Posted inଜାତୀୟ

ବିଦେଶୀ ମଧ୍ୟ ଅମରନାଥ ଯାତ୍ରାରେ ହୋଇଛନ୍ତି ସାମିଲ: ମନ୍‌ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୭ : ମନ୍‌ କି ବାତ କାର୍ଯ୍ୟକ୍ରମର ୧୦୩ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରନାଥ ଯାତ୍ରା ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଅମରନାଥ ଯାତ୍ରାରେ ଆମେରିକାର ବିଦେଶୀମାନେ ମଧ୍ୟ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଗତ କିଛି ଦିନ ହେଲା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି। ଯମୁନା ପରି ଅନେକ ନଦୀରେ ବନ୍ୟା ଯୋଗୁ ଲୋକଙ୍କୁ ଅନେକ ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ମଧ୍ୟ ଘଟିଛି। ଆମେ ଏସବୁ ସମସ୍ୟା ସହିତ ମୁକାବିଲା କରୁଛୁ। ସମସ୍ତଙ୍କ କଲ୍ୟାଣ ହେଉଛି ଭାରତର ଭାବନା ଏବଂ ଶକ୍ତି।

ଭାରତର ତୀର୍ଥଯାତ୍ରାର ଗୁରୁତ୍ୱ ବଢ଼ିଛି। ଏଥିରେ ସାମିଲ ହେବା ପାଇଁ ସାରା ବିଶ୍ୱରୁ ଲୋକମାନେ ଆସୁଛନ୍ତି। ଆମର ପର୍ବ, ଆମର ପରମ୍ପରା ଆମକୁ ଗତିଶୀଳ କରିଥାଏ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ବୃକ୍ଷରୋପଣର ରେକର୍ଡ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଉତ୍ତରପ୍ରଦେଶ ସରକାରଙ୍କ ଅଭିଯାନରେ ଦିନକୁ ୩୦ କୋଟି ଚାରା ରୋପଣ କରି ଏକ ରେକର୍ଡ ସୃଷ୍ଟି କରାଯାଇଛି। ଜନସାଧାରଣଙ୍କ ଅଂଶଗ୍ରହଣ ବିନା ଏଭଳି କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ।

ମଣିପୁରରେ ଜାତିଆଣ ହିଂସା ନେଇ ଦେଶର ଚିନ୍ତା ବଢ଼ିଛି। ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ୪ ହଜାର ମହିଳା ବିନା ପୁରୁଷ ସହଯୋଗୀଙ୍କ ସହାୟତାରେ ହଜ୍‌ ଯାତ୍ରା କରିବାକୁ ଯାଇଛନ୍ତି। ଦେଶରେ ଜଳର ଅଭାବ ନେଇ ପ୍ରଧାନମନ୍ତ୍ରୀ ଜର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ସରକାର ୫୦ ହଜାର ଅମୃତ ସରୋବର ଯୋଜନା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri