ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୨।୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଟାଙ୍ଗନାଡି ଗାଁରେ ପଦା ହୋଇଥିବା ୪ଜଙ୍ଗଲକୁ ଗ୍ରାମବାସୀ ଠେଙ୍ଗାପାଳିରେ ସୁରକ୍ଷା ଦେଇ ସବୁଜିମା କରାଇ ପାରିଛନ୍ତି। ତେବେ ଜୀବନଜୀବିକା ପ୍ରଭାବିତ ପରେ ଆଦିବାସୀମାନେ ମେଳି ହୋଇ ଏଭଳି କାମ କରିବାକୁ ଆଗେଇ ଆସିଥିଲେ। ନିଜ ପାଇଁ କରୁ କରୁ ଏବେ ୪୫ ଏକର ଜଙ୍ଗଲ ସୁରକ୍ଷିତ ହୋଇପାରିଛି। ଏହି ଜଙ୍ଗଲରେ ଶାଳ, ପିଆଶାଳ, ଅସନ, ବାନ୍ଧଣ, ବାଉଁଶ, କୁସୁମ ଆଦି ମୂଲ୍ୟବାନ ଗଛ ଦେଖିବାକୁ ମିଳୁଛି। ଏହି ଜଙ୍ଗଲ ଏବେ ଆଦିବାସୀଙ୍କୁ ବଞ୍ଚିବାର ରାହା ଯୋଗାଇଛି।
ଟାଙ୍ଗନାଡି ଗାଁର ତାବଳି ପାହାଡ, ଚରିଆବଣ, ଭାଲୁ ମୁଣ୍ଡିଆ, ବିଲୁଆପଡା ଜଙ୍ଗଲ ୨ ହଜାର ମସିହା ବେଳକୁ ପଦା ହୋଇଯାଇଥିଲା। ଏଥିଯୋଗୁ ଆଦିବାସୀମାନେ ଜିବୀକା ନିର୍ବାହ କରିବା କଷ୍ଟକର ହୋଇପଡିଲା। ସେମାନେ ଆଉ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ପାଇଲେ ନାହିଁ। ଫୁଲ ଝାଡୁ ବି କରିପାରିଲେ ନାହିଁ। ଏପରି କି ବଣ ଫଳମୂଳ ପାଇଲେ ନାହିଁ। ଫଳରେ ଜୀବନ ଧାରଣ କରିରହିବା କଷ୍ଟକର ହୋଇ ପଡିଲା। ଜଙ୍ଗଲ ଜଗିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ କାଠ ମାଫିଆମାନେ ସେମାନଙ୍କୁ ହଇରାଣ କରୁଥିଲେ। ବିଭିନ୍ନ ସମୟରେ ସେମାନଙ୍କର ମଧ୍ୟରେ ବିବାଦ ସୃଷ୍ଟି କରୁଥିଲେ। ତେବେ ୨୦୦୩ ରେ ମହିଳାପୁରୁଷ ଆଦିବାସୀ ଏକଜୁଟ ହୋଇ ଠେଙ୍ଗାପାଳିରେ ଜଙ୍ଗଲ ଜଗିବା ଆରମ୍ଭ କଲେ। କାଠମାଫିଆଙ୍କୁ ଟାର୍ଗେଟ କରି ସେମାନଙ୍କ କାର୍ଯ୍ୟରେ ରୋକ୍‌ ଲଗାଇଲେ। ପଦା ହୋଇଥିବା ଜଙ୍ଗଲ ଧୀରେ ଧୀରେ ଘଞ୍ଚ ହେବାରେ ଲାଗିଲା। ସୁରକ୍ଷାର ୭ ବର୍ଷ ପରେ ସେମାନଙ୍କ ଜୀବନ ଜୀବିକା ପୁଣି ଜଙ୍ଗଲ ପୂରଣ କଲା। ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ଆଣି ଖଲି ତିଆରି କଲେ। ଫୁଲ ଝାଡୁ ମଧ୍ୟ ତିଆରି କଲେ। ପାଣିଆଳୁ, ମସିହା, କଡବା, ଟୁଙ୍ଗା ଆଦି ଫଳମୂଳ ସଂଗ୍ରହ କରି ଖାଇବା ସହ ବିକ୍ରି କରି ଗୁଜୁରାଣ ମେଣ୍ଟାଇଲେ। ଏବେ ସେମାନେ ଆଦିବାସୀଙ୍କ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ଜଙ୍ଗଲ ପଟ୍ଟା ପାଇବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗାଁର ପଦ୍ମ ଚରଣ ମାଝି, ନିରୁପମା ମାଝି, ମନୋରଞ୍ଜନ ବେହେରା କୁହନ୍ତି, ଆଦିବାସୀଙ୍କ ଏକତା ଜଙ୍ଗଲକୁ ସୁରକ୍ଷା କରିପାରିଲା। ଜଙ୍ଗଲ ସୃଷ୍ଟି ପରେ ସେମାନଙ୍କ ଜୀବନଜୀବିକାରେ ଆଉ ଅସୁବିଧା ହେଉନି। ଗାଁର ୨୭ ପରିବାର ସଦସ୍ୟ ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ତେବେ ସରକାର ଆମକୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri