ଜଙ୍ଗଲ ଜମି କିସମ ପରିବର୍ତ୍ତନ ଏକ ବାହାନା

ଯାଜପୁର ଅଫିସ,୬ା୪: ବ୍ରାହ୍ମଣୀ ନଦୀ ଉପରେ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି(ଜେଆଇସିଏ) ବା ଜାଇକା ଅଧୀନ ରେଙ୍ଗାଲି ବହୁମୁଖୀ ଯୋଜନା ସାରିବାକୁ ବିଭାଗୀୟ ସମୟସୀମା ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ୨ ବର୍ଷ ତଳେ ୨୦୨୪ରେ ଏହି ପ୍ରକଳ୍ପ ସାରିବାକୁ ବିଭାଗୀୟ ପ୍ରତିଶ୍ରୁତି ମିଳିଥିବାବେଳେ ଏବେ ତାହା ୨୦୨୬ ଜୁନ ପର୍ଯ୍ୟନ୍ତ ଘୁଞ୍ଚେଇବାକୁ ପ୍ରସ୍ତାବ ଦିଆଯାଇଛି। ଜଙ୍ଗଲ ଜମି କିସମ ପରିବର୍ତ୍ତନ ସମସ୍ୟାକୁ ବାହାନା କରି ଏଭଳି ପଦକ୍ଷେପ ନିଆଯାଇଥିବା ବିଭାଗୀୟ ରିପୋର୍ଟରେ ସ୍ପଷ୍ଟ ହୋଇଛି। ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ହେଲା ଏହି ପ୍ରକଳ୍ପର ପରିକଳ୍ପନା କରାଯାଇ ଶେଷ ହେବାର ନାମ ଧରୁ ନ ଥିବାରୁ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଜଳସେଚନ ଆଶା କ୍ଷୀଣ ହେବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି।
ଜାଇକା ଜରିଆରେ ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଜଳସେଚନ ଏହି ବୃହତ୍‌ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି ା ଏଥିପାଇଁ ରାଇଟ୍‌ ବ୍ୟାଙ୍କ କେନାଲ(ଆରବିସି) ଓ ଲେଫ୍ଟ ବ୍ୟାଙ୍କ କେନାଲ(ଏଲ୍‌ବିସି) ନାମରେ ଦୁଇଟି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି ା ଲେଫ୍ଟ ବ୍ୟାଙ୍କ କେନାଲ ଅର୍ଥାତ୍‌ ବାମ ପାର୍ଶ୍ୱ କେନାଲ ଯାଜପୁର ଜିଲାକୁ ପ୍ରବେଶ କରିଛି ା ରେଙ୍ଗାଲି ବାମପାର୍ଶ୍ୱ କେନାଲର ଦୈର୍ଘ୍ୟ ୧୪୧ କିମି ଏବଂ ଏଥିରେ ୧,୧୪,୩୦୦ ହେକ୍ଟର ଜମିରେ ପାଣି ମାଡ଼ିବାକୁ ପରିକଳ୍ପନା କରାଯାଇଛି। ୨୦୧୫ ମାର୍ଚ୍ଚରେ କେନାଲ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଜାଇକା ସହ ୨୨୫୦ କୋଟି ଟଙ୍କାର ଋଣ ଚୁକ୍ତି ହୋଇଥିଲା ା ଏହି କେନାଲ ଜରିଆରେ ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲାର ୩୯,୪୧୬ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ଧାର୍ଯ୍ୟ ହୋଇଥିଲା ା ହେଲେ ଜଙ୍ଗଲ ଜମି କିସମ ପରିବର୍ତ୍ତନ କରିବାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହି ଲକ୍ଷ୍ୟ ବହୁମାତ୍ରାରେ ପରାହତ ହୋଇଛି। ଏହି କେନାଲର ଆରଡି ୧୦୦.୪୯ କିମିଠାରୁ ୧୦୭ କିମି ପର୍ଯ୍ୟନ୍ତ ସଂଯୋଗ ହୋଇ ପାରିନାହିଁ। ତେଣୁ ଏହି କାର୍ଯ୍ୟକୁ ୨୦୨୩ ଜୁନ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ସମୀକ୍ଷା ବୈଠକରେ ପରାମର୍ଶ ଦିଆଯାଇଛି। ଏହାବାଦ୍‌ ଜଙ୍ଗଲ ଜମି କିସମ ପରିବର୍ତ୍ତନ ଡିସେମ୍ବର ସୁଦ୍ଧା ଏବଂ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ୨୦୨୪ ଜାନୁୟାରୀ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୬୮୬.୫୦ ହେକ୍ଟର ଜଙ୍ଗଲ କିସମ ଜମି ପରିବର୍ତ୍ତନ ହୋଇଛି। ଏହା ସହ ୪୨୩ ହେକ୍ଟର ନୂତନ ଜଙ୍ଗଲ କିସମ ଜମି ପରିବର୍ତ୍ତନ ପ୍ରସ୍ତାବ ଦିଆଯାଉଛି। ଏଥିପାଇଁ ସମ୍ପୃକ୍ତ ଜିଲାପାଳଙ୍କ ଅନୁମତି ନିଆଯାଇ ଆବଶ୍ୟକ ସର୍ଭେ କାର୍ଯ୍ୟ ୨୦୨୩ ମେ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟପକ୍ଷେ ଡାହାଣ ପାର୍ଶ୍ୱ କେନାଲ ପାଇଁ ୧୬୮୬.୫୦ ହେକ୍ଟର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ହାସଲ ହୋଇଛି। ଏହାବାଦ୍‌ ୪୨୩ ହେକ୍ଟର ନୂତନ ଜଙ୍ଗଲ କିସମ ଜମି ପରିବର୍ତ୍ତନ ପ୍ରକ୍ରିୟା ଜାରି ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୦୩ରୁ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ଅନୁମତି ପାଇଁ ଆବେଦନ କରିଥିଲେ ହେଁ ତାହା ଦୀର୍ଘ ୨୦ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ରେଙ୍ଗାଲି ବହୁମୁଖୀ ଯୋଜନା ପାଇଁ ୧୯୯୩ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୨୧୫୯.୪୩ ହେକ୍ଟର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ପରିବେଶ ଅନୁମତି ଲୋଡ଼ା ଯାଇଥିଲା ା ସେଥିରୁ ୨୧ା୧୧ା୧୯୯୬ରେ ପ୍ରଥମ ପର୍ଯ୍ୟାୟ ଭାବେ ୨୧୦୭.୪୦୪ ହେକ୍ଟର ଜଙ୍ଗଲ ଜମି ପାଇଁ ପରିବେଶ ଅନୁମତି ମିଳିଥିଲା। ଏହାପରେ ୨୦୦୩ରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ଜମି ପାଇଁ ପରିବେଶ ଅନୁମତି ଦେବାକୁ ଆବେଦନ ହୋଇଥିଲା। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌) ୨୧ଟି ସର୍ତ୍ତରେ ଏହାକୁ ଅନୁମତି ଦେବାକୁ ପ୍ରସ୍ତାବ ରଖିଥିଲା। ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ସର୍ତ୍ତକୁ ପାଳନ କରାଯାଇ ଅନୁଗୋଳ, ଢେଙ୍କାନାଳ, ଆଠଗଡ଼, କଟକ ଓ କେନ୍ଦୁଝର ଡିଭିଜନର ୧୨୯୫.୩୮୬୨ ହେକ୍ଟର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ପୁଣି ୨୦୧୪ରେ ଆବେଦନ ହୋଇଥିଲା, ଯାହାକି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ା ଏ ସଂକ୍ରାନ୍ତରେ ୨୪ା୩ା୨୦୨୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା ବୈଠକ ହୋଇଥିଲା। ବୈଠକର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଅନୁପାଳନ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ସଚିବ ବି.ସି. ରାଉତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri