ବ୍ୟାପିଲାଣି ବନାଗ୍ନି

କାମାକ୍ଷାନଗର, ୩୦।୩(ଡି.ଏନ୍‌.ଏ.) – ବଢ଼ିଲାଣି ଗ୍ରୀଷ୍ମ ପ୍ରକୋପ। ମାର୍ଚ୍ଚରୁ ପାରଦ ୪୦ ଛୁଇଁଲାଣି। ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବାବେଳେ ଜଙ୍ଗଲ ନିଆଁ ପ୍ରଭାବରେ ସୃଷ୍ଟି ହେଉଥିବା ଝାଞ୍ଜି ଜନସାଧାରଣଙ୍କୁ କଲବଲ କରୁଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ୮ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ଲାଗିଥିବା ନିଆଁ ଅଣାୟତ୍ତ ହେବାକୁ ବସିଲାଣି। ମାଂସ ଲୋଭୀ ଶିକାରୀମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
କାମାକ୍ଷାନଗର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ଅବସ୍ଥିତ ସୁନାଝରି, କାନପୁରା, ଅନନ୍ତପୁର, ଜିରିଡ଼ାମାଳି, ବାଟଗଁା, ବୀରାଶାଳ, ବିଜାଡିହ, ମହୁଲପାଳ, ଅଁଳାବେରଣୀ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ପବନରେ ନିଆଁ ଝୁଲ ଉଡ଼ି ଆଭ୍ୟନ୍ତରୀଣ ଇଲାକାରେ ପହଞ୍ଚତ୍ଲାଣି। ବନାଗ୍ନି ଯୋଗୁ କେବଳ ତାପମାତ୍ରାରେ ବୃଦ୍ଧି ଘଟୁଛି ତାହା ନୁହେଁ, ବନ୍ୟଜୀବନକୁ ବ୍ୟାପକ କ୍ଷତି ମଧ୍ୟ ପହଞ୍ଚାଉଛି। ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ୟପ୍ରାଣୀ ଜନବସତି ମୁହଁା ହେଉଛନ୍ତି, ଯାହାର ଫାଇଦା କେତେଜଣ ମାଂସଲୋଭୀ ଶିକାରୀ ନେଉଛନ୍ତି। ବଣପୋଡ଼ି ଯୋଗୁ ଜଙ୍ଗଲତଳି ଅଞ୍ଚଳରେ ଧୂଅଁାମୟ ପରିବେଶ ସୃଷ୍ଟି ହେଉଥିବାବେଳେ ଗରିବ ଆଦିବାସୀ ପରିବାରର ଘରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି, ଯାହାକୁ ନେଇ ନିଅଁା ପ୍ରଭାବିତ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହେଲାଣି।
ବନାଗ୍ନି ଦ୍ୱାରା ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲ ପ୍ରଭାବିତ ହେଉଛି। ଏହାକୁ ଆୟତ୍ତ କରିବାକୁ ନିକଟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏପରି କି ଡ୍ରୋନ୍‌ ସହାୟତାରେ ସମ୍ଭାବ୍ୟ ବଣପୋଡ଼ି ପ୍ରଭାବିତ ସ୍ଥାନଗୁଡ଼ିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କାମାକ୍ଷାନଗର ବନାଞ୍ଚଳରେ ୮ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଏହାକୁ ଲିଭାଇବା ଲାଗି ବନ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏପରି କି ଏ ଦିଗରେ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌)ଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉନାହିଁ। ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ରେଞ୍ଜର ବିଶାଳକାୟ ଜଙ୍ଗଲ କ୍ଷେତ୍ରରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା, ଏଥିରେ ପ୍ରଶିକ୍ଷିତ ବନ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗକୁ ମୁତୟନ କରାଗଲେ ସୁଫଳ ମିଳିପାରିବ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ଏସିଏଫ୍‌ ରଶ୍ମିରଞ୍ଜନ ସ୍ବାଇଁ କୁହନ୍ତି, କେତେକ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ବୃହତ୍‌ ସଂରକ୍ଷିତ ଜଙ୍ଗଲକୁ ଯେଭଳି ନିଆଁ ନ ବ୍ୟାପେ, ସେଥିଲାଗି ତ୍ୱରିତ ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଜଙ୍ଗଲର ନିଆଁକୁ ଆୟତ୍ତ କରିବାକୁ ଯୋଜନା କରାଯାଉଛି। ସମ୍ପୃକ୍ତ ଗ୍ରାମବାସୀ ଏ କ୍ଷେତ୍ରରେ ସହାୟତା କରିବାକୁ ଏସିଏଫ୍‌ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ଧରିତ୍ରୀ ପ୍ରଭାବ: ଲକ୍ଷ୍ମୀପୁର ଗ୍ରାମରେ ଜଳିଲା ଷ୍ଟ୍ରିଟ୍ ଲାଇଟ୍

ଗଞ୍ଜାମ, ୩୦।୮ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁ ନ ଥିବା ନେଇ ଦୁଇଦିନ…

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri