‘ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତି’

ଇସ୍‌ଲାମାବାଦ,୨୮।୩ : ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ସନ୍ଧ୍ୟାରେ ବିଶାଳ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଇସ୍‌ଲାମାବାଦ ପରେଡ୍‌ ଗ୍ରାଉଣ୍ଡରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ରାଲିରେ ଲକ୍ଷାଧିକ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ଇମ୍ରାନ କହିଛନ୍ତି, ତାଙ୍କ ସରକାରକୁ ହଟାଇବା ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି। ସେମାନେ ସ୍ଥାନୀୟ ନେତା ଓ ଅର୍ଥବଳ ବ୍ୟବହାର କରି ଦେଶର ବୈଦେଶିକ ନୀତିକୁ ବଦଳାଇ ଦେଉଛନ୍ତି। ଏହାର ପ୍ରମାଣ ତାଙ୍କ ପାଖରେ ରହିଥିବା ଇମ୍ରାନ୍‌ ଦାବି କରିଛନ୍ତି। ବିଦେଶୀ ମୁଦ୍ରା ବଳରେ ସରକାର ବଦଳାଇବାକୁ ଉଦ୍ୟମ ହେଉଛି। ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବା ସହ ଲିଖିତ ଧମକ ଦିଆଯାଉଛି। ତେବେ ଜାତୀୟ ସ୍ବାର୍ଥରେ ସାଲିସ କରାଯିବ ନାହିଁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ଏବଂ ଜେନେରାଲ ପରଭେଜ ମୁଶାରଫଙ୍କୁ ସମାଲୋଚନା କରି ଇମ୍ରାନ କହିଥିଲେ, ଗତ ୩୦ ବର୍ଷରେ ୩ଟି ମୂଷା ଦେଶକୁ ଲୁଟିଛନ୍ତି। ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ସେମାନେ ବିପୁଳ ଅର୍ଥ ଜମା କରିଥିବାବେଳେ ଲଣ୍ଡନରେ ସମ୍ପତ୍ତି ରହିଛି। ଦରକାର ପଡ଼ିଲେ ସରକାର ଏବଂ ଜୀବନକୁ ଉତ୍ସର୍ଗ କରିଦେବି, ହେଲେ ଅପରାଧୀମାନଙ୍କୁ ଛାଡ଼ିବି ନାହିଁ ବୋଲି ଇମ୍ରାନ କହିଛନ୍ତି। ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବା ପୂର୍ବରୁ ଇମ୍ରାନ୍‌ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ରାଲିରେ ସେ କିଛି କହି ନାହାନ୍ତି।
ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବ୍‌ାଜ (ପିମ୍‌ଏଲ୍‌-ଏନ୍‌) ନେତା ନଓ୍ବାଜ ଶରିଫ୍‌ଙ୍କ ସମର୍ଥକମାନେ ଶନିବାର ଲାହୋରରୁ ରାଜଧାନୀ ଇସ୍‌ଲାମାବାଦ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ସେହିପରି ଜମାଏତ୍‌ ଉଲେମା-ଇ-ଇସ୍‌ଲାମ (ଏଫ୍‌) ପାର୍ଟିର ହଜାର ହଜାର କର୍ମୀ ଇସ୍‌ଲାମାବାଦରେ ସରକାର ବିରୋଧୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଇମ୍ରାନ୍‌ ସରକାର ଦୁର୍ନୀତିରେ ଲିପ୍ତ ଥିତ୍ବା ବିରୋଧୀ ମେଣ୍ଟ ଅଭିଯୋଗ କରିବା ସହ ଦେଶରେ ଆର୍ଥିକ ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଦେଶର ସୁରକ୍ଷା ପାଇଁ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବାକୁ ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶାହବାଜ ଶରିଫ୍‌ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ମିଳିତ ଶୋଭାଯାତ୍ରାରେ ସାମିଲ ହୋଇ ପିଟିଆଇ ସରକାରକୁ ବିରୋଧ କରିବା ପାଇଁ ଶାହବାଜ ରାଲିକୁ ଭିଡିଓ ବାର୍ତ୍ତା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭ୍‌ମେଣ୍ଟ (ପିଡିଏମ୍‌) ନ୍ୟାଶନାଲ ଆସେମ୍ବ୍ଲି ସଚିବାଳୟରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ପାକିସ୍ତାନ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଦେଶର ଆର୍ଥିକ ସଙ୍କଟ ଏବଂ ଆକାଶଛୁଆଁ ଦର ବୃଦ୍ଧି ପାଇଁ ବିରୋଧୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଦାୟୀ କରିଛନ୍ତି। ଶୁକ୍ରବାର ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଡକାଯାଇଥିବାବେଳେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରା ନ ଯାଇ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଏପଟେ ଇମ୍ରାନ୍‌ ରାଲିକୁ ସମ୍ବୋଧନ କରୁଥିବାବେଳେ ସହଯୋଗୀ ବେଲୁଚିସ୍ତାନ ନେତା ଶାହଜାଏନ୍‌ ବୁଗ୍‌ତି ତାଙ୍କଠାରୁ ଦୂରେଇ ଯାଇଛନ୍ତି। ବେଲୁଚିସ୍ତାନରେ ବୁଝାମଣା ଓ ସଦ୍‌ଭାବନା ପାଇଁ ବୁଗ୍‌ତି ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

ଚିକେନ୍‌ ଖାଉଛନ୍ତି କି? ଜାଣିନିଅନ୍ତୁ…ଏହି ବିପଜ୍ଜନକ ବ୍ୟାକ୍ଟେରିଆକୁ ନେଇ ସାବଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୯।୭: ଚିକେନ୍‌ ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଏହାକୁ ପ୍ରଚୁର ପରିମାଣରେ ଖାଇଥାନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

କେତେ ସମ୍ପତ୍ତିର ମାଲିକାଣୀ ସାୟୋନୀ ଘୋଷ? କେବେ ମମତାଙ୍କ ଅତି ଘନିଷ୍ଠ, ଆଜି NDA ମିଟିଂରେ ଯୋଗଦେବା ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୭: କେବେ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିବା ସାୟୋନୀ ଘୋଷଙ୍କ ସ୍ୱର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଟିଏମସି (TMC) ର ଜଣେ ତେଜସ୍ୱୀ ନେତ୍ରୀ…

ଜୁନରେ ଘାରିଥିଲା ମରୁଡ଼ି ଆଶଙ୍କା, ଜୁଲାଇରେ ଲଗାଣ ବର୍ଷା; ଉଜୁଡ଼ିବାକୁ ବସିଲା ଧାନ ଚାଷ

ଅମରପାଲି, ୨୯।୭ (ପୀତାମ୍ବର ସାହୁ): ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର କୃଷି ଅଞ୍ଚଳରେ ପାଗର ଅସ୍ବାଭାବିକ ପରିବର୍ତ୍ତନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଜୁନ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri