୩ ମାସ ହେଲା ଜଳ ସଙ୍କଟରେ ୩୫ ପରିବାର

ଜଳେଶ୍ୱର, ୧୮।୪(ଡି.ଏନ.ଏ.)-ଦୀର୍ଘମାସ ଧରି ବର୍ଷା ନ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ପଞ୍ଚାୟତରେ ଜଳକଷ୍ଟ ଦେଖାଦେଇଛି ା ଭୂତଳ ଜଳସ୍ତର ୧୦୦ଫୁଟ ତଳକୁ ଖସି ଯାଇଥିବାରୁ ପାହାଡିଆ ରାଇବଣିଆ ଅଞ୍ଚଳରେ ଜଳସଙ୍କଟ ସୃଷ୍ଟି ହୋଇଛି ା
ରାଇବଣିଆ ପଞ୍ଚାୟତର ଗଡଭିତର ସାହିରେ ପ୍ରାୟ ୩୫ ପରିବାରର ୧୫୦ ଲୋକ ବାସ କରନ୍ତି। ଆଜିକୁ ୨ ମାସ ଧରି ସେଠାରେ ଥିବା ନଳକୂପ ଅଚଳ ହୋଇଛି ା ତେଣୁ ଉକ୍ତ ସାହିରେ ବାସ କରୁଥିବା ଲୋକେ ୧ କି.ମି. ଦୂରରେ ଥିବା ଅନ୍ୟ ଏକ ନଳକୂପରୁ ପାଣି ଆଣିବାକୁ ଯାଇ ବହୁତ ହଇରାଣ ହେଉଛନ୍ତି ା ଏହି ପାହାଡିଆ ଅଞ୍ଚଳରେ ସମସ୍ତ ପୋଖରୀ ଶୁଖିଲା ପଡିଛି। ବହୁ ଦୂରରେ କାଦୁଅ ପାଣି ଥିବା ପୋଖରୀକୁ ଦୈନନ୍ଦିନ କାର୍ଯ୍ୟ ଲାଗି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି ା ନିକଟରେ ଏକ ପମ୍ପହାଉସ ଖନନ ସରିଥିବା ବେଳେ ଟ୍ରାନ୍ସଫର୍ମର ବସିଛି ା ଦୀର୍ଘ ୩ ବର୍ଷ ଧରି ତାର ସଂଯୋଗ ହେଉ ନ ଥିବାରୁ ସେଠାରୁ ପାଣି ଯୋଗାଣ ହୋଇପାରୁନାହିଁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମମତା ଘୋଷ ଓ ତାଙ୍କ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ ା ଏ ସମ୍ପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ଇଂ. ଅଶୋକ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ପଞ୍ଚାୟତ ଦାୟିତ୍ୱରେ ରହିଛି। ତଥାପି ଜରୁରୀ ପରିସ୍ଥିତିରେ ସେଠାରେ ଥିବା ନଳକୂପକୁ ମରାମତି କିମ୍ବା ନୂତନ ନଳକୂପ ଖନନ କରିବେ ବୋଲି କହିଛନ୍ତି ା