ବିଦେଶୀ ଆକ୍ରମଣ ଓ ସଂସ୍କୃତିରେ ପରିବର୍ତ୍ତନ

ଆସନ୍ତୁ ପ୍ରଥମେ ଦେଶାନ୍ତର ଗମନ ଏବଂ ଆକ୍ରମଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଜାଣିବା। ଆକ୍ରମଣକାରୀ ସାଧାରଣତଃ ଏକ ସ୍ଥାନ ଉପରେ ଆକ୍ରମଣ କରି ଧନ ନିଜ ହାତକୁ ନେଇଯାଏ ଏବଂ ଲୋକମାନଙ୍କୁ କ୍ରୀତଦାସ ବୋଲି ବିଚାର କରେ। କୌଣସି ଏକ ଆକ୍ରମଣ ଦେଶର ସଂସ୍କୃତିକୁ ବଦଳାଇବା ସହ ଅର୍ଥନୈତିକ ତଥା ରାଜନୈତିକ ବ୍ୟବସ୍ଥାକୁ ଆୟତ୍ତ କରିପାରେ। ଅନ୍ୟପକ୍ଷରେ ଏକ ଦେଶାନ୍ତର ଗମନରେ ଲୋକେ ନୂତନ ସ୍ଥାନକୁ ଯାଇ ସେଠାକାର ପରିବେଶରେ ଧୀରେ ଧୀରେ ମିଳିମିଶି ଚଳନ୍ତି। ଦେଶାନ୍ତର ଗମନର କୌଣସି ତତ୍‌କ୍ଷଣାତ ପ୍ରଭାବ ନାହିଁ। କିନ୍ତୁ ସମୟକ୍ରମେ ପ୍ରବାସୀ ଓ ମୂଳବାସୀଙ୍କ ସଂସ୍କୃତି ମଧ୍ୟରେ ବିଭେଦ ଦେଖାଦିଏ ଓ କ୍ରମଶଃ ଉତ୍ତେଜନା ପ୍ରକାଶ ପାଏ। ଉଦାହରଣସ୍ବରୂପ, ମୁସଲମାନ ଦେଶରୁ ଆସିଥିବା ପ୍ରବାସୀମାନଙ୍କ ଦ୍ୱାରା ଏବେ ବ୍ରିଟେନରେ ଚାଲିଥିବା ହିଂସା ସମେତ ଅନେକ ୟୁରୋପୀୟ ଦେଶରେ ଏଭଳି ଅଶାନ୍ତି ଦେଖାଦେଇଛି।
ଲୁଣ୍ଠନ, ଉପନିବେଶବାଦ ଏବଂ ସାମ୍ରାଜ୍ୟବାଦ ପ୍ରତିଷ୍ଠା ହେଉଛି ଆକ୍ରମଣର ଭିନ୍ନ ଭିନ୍ନ ସ୍ବରୂପ। ଲୁଣ୍ଠନକାରୀ ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହାନ୍ତି ନାହିଁ। ସେମାନେ ଆସନ୍ତି ଓ ଧନ ନେଇ ଚାଲିଯାଆନ୍ତି। ଏକ ହଜାର ବର୍ଷ ପୂର୍ବେ ଗଜନୀର ମହମ୍ମଦ ଭାରତକୁ ଲୁଣ୍ଠନ କରିଥିଲେ। ଦ୍ୱିତୀୟରେ, ଉପନିବେଶବାଦୀମାନେ ରାଜନୈତିକ ଓ ଆର୍ଥିକ ବ୍ୟବସ୍ଥା ହାତକୁ ନେଇ ସେହି ଦେଶରେ ରହି ଶାସନ କରିଥାନ୍ତି। ଆକ୍ରମଣକାରୀ ତଥା ତୁର୍କୀର ସମ୍ରାଟ ମୁଇଜାଦ-ଦିନ୍‌ ମହମ୍ମଦ ଘୋରୀଙ୍କ ମୃତ୍ୟୁ ପରେ ତାଙ୍କ ସେନାଧ୍ୟକ୍ଷ ମାମୁଲୁକ କୁତୁବୁଦ୍ଦିନ ଆଇବେକଙ୍କ ଦ୍ୱାରା ଦିଲ୍ଲୀ ସୁଲତାନ ପ୍ରତିଷ୍ଠା କ୍ଷେତ୍ରରେ ଏଭଳି ଘଟିଥିଲା। ରାଜପୁତଙ୍କ ସହିତ ମୋଗଲମାନଙ୍କର ବୈବାହିକ ସମ୍ପର୍କ ବଢିବା ହେତୁ ସେମାନେ ନିଜକୁ ସ୍ଥାନୀୟ ଲୋକ ବୋଲି ମନେକରୁଥିଲେ। ହେଲେ ଭାରତର ଅନେକ ମୂଳବାସିନ୍ଦା ଏହାକୁ ଗ୍ରହଣ କରୁ ନ ଥିଲେ। ତୃତୀୟରେ, ସାମ୍ରାଜ୍ୟବାଦୀମାନେ ଦୂରଦେଶରେ ଶାସନ କରି ସେଠାରୁ ଧନ ନିଜ ଦେଶକୁ ଆଣନ୍ତି। ଇଟାଲୀ ଏବଂ ବ୍ରିଟେନ ସାମ୍ରାଜ୍ୟବାଦର ଉଦାହରଣ।
୬୦,୦୦୦ ବର୍ଷ ପୂର୍ବେ ଆଫ୍ରିକାରୁ ମଣିଷ ପ୍ରଥମେ ଭାରତ ଆସିଥିଲେ। ୧୦,୦୦୦ ବର୍ଷ ପୂର୍ବେ ଆଉ ଏକ ପ୍ରମୁଖ ଦେଶାନ୍ତରଗମନ କ୍ରମେ ଇରାନୀୟ କୃଷକଙ୍କ ପୂର୍ବପୁରୁଷମାନେ ଭାରତ ଆସି ବାର୍ଲି ଏବଂ ଗହମ ଚାଷ ଆରମ୍ଭ କରିଥିଲେ। ୪,୦୦୦ ବର୍ଷ ପୂର୍ବେ ଦକ୍ଷିଣ ପୂର୍ବ ଏସିଆରୁ ‘ମୁଣ୍ଡା’ ଲୋକମାନେ ଭାରତକୁ ଆସିଥିଲେ। ସେମାନେ ରୁଆ ଧାନଚାଷ ଆରମ୍ଭ କରିଥିଲେ। ତା’ପରେ ପ୍ରାୟ ୩,୫୦୦ ବର୍ଷ ପୂର୍ବେ ମଧ୍ୟ ଏସିଆ ଦେଇ ୟୁରୋପ ଓ ଏସିଆରୁ ଆର୍ଯ୍ୟମାନେ ଆସିଥିଲେ ଓ ସାଥିରେ ଘୋଡା ଆଣିଥିଲେ। ଆନୁବଂଶିକ ଓ ଭାଷାଭିତ୍ତିକ ଅଧ୍ୟୟନରୁ ଆମେ ଏହିସବୁ ଦେଶାନ୍ତରଗମନ ବିଷୟରେ ଜାଣିବାକୁ ପାଉ। ଖ୍ରୀଷ୍ଟପୂର୍ବ ଷଷ୍ଠରୁ ୪ର୍ଥ ଶତାବ୍ଦୀ ମଧ୍ୟରେ ପାରସ୍ୟ ସମ୍ରାଟ ସାଇରସ୍‌ ଦି ଗ୍ରେଟ୍‌ ଏବଂ ପରେ ଡାରିଅସ-୧ କ୍ରମାଗତ ଉତ୍ତର-ପଶ୍ଚିମ ଭାରତ ଉପରେ ଆକ୍ରମଣ କରି ଦଖଲ କରିଥିଲେ। ପାରସ୍ୟ ପ୍ରଶାସନର ବିଭିନ୍ନ ଅଞ୍ଚଳକୁ ପ୍ରଦେଶରେ ଭାଗ କରିବା ଏବଂ କେନ୍ଦ୍ରୀଭୂତ ଅମଲାତନ୍ତ୍ର ବ୍ୟବସ୍ଥାକୁ ମୌର୍ଯ୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ଗ୍ରହଣ କରିଥିଲେ। ସେହି ସମୟରେ ବ୍ରାହ୍ମୀ ଲିପି ଉଦ୍ଭାବନ ପାଇଁ ଭାରତୀୟମାନେ ପ୍ରେରଣା ପାଇଥିଲେ, ଯାହା ଭାରତରୁ ଦକ୍ଷିଣ ପୂର୍ବ ଏସିଆକୁ ବ୍ୟାପିଥିଲା। ପାର୍ସୀ ସମ୍ରାଟଙ୍କ ଭଳି ନିଜ ଶକ୍ତି ସୂଚିତ କରିବା ସକାଶେ ରାଜାମାନେ ସ୍ତମ୍ଭ ନିର୍ମାଣ କରିଥିଲେ।
ପରେ ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୩୦୦ ମଧ୍ୟରେ ବିଦେଶରୁ ଅନେକ ଜନଜାତି ଭାରତକୁ ଆସିଥିଲେ। ସେମାନେ ହେଲେ ଗ୍ରୀକ୍‌(ଯବନ), ସ୍କିଥିଆନ(ସାକସ୍‌), ପାର୍ଥିଆନ(ପଲ୍ଲଭ) ଏବଂ ୟୁହେ-ଚି(କୁଶାଣ)। ସେମାନେ ମୁଖ୍ୟତଃ ଗଙ୍ଗାନଦୀ ଅବବାହିକାରୁ ହିନ୍ଦୁ କୁଶ ପର୍ବତ ଦେଇ ଇରାନ ପର୍ଯ୍ୟନ୍ତ ବ୍ୟାପିଥିବା ବାଣିଜି୍ୟକ ମାର୍ଗକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ବୌଦ୍ଧ ଧର୍ମ ଓ ଜୈନ ଧର୍ମ ଗ୍ରହଣ କରିଥିଲେ ଏବଂ ବାଣିଜି୍ୟକ କାରବାରରେ ମୁଦ୍ରା ପ୍ରଚଳନ କରିଥିଲେ। ଏହା ବ୍ୟତୀତ ସେମାନଙ୍କ ଦ୍ୱାରା ନିର୍ମିତ ପଥର ମୂର୍ତ୍ତି ଗାନ୍ଧାର ଓ ମଥୁରାରେ ଲୋକପ୍ରିୟ ଥିଲା। ଗୁପ୍ତ ସାମ୍ରାଜ୍ୟ ଶାସନ କାଳରେ ପଞ୍ଚମ ଶତାବ୍ଦୀରେ ହୁଣ (ହୁନ୍‌) ମଧ୍ୟ-ଏସିଆରୁ ଆସିଥିଲେ। ସେମାନେ ବୌଦ୍ଧ ମଠ ଏବଂ ଗୁପ୍ତ ସାମ୍ରାଜ୍ୟ ପତନର କାରଣ ପାଲଟିଥିଲେ। ସେହି ସମୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜି୍ୟକ ଭାଗୀଦାରି ରହିଆସିଥିବା ରୋମ ସାମ୍ରାଜ୍ୟର ପତନ ଘଟିଥିଲା। ଏହା ପରେ ବଣିକଙ୍କ ଗୁରୁତ୍ୱ ହ୍ରାସ ଘଟି କୃଷି ସଂସ୍କୃତିର ଉତ୍‌ଥାନ ହୋଇଥିଲା। ସମୟକ୍ରମେ ବୈାଦ୍ଧ ଧର୍ମ ଓ ବାଣିଜ୍ୟ ଆଧାରିତ ସଂସ୍କୃତି ବ୍ରାହ୍ମଣକୈନ୍ଦ୍ରିକ କୃଷି ଓ ମନ୍ଦିର ସଂସ୍କୃତିକୁ ପରିବର୍ତ୍ତନ ହେବାରେ ଲାଗିଲା। ସଂସ୍କୃତ ଦରବାରି ଭାଷା ହୋଇ ଆଫଗାନିସ୍ତାନରୁ ଭିଏଟ୍‌ନାମ ପର୍ଯ୍ୟନ୍ତ ବ୍ୟାପିଥିଲା।
ସପ୍ତମ ଶତାବ୍ଦୀରେ ଆରବରେ ଇସଲାମର ଉତ୍‌ଥାନ ହୋଇ ନାବିକମାନଙ୍କ ଦ୍ୱାରା ଉପକୂଳ ଭାରତରେ ପହଞ୍ଚିଥିଲା। ସେଥିପାଇଁ ଗୁଜରାଟ, କୋଙ୍କଣ ଏବଂ କେରଳର ପଶ୍ଚିମ ଉପକୂଳରେ ଆମେ ପୁରାତନ ମସ୍‌ଜିଦ ଦେଖିବାକୁ ପାଇଥାଉ। ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ମଧ୍ୟ-ଏସୀୟ ସେନା କମାଣ୍ଡରମାନେ ପ୍ରଥମେ ଇସଲାମ ଧର୍ମ ଗ୍ରହଣକରି ଦିଲ୍ଲୀ ସହରରେ ରହିଲେ ଏବଂ ଅର୍ଥନୈତିକ ବ୍ୟବସ୍ଥା ହାତକୁ ନେଇ ଟୋଲ୍‌, ଟ୍ୟାକ୍ସ, ଭଡା ଆଦି ଆଦାୟ କଲେ। ସେମାନେ ଆଇନ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନେଇଥିଲେ, ଯାହା ବାସ୍ତବରେ ଏକ ଆକ୍ରମଣ ଥିଲା । ଏକ ମଧ୍ୟ ଥିଲା ଏକ ନୂତନ ଚିନ୍ତାଧାରା । ସଂସ୍କୃତ ବଦଳରେ ପାର୍ସୀ ଦରବାରି ଭାଷା ହୋଇଗଲା । ବ୍ରାହ୍ମଣମାନେ ତୁର୍କୀ, ପାର୍ସୀ ଏବଂ ଆଫଗାନଙ୍କ ସପକ୍ଷରେ ରହିବା ଯୋଗୁ ମନ୍ଦିର ପ୍ରତି ସମର୍ଥନ ହ୍ରାସ ପାଇବାରେ ଲାଗିଲା ଏବଂ ଏହା ବଦଳରେ ମସ୍‌ଜିଦ ଏବଂ ରାଜକୀୟ କବର ନିର୍ମାଣ କରାଯାଇଥିଲା। ବ୍ରାହ୍ମଣମାନଙ୍କ ପରିବର୍ତ୍ତେ ସୁଫି ସାଧୁମାନେ ଜମି ଅନୁଦାନ ଲାଭ କଲେ। ଅପେକ୍ଷାକୃତ ଅଧିକ ବିକେନ୍ଦ୍ରୀକୃତ ପୁରାତନ ରାଜମଣ୍ଡଳ ବ୍ୟବସ୍ଥା ବଦଳରେ କେନ୍ଦ୍ରୀଭୂତ ପାର୍ସୀ ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ତୁର୍କୀମାନେ କାଗଜ ଏବଂ କଲମ ଆଣିଥିଲେ। ଏହା ପଥର, ତମ୍ବା, ଗଛଛାଲି ଏବଂ ବରଡ଼ାପତ୍ର ବଦଳରେ ଅଧିକ ବ୍ୟବହାର ହେବାରେ ଲାଗିଲା।
୧୫୧୦ରେ ବିଜାପୁର ସାମ୍ରାଜ୍ୟ ଅଧୀନକୁ ଗୋଆ ଯିବା ପରେ ପର୍ତ୍ତୁଗୀଜ ଉପନିବେଶବାଦ ଆରମ୍ଭ ହୋଇଥିଲା। ପରେ ସେମାନେ ପଶ୍ଚିମ ଉପକୂଳ ଏବଂ ପଶ୍ଚିମ ସମୁଦ୍ରକୁ ନିୟନ୍ତ୍ରଣକୁ ନେବା ସହ ସମୁଦ୍ରକୁ ନିଜ ଅଞ୍ଚଳ ଘୋଷଣା କରି ଟିକସ ଆଦାୟ କଲେ, ଯାହା ପୂର୍ବରୁ କେବେ କରାଯାଇ ନ ଥିଲା। ସେମାନେ ଖ୍ରୀଷ୍ଟିଆନ ମିଶନ ଏବଂ ପ୍ରିଣ୍ଟିଂ ପ୍ରେସ୍‌ ଆରମ୍ଭ କରି ସ୍ଥାନୀୟ ଭାଷାଗୁଡ଼ିକ ଅନୁବାଦ କରିବା ଆରମ୍ଭ କଲେ। ପର୍ତ୍ତୁଗୀଜମାନଙ୍କୁ ଅନ୍ୟ ୟୁରୋପୀୟ ଶକ୍ତି ଯଥା ଡଚ୍‌, ଫ୍ରାନ୍ସ ଏବଂ ଇଂଲଣ୍ଡ ଅନୁସରଣ କରିଥିଲେ। ସେମାନେ ଗଣିତ, ତର୍କ ଏବଂ ପ୍ରମାଣ ଆଧାରିତ ବିଜ୍ଞାନର ନୂତନ ଚିନ୍ତାଧାରାକୁ ନେଇ ଆଗକୁ ବଢିଥିଲେ, ଯାହା ପାରମ୍ପରିକ ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରିଥିଲା। ପର୍ତ୍ତୁଗୀଜମାନେ ଶିଳ୍ପ ବିପ୍ଳବର ଆଗମନକୁ ସୂଚିତ କରିଥିଲେ । ସମଗ୍ର ବିଶ୍ୱରେ ସବୁଦିନ ପାଇଁ ପୁରାତନ କୃଷି ଏବଂ ସାମନ୍ତବାଦ ବ୍ୟବସ୍ଥାଗୁଡ଼ିକର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ବିଶେଷକରି ଅଷ୍ଟାଦଶ ଶତାବ୍ଦୀରେ ତ୍ୱରାନ୍ବିତ ହୋଇଥିଲା ଯେତେବେଳେ ଇରାନର ନାଦିର ଶାହା ଦିଲ୍ଲୀକୁ ଲୁଣ୍ଠନ କରିଥିଲେ। ତା’ପରେ ଅହମ୍ମଦ ଶାହା ଅବଦାଲି ଆସିଥିଲେ। ଏହି ଘଟଣାଗୁଡ଼ିକ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ମୋଗଲ ସାମ୍ରାଜ୍ୟର ଦୁର୍ବଳତା ବିଷୟରେ ଅବଗତ କରାଇଦେଇଥିଲା ଏବଂ ବ୍ରିଟିଶ ଉପନିବେଶବାଦର ପ୍ରସାର କରିବାରେ ସାହାଯ୍ୟ କରିଥିଲା। ଏହିଭଳି ଭାବେ ବିଭିନ୍ନ ସମୟରେ ଆକ୍ରମଣଗୁଡ଼ିକ ଭାରତୀୟ ସଂସ୍କୃତିର ପରିବର୍ତ୍ତନ ଘଟାଇଥିବା ଆମେ ଦେଖିବାକୁ ପାଉ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri