ରାଜ୍ୟ ବାହାର ଅପରାଧୀଙ୍କୁ ଧରିବାକୁ ବଳପାଉନି

ଭୁବନେଶ୍ୱର,୨୫।୨(ସୂର୍ଯ୍ୟକାନ୍ତ ବେହେରା)ଭୁବନେଶ୍ୱରରେ ଗତ କିଛିମାସ ହେବ ବାହାର ରାଜ୍ୟର ଅପରାଧୀ ସକ୍ରିୟ ହୋଇଉଠିଛନ୍ତି। ସେମାନଙ୍କ ସହ ହାତ ମିଳାଇଛନ୍ତି ସ୍ଥାନୀୟ ଅପରାଧୀ। ଫଳରେ ସହରରେ ଲୁଟ୍‌, ଚୋରି ଓ ଡକାୟତି ବଢ଼ୁଛି। ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ହେଲେ ନିଦ ହଜାଇଥିବା ଆପାର୍ଟମେଣ୍ଟ ଚୋରି ଘଟଣାରେ ବାହାର ରାଜ୍ୟର ଅପରାଧୀ ଗୋଷ୍ଠୀ ସମ୍ପୃକ୍ତ ଥିବା କହି ନିଜ ଦକ୍ଷତାକୁ ଲୁଚାଉଛି କମିଶନରେଟ ପୋଲିସ। ନୂଆ ନୂଆ ତରିକାରେ ଅପରାଧୀମାନେ ଏପରି କାଣ୍ଡ ଘଟାଉଛନ୍ତି ଯେ ପୋଲିସ ମଧ୍ୟ ସେମାନଙ୍କ ବିଷୟରେ ସୁରାକ ପାଇପାରୁନାହିଁ। ଘଟଣାସ୍ଥଳକୁ ଯାଇ ପୋଲିସ ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ସହଜରେ ପାଇ ପାରୁନାହିଁ। ବଡ ଲୁଟ୍‌ ଏବଂ ଚୋରି ଘଟଣାରେ ପର୍ଦ୍ଦାଫାସ କରିବାକୁ ପୋଲିସକୁ ମାସ ମାସ ଲାଗି ଯାଉଛି। ତେବେ ଘଟଣା ପଛରେ ବାହାର ରାଜ୍ୟର ଗ୍ୟାଙ୍ଗର ହାତ ରହିଥିବା ପୋଲିସ ନିଜେ କହୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ କାହିଁକି ଧରିବାକୁ ସେତିକି ତତ୍ପରତା ଦେଖାଉ ନ ଥିବା ଗତ କିଛିଦିନର ଘଟଣାବଳୀରୁ ସ୍ପଷ୍ଟ ଜଣାପଡୁଛି। ବାହାର ଅପରାଧୀଙ୍କୁ ଧରିବାକୁ ପୋଲିସ ଚାହିଁ ନାହିଁ ନା ବଳ ପାଉନି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ପରବର୍ତ୍ତୀ ସମୟରେ କମିଶନରେଟ ପୋଲିସ କିଛି ଗ୍ୟାଙ୍ଗକୁ ଧରୁଥିଲେ ମଧ୍ୟ ସକ୍ରିୟ ଥିବା ଅନ୍ୟ ଅଭିଯୁକ୍ତମାନେ ଏଯାଏ ଧରାପଡିନାହିଁ। ଅନ୍ୟପଟେ ସହରରେ ଅପରାଧୀଙ୍କ ଏଭଳି ଉତ୍ପାତ ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡୁଥିବାବେଳେ ନୂଆ ପୋଲିସ କମିଶନର ସବୁ ଥାନାର ଅଧିକାରୀଙ୍କୁ ଡକାଇ ତାଗିଦ୍‌ କରିଛନ୍ତି। ଶନିବାର ଭୁବନେଶ୍ୱରସ୍ଥିତ ପୋଲିସ କମିଶନରେଟର ମୁଖ୍ୟ କାର୍ଯ୍ୟାଳୟରେ ସମସ୍ତ ଥାନା ଅଧିକାରୀ ଓ କେତେଜଣ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ଏନେଇ ଆଲୋଚନା କରିଛନ୍ତି। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତ। ସେହିପରି ପାଟ୍ରୋଲିଂ ଠିକ ଭାବେ ହେଉ ନ ଥିବା ଏକାଧିକ ଅଭିଯୋଗ ଆସିବା ପରେ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି କଡାକଡି ପାଟ୍ରୋଲିଂ କରିବାକୁ କହିଛନ୍ତି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଦୀର୍ଘ ୫ ମାସ ହେଲା ଏହି ଗ୍ୟାଙ୍ଗ କମିଶନରେଟ ପୋଲିସ ଅଞ୍ଚଳ ସହ ଅନ୍ୟ ଜିଲାଗୁଡ଼ିକରେ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ୧୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ସମସ୍ତେ ଉଚ୍ଚ ଶିକ୍ଷିତ। ଏମାନେ ବସ୍ତି, ବସ୍‌ ଷ୍ଟାଣ୍ଡ, ରେଳଷ୍ଟେଶନ ହସ୍ପିଟାଲ ଭଳି ସ୍ଥାନରେ ରହି ଆପରାଧିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ବାହାର ଗ୍ୟାଙ୍ଗର ଅପରାଧୀମାନେ ଏଠାକୁ ଆସିବାର ଅନ୍ୟଏକ କାରଣ ହେଉଛି ଆତ୍ମଗୋପନ। ନିଜ ରାଜ୍ୟରେ ଆପରାଧିକ କାର୍ଯ୍ୟକଳାପ ଘଟାଇବା ପରେ ପୋଲିସ ନଜରରୁ ବର୍ତ୍ତିବା ଲାଗି ଏଠାକୁ ଚାଲିଆସି ଏଠାରେ ମଧ୍ୟ ଅପରାଧ ଘଟାଉଥିବା ପୋଲିସ ଅଧିକାରୀ ଜଣକ କହିଛନ୍ତି ।

ଅପରାଧିଙ୍କୁ ଚିହ୍ନଟ କରାଯାଇଛି, ଶୀଘ୍ର ଧରାହେବେ

ବିଭିନ୍ନ ଆପାର୍ଟମେଣ୍ଟ ଚୋରିର ଘଟଣାକୁ ନେଇ ତର୍ଜମା କରି ସମସ୍ତ କେସର ତଦନ୍ତକାରୀ ଅଧିକାରୀ ଓ ଥାନାର ଅଧିକାରୀ ଏବଂ ଏସିପିମାନଙ୍କ ସହ ଆଲୋଚନ କରାଯାଇ ଘଟଣାରେ ତଦନ୍ତ କେତେବାଟ ଗଲା ତାହାର ସମୀକ୍ଷା କରାଯାଇଛି । ଏହାସହ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ କେଉଁ ଗ୍ରୁପ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ତଦନ୍ତ ଜାରି ରହିଛି । ସେହିପରି ବିଭିନ୍ନ ଥାନା ମଧ୍ୟରେ କେମିତି ମିଳିତ ସହଯୋଗରେ ଗ୍ୟାଙ୍ଗ ଗୁଡିକୁ ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ସେହିପରି ତଦନ୍ତରେ ଭଲ ରହିଛି । କିଛି ଅପରାଧିଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଭଲ ଖବର ଦିଆଯିବ ବୋଲି କହିଥିଲେ । ଅପରପକ୍ଷେ ଆପାର୍ଟମେଣ୍ଟଗୁଡିକରେ ସୁରକ୍ଷା ବ୍ୟବସ୍ଥା କେମିତି ଭଲ ହୋଇ ପାରିବ ସେନେଇ ଆପାର୍ଟମେଣ୍ଟର ସଭାପତି ଓ ସମ୍ପାଦକ ରହିଛନ୍ତି ତାଙ୍କ ସହିତ ସୋମବାର ଆଲୋଚନା କରାଯିବ ବୋଲି ସେ କହିଥିଲେ ।
-ସଞ୍ଜୀବ ପଣ୍ଡା,ପୋଲିସ କମିଶନର

ପୋଲିସ ଅପରାଧ ରୋକିବାରେ ସେଭଳି ତତ୍ପର ହେଉନାହିଁ

ଦିନ ହେଉ ବା ରାତି ସମୟରେ ସହରରେ ବିଭିନ୍ନ ଥାନା ଅଞ୍ଚଳରେ କ୍ରମାଗତ ଭାବେ ଅପରାଧୀମାନେ ଅନେକ ସ୍ଥାନରେ ଚୋରି,ଡକାୟତି,ରାହାଜାନି ଭଳି ଘଟଣା ଘଟାଇ ଫେରାର ହେଉଯାଉଛନ୍ତି । ପୋଲିସ ବ୍ଲକିଂ ନାଁରେ ରାଜସ୍ବ ଆଦାୟ ଉପରେ ଯେଭଳି ଦୃଷ୍ଟି ଦେଉଛି ଅପରାଧୀ ରୋକିବାରେ ସେଭଳି ତତ୍ପର ହେଉନାହିଁ । ଫଳରେ ଅପରାଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି। କମିଶନରେଟ ପୋଲିସ ପକ୍ଷରୁ ଠିକ ଭାବେ ପାଟ୍ରୋଲିଂ ହେଉନାହିଁ। ପିସିଆର କର୍ମଚାରୀମାନେ କେବଳ ମଦ୍ୟପଙ୍କୁ ଧରପଗଡ ଏବଂ ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲ ନେବାରେ ସୀମିତ ରହୁଛନ୍ତି। କିନ୍ତୁ ଅନେକ ସମୟରେ ପିସିଆର କର୍ମଚାରୀ ଘଟଣାସ୍ଥଳକୁ ଯିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଏପରିକି ଡ୍ରାଇଭର ଏବଂ କର୍ମଚାରୀମାନେ ପିସିଆରକୁ ଗୋଟାଏ ସ୍ଥାନରେ ଛିଡା କରାଇ ଗାଡି ମଧ୍ୟରେ ଶୋଇପଡୁଥିବା ମଧ୍ୟ ରାସ୍ତାରେ ଦେଖିବାକୁ ମିଳୁଛି ।
-ପ୍ରକାଶ କୁମାର ସ୍ବାଇଁ, ରାଜଧାନୀବାସୀ

ଗତ କିଛି ମାସର ଘଟଣାବଳୀ

ଜାନୁୟାରୀ ୧୫- ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ପଞ୍ଚାୟତିରାଜ ବିଭାଗର ଅତିରକ୍ତ ନିର୍ଦ୍ଦେଶକଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଲକ୍ଷେରୁ ଅଧିକ ଟଙ୍କା ଚୋରି ହୋଇଥିଲା ।
ଫେବୃଆରୀ ୧- ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଦୁର୍ବୃତ୍ତମାନେ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା ।
ଫେବୃୟାରୀ ୧୭- ଶନିବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ ଶ୍ରୀରାମପୁରରେ ଥିବା ବର୍ଷା ରିଭେର ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ଚୋରି କରି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ରାତିକ ମଧ୍ୟରେ ଆପାର୍ଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି କରି ନେଇଛନ୍ତି ।
ଫେବୃଆରି ୧୮- କପିଳପ୍ରସାଦ କେଳୁଚରଣ ଲେନ-୫ ରେ ଥିବା ଧ୍ରୁବ ପାତ୍ରଙ୍କ ଘର ଝରକା ତାଡି ଅପରାଧୀମାନେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ।
ଅକ୍ଟୋବର୨୦୨୩- ଇନଫୋସିଟି ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ରାଜବାଟିକା କମ୍ଲେକ୍ସ ଆପାର୍ଟମେଣ୍ଟର ୪ ଟି ଫ୍ଲାଟରୁ କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ଦୁର୍ବୃତ୍ତ ଚୋରି କରି ନେଇଥିଲେ ।
୧୧ ଡିସେମ୍ବର ୨୦୨୩- ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟ ସାହିରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ୧୦.୫୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଫେରାର ବେଳେ ଦୁର୍ବୃତ୍ତମାନେ ସିସିଟିଭି ଉପରେ ସ୍ପ୍ରେ ମାରି ଥିବାରୁ ପୋଲିସ ସେମାନଙ୍କୁ ଚିହ୍ନଟ କରି ପାରିନଥିଲା । ଖୋଦ ଡିସିପି ପ୍ରତୀସ ସିଂ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବା ସହ ଏହି ଚୋରିରେ ଏକ ଧୁରନ୍ଧର ଗ୍ୟାଙ୍ଗର ହାତ ରହିଥିବା କହିଥିଲେ । ଏପରିକି ବାହାର ରାଜ୍ୟର ଗ୍ୟାଙ୍ଗଙ୍କ ସଂପୃକ୍ତ ରହିଥିବା ସନ୍ଦେହ କରି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri