Posted inରାଜ୍ୟ

ରାଜ୍ୟରେ ଅଣାୟତ୍ତ ଜଙ୍ଗଲ ନିଆଁ: ଦିନକରେ ୧୨୮୨ ସ୍ଥାନରେ ବନାଗ୍ନି

ଭୁବନେଶ୍ୱର, ୧୪ା୩ (ବନ୍ଦନା ସେଠୀ): ବନାଗ୍ନିକୁ ନେଇ ଏବେ ଚିନ୍ତା ବଢ଼ିଛି। ଖରାଦିନ ଆରମ୍ଭରୁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଜଳୁଛି। ଚଳିତବର୍ଷ ଜାନୁଆରୀ ୧ରୁ ଫେବୃଆରୀ ୨୮ ମଧ୍ୟରେ ୩,୧୦୭ଟି ସ୍ଥାନରେ ନିଆଁ ଲାଗିଥିଲା। ତେବେ ଚଳିତ ମାସର ମାତ୍ର ୧୩ଦିନରେ ୧୦,୦୫୬ଟି ସ୍ଥାନରେ ନିଅଁା ଲାଗିଥିବାବେଳେ କେବଳ ଦିନକରେ ଅର୍ଥାତ୍‌ ମାର୍ଚ୍ଚ ୧୩ ଗୁରୁବାରରେ ରାଜ୍ୟର ବିଭିନ୍ନ ଜଙ୍ଗଲର ୧୨୮୨ଟି ସ୍ଥାନରେ ନିଅଁା ଲାଗିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜାନୁଆରୀ ୧ରୁ ମାର୍ଚ୍ଚ ୧୩ ମଧ୍ୟରେ ୧୩,୧୬୩ଟି ସ୍ଥାନରେ ନିଅଁା ଲାଗିଛି।

ରାଉରକେଲା ସର୍କଲରେ ସର୍ବାଧିକ ୨୮୩୫ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ସମ୍ବଲପୁର ସର୍କଲର ୨୭୫୦ଟି ସ୍ଥାନରେ, ଭବାନୀପାଟଣା ସର୍କଲର ୨୬୪୭ଟି ସ୍ଥାନରେ, କୋରାପୁଟ ସର୍କଲର ୨୪୫୮ଟି ସ୍ଥାନରେ, ବ୍ରହ୍ମପୁର ସର୍କଲର ୧୩୨୫ଟି ସ୍ଥାନରେ, ଅନୁଗୋଳ ସର୍କଲର ୫୫୩ଟି ସ୍ଥାନରେ, ବାରିପଦା ସର୍କଲର ୫୦୪ଟି ସ୍ଥାନ ଏବଂ ଭୁବନେଶ୍ୱର ସର୍କଲର ୯୧ଟି ସ୍ଥାନରେ ନିଅଁା ଲାଗିଛି। ଏହାକୁ ଆୟତ୍ତ କରିବାକୁ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡୁଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

୨୦୨୩ରେ ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ ୩୬,୭୧୩ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ୨୦୨୪ରେ ୨୨,୮୬୮ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା। ୨୦୨୩ ଅନୁପାତରେ ଗତବର୍ଷ ରାଜ୍ୟରେ କମ୍‌ ନିଅଁା ଲାଗିଥିଲେ ହେଁ ଚଳିତବର୍ଷ ଏହାକୁ ଆହୁରି କମାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମାତ୍ର ଚଳିତ ବର୍ଷ ଆରମ୍ଭରୁ ହିଁ ଏହି ସଂଖ୍ୟା ୧୩ହଜାର ପାର୍‌ କରି ସାରିଲାଣି। ତେଣୁ ଜୁନ୍‌ ବେଳକୁ ଫାୟାର ପଏଣ୍ଟ ସଂଖ୍ୟା ଗତବର୍ଷକୁ ଟପିଯିବ ବୋଲି ଆକଳନ କରାଯାଉଛି।

ଅପରପକ୍ଷେ ଜଙ୍ଗଲ ନିଅଁାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥେଷ୍ଟ ହୋଇପାରୁ ନାହିଁ। ଫାୟାର ଆକ୍ସନ ପ୍ଲାନ୍‌, ଫାୟାର ଲାଇନ୍‌ କିମ୍ବା ସଚେତନତାରେ ଶତପ୍ରତିଶତ ସଫଳତା ମିଳିପାରୁନାହିଁ। ସେହିପରି ଏଫ୍‌ଏସ୍‌ଆଇ ପକ୍ଷରୁ ୨୦୦୪ରୁ ସାଟେଲାଇଟ୍‌ ଜରିଆରେ ନିଅଁା ଲାଗିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଏସ୍‌ଏନ୍‌ପିପି ଏବଂ ଏମ୍‌ଓଡିଆଇଏସ୍‌ (ମୋଡିସ୍‌) ସାଟେଲାଇଟ୍‌ ମାଧ୍ୟମରେ ଜଙ୍ଗଲର ଯେଉଁ ସ୍ଥାନରେ ନିଅଁା ଲାଗିଥାଏ, ତାହାର ଫଟୋ ବନ ବିଭାଗ ପାଖକୁ ଆସିଥାଏ।

ଏହି ସାଟେଲାଇଟ୍‌ ଦିନରେ ୪ଥର ଅର୍ଥାତ୍‌ ପୂର୍ବାହ୍ନ ୧୦ଟା, ଅପରାହ୍ନ ୧ଟା, ରାତି ୧୦ଟା ଏବଂ ରାତି ୧ଟାରେ ଫଟୋ ପଠାଇଥାଏ। ମାତ୍ର ସାଟେଲାଇଟ୍‌ରୁ ଫଟୋ ପାଇ ଲିଭାଇବାକୁ ଗଲା ବେଳକୁ ନିଆଁ ବ୍ୟାପିଯାଏ। ଫଳରେ ଏହାକୁ ଆୟତ୍ତ କରିବା ବିଭାଗ ପାଇଁ କଷ୍ଟକର ହୋଇଥାଏ। ସେହିପରି କନ୍ଧମାଳ, ରାୟଗଡ଼ା ଏବଂ ପାରଳାଖେମୁଣ୍ଡି ଆଦି ଅଞ୍ଚଳର ଅଧିବାସୀମାନେ ପୋଡ଼ୁ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଚାଷ ପାଇଁ ନିଆଁ ଲଗାଇବା ସମୟରେ ଏହା ବିଭିନ୍ନ ଅଞ୍ଚଳ ସମେତ ଜଙ୍ଗଲକୁ ବ୍ୟାପି ଯାଇଥାଏ। ଫଳରେ ଏସବୁ ଜିଲାରେ ଥିବା ଜଙ୍ଗଲରେ ଅଧିକାଂଶ ସମୟରେ ନିଆଁ ଲାଗିଥାଏ। ତେଣୁ ଏସବୁ ଅଞ୍ଚଳର ଲୋକଙ୍କୁ ଅଧିକ ସଚେତନ କରାଯିବାର ଆବଶ୍ୟକତା ରହିଛି।

ସାତକୋଶିଆ, ଢେଙ୍କାନାଳର ହିନ୍ଦୋଳ, ଅନୁଗୋଳର ବନ୍ତଳା, ଡେବ୍ରିଗଡ଼ ଭଳି ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବା ନେଇ ପ୍ରସ୍ତାବ ରହିଥିଲା। ମାତ୍ର ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏଆଇ କ୍ୟାମେରା ଲାଗିଲେ ଜଙ୍ଗଲ ନିଆଁ ସମେତ ଜୀବଜନ୍ତୁ ଶିକାର, ଶିକାରୀଙ୍କ ଗତିବିଧି ଏବଂ ଅନ୍ୟାନ୍ୟ ଦିଗ ଉପରେ ନଜର ରଖିହେବ। ମାତ୍ର ବନ ବିଭାଗ ଏ ଦିଗରେ ଯଥେଷ୍ଟ ଧ୍ୟାନ ଦେଉନାହିଁ। ଶିମିଳିପାଳ ଜଙ୍ଗଲ ଭଳି ବାରମ୍ବାର ନିଅଁା ଲାଗୁଥିବା ଜଙ୍ଗଲଗୁଡ଼ିକରେ ଏଆଇ କ୍ୟାମେରା ଲଗାଗଲେ ନିଆଁ ଆୟତ୍ତ କରିବାରେ ସକ୍ଷମ ହେବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?