ଯକ୍ଷ୍ମା ନିର୍ମୂଳ ପାଇଁ…

ଡା. ରାମଚନ୍ଦ୍ର ରାଉତ

ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା(ଟିବି) ଦିବସ ରୂପେ ପାଳନ କରାଯାଇଆସୁଛି। ୧୮୮୨ ମସିହାର ଏହି ଦିନରେ ଡା. ରବର୍ଟ କକ୍‌ ଯକ୍ଷ୍ମାର ଜୀବାଣୁ ‘ମାଇକୋ ବ୍ୟାକ୍ଟେରିଅମ୍‌ ଟ୍ୟୁବରକ୍ୟୁଲୋସିସ୍‌’ ଆବିଷ୍କାର କରିଥିଲେ। ତେବେ ଚଳିତ ବର୍ଷ ଏଦି ଦିବସ ଲାଗି ବାର୍ତ୍ତା ରହିଛି ‘ଜୀବନ ବଞ୍ଚାଇବା ଆଉ ଯକ୍ଷ୍ମାର ନିର୍ମୂଳ ପାଇଁ ଅଧିକ ଅର୍ଥ ଓ ଶକ୍ତିର ଉପଯୋଗ ।’
ସାରା ବିଶ୍ୱରେ ପାଖାପାଖି ଦୁଇଶହ କୋଟି ଯକ୍ଷ୍ମା ଜୀବାଣୁ ଦ୍ୱାରା ସଂକ୍ରମିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ଏକଶହ ଲକ୍ଷ ବ୍ୟକ୍ତି ଟିବି ରୋଗରେ ପୀଡ଼ିତ ହୁଅନ୍ତି ଓ ୧୬ ଲକ୍ଷ ମୃତ୍ୟୁମୁଖରେ ପଡ଼ିଥାଆନ୍ତି। ଆମ ଦେଶରେ ବିଶ୍ୱର ୩୦% ଟିବି ଆକ୍ରାନ୍ତ ବ୍ୟକ୍ତି ଅଛନ୍ତି, ଯାହାକି ଆମ ଦେଶ ପାଇଁ ଏକ ବଡ଼ ସ୍ବାସ୍ଥ୍ୟଗତ ଚ୍ୟାଲେଞ୍ଜ। ଆସନ୍ତା ୨୦୨୫ ସୁଦ୍ଧା ଦେଶକୁ ଟିବିମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିଛି। ତେବେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱରୁ ଏହା ନିର୍ମୂଳ କରିବା ସକାଶେ ଲକ୍ଷ୍ୟ ରଖାଯାଇଛି। ବିଶ୍ୱ ସ୍ତରରେ ଏଥିତ୍ଲାଗି ବ୍ୟାପକ ପ୍ରସ୍ତୁତି ଓ କାର୍ଯ୍ୟ କରାଯାଉଛି। ଆମ ଦେଶରେ ଜାତୀୟ ଟିବି ନିରାକରଣ ଯୋଜନା(ଏନ୍‌ଟିପିି)ମାଧ୍ୟମରେ -ନିର୍ଣ୍ଣୟ, ଚିକିତ୍ସା, ପ୍ରତିଷେଧକ ଓ ସଂଗଠନ ମାଧ୍ୟମରେ ଏହା କରାଯାଉଛି, ଯାହା ମଧ୍ୟରେ ପୋଷଣ ଅଭିବୃଦ୍ଧି ଓ କଫ ନମୁନା ପ୍ରେରଣ ସହିତ ଆହୁରି ଅନେକ କାର୍ଯ୍ୟ କରାଯାଉଛି। ଭାରତରେ ୨୦୧୮ରେ ସରକାରୀ ଡାକ୍ତରଖାନାରୁ ୧,୫୯୫,୧୦୫ଟି ଟିବି କେସ୍‌ ନୋଟିଫିକେଶନ ହୋଇଥିବା ବେଳେ ଘରୋଇ ଡାକ୍ତରଖାନାଗୁଡ଼ିକରୁ ୫,୦୨,୮୨୩ଟି କେସ୍‌ ମିଳିଥିଲା। ସେହିପରି ୨୦୧୯ ଓ ୨୦୨୦ରେ ଯଥାକ୍ରମେ ଏହାଥିଲା-୧,୭୨୬,୬୫୬ ଓ ୬,୮୨,୦୬୮ ଏବଂ ୬,୫୫,୬୩୩ ଓ ୨,୩୭,୫୨୦। ସରକାରୀ ସ୍ତରରେ ରୋଗ ନିର୍ଣ୍ଣୟ ପାଇଁ ମାଇକ୍ରୋସ୍କୋପ୍‌ କେନ୍ଦ୍ର ଓ ସବିନ୍ୟାଟ୍‌ ପରୀକ୍ଷା ମେଶିନମାନ ପ୍ରତିଷ୍ଠା କରାଯାଇ ନିର୍ଣ୍ଣୟ ଓ ଚିକିତ୍ସାକୁ ସମସ୍ତଙ୍କ ନିକଟରେ ପହଞ୍ଚା ଯାଇ ପାରୁଛି। ବିଗତ ଦିନ ଅପେକ୍ଷା ବର୍ତ୍ତମାନ ଟିବି ନିର୍ଣ୍ଣୟ ସହଜ ଓ ତ୍ୱରିତ ହୋଇପାରିଛି। ମାତ୍ର ଏହାର ଚିକିତ୍ସାରେ ଏମଡିଆର ଓ ଏକ୍ସଡିଆର ଅର୍ଥାତ୍‌ ଔଷଧ ପ୍ରତିରୋଧ ଜୀବାଣୁଙ୍କର ପ୍ରବେଶ ପ୍ରତିବନ୍ଧକ ସୃଷ୍ଟି କରୁଛି।
ସାଧାରଣଃ ଏଚ୍‌ଆଇଭି-ଏଡ୍‌ସ ସଂକ୍ରମଣ ସହିତ ଟିବି ସଂକ୍ରମଣ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସେଥିପାଇଁ ସବୁ ଟିବି ନିର୍ଣ୍ଣିତ କେସ୍‌ଗୁଡ଼ିକର ଏଚ୍‌ଆଇଭି ପରୀକ୍ଷା ଓ ସବୁ ଏଚ୍‌ଆଇଭି ନିର୍ଣ୍ଣିତ ବ୍ୟକ୍ତିଙ୍କର ଟିବି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଅନେକ କ୍ଷେତ୍ରରେ ଜଣଙ୍କଠାରେ ଦୁଇଟିଯାକ ରୋଗ ଥିଲେ, ଉଭୟର ନିୟମାନୁଯାୟୀ ଚିକିତ୍ସା କରାଯାଇଥାଏ, କାରଣ ପ୍ରତ୍ୟେକ ରୋଗ ପାଇଁ ଅଧିକ ସଂଖ୍ୟକ ଓ ଅତି ଗୁରୁତ୍ୱପୂର୍ଣ୍ଣ ଔଷଧମାନ ବ୍ୟବହାର କରିବାକୁ ପଡ଼ିଥାଏ।
ଡାଇବେଟିସ୍‌ ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଟିବି ଅଧିକମାତ୍ରାରେ ଓ ସହଜରେ ହୋଇଥାଏ। ତେଣୁ ଡାଇବେଟିସ୍‌ ଥିବା ବ୍ୟକ୍ତିବିଶେଷ ଯଦି ଟିବିର କୌଣସି ଲକ୍ଷଣରେ ପୀଡ଼ିତ ହୁଅନ୍ତି, ସେମାନେ ନିଜର ଟିବି ଯାଞ୍ଚ କରାଇବା ଜରୁରୀ। ପ୍ରଥମରୁ ନିର୍ଣ୍ଣୟ କରି ଔଷଧ ନିୟମିତ ବ୍ୟବହାର କଲେ ଟିବି ସହଜରେ ନିୟନ୍ତ୍ରଣ କରାଯାଇପାରେ। ମାଇକୋ ବ୍ୟାକ୍ଟେରିଅମ୍‌ ଟ୍ୟୁବରକ୍ୟୁଲୋରିସ୍‌ ମୁଖ୍ୟତଃ ଫୁସ୍‌ଫୁସ୍‌ ମାତ୍ର ଅନ୍ୟ ଅଂଶ ଯଥା ଅସ୍ଥି, ଚର୍ମ, ଚକ୍ଷୁ, ଖାଦ୍ୟନଳୀ, ବୃକକ୍‌, ମସ୍ତିଷ୍କ ଇତ୍ୟାଦିରେ ହୋଇଥାଏ। ବାୟୁ ମାଧ୍ୟମରେ, ଟିବି ସଂକ୍ରମିତ ରୋଗୀ କାଶିଲେ, ଛିଙ୍କିଲେ, କଫରେ ଲାଗିବା ଦ୍ୱାରା, କେତେକ କ୍ଷେତ୍ରରେ ରକ୍ତ ପ୍ରବାହ ଦ୍ୱାରା ମସ୍ତିଷ୍କ ଓ ଅନ୍ୟାନ୍ୟ ଅଂଶମାନଙ୍କୁ ଏହା ବ୍ୟାପିଥାଏ।
କିପରି ନିର୍ଣ୍ଣୟ ହୁଏ: କଫ ନମୁନା ପରୀକ୍ଷା (୨ଟି), ଅଣୁବୀକ୍ଷଣ ଯନ୍ତ୍ର ଦ୍ୱାରା ଛାତିର ଫଟୋ, ଅସ୍ଥିର ଫଟୋ, ମସ୍ତିଷ୍କ ମଧ୍ୟରେ ପ୍ରବାହିତ ରସ (ସିଏସଏଫ)ପରୀକ୍ଷା, ସିବିନାଟ୍‌ ପରୀକ୍ଷା ଦ୍ୱାରା, କାଶ ଲଗାତର ୧୫ ଦିନରୁ ଅଧିକ, ସନ୍ଧ୍ୟା ସମୟରେ ଜ୍ୱର, ଓଜନ ଓ ଭୋକ ହ୍ରାସ, ଦୁର୍ବଳ ଲାଗିବା, କଫରେ ରକ୍ତ ପଡ଼ିବା, ଛାତି ଦରଜ।
ଚିକିତ୍ସା: ଏକା ସଙ୍ଗରେ ଅତିକମ୍‌ରେ ୪ ପ୍ରକାର ଆଣ୍ଟିବାୟୋଟିକ୍‌ ଖାଇବାକୁ ପଡ଼େ। ମଲ୍ଟିଡ୍ରଗ୍‌ ରେଜିଷ୍ଟାଣ୍ଟ ଟିବି କ୍ଷେତ୍ରରେ ଅନ୍ୟ ସୀମିତ ଔଷଧ ଦିଆଯାଇଥାଏ। ଏକ୍ସଡିଆର କ୍ଷେତ୍ରରେ ମଧ୍ୟ ତାହାଠାରୁ ଅଧିକ କାର୍ଯ୍ୟକ୍ଷମ ଔଷଧ ଦିଆଯାଏ। ସୁଷମ ଖାଦ୍ୟ ମୁଖ୍ୟତଃ ପୁଷ୍ଟିସାର ଓ ଭିଟାମିନ୍‌, ଏହା ସହିତ ଔଷଧ ସେବନ ସମୟରେ ଔଷଧର ରିଆକ୍ସନ ଓ ଔଷଧ ଜନିତ ଅନ୍ୟାନ୍ୟ ରୋଗର ଚିକିତ୍ସା, ଶିଶୁ ଓ ଏଚ୍‌ଆଇଭିଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ଚିକିତ୍ସା କରାଯାଏ।
ପ୍ରତିଷେଧକ ବ୍ୟବସ୍ଥା: କାଶ, ଛିଙ୍କ ସମୟରେ ମୁହଁ ଘୋଡ଼ାଇବା, ଏବେ କୋଭିଡ୍‌ ପାଇଁ ବ୍ୟବହାର ହେଉଥିବା ମାସ୍କ ବିଶେଷ ଉପଯୋଗୀ, ଅତ୍ୟଧିକ ଜନବହୁଳ ସ୍ଥାନ, ଅଳ୍ପ ଘର ଓ ଘରର କମ୍‌ ଆକାର ତଥା ସ୍ବାମୀ, ସ୍ତ୍ରୀ ଓ ଶିଶୁମାନଙ୍କ କ୍ଷେତ୍ରରେ ନିକଟତର ନ ହେବା, ଲକ୍ଷଣ ପ୍ରକାଶ ପାଇଲେ କଫ ଓ ସବିନାଟ ପରୀକ୍ଷା, ଏଚ୍‌ଆଇଭି ପରୀକ୍ଷା ଓ ଡାଇବେଟିସ୍‌ ନିୟନ୍ତ୍ରଣ କରିବା ଆବଶ୍ୟକ।
ବରିଷ୍ଠ ଚିକିତ୍ସକ, ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri