Posted inଖେଳ

ଏହି ୨ କାରଣରୁ ଅଧିନାୟକ ପଦ ଛାଡିଛନ୍ତି କୋହଲି

ନୂଆଦିଲ୍ଲୀ,୧୨।୧୦: ଟି-୨୦ ବିଶ୍ୱକପ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ। କୋହଲି କିଛି ଦିନ ପୂର୍ବରୁ ଏହା ଘୋଷଣା କରିଥିଲେ। କୋହଲି ପୂର୍ବରୁ ଏହା ମଧ୍ୟ ଘୋଷଣା କରିଛନ୍ତି ଆଇପିଏଲ ୨୦୨୧ର ଚଳିତ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେବେ। କୋହଲି ହଠାତ୍‌ ଉଭୟଙ୍କ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦ ଛାଡ଼ିବା ପଛରେ ୨ଟି କାରଣ ସେ ଦର୍ଶାଇଛନ୍ତି।
କୋହଲି କହିଛନ୍ତି ଅଧିନାୟକତ୍ୱ ଛାଡିବାର ସବୁଠାରୁ ବଡ କାରଣ ହେଉଛି କାର୍ଯ୍ୟଭାର। ଏହା ବ୍ୟତୀତ ଅନ୍ୟ ଏକ କାରଣ ହେଉଛି ଯେ ସେ ନିଜ ଦାୟିତ୍ୱ ପ୍ରତି ଅସାଧୁ ହେବାକୁ ଚାହୁଁ ନ ଥିଲେ। ଯଦି ସେ ତାଙ୍କ କାର୍ଯ୍ୟରେ ୧୨୦ ପ୍ରତିଶତ ଦେଇପାରିବେ ନାହିଁ, ତେବେ ସେ କାମ କରି କୌଣସି ଲାଭ ନାହିଁ।
କୋହଲି ଏପର୍ଯ୍ୟନ୍ତ ଭାରତକୁ କୌଣସି ଆଇସିସି ଟ୍ରଫି କିମ୍ବା ଆରସିବିକୁ ଆଇପିଏଲ ଟ୍ରଫି ଦେବାରେ ସକ୍ଷମ ହୋଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସହଯୋଗ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁକ୍‌ମେକର୍ସଙ୍କ ଫେଭରାଇଟ୍‌ ଭାରତ

ଲଣ୍ଡନ, ୮ା୭ (ପି.ଟି.)- ବୁକ୍‌ ମେକର୍ସଙ୍କ ଦୃଷ୍ଟିରେ ଏଥର ଭାରତ ଜgିତିବ ଆଇସିସି ବିଶ୍ୱକପ୍‌। ରାଉଣ୍ଡ ରବିନ ପର୍ଯ୍ୟାୟରେ ଏହି ଦଳ ୯ଟି ମ୍ୟାଚରୁ ୭ଟିରେ...

ଅହମ୍ମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ

କୋଲକାତା, ୨୧ା୧୦ (ପି.ଟି.)- ଆସନ୍ତାବର୍ଷ ପ୍ରଥମ ଭାଗରେ ଇଂଲଣ୍ଡର ଭାରତ ଟୁର୍‌ ବେଳେ ଅହମ୍ମଦାବାଦରେ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ସିଡ୍‌ନୀ ଟେଷ୍ଟ: ଟିମ୍‌ କମ୍ବିନେଶନ ଉପରେ ନଜର, ମୟଙ୍କ କିମ୍ବା ବିହାରୀଙ୍କ ମଧ୍ୟରୁ ଜଣେ ଖେଳିବେ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ୫ ବୋଲରଙ୍କୁ ନେଇ ଖେଳିବା ରଣନୀତି କାମ ଦେଲା ଓ ଭରତ ମେଲବୋର୍ନ ଟେଷ୍ଟ ଜିତିଲା। କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ଅଜିଙ୍କ୍ୟ ରାହନେଙ୍କ...

କୋହଲିଙ୍କୁ ଅନୁଷ୍କାଙ୍କ ପ୍ରଶ୍ନ: ମୋ ହେଡଫୋନ୍‌ କେଉଁଠି ରଖିଛ, ଜବାବରେ ମିଳିଲା ଏମିତି ଉତ୍ତର

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ରୁ ୨୨ ଜୁନ...

ଦେଶର ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟରରେ ନାହିଁ ଶୁଟରଙ୍କ ରହଣି ବ୍ୟବସ୍ଥା

ନୂଆଦିଲ୍ଲୀ,୭।୯- ଦେଶର ଜଣାଶୁଣା ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟର ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତୀୟ ଶୁଟରଙ୍କ ଲାଗି ରହଣି ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଲିମ୍ପିକ୍ସ...

ଆହତ ସତ୍ତ୍ୱେ ବୋଲିଂ କରିପାରିବ କି ବୋଲି ସାଇନିଙ୍କୁ ପଚାରିଥିଲେ ରାହାନେ, ମିଳିଥିଲା ଏଭଳି ଜବାବ

ନୂଆଦିଲ୍ଲୀ,୨୩।୧: ଆହତ କାରଣରୁ ବ୍ରିସବେନ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ନବଦୀପ ସାଇନି। ହେଲେ ଏତେ ବଡ଼ ସୁଯୋଗକୁ ହାତ ଛଡ଼ା...

ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍‌ ଷ୍ଟାର; ଫଟୋ ଶେୟାର କରି..

ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ...

Advertisement
Archives

Model This Week