ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ

ଡ. ଅରୁନ୍ଧତୀ ଦେବୀ

ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ ନାହିଁ । ସମଗ୍ର ବିଶ୍ୱର ପ୍ରେକ୍ଷାପଟକୁ ତଥା ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାକୁ ଅନୁଶୀଳନ କରି ଗଣତାନ୍ତ୍ରିକ ବ୍ୟବସ୍ଥା ଯେ ସର୍ବୋତ୍କୃଷ୍ଟ ପନ୍ଥା, ଏକଥା ମଧ୍ୟ ଜୋର ଦେଇ କହିବାର ଆବଶ୍ୟକତା ନାହିଁ । ଚଳିତ ବର୍ଷ ଭାରତ ସ୍ବାଧୀନତା ଦିବସର ୭୭ବର୍ଷର ପୂର୍ତ୍ତି ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ଭୂଇଁ ବିଦେଶୀ ବିଦେଶିନୀମାନଙ୍କୁ ସର୍ବଦା ଆକର୍ଷିତ କରିଆସିଛି । ସେଭଳି ଚିରନ୍ତନ ଆକର୍ଷଣ ଏଡ଼ାଇ ନ ପାରି ଅନେକେ ରହିଯାଇଛନ୍ତି ଭାରତରେ । ମିଶିଯାଇଛନ୍ତି ଭାରତୀୟ ସମାଜ-ସଂସ୍କୃତି ଭିତରେ । ଭାରତୀୟ ସ୍ବାଧୀନତା ସଂଗ୍ରାମ ବେଳେ ଏକାଧିକ ବିଦେଶୀ ମହିଳା ‘ଭାରତ’ ନାମକ ମାୟାରେ ପଡ଼ି ସେଥିରେ ସାମିଲ ହୋଇଥିବାର ଜ୍ୱଳନ୍ତ ଦୃଷ୍ଟାନ୍ତମାନ ରହିଛି । ଆସ, ସେଭଳି କେତେଜଣ ବିପ୍ଳବିନୀଙ୍କୁ ଜାଣିବା ।
ଭଉଣୀ ନିବେଦିତା : ତାଙ୍କର ମୂଳ ନାମ ମାର୍ଗାରେଟ୍‌ ଏଲିଜାବେଥ୍‌ ନୋବେଲ ଏବଂ ଜାତୀୟତା ଆଇରିସ୍‌ । ଆୟାର୍ଲାଣ୍ଡର ଏକ ସମ୍ଭାନ୍ତ ପରିବାରରେ ଜନ୍ମିତ ନିବେଦିତା ସ୍ବାମୀ ବିବେକାନନ୍ଦଙ୍କ ପଟ୍ଟଶିଷ୍ୟା ଭାବେ ସର୍ବତ୍ର ଜଣାଶୁଣା ।
ସ୍ବାମିଜୀ ହିଁ ତାଙ୍କୁ ଦେଇଥିଲେ ‘ନିବେଦିତା’ ନାମ ।
ରାମକୃଷ୍ଣ ମିଶନ ମଧ୍ୟରେ ରହି ସେ ଭାରତରେ ବ୍ରିଟିଶ୍‌ ବିରୋଧୀ କାର୍ଯ୍ୟକଳାପରେ ସାମିଲ କରିଥିଲେ ନିଜକୁ । ଫିରିଙ୍ଗି ପୋଲିସ କବଳରୁ ବର୍ତ୍ତିବା ପାଇଁ ଦେଶ ତ୍ୟାଗ କରିବା ନିମନ୍ତେ ସେ ଶ୍ରୀଅରବିନ୍ଦଙ୍କୁ ପ୍ରଭାବିତ କରିଥିଲେ ।
ପୁଣି ତାଙ୍କ ଦ୍ୱାରା ପ୍ରକାଶିତ ‘କର୍ମଯୋଗିନୀ’ ପତ୍ରିକାର ସମ୍ପାଦନା ଦାୟିତ୍ୱ ନେଇଥିଲେ ।
ଆଗ୍ନେସ୍‌ ସ୍ମେଡ୍‌ଲେ : କୁହାଯାଏ ଆଗ୍ନେସ୍‌ ହେଉଛନ୍ତି ପ୍ରଥମ ବିଦେଶିନୀ ଯିଏ ଭାରତୀୟ ସ୍ବାଧୀନତା ସଂଗ୍ରାମ ସହ ପରୋକ୍ଷ ଭାବେ ଜଡ଼ିତ ହୋଇ କାରାଦଣ୍ଡ ଭୋଗିଥିଲେ ଆମେରିକାରେ ।
ଏହି ନାମଟି ସହ ଭାରତୀୟମାନେ ବିଶେଷ ଭାବେ ପରିଚିତ ନ ଥିଲେ ହେଁ ଏକଦା ସେ ଭାରତୀୟ ବିପ୍ଳବୀ ଲାଲା ଲଜପତ୍‌ ରାଏ, ଶୈଳେନ୍ଦ୍ରନାଥ ଘୋଷ, ଭାଇ ଭଗବାନ ସିଂ, ତାରକନାଥ ଦାସ, ବୀରେନ୍ଦ୍ର ନାଥ ଚଟ୍ଟୋପାଧ୍ୟାୟ ପ୍ରମୁଖଙ୍କ ସହ ସମ୍ପର୍କିତ ଥିଲେ, ସେମାନଙ୍କ ସହ ଆଲୋଚନାରେ ଭାଗନେବାଠାରୁ ଆରମ୍ଭକରି ନିଜର ଜନ୍ମଭୂମି ଆମେରିକାରେ ବ୍ରିଟିଶ୍‌ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ । ବୀରେନ୍ଦ୍ରନାଥଙ୍କ ସହ ଜର୍ମାନୀ, ରୁଷିଆ ଆଦି ଘୂରି ବୁଲି ସେ ଭାରତର ସ୍ବାଧୀନତା ସପକ୍ଷରେ ସେଠାକାର ଶାସକମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ ।
ଆନି ବେସାନ୍ତ : ଭାରତୀୟ ସ୍ବାଧୀନତା ସଂଗ୍ରାମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ଆଉ ଜଣେ ବିଦେଶିନୀ ହେଲେ ଆନି ଉଡ୍‌ ଓରଫ ଆନି ବେସାନ୍ତ । ଲଣ୍ଡନ ଜନ୍ମିତ ଆନି ୪୭ ବର୍ଷ ବୟସରେ ଭାରତରେ ପଦାର୍ପଣ କରିଥିଲେ । ପ୍ରାରମ୍ଭିକ ସ୍ତରରେ ଭାରତରେ ସାମାଜିକ ସଂସ୍କାର ଏବଂ ଶିକ୍ଷାର ପ୍ରସାର ଆଦି କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ । ପରେ ଭାରତୀୟଙ୍କ ପାଇଁ ସ୍ବାଧୀନତା ଦାବିକରି ଏକ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିଲେ । ତାହା ଥିଲା ‘ହୋମ୍‌-ରୁଲ୍‌ ମୁଭମେଣ୍ଟ । ‘ନ୍ୟୁ ଇଣ୍ଡିଆ’ ପତ୍ରିକାରେ ସେ ନିୟମିତ ଭାବେ ବ୍ରିଟିଶ୍‌ ସରକାର ବିରୋଧରେ ଲେଖୁଥିଲେ । ତାଙ୍କୁ ଗିରଫକରି କିଛି ଦିନ କାରାଗାରରେ ଅଟକ ମଧ୍ୟ ରଖାଯାଇଥିଲା । ୧୯୧୭ କଲିକତା ଜାତୀୟ କଂଗ୍ରେସରେ ତାଙ୍କୁ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଥିଲା ।
ମୀରାବେନ୍‌ : ମୀରାବେନ୍‌ଙ୍କ ମୂଳ ନାଁ ମ୍ୟାଡେଲିନ୍‌ ସ୍ଲାଡ୍‌ । ମ୍ୟାଡେଲିନ୍‌ ଜନ୍ମ ହୋଇଥିଲେ ଲଣ୍ଡନରେ ଜଣେ ବ୍ରିଟିଶ୍‌ ନୌ-ସେନାଧ୍ୟକ୍ଷ ସାର୍‌ ଏଡ୍‌ମଣ୍ଡ ସ୍ଲାଡ୍‌ଙ୍କ କନ୍ୟା ଭାବେ । ଉଚ୍ଚ ପଦସ୍ଥ ଇଂଲିଶ୍‌ କର୍ମଚାରୀଙ୍କର ଏହି ଗେହ୍ଲୀ ଝିଅ ଶୈଶବରେ ମହାତ୍ମାଙ୍କ ଏକ ଲେଖା ପଢ଼ି ତାଙ୍କ ଆଦର୍ଶରେ ପରିଚାଳିତ ହୋଇଥିଲେ । ପରେ ସେ ଭାରତକୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରି ମହାତ୍ମାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।
ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇ ମ୍ୟାଡେଲିନ୍‌ ଏକାଧିକ ଥର ଜେଲ ଯାଇଥିଲେ । ମହାତ୍ମା ତାଙ୍କୁ ‘ମୀରା’ ନାମ ଦେଇଥିଲେ । ସାବରମତୀ ଆଶ୍ରମରେ ତାଙ୍କର ସମୟ କଟୁଥିଲା । ଭାରତ ଆସିବା ପରେ ଶାଢ଼ିକୁ ସେ ନିଜର ପରିଧେୟ ଭାବେ ଗ୍ରହଣ କରିଥିଲେ । ମହାତ୍ମାଙ୍କ ମୃତ୍ୟୁ ପରେ ସେ କିଛି ବର୍ଷ ଋଷିକେଶରେ ରହିବା ପରେ ଅଷ୍ଟ୍ରିଆ ଚାଲିଯାଇଥିଲେ ।
-ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ,
କଟକ ମୋ – ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri