ଚୁଲି ଚାନ୍ଦା, ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧୪।୧୦:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବାଙ୍କ ତଇଲା  ଗାଁର ଆଦିବାସୀ ଲୋକଙ୍କ ଜଙ୍ଗଲ ସୁରକ୍ଷା ନିଶା ବନ୍ୟଜନ୍ତୁ ସଂଖ୍ୟା ବଢ଼ାଇବାରେ ସହଯୋଗ କରିଛି। ଏଥିପାଇଁ ଅବାଧ ଶିକାର ରୋକାଯାଇ ପାରିଛି। ଚୁଲି ଚାନ୍ଦା ଓ ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଛି।
ବାଇଶପଲ୍ଲୀ ଅଭୟାରଣ୍ୟର ଦାନ୍ଦିଗଛ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଛଞ୍ଚାଣ ପଦା ହେବାରେ ଲାଗିଥିଲା। କେତେଜଣ ବ୍ୟକ୍ତି ଜଙ୍ଗଲରୁ ମୂଲ୍ୟବାନ ଶାଳ, ପିଆଶାଳ, ଅସନ, ବାନ୍ଧଣ ପରି ଗଛକୁ କାଟି ନେଇ ଚୋରା ଚାଲାଣ କରୁଥିଲେ। ବାଉଁଶ ଦିନ ରାତି ଚୋରି ହେଉଥିଲା। ଏପରି ଜଙ୍ଗଲ କ୍ଷୟକୁ ବାଙ୍କ ତଇଲା  ଗାଁ ଲୋକେ ବିରୋଧ କରୁଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। କାରଣ ଆଦିବାସୀମାନେ ଏକାଠି ହୋଇ ପ୍ରତିବାଦ କରୁ ନ ଥିଲେ। ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଏକ ଅନୁଷ୍ଠାନଠାରୁ ସୂଚନା ମିଳିବା ପରେ ଗତ ୩ ବର୍ଷ ତଳେ ଗ୍ରାମବାସୀ ଏକ ବୈଠକ ଡାକିଥିଲେ। ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ  ଗାଁ ଲୋକେ ଜଙ୍ଗଲ ଜଗିବାକୁ ସ୍ଥିର କଲେ। ପ୍ରାୟ ୪ମାସ ପର୍ଯ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ଲୋକ ଜଙ୍ଗଲକୁ ଜଗିଲେ। ପରେ ପ୍ରତିଦିନ ୨ଜଣ ଲୋକ ଜଙ୍ଗଲ ଜଗିଲେ। ହେଲେ ଗ୍ରାମବାସୀଙ୍କ ଏପରି ପଦକ୍ଷେପକୁ କାଠ ମାଫିଆ ଓ ଶିକାରୀମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏହାକୁ ନେଇ ସେମାନେ ଗାଁରେ ଗଣ୍ଡଗୋଳ କରିବା ସହ କେତେଜଣଙ୍କୁ ମାର୍‌ପିଟ୍‌ କରିବାକୁ ପଛାଇ ନ ଥିଲେ। ଆଦିବାସୀ ଲୋକେ ସେମାନଙ୍କୁ ବୁଝାଶୁଝା କରି ଜଙ୍ଗଲକୁ ସୁରକ୍ଷା ଦେଲେ। ଇତିମଧ୍ୟରେ ୩ବର୍ଷ ବିତିଛି। ଦିନେ ଯେଉଁ ଜଙ୍ଗଲ ବୃକ୍ଷ ଓ ଜୀବଜନ୍ତୁଶୂନ୍ୟ ହୋଇ ଆସୁଥିଲା, ସେଠାରେ ଏବେ ସବୁଜିମା ଭରିଛି। ଜଙ୍ଗଲରେ ବାର୍‌ହା, କୁଟୁରା, ଝିଙ୍କ, ଭାଲୁ ଦେଖାଗଲେଣି। କଲରାପତରିଆ ବାଘକୁ ମଧ୍ୟ ସେହି ଜଙ୍ଗଲରେ ଦେଖିବାକୁ ମିଳୁଥିବା ଗ୍ରାମବାସୀ କହିଛନ୍ତି। ଧାନ ଫସଲ ନଷ୍ଟ କଲେ ମଧ୍ୟ ଆଉ ବାର୍‌ହା ଶିକାର କରାଯାଉନାହିଁ। କ୍ଷତି ପାଇଁ ଚାଷୀ ବନ ବିଭାଗକୁ ଫେରାଦ୍‌ ହେଉଛି। ପୁଣି କଟା ହୋଇଥିବା ଶାଳ, ପିଆଶାଳ, ଅସନ, ବାନ୍ଧଣଗଛରୁ ପୁଣି କେନା ବାହାରି ନୂଆ ଗଛ ଉଠିଲାଣି।
ଏନେଇ ଜଙ୍ଗଲ କମିଟି ସମ୍ପାଦିକା ସୁକାନ୍ତି ନାୟକ କୁହନ୍ତି, ଦାନ୍ଦିଗଛ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଛଞ୍ଚଣର ସୁରକ୍ଷା ପାଇଁ  ଗାଁ ଲୋକେ ଗ୍ରାମ୍ୟ ଗୋଷ୍ଠୀ ସମ୍ବଳ ଅଧିକାର କମିଟି ଗଠନ କରିଛନ୍ତି। ଗାଁ ର ୪୨ପରିବାରର ୨୧୨ ବାସିନ୍ଦାଙ୍କ ଏଥିପ୍ରତି ସହମତି ରହିଛି। ଆଦିବାସୀମାନେ ମାସକୁ ୨୦ ଟଙ୍କା ଲେଖାଏଁ ଚୁଲି ଚାନ୍ଦା ଦେଇ ଠେଙ୍ଗା ପାଳି ମାଧ୍ୟମରେ ଜଙ୍ଗଲ ଜଗୁଛନ୍ତି। ସଭାପତି ଲକ୍ଷ୍ମୀଧର ମୁଦୁଲି କୁହନ୍ତି, ପାଖରେ ଅଭୟାରଣ୍ୟ ଥିବାରୁ ବନ୍ୟ ଜୀବଜନ୍ତୁ ଅଳ୍ପଦିନ ମଧ୍ୟରେ ଜଙ୍ଗଲରେ ଦେଖାଦେଲେ। ଶିକାରୀମାନେ ଆଉ ଆଗ ପରି ଶିକାର କରୁନାହାନ୍ତି। ଯଦି କେତେବେଳେ ଶିକାର ହେଉଛି, ତାହାକୁ ଆଦିବାସୀମାନେ ପ୍ରତିବାଦ କରୁଛନ୍ତି। ଆବଶ୍ୟକ ପଡ଼ିଲେ ଶିକାରୀମାନଙ୍କୁ ଦଣ୍ଡିତ କରାଯାଉଥିବାରୁ ଶିକାର କମିବାରେ ଲାଗିଛି। ଅପରପକ୍ଷେ ଆଦିବାସୀଙ୍କ ରୋଜଗାର ବଢ଼ିବା ଆରମ୍ଭ ହୋଇଛି। ଜଙ୍ଗଲରୁ ହରିଡା, ବାହାଡା, ତେନ୍ତୁଳି, କଇଁଥ ସଂଗ୍ରହ କରାଯାଇ ବାହାରେ ବିକ୍ରି କରାଯାଉଛି। ପୁଣି ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ଖଲି ପ୍ରସ୍ତୁତ କରି ଆଦିବାସୀ ମହିଳାମାନେ ରୋଜଗାର କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri