ଜିଲାରେ ବଢୁଛି ଜଙ୍ଗଲ

ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ ପ୍ରକୃତିର ବରଦାନ ଢେଙ୍କାନାଳରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇବାରେ ଲାଗିଛି। ଏହା ପଛରେ ରହିଛି ବନ ସଂରକ୍ଷଣ ସମିତି (ଭିଏସ୍‌ଏସ୍‌)ର ଅକ୍ଳାନ୍ତ ପରିଶ୍ରମ ଏବଂ ବୈଷୟିକ ଜ୍ଞାନକୌଶଳ। ଜଙ୍ଗଲ ପରିସୀମା ଏବଂ ଘନତ୍ୱରେ ଏଭଳି ଅଭିବୃଦ୍ଧି ଜୈବ ବିବିଧତାରେ ଭରପୂର ଜିଲାର ବନ୍ୟଜୀବନ ପାଇଁ ଶୁଭସଙ୍କେତ ବୋଲି କହିଛନ୍ତି ପରିବେଶବିତ୍‌।
ଦ୍ରୁତ ଶିଳ୍ପାୟନର ପ୍ରଭାବ ପଡ଼ିଛି ଢେଙ୍କାନାଳ ଜିଲାର ଜଙ୍ଗଲ ସମ୍ପଦ ଉପରେ। ଜାତୀୟ ରାଜପଥ ସମ୍ପ୍ରସାରଣରେ ବଳିପଡ଼ିଛି ସହସ୍ରାଧିକ ଗଛ। ଖରାଦିନେ ଜଙ୍ଗଲରେ ନିଅଁା ଲାଗି ବହୁ ମୂଲ୍ୟବାନ ଗଛ ଧ୍ୱଂସ ହୋଇଯାଉଛି। ଏସବୁ ସତ୍ତ୍ୱେ ଜିଲାରେ ଗତ ୫ବର୍ଷରେ ୪,୨୬୧ ହେକ୍ଟର ଜଙ୍ଗଲ ସମ୍ପଦ ବଢ଼ିଥିବା ସାଟେଲାଇଟ୍‌ ସର୍ଭେରୁ ସ୍ପଷ୍ଟ ହୋଇଛି। ୨୦୧୫ରେ ସମଗ୍ର ଢେଙ୍କାନାଳରେ ୧ ଲକ୍ଷ ୪୦ହଜାର ୩୦୦ ହେକ୍ଟର ଜଙ୍ଗଲ ରହିଥିଲା, ଯାହା ୨୦୨୦-୨୧ରେ ୧ଲକ୍ଷ ୪୪ ହଜାର ୫୬୧ ହେକ୍ଟରରେ ପହଞ୍ଚତ୍ଛି। ୨୦୨୧-୨୨ ବର୍ଷ ପାଇଁ ସାଟେଲାଇଟ ସର୍ଭେକୁ ତର୍ଜମା କରିବା ନିମନ୍ତେ ବେଙ୍ଗାଲୁରୁରୁ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ଏକ ବିଶେଷଜ୍ଞ ଦଳ କାମାକ୍ଷାନଗର ଆସି ତର୍ଜମା ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ମୋଟ ୮ଟି ରେଞ୍ଜ୍‌ ରହିଛି। ସେଗୁଡ଼ିକ ହେଲା ଢେଙ୍କାନାଳ ସଦର, କପିଳାସ, ଷଡ଼ଙ୍ଗୀ, ଭୁବନ, କାମାକ୍ଷାନଗର ପୂର୍ବାଞ୍ଚଳ, କାମାକ୍ଷାନଗର ପଶ୍ଚିମାଞ୍ଚଳ, ମହାବିରୋଡ଼ ଏବଂ ହିନ୍ଦୋଳ ରେଞ୍ଜ୍‌। ଉକ୍ତ ରେଞ୍ଜଗୁଡ଼ିକ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ଶାଳଗଛ ରହିଛି। ଅନ୍ୟ କେତେକ ସ୍ଥାନରେ ଅସନ, ଅର୍ଜୁନ, ହରିଡ଼ା, ବାହାଡ଼ାରେ ଭରପୂର ମିଶ୍ରିତ ଜଙ୍ଗଲ ଦେଖିବାକୁ ମିଳେ। ଜିଲାର ସଂରକ୍ଷିତ ଜଙ୍ଗଲରେ ଶାଗୁଆନ ଗଛ ପରିମାଣ କମ୍‌। ସଦର ରେଞ୍ଜ୍‌ର ସପ୍ତଶଯ୍ୟା, ହିନ୍ଦୋଳ ରେଞ୍ଜ୍‌ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଯାହାକିଛି ଶାଗୁଆନ ଗଛ ରହିଛି। ଜୈବ ବିବିଧତା, ଔଷଧୀୟ ଗୁଳ୍ମରେ ଭରା କପିଳାସ ଅଭୟାରଣ୍ୟ ୧୨୫୫୯.୫୯ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏହାର ସୀମା ପଡ଼ୋଶୀ କଟକ ଏବଂ ସୀମାନ୍ତ ଯାଜପୁର ଯାଏ ଲମ୍ବିଛି। ହାତୀଙ୍କ ସ୍ବର୍ଗ ଭାବେ ପରିଚିତ ଏହି ଅଭୟାରଣ୍ୟ ଅଧିକ ସ୍ପର୍ଶକାତର ହୋଇଥିବାବେଳେ ଶିକାରୀ ଆତଙ୍କ ମଧ୍ୟ କିଛି କମ୍‌ ନୁହେଁ। ତେବେ ବିଗତ ଦିନରେ ବନ ବିଭାଗ ପକ୍ଷରୁ ଶିକାରୀଙ୍କୁ ଦମନ କରିବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ୩୫୦ ବନ ସଂରକ୍ଷଣ ସମିତି (ଭିଏସ୍‌ଏସ୍‌) ନିୟୋଜିତ ଥିବାବେଳେ ତନ୍ମଧ୍ୟରୁ ୧୫୦ ଅନୁଦାନପ୍ରାପ୍ତ। ବନ ବିଭାଗ ସହିତ ସମନ୍ବୟ ରକ୍ଷା କରି ଭିଏସ୍‌ଏସ୍‌ଗୁଡ଼ିକ ପାଳି କରି ଜଙ୍ଗଲ ଜଗୁଛନ୍ତି। ସେହିପରି ଶିକାରୀ ଏବଂ କାଠ ଚୋରଙ୍କ ପ୍ରାଦୁର୍ଭାବ ରୋକିବା ଲାଗି ବିଭିନ୍ନ ସ୍ଥାନରେ ୬୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଗତ ୫ବର୍ଷ ମଧ୍ୟରେ ଢେଙ୍କାନାଳ ଜିଲାରେ ୪ ହଜାର ୨୬୧ ହେକ୍ଟର ଜଙ୍ଗଲ ବଢ଼ିଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି। ପ୍ରମୁଖ ସଂରକ୍ଷିତ ଜଙ୍ଗଲରେ ଅଦଳବଦଳ କରି ଟ୍ରାପ୍‌ କ୍ୟାମେରାଗୁଡ଼ିକୁ ଲଗାଯାଉଛି। ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଶାଗୁଆନ ଜଙ୍ଗଲ ବନ୍ୟପ୍ରାଣୀଙ୍କ ବିଶେଷ କାମରେ ଆସୁନାହିଁ। ତେଣୁ ଶାଗୁଆନ ଚାରାରୋପଣ ଅଧିକ ମାତ୍ରାରେ କରାଯାଉ ନ ଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।
ବୃଦ୍ଧିପାଉଛି କଲରାପତରିଆ, ଅହିରାଜ ବଂଶ
ଢେଙ୍କାନାଳ ଜିଲାର ଥଣ୍ଡା ପରିବେଶ ହାତୀମାନଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ହାତୀଙ୍କୁ ବାଦ୍‌ ଦେଲେ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବାର୍‌ହା, ଭାଲୁ, ହରିଣ, ଶମ୍ବର, ଝିଙ୍କ, ଅଜଗର ସମେତ ଅନେକ ପ୍ରଜାତିର ସାପ ବାସ କରୁଛନ୍ତି। କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ଅଞ୍ଚଳରେ କଲରାପତରିଆ ବାଘଙ୍କୁ ଠାବ କରାଯାଇଛି। ଗତ କିଛିବର୍ଷ ଭିତରେ ଅହିରାଜ ସଂଖ୍ୟା ସକାରାତ୍ମକ ଭାବେ ବୃଦ୍ଧି ପାଇଛି। ତେବେ ବିଧିବଦ୍ଧ ଭାବେ ଗଣନା ହେଉ ନ ଥିବାରୁ କଲରାପତରିଆ ଏବଂ ଅହିରାଜଙ୍କ ପ୍ରକୃତ ସଂଖ୍ୟା ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri