Posted inଫୁରସତ

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ
ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି ପାଇଁ ଲାଗେ ଲମ୍ବା ଲାଇନ। ଲୋକେ ପ୍ରଶାସନକୁ ଗୁହାରୀ କରନ୍ତି। ହେଲେ ଅନେକ ସମୟରେ କେହି ଶୁଣନ୍ତି ନାହିଁ ସେମାନଙ୍କ କଥା। ଫଳରେ କରମକୁ ଆଦରି ପାଣି ଲାଗି ହୁଅନ୍ତି ଡ଼ହଳ ବିକଳ। ତେବେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରଶାସନ ପାଖରେ ଗୁହାରୀ ନ କରି ନିଜ ଅଞ୍ଚଳର ଜଳ ସମସ୍ୟାକୁ ନିଜେ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି। ପାନୀୟ ଜଳ ଦେଇ କିଏ ଜୀବନ ବଞ୍ଚାଇଛନ୍ତି ତ କିଏଟାଙ୍ଗରା ଭୂଇଁକୁ ଶସ୍ୟଶ୍ୟାମଳା କରିଛନ୍ତି। ସେମିତି କେତେଜଣ ମଣିଷଙ୍କ କଥା…

ଗାଁ ଲୋକଙ୍କୁ ପାଣି ଯୋଗାଉଛନ୍ତି ମନ୍ମଥ
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ବଡ଼ପଦନା ଗାଁ। ଏହି ଗାଁରେ ରୁହନ୍ତି ପାଖାପାଖି ୨୨୦୦ ଲୋକ। ଆଉ ଏହାର ୯ନଂ ୱାର୍ଡର ଲୋକ ସଂଖ୍ୟା ପ୍ରାୟ ୫୦୦ ହେବ। ଏଠାରେ ସ୍ବଚ୍ଛ ପାନୀୟ ଜଳ ପାଇଁ ଘରେ ଘରେ ପାଇପ ସଂଯୋଗ ହୋଇଛି ସତ; ହେଲେ ପାଣି ଆସୁନି। ଦୀର୍ଘଦିନ ହେଲା ନଳକୂପରୁ ଲୁଣି ଜଳ ଆସୁଛି, ଯାହା ପିଇବା ପାଇଁ ଯୋଗ୍ୟ ନୁହେଁ। ତେଣୁ ପିଇବା ପାଣି ପାଇଁ ଏଠାକାର ଲୋକେ ଖରାଦିନେ ଭାରି ହନ୍ତସନ୍ତ ହୁଅନ୍ତି। ମହିଳାମାନେ ପାଣି ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେଉଥିଲେ। ଏଭଳି ଜଳସଙ୍କଟକୁ ସହି ପାରି ନ ଥିଲେ ଏଠାକାର ମନ୍ମଥ ମହାରଣା ନାମକ ଜଣେ କାଠ ମିସ୍ତ୍ରୀ। ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ମନ୍ମଥଙ୍କ ସଂସାର। କାଠ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେ ନିଜ ପରିବାର ପ୍ରତିପୋଷଣ କରନ୍ତି। ସେ କୋଟି କୋଟି ଟଙ୍କାର ମାଲିକ ନୁହନ୍ତି ସତ। ହେଲେ ମନ ତାଙ୍କର ବହୁତ ବଡ଼। ଲୋକଙ୍କ ସମସ୍ୟା, କଷ୍ଟକୁ ସେ ଦେଖିପାରିଲେ ନାହିଁ। ନିଜ ଅଞ୍ଚଳର ଜଳସମସ୍ୟା ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା। ତେଣୁ ନିଜସ୍ବ ରୋଜଗାରରେ ସେ ଖୋଳାଇଲେ ଏକ କୂଅ। ସେଥିରେ ମଟର ପମ୍ପ ବସାଇଲେ। ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଞ୍ଚଟି ବଡ଼ ବଡ଼ ସିମେଣ୍ଟ ପାଣିଟାଙ୍କି ବି ତିଆରି କଲେ। ପାଣିକୁ ମୋଟର ସାହାଯ୍ୟରେ ଉଠାଇ ସେହି ସିମେଣ୍ଟ ଟାଙ୍କିରେ ରଖିଲେ। ତେବେ ସେହି ଟାଙ୍କିର ଜଳ ସେ ନିଜ ପାଇଁ ରଖି ନ ଥିଲେ ବରଂ ସେହି ଜଳକୁ ସେ ଗାଁର ମହିଳାମାନଙ୍କ ପାଇଁ ଉତ୍ସର୍ଗ କଲେ। ଗାଁ ମହିଳାମାନେ ବେଶ୍‌ ସୁରୁଖୁରୁରେ ସେହି ଟାଙ୍କିଗୁଡିକରୁ ଜଳ ନେଇ ନିଜ ପରିବାରର ଜଳ ସମସ୍ୟା ଦୂର କଲେ। ସ୍ଥାନୀୟ ଲକ୍ଷ୍ମୀପ୍ରିୟା ସାହୁ, ସୁଲତା ସାହୁ, ମାତାଜୀ ସାହୁ, ମମତା ସାହୁ, ସମେତ ଶତାଧିକ ମହିଳା କୁହନ୍ତି, ‘ପାନୀୟ ଜଳ ପାଇଁ ଆମେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲୁ। ସରକାରଙ୍କ ନାନା ଯୋଜନା ବି ଆମ ସମସ୍ୟା ଦୂର କରିପାରି ନ ଥିଲା। ହେଲେ ମନ୍ମଥ ମହରଣାଙ୍କ ଲାଗି ଆଜି ଆମ ସମସ୍ତଙ୍କର ଜଳ ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି। ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ ।’ ସ୍ଥାନୀୟ ରତିକାନ୍ତ ସାହୁ କହନ୍ତି,‘ମନ୍ମଥ ଆଜି ଅନ୍ୟ ମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି ।

ନିଜସ୍ବ ଉଦ୍ୟମରେ ଶୁଖିଲା ଜମିକୁ ଶସ୍ୟ ଶ୍ୟାମଳା କଲେ ଗ୍ରାମବାସୀ
କୋରାପୁଟ ମୁନିସପାଲଟି ଅନ୍ତର୍ଗତ ୧୫ ନଂ ୱାର୍ଡରେ ରହିଛି ପିଣ୍ଡିକିମାଳିଗୁଡା ଗ୍ରାମ। ଗ୍ରାମରେ ରହନ୍ତି ୩୫ ମାଳି ସଂପ୍ରଦାୟର ପରିବାର ା ସେମାନଙ୍କ ଆୟର ମୁଖ୍ୟ ସ୍ରୋତ ହେଉଛି ଚାଷ ା କିନ୍ତୁ ପାଣିର ଅଭାବଯୋଗୁଁ ଗ୍ରାମରେ ଥିବା ଏକ କୁଅରୁ ପାଣି କାଢି ବର୍ଷରେ ୩ ରୁ ୪ ମାସ ଫସଲ କରି ବହୁ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଦିନେ ଗ୍ରାମବାସୀମାନଙ୍କ ମଧ୍ୟରେ ବର୍ଷ ତମାମ କିପରି ଜମିରେ ପାଣି ମିଳିପାରିବ ସେନେଇ ଏକ ବୈଠକ ବସିଲା ା ଗ୍ରାମର ଗଙ୍ଗାଧର ନାୟକ କହିଲେ – ଗାଁର ୧ କି.ମି. ଦୂରରେ ଥିବା ଦାଦିବୁଢା ପାହାଡ ନିକଟରେ ଏକ ଝରଣା ଅଛି। ତା’ ପାଣିକୁ ଯଦି ଗ୍ରାମକୁ ଆଣାଯାଇପାରନ୍ତା ତେବେ ଜମିକୁ ଜଳ ସେଚନର ସମସ୍ୟା ଅନେକାଂଶରେ ସମାଧାନ ହୋଇପାରନ୍ତା। ଗ୍ରାମବାସୀମାନେ କୋରାପୁଟ ମୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଏନେଇ କିଛି ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। କିନ୍ତୁ ମୁନିସିପାଲିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହଁି। କୋରାପୁଟ ବ୍ଲକକୁ ଯାଇ ବିଡିଓଙ୍କୁ ସାକ୍ଷାତ କର ବୋଲି ମୁନିସିପାଲିଟି କର୍ତ୍ତୁପକ୍ଷ ପରାମର୍ଶ ଦେଲେ। ଏହାପରେ ଗ୍ରାମବାସୀମାନେ ବ୍ଲକକୁ ଯାଇଥିଲେ। କିନ୍ତୁ ସେଠି କେହି କିଛି ଶୁଣି ନ ଥିଲେ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ନିଜସ୍ବ ଉଦ୍ୟମରେ ସେହି ଝରଣାକୁ ଗ୍ରାମକୁ ଆଣିବେ ବୋଲି ନିଷ୍ପତ୍ତି ନେଲେ ା ୨୦୧୬ ମସିହା ନଭେମ୍ବର ମାସରେ ପାହାଡର ଝରଣା ଜଳକୁ ନାଳ କରି ଗ୍ରାମ ମୁଣ୍ଡକୁ ଆଣିଲେ। ସେହିଠାରେ ଏକ ବିରାଟ ଖାଲ ରହିଥିବାରୁ ପାଣିକୁ ପ୍ରାୟ ୩ଶହ ମିଟର ପ୍ଲାଷ୍ଟିକ ପାଇପ ଯୋଗେ ନେଇ ଗ୍ରାମ ମଧ୍ୟରେ ଥିବା ଜମିକୁ ପାଣି ପହଞ୍ଚାଇଲେ। ଏହି ପାଇପକୁ ନେବା ପାଇଁ ତଳେ ବାଉଁଶ ଓ କାଠ ପୋତି ସାହାରା ଦେଇଥିଲେ ା ଗ୍ରାମରେ ଝରଣା ପାଣି ପହଞ୍ଚିବା ପରେ ତାକୁ ଶୁଖିଲା ଜମିକୁ ମଡାଗଲା। ଏହି କାର୍ଯ୍ୟ ନିମନ୍ତେ ପ୍ରାୟ ୧ ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ ହେବାସହ ୪ ଦିନର ପରିଶ୍ରମ ଲାଗିଥିଲା। ବର୍ତ୍ତମାନ ଏହି ପାଣି ଦ୍ୱାରା ଗ୍ରାମବାସୀମାନଙ୍କ ୧୦ ଏକର ଶୁଖିଲା ଜମିରେ ବର୍ଷସାରା ବିଭିନ୍ନ ପନିପରିବା ଚାଷ ହୋଇପାରୁଛି। ଗ୍ରାମବାସୀଙ୍କର ଆର୍ଥିକ ଅବସ୍ଥା କିଛିଟା ସୁଧୁରିଛି। ଚାଷ ବ୍ୟତିତ ଏହି ପାଣିରେ ଗ୍ରାମବାସୀ ଗାଧୋଇବା, ଲୁଗା ସଫା କରିବା, ବାସନକୁସନ ମଜାମଜୀ ବି କରୁଛନ୍ତି। ଗ୍ରାମବାସୀମାନେ ଗାଧୋଇବା ପାଣିକୁ ବି ନଷ୍ଟ ନ କରି ଜମିକୁ ମଡାଉଛନ୍ତି ା ଫଳରେ ଗ୍ରାମଟି ବର୍ତ୍ତମାନ ଶସ୍ୟଶ୍ୟାମଳା ଦେଖାଯାଉଛି। ଗ୍ରାମର ରାମଚନ୍ଦ୍ର ମାଳି, ଲଇଚନ ମାଳି, ରବିନ୍ଦ୍ର ମାଳି, ପଦ୍ମନାଭ ନାୟକ, ଭାସ୍କର ନାୟକ, କବି ନାୟକ, ମଧୁ ନାୟକ, ଚୈତନ୍ୟନାୟକ ଓ ଗ୍ରାମର ମୁଖିଆ ଗଙ୍ଗାଧର ନାୟକ କୁହନ୍ତି,‘ବର୍ତ୍ତମାନ ଝରଣା ପାଣି ଯୋଗୁଁ ବର୍ଷର ପ୍ରାୟ ୧୦ ମାସ ଚାଷ ହୋଇପାରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ଗ୍ରାମରେ ଏକ ଜଳିବିଭାଜିକା ପ୍ରକଳ୍ପ କରାଯାଆନ୍ତା। ତା’ହେଲେ ସ୍ଥାୟୀ ଭାବେ ପାଣି ସମସ୍ୟାର ସମାଧାନ ହୋଇପାରନ୍ତା।’ ସେହିପରି ଗ୍ରାମର ବିଶ୍ୱନାଥ ନାୟକ ନାମକ ଜଣେ ଚାଷୀ କୁହନ୍ତି,‘ଏବେ ଗାଁରେ ବସୁଧା ଯୋଜନା ଯୋଗୁ ପାନୀୟ ଜଳର ସମସ୍ୟା କିଛିଟା ଦୂର ହୋଇଛି। ହେଲେ ଚାଷ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ହୋଇଥିବା ଏହି ଜଳସେଚନ ପ୍ରକ୍ରିୟା ହିଁ ଭରସା ହୋଇ ରହିଛି।’
-ଶିବାନୀ ମହାନ୍ତି
ନରେଶ ପଟ୍ଟନାୟକ
ଅମିତାଭ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri