ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୨।୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଟାଙ୍ଗନାଡି ଗାଁରେ ପଦା ହୋଇଥିବା ୪ଜଙ୍ଗଲକୁ ଗ୍ରାମବାସୀ ଠେଙ୍ଗାପାଳିରେ ସୁରକ୍ଷା ଦେଇ ସବୁଜିମା କରାଇ ପାରିଛନ୍ତି। ତେବେ ଜୀବନଜୀବିକା ପ୍ରଭାବିତ ପରେ ଆଦିବାସୀମାନେ ମେଳି ହୋଇ ଏଭଳି କାମ କରିବାକୁ ଆଗେଇ ଆସିଥିଲେ। ନିଜ ପାଇଁ କରୁ କରୁ ଏବେ ୪୫ ଏକର ଜଙ୍ଗଲ ସୁରକ୍ଷିତ ହୋଇପାରିଛି। ଏହି ଜଙ୍ଗଲରେ ଶାଳ, ପିଆଶାଳ, ଅସନ, ବାନ୍ଧଣ, ବାଉଁଶ, କୁସୁମ ଆଦି ମୂଲ୍ୟବାନ ଗଛ ଦେଖିବାକୁ ମିଳୁଛି। ଏହି ଜଙ୍ଗଲ ଏବେ ଆଦିବାସୀଙ୍କୁ ବଞ୍ଚିବାର ରାହା ଯୋଗାଇଛି।
ଟାଙ୍ଗନାଡି ଗାଁର ତାବଳି ପାହାଡ, ଚରିଆବଣ, ଭାଲୁ ମୁଣ୍ଡିଆ, ବିଲୁଆପଡା ଜଙ୍ଗଲ ୨ ହଜାର ମସିହା ବେଳକୁ ପଦା ହୋଇଯାଇଥିଲା। ଏଥିଯୋଗୁ ଆଦିବାସୀମାନେ ଜିବୀକା ନିର୍ବାହ କରିବା କଷ୍ଟକର ହୋଇପଡିଲା। ସେମାନେ ଆଉ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ପାଇଲେ ନାହିଁ। ଫୁଲ ଝାଡୁ ବି କରିପାରିଲେ ନାହିଁ। ଏପରି କି ବଣ ଫଳମୂଳ ପାଇଲେ ନାହିଁ। ଫଳରେ ଜୀବନ ଧାରଣ କରିରହିବା କଷ୍ଟକର ହୋଇ ପଡିଲା। ଜଙ୍ଗଲ ଜଗିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ କାଠ ମାଫିଆମାନେ ସେମାନଙ୍କୁ ହଇରାଣ କରୁଥିଲେ। ବିଭିନ୍ନ ସମୟରେ ସେମାନଙ୍କର ମଧ୍ୟରେ ବିବାଦ ସୃଷ୍ଟି କରୁଥିଲେ। ତେବେ ୨୦୦୩ ରେ ମହିଳାପୁରୁଷ ଆଦିବାସୀ ଏକଜୁଟ ହୋଇ ଠେଙ୍ଗାପାଳିରେ ଜଙ୍ଗଲ ଜଗିବା ଆରମ୍ଭ କଲେ। କାଠମାଫିଆଙ୍କୁ ଟାର୍ଗେଟ କରି ସେମାନଙ୍କ କାର୍ଯ୍ୟରେ ରୋକ୍‌ ଲଗାଇଲେ। ପଦା ହୋଇଥିବା ଜଙ୍ଗଲ ଧୀରେ ଧୀରେ ଘଞ୍ଚ ହେବାରେ ଲାଗିଲା। ସୁରକ୍ଷାର ୭ ବର୍ଷ ପରେ ସେମାନଙ୍କ ଜୀବନ ଜୀବିକା ପୁଣି ଜଙ୍ଗଲ ପୂରଣ କଲା। ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ଆଣି ଖଲି ତିଆରି କଲେ। ଫୁଲ ଝାଡୁ ମଧ୍ୟ ତିଆରି କଲେ। ପାଣିଆଳୁ, ମସିହା, କଡବା, ଟୁଙ୍ଗା ଆଦି ଫଳମୂଳ ସଂଗ୍ରହ କରି ଖାଇବା ସହ ବିକ୍ରି କରି ଗୁଜୁରାଣ ମେଣ୍ଟାଇଲେ। ଏବେ ସେମାନେ ଆଦିବାସୀଙ୍କ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ଜଙ୍ଗଲ ପଟ୍ଟା ପାଇବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗାଁର ପଦ୍ମ ଚରଣ ମାଝି, ନିରୁପମା ମାଝି, ମନୋରଞ୍ଜନ ବେହେରା କୁହନ୍ତି, ଆଦିବାସୀଙ୍କ ଏକତା ଜଙ୍ଗଲକୁ ସୁରକ୍ଷା କରିପାରିଲା। ଜଙ୍ଗଲ ସୃଷ୍ଟି ପରେ ସେମାନଙ୍କ ଜୀବନଜୀବିକାରେ ଆଉ ଅସୁବିଧା ହେଉନି। ଗାଁର ୨୭ ପରିବାର ସଦସ୍ୟ ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ତେବେ ସରକାର ଆମକୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

ଝାଡ଼ଖଣ୍ଡରୁ ଆସିଥିବା ପର୍ଯ୍ୟଟକ ଅଜଣା ଗାଡ଼ି ଧକ୍କାରେ ଗୁରୁତର

କୋଣାର୍କ, ୧୧।୩(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଅର୍ବାନ ହାଟ ସମ୍ମୁଖରେ ବୁଧବାର ସକାଳେ ଏକ ଅଜଣା କାର ଧକ୍କାରେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେ ହେଲେ...

ଇଞ୍ଜିନିୟରିଂ କଲେଜରେ ଚାକିରି ଦେବାକୁ କହି ମହିଳାଙ୍କୁ ବଳାତ୍କାର

ବାରଙ୍ଗ,୯ା୭(ଡି.ଏନ.ଏ)-ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ମେଣ୍ଡାଶାଳ ଫାଣ୍ଡିରେ ଗୁରୁବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଚନ୍ଦକା ଥାନାରେ ନଂ.୧୨୦/୨୦ରେ ଏକ...

ଘୋଡାହାଡ଼ ନଦୀରେ ବୁଡ଼ି ଯୁବକ ମୃତ

ପାଟପୁର,୯ା୩- ପାଟପୁର ଥାନା ଜଲମରା ଗ୍ରାମ ନିକଟ ଘୋଡାହାଡ଼ ନଦୀରେ ବୁଡ଼ି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସେ ହେଲେ ପଳାସପୁର ଗ୍ରାମର...

ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ

ଟାଙ୍ଗୀ(ଖୋର୍ଦ୍ଧା),୧ା୭(ଡି.ଏନ୍‌.ଏ.): ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସରକାରୀ ନୀତିନିୟମ ଓ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ, ଜେଲ ଗଲେ ସ୍ବାମୀ

ଗଞ୍ଜାମ,୭।୭(ଡି.ଏନ.ଏ.)-ଗଞ୍ଜାମ ଥାନା ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ କର୍ମଚାରୀ ଅଧିକ ଯୌତୁକ ଦାବିକରି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଜେଲ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ...

ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜ: ଖାଲି ପଡ଼ିଛି ୫୦% ଅଧ୍ୟାପକ ପଦବୀ

ଯାଜପୁର ଅଫିସ,୧୨ା୧୦:  ଯାଜପୁର ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ରାଜନୈତିକ ନେତୃବର୍ଗ ଅନେକ ସମୟରେ ବଡ଼ ବଡ଼ ସ୍ବପ୍ନ ଦେଖାଇ ଚାଲିଛନ୍ତି । ନିକଟରେ...

ଧାନବୁଣି ଫେରୁଥିବାବେଳେ ବଜ୍ରପାତରେ ଜୀବନଗଲା

ଶେରଗଡ,୧୯।୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ବେହେରା (୫୦)। ତାରିଣୀ ବିଲରେ ଧାନବୁଣି...

Play 250+ Trending Games
Archives

Model This Week

Why Dharitri