ବ୍ୟାପିଲାଣି ବନାଗ୍ନି

କାମାକ୍ଷାନଗର, ୩୦।୩(ଡି.ଏନ୍‌.ଏ.) – ବଢ଼ିଲାଣି ଗ୍ରୀଷ୍ମ ପ୍ରକୋପ। ମାର୍ଚ୍ଚରୁ ପାରଦ ୪୦ ଛୁଇଁଲାଣି। ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବାବେଳେ ଜଙ୍ଗଲ ନିଆଁ ପ୍ରଭାବରେ ସୃଷ୍ଟି ହେଉଥିବା ଝାଞ୍ଜି ଜନସାଧାରଣଙ୍କୁ କଲବଲ କରୁଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ୮ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ଲାଗିଥିବା ନିଆଁ ଅଣାୟତ୍ତ ହେବାକୁ ବସିଲାଣି। ମାଂସ ଲୋଭୀ ଶିକାରୀମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
କାମାକ୍ଷାନଗର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ଅବସ୍ଥିତ ସୁନାଝରି, କାନପୁରା, ଅନନ୍ତପୁର, ଜିରିଡ଼ାମାଳି, ବାଟଗଁା, ବୀରାଶାଳ, ବିଜାଡିହ, ମହୁଲପାଳ, ଅଁଳାବେରଣୀ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ପବନରେ ନିଆଁ ଝୁଲ ଉଡ଼ି ଆଭ୍ୟନ୍ତରୀଣ ଇଲାକାରେ ପହଞ୍ଚତ୍ଲାଣି। ବନାଗ୍ନି ଯୋଗୁ କେବଳ ତାପମାତ୍ରାରେ ବୃଦ୍ଧି ଘଟୁଛି ତାହା ନୁହେଁ, ବନ୍ୟଜୀବନକୁ ବ୍ୟାପକ କ୍ଷତି ମଧ୍ୟ ପହଞ୍ଚାଉଛି। ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ୟପ୍ରାଣୀ ଜନବସତି ମୁହଁା ହେଉଛନ୍ତି, ଯାହାର ଫାଇଦା କେତେଜଣ ମାଂସଲୋଭୀ ଶିକାରୀ ନେଉଛନ୍ତି। ବଣପୋଡ଼ି ଯୋଗୁ ଜଙ୍ଗଲତଳି ଅଞ୍ଚଳରେ ଧୂଅଁାମୟ ପରିବେଶ ସୃଷ୍ଟି ହେଉଥିବାବେଳେ ଗରିବ ଆଦିବାସୀ ପରିବାରର ଘରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି, ଯାହାକୁ ନେଇ ନିଅଁା ପ୍ରଭାବିତ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହେଲାଣି।
ବନାଗ୍ନି ଦ୍ୱାରା ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲ ପ୍ରଭାବିତ ହେଉଛି। ଏହାକୁ ଆୟତ୍ତ କରିବାକୁ ନିକଟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏପରି କି ଡ୍ରୋନ୍‌ ସହାୟତାରେ ସମ୍ଭାବ୍ୟ ବଣପୋଡ଼ି ପ୍ରଭାବିତ ସ୍ଥାନଗୁଡ଼ିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କାମାକ୍ଷାନଗର ବନାଞ୍ଚଳରେ ୮ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଏହାକୁ ଲିଭାଇବା ଲାଗି ବନ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏପରି କି ଏ ଦିଗରେ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌)ଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉନାହିଁ। ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ରେଞ୍ଜର ବିଶାଳକାୟ ଜଙ୍ଗଲ କ୍ଷେତ୍ରରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା, ଏଥିରେ ପ୍ରଶିକ୍ଷିତ ବନ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗକୁ ମୁତୟନ କରାଗଲେ ସୁଫଳ ମିଳିପାରିବ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ଏସିଏଫ୍‌ ରଶ୍ମିରଞ୍ଜନ ସ୍ବାଇଁ କୁହନ୍ତି, କେତେକ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ବୃହତ୍‌ ସଂରକ୍ଷିତ ଜଙ୍ଗଲକୁ ଯେଭଳି ନିଆଁ ନ ବ୍ୟାପେ, ସେଥିଲାଗି ତ୍ୱରିତ ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଜଙ୍ଗଲର ନିଆଁକୁ ଆୟତ୍ତ କରିବାକୁ ଯୋଜନା କରାଯାଉଛି। ସମ୍ପୃକ୍ତ ଗ୍ରାମବାସୀ ଏ କ୍ଷେତ୍ରରେ ସହାୟତା କରିବାକୁ ଏସିଏଫ୍‌ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛକୁ ପିଟିଲା ଟ୍ରକ୍‌, ଜଣେ ଡ୍ରାଇଭର ଗୁରୁତର

କୋରେଇ,୨ା୯(ସ୍ବ.ପ୍ର.): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ମହିନ୍ଦ୍ରା ଶୋରୁମ ସମ୍ମୁଖରେ ରବିବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସାଇକେଲ ଆରୋହୀଙ୍କୁ...

ପୁଇଁତୋଳାରେ ଲକ୍ଷ୍ମୀପୂଜା: ବୁଧବାର ମା’ଙ୍କ ଭସାଣି

ଗଞ୍ଜାମ,୧୧।୧୦(ଡି.ଏନ୍‌.ଏ.): ଚଳିତବର୍ଷ ପ୍ରଥମ ଥର ପାଇଁ ପୁଇଁତୋଳା ସାନସାହିରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମା’ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ପାଳିତ ହେଉଛି। ଏଥିପାଇଁ ରବିବାର କଳସ ଯାତ୍ରା ହୋଇଥିଲା...

ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ

ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା...

୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ

ପୁରୀ ଅଫିସ, ୩।୧୦:  ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍‌ ଅତ୍ୟନ୍ତ ଦୁଲର୍‌ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ...

ପ୍ରଶାସନର ଅବ୍ୟବସ୍ଥା, ଶ୍ରଦ୍ଧାଳୁ ହଇରାଣ

ପୁରୀ ଅଫିସ, ୪।୬: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବା ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବାରେ ଲାଗିଛି। ଶନିବାର ଅପରାହ୍ନଠାରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ...

ଅଗ୍ନିକାଣ୍ଡକୁ ୪ମାସ ବିତିଲା: ମିଳିପାରୁନି ପରିବାରକୁ ସହାୟତା

ଜେନାପୁର,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ପଣସପଡ଼ିଆ ଗ୍ରାମର ରମେଶ ମଳିକଙ୍କ ଘର ୪ ମାସ ହେବ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡ ଯାଇଥିଲା।...

ସର୍ବାଧିକ ଆକ୍ଟିଭ୍‌ କେସ୍‌ ମାମଲା: ଖୋର୍ଦ୍ଧାକୁ ଟପି ଶୀର୍ଷରେ ପହଞ୍ଚିଲା ଯାଜପୁର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଯାଜପୁରରୁ ଆଉ ୧୪ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା...

ଏଥର ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ

ପୁରୀ ଅଫିସ,୭।୯: ଅକ୍ଟୋବର ୧୦ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ। ଏଥିପାଇଁ ପ୍ରଶାସନ...

Advertisement
Archives

Model This Week