Posted inଖେଳ

ଆଇପିଏଲ୍‌ ସସ୍‌ପେଣ୍ଡ ପରେ ସ୍ବଦେଶ ଫେରିଗଲେ ଖେଳାଳି

ନୂଆଦିଲ୍ଲୀ,୧୦ା୫: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ହାଇ-ପ୍ରୋଫାଇଲ ଟି୨୦ ଲିଗ୍‌ ଆଇପିଏଲ୍‌କୁ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ କରାଯିବା ପରେ ବିଭିନ୍ନ ଫ୍ରାଞ୍ଚାଇଜରୁ ପ୍ରତିନିଧିତ୍ୱ କରୁଥିବା ବିଦେଶୀ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବଦେଶ ଫେରିଛନ୍ତି। ପଡ଼ୋଶୀ ଜମ୍ମୁ ଓ ପଠାନ୍‌କୋଟ ସହରରେ ବିମାନ ଆକ୍ରମଣର ଚେତାବନୀ ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଧର୍ମଶାଳାରେ ଗତ ଗୁରୁବାର ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ଅଧାରୁ ବାତିଲ କରିଦିଆଯାଇଥିଲା। ଶୁକ୍ରବାର ଆଇପିଏଲ୍‌କୁ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ କରାଯାଇଥିଲା।

ଟୁର୍ନାମେଣ୍ଟ ସସ୍‌ପେଣ୍ଡ ପରେ ଖେଳାଳିମାନେ ଘରବାହୁଡ଼ା ଆରମ୍ଭ କରିଦେଇଥିଲେ। ବିଦେଶୀ ଖେଳାଳିମାନେ ମଧ୍ୟ ସେମାନଙ୍କ ଦେଶକୁ ଫେରିଯାଉଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) କହିଛି, ଏହାର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ସୁରକ୍ଷିତ ଭାବେ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଘରମୁହାଁ ହୋଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୟୋତିଙ୍କୁ ନେଇ ମୁହଁ ଖୋଲିଲେ ବାପା: କହିଦେଲେ ବଡ଼ କଥା, ମୋ ଝିଅର…

ନୂଆଦିଲ୍ଲୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଗୁରୁବାର ଜ୍ୟୋତିଙ୍କୁ ହିସାର ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ...

୬୦ ବର୍ଷ ବୟସରେ ହଠାତ୍‌ ଦେଖାହେଲେ ପ୍ରଥମ ପ୍ରେମିକା, ସ୍ତ୍ରୀ ପିଲାଙ୍କୁ ଛାଡ଼ି ଚାଲିଆସିଲେ ଓକିଲ, ମାତ୍ର ୨୪ ଘଣ୍ଟା ପରେ…

କୁହାଯାଏ ଯେ, ପ୍ରଥମ ପ୍ରେମ କେବେ ଭୁଲିହୁଏ ନାହିଁ। ଯେତେ ସମୟ ବିତିଗଲେ ମଧ୍ୟ ପ୍ରଥମ ପ୍ରେମ ସବୁବେଳେ ମନେ ରହେ। ବିହାରର ପୂର୍ଣ୍ଣିଆରେ ସମାନ...

ରାହୁଲ କି ଗିଲ୍ ନୁହେଁ, ଏହି ଅଣଦେଖା ଷ୍ଟାର ପୂରଣ କରିବେ କୋହଲିଙ୍କ ଶୂନ୍ୟସ୍ଥାନ

ନୂଆଦିଲ୍ଲୀ, ୨୨।୫: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳର ‘ଏ’ ଟିମ୍ ଘୋଷଣା କରାଯାଇଛି। ଏହି ଦଳରେ ଦୀର୍ଘ ଦିନ ପରେ କରୁଣ ନାୟାରଙ୍କୁ...

ଭୁବନେଶ୍ୱରରେ କରୋନା: ସାବଧାନ, ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇପାରେ ସଂକ୍ରମଣ!

ଭୁବନେଶ୍ୱର, ୨୨।୫: ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି...

ଫୋନରେ କଥା ହେଉଥିବାବେଳେ ଏସବୁ ଶବ୍ଦ ବ୍ୟବହାର କରୁଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

ନୂଆଦିଲ୍ଲୀ,୨୨।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ମାସ ପୂରିଛି। ଏହି ଆତଙ୍କବାଦୀ ଆକ୍ରମଣ ପରେ, ଦେଶର ସୁରକ୍ଷା ନେଇ ଏଜେନ୍ସିଗୁଡ଼ିକ...

ଚିଲିକାରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ଆଲପୁର ନିକଟ ଚିଲିକା ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ବୁଧବାର...

ଚାଇନାର ଭୟଙ୍କର ଷଡଯନ୍ତ୍ର, ଭାରତ ସୀମାରେ କରୁଛି…

ନୂଆଦିଲ୍ଲୀ, ୨୨।୫: ଚାଇନା ଭାରତର ଉତ୍ତର-ପୂର୍ବ ସୀମା, ବିଶେଷତଃ ଅରୁଣାଚଳ ପ୍ରଦେଶ, ମଣିପୁର ଓ ନାଗାଲାଣ୍ଡ ଅଞ୍ଚଳରେ ଏକ ଅଣପାରମ୍ପାରିକ ଯୁଦ୍ଧ ଚଳାଇଛି ବୋଲି ସାମ୍ପ୍ରତିକ...

ଆଖି ଦେଖାଇଲେ ତାଡ଼ି ଦେବୁ….ପାକିସ୍ତାନକୁ ଓ୍ବାର୍ନିଂ ଦେଲେ ଅନୁରାଗ

ନୂଆଦିଲ୍ଲୀ,୨୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ମାସ ପରେ ରାଜସ୍ଥାନର ବିକାନେର ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri