ଜିଲାରେ ବଢୁଛି ଜଙ୍ଗଲ

ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ ପ୍ରକୃତିର ବରଦାନ ଢେଙ୍କାନାଳରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇବାରେ ଲାଗିଛି। ଏହା ପଛରେ ରହିଛି ବନ ସଂରକ୍ଷଣ ସମିତି (ଭିଏସ୍‌ଏସ୍‌)ର ଅକ୍ଳାନ୍ତ ପରିଶ୍ରମ ଏବଂ ବୈଷୟିକ ଜ୍ଞାନକୌଶଳ। ଜଙ୍ଗଲ ପରିସୀମା ଏବଂ ଘନତ୍ୱରେ ଏଭଳି ଅଭିବୃଦ୍ଧି ଜୈବ ବିବିଧତାରେ ଭରପୂର ଜିଲାର ବନ୍ୟଜୀବନ ପାଇଁ ଶୁଭସଙ୍କେତ ବୋଲି କହିଛନ୍ତି ପରିବେଶବିତ୍‌।
ଦ୍ରୁତ ଶିଳ୍ପାୟନର ପ୍ରଭାବ ପଡ଼ିଛି ଢେଙ୍କାନାଳ ଜିଲାର ଜଙ୍ଗଲ ସମ୍ପଦ ଉପରେ। ଜାତୀୟ ରାଜପଥ ସମ୍ପ୍ରସାରଣରେ ବଳିପଡ଼ିଛି ସହସ୍ରାଧିକ ଗଛ। ଖରାଦିନେ ଜଙ୍ଗଲରେ ନିଅଁା ଲାଗି ବହୁ ମୂଲ୍ୟବାନ ଗଛ ଧ୍ୱଂସ ହୋଇଯାଉଛି। ଏସବୁ ସତ୍ତ୍ୱେ ଜିଲାରେ ଗତ ୫ବର୍ଷରେ ୪,୨୬୧ ହେକ୍ଟର ଜଙ୍ଗଲ ସମ୍ପଦ ବଢ଼ିଥିବା ସାଟେଲାଇଟ୍‌ ସର୍ଭେରୁ ସ୍ପଷ୍ଟ ହୋଇଛି। ୨୦୧୫ରେ ସମଗ୍ର ଢେଙ୍କାନାଳରେ ୧ ଲକ୍ଷ ୪୦ହଜାର ୩୦୦ ହେକ୍ଟର ଜଙ୍ଗଲ ରହିଥିଲା, ଯାହା ୨୦୨୦-୨୧ରେ ୧ଲକ୍ଷ ୪୪ ହଜାର ୫୬୧ ହେକ୍ଟରରେ ପହଞ୍ଚତ୍ଛି। ୨୦୨୧-୨୨ ବର୍ଷ ପାଇଁ ସାଟେଲାଇଟ ସର୍ଭେକୁ ତର୍ଜମା କରିବା ନିମନ୍ତେ ବେଙ୍ଗାଲୁରୁରୁ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ଏକ ବିଶେଷଜ୍ଞ ଦଳ କାମାକ୍ଷାନଗର ଆସି ତର୍ଜମା ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ମୋଟ ୮ଟି ରେଞ୍ଜ୍‌ ରହିଛି। ସେଗୁଡ଼ିକ ହେଲା ଢେଙ୍କାନାଳ ସଦର, କପିଳାସ, ଷଡ଼ଙ୍ଗୀ, ଭୁବନ, କାମାକ୍ଷାନଗର ପୂର୍ବାଞ୍ଚଳ, କାମାକ୍ଷାନଗର ପଶ୍ଚିମାଞ୍ଚଳ, ମହାବିରୋଡ଼ ଏବଂ ହିନ୍ଦୋଳ ରେଞ୍ଜ୍‌। ଉକ୍ତ ରେଞ୍ଜଗୁଡ଼ିକ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ଶାଳଗଛ ରହିଛି। ଅନ୍ୟ କେତେକ ସ୍ଥାନରେ ଅସନ, ଅର୍ଜୁନ, ହରିଡ଼ା, ବାହାଡ଼ାରେ ଭରପୂର ମିଶ୍ରିତ ଜଙ୍ଗଲ ଦେଖିବାକୁ ମିଳେ। ଜିଲାର ସଂରକ୍ଷିତ ଜଙ୍ଗଲରେ ଶାଗୁଆନ ଗଛ ପରିମାଣ କମ୍‌। ସଦର ରେଞ୍ଜ୍‌ର ସପ୍ତଶଯ୍ୟା, ହିନ୍ଦୋଳ ରେଞ୍ଜ୍‌ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଯାହାକିଛି ଶାଗୁଆନ ଗଛ ରହିଛି। ଜୈବ ବିବିଧତା, ଔଷଧୀୟ ଗୁଳ୍ମରେ ଭରା କପିଳାସ ଅଭୟାରଣ୍ୟ ୧୨୫୫୯.୫୯ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏହାର ସୀମା ପଡ଼ୋଶୀ କଟକ ଏବଂ ସୀମାନ୍ତ ଯାଜପୁର ଯାଏ ଲମ୍ବିଛି। ହାତୀଙ୍କ ସ୍ବର୍ଗ ଭାବେ ପରିଚିତ ଏହି ଅଭୟାରଣ୍ୟ ଅଧିକ ସ୍ପର୍ଶକାତର ହୋଇଥିବାବେଳେ ଶିକାରୀ ଆତଙ୍କ ମଧ୍ୟ କିଛି କମ୍‌ ନୁହେଁ। ତେବେ ବିଗତ ଦିନରେ ବନ ବିଭାଗ ପକ୍ଷରୁ ଶିକାରୀଙ୍କୁ ଦମନ କରିବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ୩୫୦ ବନ ସଂରକ୍ଷଣ ସମିତି (ଭିଏସ୍‌ଏସ୍‌) ନିୟୋଜିତ ଥିବାବେଳେ ତନ୍ମଧ୍ୟରୁ ୧୫୦ ଅନୁଦାନପ୍ରାପ୍ତ। ବନ ବିଭାଗ ସହିତ ସମନ୍ବୟ ରକ୍ଷା କରି ଭିଏସ୍‌ଏସ୍‌ଗୁଡ଼ିକ ପାଳି କରି ଜଙ୍ଗଲ ଜଗୁଛନ୍ତି। ସେହିପରି ଶିକାରୀ ଏବଂ କାଠ ଚୋରଙ୍କ ପ୍ରାଦୁର୍ଭାବ ରୋକିବା ଲାଗି ବିଭିନ୍ନ ସ୍ଥାନରେ ୬୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଗତ ୫ବର୍ଷ ମଧ୍ୟରେ ଢେଙ୍କାନାଳ ଜିଲାରେ ୪ ହଜାର ୨୬୧ ହେକ୍ଟର ଜଙ୍ଗଲ ବଢ଼ିଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି। ପ୍ରମୁଖ ସଂରକ୍ଷିତ ଜଙ୍ଗଲରେ ଅଦଳବଦଳ କରି ଟ୍ରାପ୍‌ କ୍ୟାମେରାଗୁଡ଼ିକୁ ଲଗାଯାଉଛି। ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଶାଗୁଆନ ଜଙ୍ଗଲ ବନ୍ୟପ୍ରାଣୀଙ୍କ ବିଶେଷ କାମରେ ଆସୁନାହିଁ। ତେଣୁ ଶାଗୁଆନ ଚାରାରୋପଣ ଅଧିକ ମାତ୍ରାରେ କରାଯାଉ ନ ଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।
ବୃଦ୍ଧିପାଉଛି କଲରାପତରିଆ, ଅହିରାଜ ବଂଶ
ଢେଙ୍କାନାଳ ଜିଲାର ଥଣ୍ଡା ପରିବେଶ ହାତୀମାନଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ହାତୀଙ୍କୁ ବାଦ୍‌ ଦେଲେ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବାର୍‌ହା, ଭାଲୁ, ହରିଣ, ଶମ୍ବର, ଝିଙ୍କ, ଅଜଗର ସମେତ ଅନେକ ପ୍ରଜାତିର ସାପ ବାସ କରୁଛନ୍ତି। କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ଅଞ୍ଚଳରେ କଲରାପତରିଆ ବାଘଙ୍କୁ ଠାବ କରାଯାଇଛି। ଗତ କିଛିବର୍ଷ ଭିତରେ ଅହିରାଜ ସଂଖ୍ୟା ସକାରାତ୍ମକ ଭାବେ ବୃଦ୍ଧି ପାଇଛି। ତେବେ ବିଧିବଦ୍ଧ ଭାବେ ଗଣନା ହେଉ ନ ଥିବାରୁ କଲରାପତରିଆ ଏବଂ ଅହିରାଜଙ୍କ ପ୍ରକୃତ ସଂଖ୍ୟା ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ...

ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri