୪ ସ୍ଥାନରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର, ୭।୧୨ (ବ୍ୟୁରୋ): ରାଜଧାନୀରେ ଜୋର୍‌ଦାର ସୌନ୍ଦର୍ଯ୍ୟକରଣ କାମ ଚାଲୁ ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ବିଡିଏର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ୪ଟି ସ୍ଥାନରେ ଉଚ୍ଛେଦ କରାଯାଇଥିଲା। ପ୍ରଥମ ଉଚ୍ଛେଦରେ ସ୍କ୍ବାଡ୍‌ ନମ୍ବର ୧୩, ୧୪, ୧୫ ଓ ୧୬ ସାମିଲ ହୋଇଥିଲେ। ଏହି କ୍ରମରେ ଡୁମୁଡୁମାସ୍ଥିତ ହାଉସିଂ ବୋର୍ଡ କଲୋନୀର ଫେଜ୍‌-୩ରୁ ପୋଲିସ ଉପସ୍ଥିତିରେ ଜବରଦଖଲ ହଟାଯାଇଥିଲା। ଏଥିରେ ୫ଟି ଆଜବେଷ୍ଟସ ଘର, ଗୋଟିଏ ଟିଣ ଘର, ଦୁଇଟି ଲୁହାଗେଟ, ୮ଟି ବାଉଁଶ ନିର୍ମିତ ଘର, ୨ଟି କ୍ୟାବିନ ଏବଂ ୩୦୦ ଫୁଟର ପାଚେରି ଭଙ୍ଗାଯାଇଥିଲା। ସେହିପରି ଦ୍ୱିତୀୟ ଉଚ୍ଛେଦ ବାଣୀବିହାର ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ହୋଇଥିଲା। ୯, ୧୦, ୧୧ ଓ ୧୨ ନଂ. ସ୍କ୍ବାଡ ପକ୍ଷରୁ ୫୦ ମିଟରର ଲୁହାଜାଲି, ୫ଟି ଛାତ ଘର, ୩ଟି ବିଜ୍ଞାପନ ବୋର୍ଡ ହଟାଯାଇଥିଲା। ଅପରପକ୍ଷେ ମହାରାଜା ସିନେମା ହଲ ନିକଟରେ ଥିବା ଭେଣ୍ଡିଂ ଜୋନ୍‌ର ବ୍ୟବସାୟୀମାନେ ସମୟ ମାଗିବା ସହିତ ଲିଖିତ ପ୍ରତିଶ୍ରୁତି ଦେଇଥିବାରୁ ଏହାକୁ ଭଙ୍ଗାଯାଇ ନ ଥିଲା। ପ୍ରେସ୍‌ ଛକରୁ ଏମ୍‌ସିଏଲ ରୋଡ ଏବଂ କିଟ୍‌ ଛକରେ ଉଚ୍ଛେଦ ହୋଇଥିଲା। ଜବରଦଖଲକାରୀଙ୍କ ବିରୋଧ ସତ୍ତ୍ବେ ସ୍କ୍ବାଡ୍‌ ନମ୍ବର ୫, ୬, ୭ ଓ ୮ ଉଚ୍ଛେଦ କାର୍ଯ୍ୟ ଜାରି ରଖିଥିଲେ। ଏହି କ୍ରମରେ ଗୋଟିଏ ଆଜବେଷ୍ଟସ ଘର, ୮ଟି ଟିଣ ଦୋକାନ, ୫ଟି କ୍ୟାବିନ, ଗୋଟିଏ ସିମେଣ୍ଟ ପିଣ୍ଡି ଓ ୨୦ ଫୁଟ ଲମ୍ବର ପାଚେରିକୁ ଭଙ୍ଗାଯାଇଥିଲା। ଏଥିସହ କିଟ୍‌ ଛକରେ ଥିବା ଗୋଟିଏ ଓମ୍‌ଫେଡ ବୁଥ ଓ ୩ଟି ଭେଣ୍ଡିଂ ଜୋନକୁ ବେଆଇନ ଜବରଦଖଲ ପାଇଁ ସିଲ୍‌ କରାଯାଇଥିଲା। ଚାନ୍ଦିନି ଫାଷ୍ଟ ଫୁଡ୍‌ ଦୋକାନରେ ଖରାପ ପରିମଳ ପାଇଁ ସ୍କ୍ବାଡ ପକ୍ଷରୁ ୫ହଜାର ଟଙ୍କା ଏବଂ ପରିବା ଦୋକାନୀଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଶେଷରେ ଏମ୍ସ ଛକରୁ ଡିଏନ୍‌ ରେଗାଲିଆ, ଗୋପବନ୍ଧୁ ଛକରୁ ଡେଲଟା ଏବଂ ଇନ୍ଦ୍ରଧନୁ ମାର୍କେଟସ୍ଥିତ ରାସ୍ତା କଡ଼ରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ସ୍କ୍ବାଡ୍‌ ନମ୍ବର ୧୩, ୧୪, ୧୫ ଓ ୧୬ ଏଥିରେ ସାମିଲ ହୋଇ ୧୧ଟି ଫଳ ଦୋକାନ, ୫ଟି ଦୋକାନ ଓ ୮ଟି ଟିଫିନ ଷ୍ଟଲକୁ ଉଚ୍ଛେଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri