‘ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତି’

ଇସ୍‌ଲାମାବାଦ,୨୮।୩ : ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ସନ୍ଧ୍ୟାରେ ବିଶାଳ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଇସ୍‌ଲାମାବାଦ ପରେଡ୍‌ ଗ୍ରାଉଣ୍ଡରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ରାଲିରେ ଲକ୍ଷାଧିକ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ଇମ୍ରାନ କହିଛନ୍ତି, ତାଙ୍କ ସରକାରକୁ ହଟାଇବା ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି। ସେମାନେ ସ୍ଥାନୀୟ ନେତା ଓ ଅର୍ଥବଳ ବ୍ୟବହାର କରି ଦେଶର ବୈଦେଶିକ ନୀତିକୁ ବଦଳାଇ ଦେଉଛନ୍ତି। ଏହାର ପ୍ରମାଣ ତାଙ୍କ ପାଖରେ ରହିଥିବା ଇମ୍ରାନ୍‌ ଦାବି କରିଛନ୍ତି। ବିଦେଶୀ ମୁଦ୍ରା ବଳରେ ସରକାର ବଦଳାଇବାକୁ ଉଦ୍ୟମ ହେଉଛି। ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବା ସହ ଲିଖିତ ଧମକ ଦିଆଯାଉଛି। ତେବେ ଜାତୀୟ ସ୍ବାର୍ଥରେ ସାଲିସ କରାଯିବ ନାହିଁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ଏବଂ ଜେନେରାଲ ପରଭେଜ ମୁଶାରଫଙ୍କୁ ସମାଲୋଚନା କରି ଇମ୍ରାନ କହିଥିଲେ, ଗତ ୩୦ ବର୍ଷରେ ୩ଟି ମୂଷା ଦେଶକୁ ଲୁଟିଛନ୍ତି। ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ସେମାନେ ବିପୁଳ ଅର୍ଥ ଜମା କରିଥିବାବେଳେ ଲଣ୍ଡନରେ ସମ୍ପତ୍ତି ରହିଛି। ଦରକାର ପଡ଼ିଲେ ସରକାର ଏବଂ ଜୀବନକୁ ଉତ୍ସର୍ଗ କରିଦେବି, ହେଲେ ଅପରାଧୀମାନଙ୍କୁ ଛାଡ଼ିବି ନାହିଁ ବୋଲି ଇମ୍ରାନ କହିଛନ୍ତି। ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବା ପୂର୍ବରୁ ଇମ୍ରାନ୍‌ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ରାଲିରେ ସେ କିଛି କହି ନାହାନ୍ତି।
ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବ୍‌ାଜ (ପିମ୍‌ଏଲ୍‌-ଏନ୍‌) ନେତା ନଓ୍ବାଜ ଶରିଫ୍‌ଙ୍କ ସମର୍ଥକମାନେ ଶନିବାର ଲାହୋରରୁ ରାଜଧାନୀ ଇସ୍‌ଲାମାବାଦ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ସେହିପରି ଜମାଏତ୍‌ ଉଲେମା-ଇ-ଇସ୍‌ଲାମ (ଏଫ୍‌) ପାର୍ଟିର ହଜାର ହଜାର କର୍ମୀ ଇସ୍‌ଲାମାବାଦରେ ସରକାର ବିରୋଧୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଇମ୍ରାନ୍‌ ସରକାର ଦୁର୍ନୀତିରେ ଲିପ୍ତ ଥିତ୍ବା ବିରୋଧୀ ମେଣ୍ଟ ଅଭିଯୋଗ କରିବା ସହ ଦେଶରେ ଆର୍ଥିକ ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଦେଶର ସୁରକ୍ଷା ପାଇଁ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବାକୁ ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶାହବାଜ ଶରିଫ୍‌ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ମିଳିତ ଶୋଭାଯାତ୍ରାରେ ସାମିଲ ହୋଇ ପିଟିଆଇ ସରକାରକୁ ବିରୋଧ କରିବା ପାଇଁ ଶାହବାଜ ରାଲିକୁ ଭିଡିଓ ବାର୍ତ୍ତା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭ୍‌ମେଣ୍ଟ (ପିଡିଏମ୍‌) ନ୍ୟାଶନାଲ ଆସେମ୍ବ୍ଲି ସଚିବାଳୟରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ପାକିସ୍ତାନ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଦେଶର ଆର୍ଥିକ ସଙ୍କଟ ଏବଂ ଆକାଶଛୁଆଁ ଦର ବୃଦ୍ଧି ପାଇଁ ବିରୋଧୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଦାୟୀ କରିଛନ୍ତି। ଶୁକ୍ରବାର ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଡକାଯାଇଥିବାବେଳେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରା ନ ଯାଇ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଏପଟେ ଇମ୍ରାନ୍‌ ରାଲିକୁ ସମ୍ବୋଧନ କରୁଥିବାବେଳେ ସହଯୋଗୀ ବେଲୁଚିସ୍ତାନ ନେତା ଶାହଜାଏନ୍‌ ବୁଗ୍‌ତି ତାଙ୍କଠାରୁ ଦୂରେଇ ଯାଇଛନ୍ତି। ବେଲୁଚିସ୍ତାନରେ ବୁଝାମଣା ଓ ସଦ୍‌ଭାବନା ପାଇଁ ବୁଗ୍‌ତି ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?