ଭାରତର ବୈଦେଶିକ ଓ ବାଣିଜ୍ୟ ନୀତି

ହରେକୃଷ୍ଣ ପଣ୍ଡା

ଭାରତର ବୈଦେଶିକ ନୀତି ସମ୍ବିଧାନ ପ୍ରଣୟନ ପରେ ନିର୍ଦ୍ଧାରିତ ହୋଇଥିଲା। ଏହାକୁ କେନ୍ଦ୍ରକରି ନେହେରୁଙ୍କ ଅମଳରେ ପଞ୍ଚଶୀଳ ନୀତି,ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ପ୍ରବର୍ତ୍ତନ କରାଯାଇଥିଲା। ଭାରତ ସ୍ବାଧୀନତା ପରେ ୫୦ ବର୍ଷ ଧରି ଏହାର ପ୍ରାସଙ୍ଗିକତା ରହିଲା। କାଳକ୍ରମେ ଏହା ପ୍ରାସଙ୍ଗିକତା ହରାଇଥିବା କୁହାଯାଇପାରେ। ଭାରତର ବୈଦେଶିକ ନୀତି ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରର ବୈଦେଶିକ ନୀତିଠାରୁ ଭିନ୍ନ ଓ ସ୍ବତନ୍ତ୍ର ବୋଲି କୁହାଯାଇପାରେ। ଭାରତର ବୈଦେଶିକ ନୀତିରେ ବିସ୍ତାରବାଦ ବା ସାମ୍ରାଜ୍ୟବାଦର ଗନ୍ଧ ନାହିଁ। ଏସୀୟ ଏକତା ଉପରେ ଏହି ନୀତି ପର୍ଯ୍ୟବସିତ ଥିଲା। ବିଶ୍ୱର ବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କରିବା ଏଥିରେ ଲିଖିତ ପ୍ରତିଶ୍ରୁତି ବହନ କରିଥିଲା। ସ୍ବାଧୀନତା ପରେ ବିଭିନ୍ନ ସରକାର ଏହି ବୈଦେଶିକ ନୀତିକୁ ପରିବର୍ତ୍ତନ କରିବାକୁ ଚାହିଁଥିଲେ ମଧ୍ୟ ପରିବର୍ତ୍ତନ କରିପାରି ନ ଥିଲେ। କିନ୍ତୁ କାର୍ଯ୍ୟଧାରା ସ୍ବତଃ ବାଟ ଭାଙ୍ଗି ଚାଲିଥିଲା। କାର୍‌ଗିଲ ଯୁଦ୍ଧ ସମୟରେ ଭାରତର ବୈଦେଶିକ ନୀତି ସଙ୍କଟ ଅଭିମୁଖୀ ହେବା ଦେଖାଗଲା। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚାଇନା ଭାରତୀୟ ନୀତିକୁ ସବୁବେଳେ ଭଣ୍ଡୁର କରିବାକୁ ଚାହିଁଲେ। କିନ୍ତୁ ଭାରତର ନୀତିକୁ ବଦଳାଇପାରିଲେ ନାହିଁ। ପ୍ରାରମ୍ଭରେ କୁହାଯାଇଥିଲା ଭାରତର ବୈଦେଶିକ ନୀତି ଅନମନୀୟ। କିନ୍ତୁ ଅନ୍ତର୍ଜାତୀୟ ରାଜନୀତି, କୂଟନୀତି ଓ ଅର୍ଥନୀତିକୁ ଦେଖି ଭାରତର ବୈଦେଶିକ ନୀତି କାର୍ଯ୍ୟଧାରାରେ ପରିବର୍ତ୍ତିତ ହୋଇଛି ସତ, କିନ୍ତୁ ଅନମନୀୟତା ହରାଇ ନାହିଁ। ବେଳେ ବେଳେ ନମନୀୟତାର ସମାଲୋଚନା କରାଯାଇଥିଲେ ମଧ୍ୟ ତାହା କୂଟନୈତିକ ଦୃଷ୍ଟିରୁ ନମନୀୟତା କୁହାଯାଇ ନ ପାରେ।
ଏବେ ୨ଦଶନ୍ଧି ଧରି ଭାରତର ବୈଦେଶିକ ନୀତି ଚଳଚଞ୍ଚଳ ହୋଇପଡିଛି। ଆମେରିକା ଓ ରୁଷିଆ ମଧ୍ୟରେ ଭାରତର ସମ୍ପର୍କ ଦୃଢ଼ୀଭୂତ ହୋଇଥିବା କୁହା ଯାଇ ନ ପାରେ। ସେହିପରି ଚାଇନା ,ପାକିସ୍ତାନ,ଶ୍ରୀଲଙ୍କା, ମ୍ୟାନ୍‌ମାର, ପଡ଼ୋଶୀ ରାଷ୍ଟ୍ର ସହ ଭାରତ ସମ୍ପର୍କ ଘନୀଭୂତ କରିବା ପାଇଁ ବହୁଥର ହାତ ବଢ଼ାଇଥିଲେ ମଧ୍ୟ ସେମାନେ ଆଦୌ ବିଶ୍ୱସନୀୟ ହୋଇପାରି ନାହାନ୍ତି। ଭାରତକୁ ବାରମ୍ବାର ଧୋକାଦେଇ ଚାଲିଛନ୍ତି। ଆମେରିକା ମଧ୍ୟ ଭାରତର ସହଯୋଗୀ ରାଷ୍ଟ୍ର ହୋଇପାରି ନାହିଁ। ଚାଇନା, ଆମେରିକା,ରୁଷିଆ ଏସବୁ ରାଷ୍ଟ୍ର ହେଉଛନ୍ତି ବେପାରୀ ରାଷ୍ଟ୍ର। ବାଣିଜ୍ୟ ଉପରେ ଏମାନଙ୍କର ସମ୍ପର୍କ ନିର୍ଭର କରେ। କିନ୍ତୁ ଅନ୍ତର୍ଜାତୀୟ ସ୍ଥିତିକୁ ଦେଖି ଭାରତ ତା’ର ବୈଦେଶିକ ନୀତିର ଫର୍ଦ୍ଦ ଲେଉଟାଇଥାଏ। ନିକଟରେ ୟୁକ୍ରେନ୍‌-ରୁଷିଆ ଯୁଦ୍ଧରେ ଭାରତ ପାଇଁ ସଙ୍କଟ ସୃଷ୍ଟି ହୋଇଥିବା ଅନୁଭୂତ ହୁଏ। ରୁଷିଆ ପରି ୟୁକ୍ରେନ୍‌ ମଧ୍ୟ ଭାରତର ବନ୍ଧୁ ରାଷ୍ଟ୍ର। ବାଣିଜ୍ୟ କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସହଯୋଗ ଆବଶ୍ୟକ ହୋଇଥାଏ। ପୃଥିବୀର ଅନେକ ରାଷ୍ଟ୍ର ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରିଥିବା ବେଳେ ଭାରତ ଚାଇନା ସହ ସ୍ବର ମିଳାଇଥିବା କୁହାଯାଏ। ଯୁଦ୍ଧ ଆରମ୍ଭ ପରେ ଜାତିସଂଘରେ ରୁଷିଆ ବିରୋଧରେ ଯେତେବେଳେ ବୈଠକ ବସିଥିଲା ସେତେବେଳେ ଭାରତ ଭୋଟଦାନରୁ ବିରତ ରହିଥିଲା। ଦ୍ୱିତୀୟ ସଂକଳ୍ପ ସମୟରେ ମଧ୍ୟ ଭାରତ ଭୋଟଦାନରୁ ବିରତ ରହି ରୁଷିଆକୁ ସମର୍ଥନ ଜଣାଇଥିଲା। ଏଥିପାଇଁ ଭାରତର ବୈଦେଶିକ ନୀତିକୁ ଦେଶ ଭିତରୁ ଓ ବାହାରୁ ସମାଲୋଚନା କରାଯିବା ଦେଖାଗଲା। କିନ୍ତୁ ଭାରତ କେଉଁ କାରଣରୁ ଏଭଳି ନୀତି ଅବଲମ୍ବନ କଲା ତାହା ଆଲୋଚନା ପରିସରକୁ ଆସିଲା ନାହିଁ। ଭାରତର ବୈଦେଶିକ ନୀତି କହେ କାହାରି ଗୋଡ଼ାଣିଆ ନ ହୋଇ ରହିବାକୁ ଏବଂ କାହାରିକୁ ଆଖି ଦେଖାଇବୁ ନାହିଁ କିମ୍ବା କାହାରି ଆଖିଦେଖାରେ ଆମ ଆଖି ତଳକୁ କରିବୁ ନାହିଁ। ପାକିସ୍ତାନକୁ ଆଖି ଆଗରେ ରଖି ଭାରତ ତା’ର କୂଟନୀତି ପ୍ରୟୋଗ କରିଥିବା ଅନୁମିତ ହୁଏ। କାରଣ ପାକିସ୍ତାନ ଏପର୍ଯ୍ୟନ୍ତ ରୁଷିଆର ଗୋଡ଼ାଣିଆ ହେବାକୁ ପ୍ରମାଣିତ କରିନାହିଁ। ପୁଣି ଭାରତ ଅସଲ ସମୟରେ ୟୁକ୍ରେନ୍‌ରେ ମାନବିକ ସଙ୍କଟ ଯେତେବେଳେ ଦେଖା ଦେଲା ସେତେବେଳେ ଜାତିସଂଘରେ ଜେଲେନ୍‌ସ୍କିଙ୍କୁ ଭାଷଣ ଦେବାର ଅଧିକାର ନେଇ ଭାରତ ୟୁକ୍ରେନ୍‌କୁ ସମର୍ଥନ ଜଣାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ୟୁକ୍ରେନ୍‌କୁ ୧୪୧ ରାଷ୍ଟ୍ର ସମର୍ଥନ କରୁଥିବା ବେଳେ ଶେଷରେ ଭାରତର ସମର୍ଥନକୁ ମାନବିକତା ଦୃଷ୍ଟିରୁ ବିଚାର କରିବା ଆବଶ୍ୟକ। ତା’ ବୋଲି ନୁହେଁ ଯେ ରୁଷିଆ ଭାରତର ଶତ୍ରୁ ହୋଇଯିବ ବା ୟୁରୋପୀୟ ରାଷ୍ଟ୍ର ଭାରତର ବିରୋଧୀ ହୋଇଯିବେ। ହୁଏତ ଆମେରିକା ଭାରତକୁ ସେତେବେଳେ ଅବିଶ୍ୱାସ କରିଥିବ। ଏହା ସ୍ବାଭାବିକ କଥା, ଯାହା ଭାରତ ବିଭିନ୍ନ ଘଟଣାରେ ଆମେରିକାର ଅବିଶ୍ୱସନୀୟ ହୋଇଛି ପୁଣି ପର ମୁହୂର୍ତ୍ତରେ ପରମ ବନ୍ଧୁ ସାଜିଛି। ରୁଷିଆ ମଧ୍ୟ କ୍ଷଣକୋପୀ ଭଳି କେତେବେଳେ ଭାରତ ବିରୋଧରେ ଯାଇ ପାକିସ୍ତାନ ସହ ହାତ ମିଳାଇଛି ତ କେତେବେଳେ ଚାଇନା ସହ ବନ୍ଧୁତା କରିଛି। କାର୍‌ଗିଲ ଯୁଦ୍ଧ ସମୟରେ ଏବଂ ଚାଇନାର ସମରସଜ୍ଜା ସମୟରେ ନା ରୁଷିଆ ନା ଆମେରିକା ଭାରତକୁ ଆଗକୁ ବଢ଼ିବାକୁ ଦେଇଛନ୍ତି? ପାକିସ୍ତାନକୁ ନେଇ ଭାରତର ବୃହତର କୂଟନୀତିକୁ ବୁଝିବା କଷ୍ଟକର। ଅବଶ୍ୟ ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ଭାରତ ବାରମ୍ବାର ଏହି ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍‌ଙ୍କୁ ଯେପରି ନିବେଦନ କରିଆସିଛି ସେହିଭଳି ମଧ୍ୟ ଜାତିସଂଘର ସୁରକ୍ଷା ପରିଷଦକୁ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛି। ବର୍ତ୍ତମାନ ଯୁଦ୍ଧ କରିବାର ବେଳ ନୁହେଁ ବୋଲି ପ୍ରଥମ ଦେଶ ଭାରତ ରୁଷିଆକୁ ଚେତାଇ ଦେଇଛି। ଏହା ଆନ୍ତର୍ଜାତିକ ସମୁଦାୟଙ୍କ ପାଇଁ ଖୁବ୍‌ ଉଦ୍‌ବେଗଜନକ। ଏହି ଅବସରରେ ଚାଇନାର ଆଭିମୁଖ୍ୟକୁ ମଧ୍ୟ ଭାରତ ସମାଲୋଚନା କରିଛି। ସୁରକ୍ଷା ପରିଷଦ ନିରପେକ୍ଷତା ବଦଳରେ ରାଜନୀତିକୁ ଗୁରୁତ୍ୱ ଦେଉଥିବା କେବଳ ଭାରତ ହିଁ ଅଭିଯୋଗ କରିଛି। ପରୋକ୍ଷରେ ବିଚାର କଲେ,ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ପଦ ନ ଦେବା ପାଇଁ ରୁଷିଆର ଯେପରି ଦୃଢ଼ ସହଯୋଗ ନାହିଁ,ସେହିପରି ଆମେରିକାର ସମର୍ଥନ ଥିଲେ ମଧ୍ୟ ଆନ୍ତରିକତା ପ୍ରକାଶ ପାଉ ନାହିଁ। ବେଳ ଦେଖି ସମର୍ଥନ ଦେବାକୁ କହି ପରବର୍ତ୍ତୀ ସମୟରେ ନୀରବତା ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଏ ସମ୍ପର୍କରେ ଭାରତ ସଚେତନ ଥାଇ ଯେସାକୁ ତେସା ନୀତି ଅବଲମ୍ବନ କରୁଥିବା ଦେଖାଯାଏ। ସୁରକ୍ଷା ପରିଷଦର ରୂପାନ୍ତର ପ୍ରକ୍ରିୟା ସମୟ ଅତିବାହିତ ହୋଇ ଯାଇଥିଲେ ହେଁ ଏଯାବତ ଭାରତକୁ ପ୍ରବେଶ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ବିଶ୍ୱ ସମୁଦାୟଙ୍କ ପାଇଁ ନୈରାଶ୍ୟଜନକ ବୋଲି କୁହାଯିବ। ସୁରକ୍ଷା ପରିଷଦରେ ୩ ଦେଶ ଗୋଟିଏ ଗୋଷ୍ଠୀ ଅନ୍ୟ ଦୁଇ ରାଷ୍ଟ୍ର ରୁଷିଆ ଓ ଚାଇନା ଆଉ ଏକ ଗୋଷ୍ଠୀ। ତେଣୁ ଅତୀତରୁ ଏଯାଏ ଏମାନେ କୌଣସି ସମସ୍ୟା ସମାଧାନ କରିପାରିନାହାନ୍ତି, ଭବିଷ୍ୟତରେ ମଧ୍ୟ କୌଣସି ସମସ୍ୟାକୁ ସମାଧାନ କରିପାରିବେ ନାହିଁ ବୋଲି ବିଶ୍ୱାସ କରାଯାଏ। ସୁରକ୍ଷା ପରିଷଦରେ କେବଳ ଭାରତର ଉପସ୍ଥିତି ଏକାନ୍ତ କାମ୍ୟ। ୟୁକ୍ରେନ୍‌ କ୍ଷେତ୍ରରେ ଦେଖିବାକୁ ଗଲେ ୧୯୯୧ ଡିସେମ୍ବର ୨୧ରେ ଯେତେବେଳେ ୧୧ ଗୋଟି ସାଧାରଣତନ୍ତ୍ରକୁ ନେଇ ଏକ ରାଷ୍ଟ୍ରମଣ୍ଡଳ ଗଠନ କରାଗଲା ଭାରତ ସେବେଠାରୁ ୟୁକ୍ରେନ୍‌ ସହିତ ବାଣିଜ୍ୟ କାରବାର କରି ଆସିଛି। ରୁଷିଆ ସହ ମଧ୍ୟ ପୁରୁଣା ସମ୍ପର୍କ ରକ୍ଷାକରି ଆସିଛି। ଭାରତ ବୈଦେଶିକ ନୀତି ଓ ବାଣିଜ୍ୟ ନୀତି ମଧ୍ୟରେ ସମନ୍ବୟ ରକ୍ଷାକରି ଚାଲିଛି।
ଯାଜପୁର, ମୋ:୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri