Posted inଜାତୀୟ

ହିଣ୍ଡନବର୍ଗ ରିପୋର୍ଟ ନେଇ ବିଶେଷଜ୍ଞ କମିଟି ଗଠନ, ସେବିକୁ ୨ ମାସରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨।୩ : ହିଣ୍ଡେନବର୍ଗ ରିପୋର୍ଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏଏମ ସାପ୍ରେ ଏହି କମିଟିର ଅଧ୍ୟକ୍ଷ ହେବେ। ନିବେଶକଙ୍କ ସୁରକ୍ଷା ପାଇଁ ନିୟାମକ ପ୍ରଣାଳୀ ଉପରେ ଏକ କମିଟି ଗଠନ ଉପରେ ହିଣ୍ଡନବର୍ଗ ରିପୋର୍ଟ ସହ ଜଡିତ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ସମୟରେ ଏହା କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ କମିଟି ପରିସ୍ଥିତିର ସାମଗ୍ରିକ ମୂଲ୍ୟାଙ୍କନ କରିବ ଏବଂ ନିବେଶକମାନଙ୍କୁ ସଚେତନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବ। ବିଶେଷଜ୍ଞ କମିଟିରେ ଅବସରପ୍ରାପ୍ତ ଜଷ୍ଟିସ ଏମ ସାପ୍ରେ, ଓପି ଭଟ୍ଟ, କେ.ଭି କାମାଥ, ନନ୍ଦନ ନୀଲକାନି, ଜଷ୍ଟିସ ଦେଓଧର ଏବଂ ସୋମାଶେକର ସୁନ୍ଦରେଶନ ରହିଛନ୍ତି। ସେବି(ଏସଇବିଆଇ) ଏବଂ ଅନୁସନ୍ଧାନକାରୀ ସଂସ୍ଥା ବିଶେଷଜ୍ଞ ପ୍ୟାନେଲକୁ ସହାୟତା କରିବେ । ନିକଟରେ ହୋଇଥିବା ଷ୍ଟକ ମାର୍କେଟ ବିପର୍ଯ୍ୟୟର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଶେୟାର ବଜାରରେ ପତନ ହେବାର କାରଣ ଅନୁସନ୍ଧାନ କରିବ ଏବଂ ଭବିଷ୍ୟତ ପାଇଁ ପରାମର୍ଶ ଦେବ।

ଫେବୃଆରୀ ୧୭ ରେ ସୁପ୍ରିମକୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଥିବାବେଳେ ଆଦାନୀ-ହିଣ୍ଡନବର୍ଗ ମାମଲାରେ କେନ୍ଦ୍ର ଦ୍ୱାରା ସିଲ ବନ୍ଦ ହୋଇଥିବା ପ୍ରସ୍ତାବ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପ୍ରଧାନ ବିଚାରପତି ଡିଓ୍ବାଇ.ଚନ୍ଦ୍ରଚୂଡ଼ ଶୁଣାଣି ସମୟରେ ଏଭଳି କହିଥିଲେ।

ସୂଚନାଯୋଗ୍ୟ, ଗତ ମାସରେ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଶେୟାର ମୂଲ୍ୟରେ ବହୁତ ହ୍ରାସ ଘଟିଥିଲା। ଜାନୁଆରୀ ୨୪ ର ହିଣ୍ଡନବର୍ଗ ରିପୋର୍ଟରେ ଗ୍ରୁପ ଦ୍ୱାରା ଷ୍ଟକ ଅଦଳବଦଳ ଏବଂ ଠକେଇ ଅଭିଯୋଗ ହୋଇଥିଲା। ପ୍ରକାଶ ଥାଉକି, ଜାନୁଆରୀ ୨୯ ରେ ୪୧୩ ପୃଷ୍ଠାର ଲମ୍ବା ରିପୋର୍ଟରେ ଆଦାନୀ ଗ୍ରୁପ କହିଛି ଯେ, ନିକଟରେ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ଏକ ର୍ନିଦ୍ଦିଷ୍ଟ କମ୍ପାନୀ ଉପରେ ଆକ୍ରମଣ ନୁହେଁ, ବରଂ ଭାରତର ବିକାଶ କାହାଣୀ ଉପରେ ଆକ୍ରମଣ ।

 


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri