ଅଧିକାରୀମାନେ କାମ କରୁଛନ୍ତି, ଯେଉଁମାlନେ ପ୍ରତ୍ୟେକ ମାମଲାରେ ଏକ ଉଚିତ୍‌ ପଦ୍ଧତି ଅନୁସରଣ ହେଉଥିବା ନିଶ୍ଚିତ କରିବେ। ପଦକ୍ଷେପଗୁଡ଼ିକ ସଫଳ ହେବାର ସମ୍ଭାବନା ଅଛି କି? ବରିଷ୍ଠ ବାବୁମାନେ ସେମାନଙ୍କ ନିଜ ଗୋଷ୍ଠୀର ଲୋକଙ୍କ ବିରୋଧରେ ଥିବା ଗମ୍ଭୀର ଅଭିଯୋଗଗୁଡ଼ିକର ନିଷ୍ପକ୍ଷ ଭାବେ ତଦନ୍ତ କରିବେ ବୋଲି ତୁମେ ଆଶା କରୁଛ କି?

ପଦବୀ ଦୌଡ଼

ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଦୌଡ଼ ତୀବ୍ର ହେଉଛି। ଏହି ପ୍ରତିଷ୍ଠିତ ପଦବୀ ପାଇଁ ୧୯୮୭ ବ୍ୟାଚର ଆଇଏଏସ୍‌ ଦମ୍ପତି ମନୋଜ ସୌନିକ ଓ ସୁଜାତା ସୌନିକ ପ୍ରତିଯୋଗିତାରେ ଅଛନ୍ତି। ଏବକାର ମୁଖ୍ୟ ଶାସନ ସଚିବ ମନୁକୁମାର ଶ୍ରୀବାସ୍ତବ ଏପ୍ରିଲ ୩୦ରେ ପଦାବନତ ହେବାର ଅଛି। ଏଣୁ ତାଙ୍କ ଉତ୍ତରାଧିକାରୀ ସୌନିକ ଦମ୍ପତିଙ୍କ ମଧ୍ୟରୁ ଜଣେ ହେବାର ସମ୍ଭାବନା ଅଛି କିମ୍ବା ଅତିରିକ୍ତ ମୁଖ୍ୟ ସଚିବ (ରାଜସ୍ବ) ନୀତିନ ଏନ୍‌. କରିର୍‌ ହୋଇପାରନ୍ତି। ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବ ପଦବୀରେ ସବୁବେଳେ ପୁରୁଷମାନଙ୍କୁ ନିଯୁକ୍ତ କରାଯାଇଛି। ଏଣୁ ସୁଜାତା ସୌନିକ ଯଦି ଉକ୍ତ ପଦବୀରେ ନିଯୁକ୍ତି ପାଆନ୍ତି ତେବେ ପୁରୁଷପ୍ରାଧାନ୍ୟ ଧାରାକୁ ଭାଙ୍ଗି ସେ ମହାରାଷ୍ଟ୍ରର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ। ସୂତ୍ରରୁ ପ୍ରକାଶ , ମନୋଜଙ୍କର ତ୍ୱରିତ ବିଚାର ଓ ପ୍ରଭାବୀ ନୀତିନିର୍ଦ୍ଧାରଣ ଦକ୍ଷତା ପାଇଁ ତାଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଫଡ୍‌ନବିସ ସମର୍ଥନ କରୁଛନ୍ତି। ନିଯୁକ୍ତି ଘୋଷଣା ଏବେ ବି ବାକି ଅଛି ଓ ଏହା ମଧ୍ୟରେ ଅନେକ କିଛି ଘଟିପାରେ। ଏପରିକି ଏହି ପଦବୀ ଲାଗି ଅନ୍ୟ ଯୋଗ୍ୟ ପ୍ରାର୍ଥୀମାନେ ସାମ୍‌ନାକୁ ଆସିପାରନ୍ତି। ଏବକାର ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ମୁଖ୍ୟ ସୂଚନା ଅଧିକାରୀ( ସିଆଇସି) ପଦ ଲାଗି ପ୍ରତିଯୋଗିତା କରିବାର ସମ୍ଭାବନା ଥିବା ବିଶ୍ୱାସ କରାଯାଏ। ତେବେ ଏଭଳି ନିଯୁକ୍ତି ପାଇଁ ଅପେକ୍ଷାର କୌତୂହଳ ଦିଗଟି ହେଉଛି, ରାଜ୍ୟରେ ଦୁଇ କ୍ଷମତା କେନ୍ଦ୍ର ସିନ୍ଦେ ଓ ଫଡ୍‌ନବିସ୍‌ ଉଭୟଙ୍କ ସହ ଯିଏ କାମ କରିପାରିବ ସେ ହିଁ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ।

ଆଇବିରେ ପରିବର୍ତ୍ତନ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ୧୦ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ( ଆଇବି)ର ‘ହାର୍ଡ-କୋର୍‌’ ମଧ୍ୟରେ ସାମିଲ କରିଛି। ‘ହାର୍ଡ-କୋର’ଶବ୍ଦ ଅଡ଼ୁଆ ଲାଗୁଥାଇପାରେ ଓ ଆଇବିରେ ଏହା ଏକ ସ୍ବତନ୍ତ୍ର ଆଭିଜାତ୍ୟ ବର୍ଗ ବୋଲି ମନେ ବି ହେଉଥାଇପାରେ, କିନ୍ତୁ ଏଥିରେ ଯେଉଁ ଅଧିକାରୀମାନେ ରହିବେ ସେମାନେ ଆଇବିରେ ଅବସର ନେବା ଯାଏ ସେବା କରିବାର ସମ୍ଭାବନା ଅଛି। ଏଭଳି ପଦକ୍ଷେପରେ ଏମ୍‌ଏଚ୍‌ଏର ଉଦ୍ଦେଶ୍ୟ କ’ଣ ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ଥିବା କାରଣଗୁଡ଼ିକ ସମ୍ପୂର୍ଣ୍ଣ ସ୍ପଷ୍ଟ ହେଇନଥିବାବେଳେ ଦୁଇଟି ସମ୍ଭାବ୍ୟ କାରଣ ଥିବା କୁହାଯାଉଛି। ଗୋଟିଏ ହେଉଛି, ଉଭୟ ଦେଶ ଓ ବିଦେଶରୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କେନ୍ଦ୍ର ଚାହଁୁଛି। ନିକଟରେ କଶ୍ମୀରରେ କିରଣ ପଟେଲ ଖସିଯିବା ଓ ପଞ୍ଜାବରେ ଅମ୍ରିତପାଲ ସିଂ ଧରା ନ ପଡ଼ିବା ଘଟଣା ଇଣ୍ଟେଲିଜେନ୍ସର ବିଫଳତାକୁ ଦର୍ଶାଇଛି। ସାମ୍ପ୍ରତିକ ସ୍ଥିତିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଆହ୍ବାନଗୁଡ଼ିକୁ ଟାଳିବା ପାଇଁ ଆଇବିକୁ ସାହାଯ୍ୟ କରିବା ଲାଗି ନୂଆ ପ୍ରତିଭା ଓ ବିଶେଷଜ୍ଞ ଆଣିିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲା ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଆଉ ଏକ ସମ୍ଭାବନା ହେଉଛି, ଆଇବିରେ ଖାଲି ଥିବା ପ୍ରମୁଖ ପଦବୀଗୁଡ଼ିକୁ ପୂରଣ କରିବାକୁ ସରକାର ଚାହଁୁଛନ୍ତି। ଏକ ନୂଆ ଗୋଷ୍ଠୀର ଆଇପିଏସ୍‌ ଅଧିକାରୀଙ୍କୁ ଆଇବିକୁ ଆଣି ମନ୍ତ୍ରଣାଳୟ କର୍ମଚାରୀ ସଙ୍କଟ ଦୂର କରିବା ଏବଂ ଆଇବି ସମ୍ପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରାଇବା ଲାଗି ସକ୍ଷମ କରିବାକୁ ମନ୍ତ୍ରଣାଳୟ ଆଶା ରଖିଥାଇପାରେ। କିନ୍ତୁ କେବଳ ଏହି ପରିବର୍ତ୍ତନ ହେଉନାହିଁ, ବରଂ ଆଗକୁ ଆଇବି ଏକ ବଡ଼ ଧରଣର ଅଦଳବଦଳ ଓ ନିଯୁକ୍ତି ଦେଖିବାର ସମ୍ଭାବନା ଥିବା କଥା ବି ଉଠୁଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri