Posted inଖେଳ

୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଅଷ୍ଟ୍ରେଲିଆ କଲା ନୂଆ କାରନାମା

ଆଡିଲେଡ,୧୯।୧: ଆଡିଲେଡରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ଦଳ ଏକ ସଫଳତା ହାସଲ କରିଛି। ୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଅଷ୍ଟ୍ରେଲିଆ ପ୍ରଥମ ଦଳ ହୋଇପାରିଛି ଯାହାର ପେଇଙ୍ଗ-୧୧ର ଚାରି ବୋଲର ଟେଷ୍ଟ ମ୍ୟାଚରେ ୨୫୦+ ଉଇକେଟ ନେଇଛନ୍ତି। ଆଜି ପର୍ଯ୍ୟନ୍ତ ଟେଷ୍ଟରେ ଏହା କେବେ ହୋଇ ନଥିଲା। ଏହି ଆକଳନ ଆଧାରରେ ଏହା କୁହାଯାଇପାରେ ଯେ ଅଷ୍ଟ୍ରେଲିଆର ବର୍ତ୍ତମାନର ବୋଲିଂ ଆକ୍ରମଣ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ବୋଲିଂ ୟୁନିଟ ଅଟେ।
ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହୋଇଥିଲେ, ସେମାନଙ୍କ ପେଇଙ୍ଗ-୧୧ରେ ତିନି ଜଣ ବୋଲର ଥିଲେ, ଯେଉଁମାନେ ୨୫୦ ଟେଷ୍ଟ ଉଇକେଟ ମାର୍କ ଅତିକ୍ରମ କରିଥିଲେ। କିନ୍ତୁ ଆଡିଲେଡ ଟେଷ୍ଟ ସମୟରେ ଅନ୍ୟ ଜଣେ ଅଷ୍ଟ୍ରେଲୀୟ ବୋଲର ୨୫୦ ଟେଷ୍ଟ ଉଇକେଟ ଅଙ୍କ ଛୁଇଁଥିଲେ। ଏହି ବୋଲର ଥିଲେ ଜୋଶ ହାଜଲେଉଡ। ହାଜଲେଉଡ ୨୪୯ ଟେଷ୍ଟ ଉଇକେଟ ନେଇ ଏହି ମ୍ୟାଚ୍‌ ଖେଳିଥିଲେ। ଏଠାରେ ଆଲେକ ଆଥାନାଜେଙ୍କ ବୋଲ୍ଡ କରିବା ସହ ସେ ତାଙ୍କ ଆକାଉଣ୍ଟରେ ୨୫୦ ଟେଷ୍ଟ ଉଇକେଟ ସମାପ୍ତ କରି ଅଷ୍ଟ୍ରେଲିଆ ଦଳକୁ ଏକ ଐତିହାସିକ ସଫଳତା ପ୍ରଦାନ କରିଥିଲେ।
ଏହି ମ୍ୟାଚରେ ହାଜଲେଉଡ ଭଲ ଫର୍ମରେ ଥିଲେ। ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସରେ ସେ ୪ ଉଇକେଟ ନେଇ ଦ୍ୱିତୀୟ ଇନିଂସରେ ୫ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ତାଙ୍କ ସହ ଅନ୍ୟ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଭଲ ବୋଲିଂ କରିଥିଲେ। ୱେଷ୍ଟଇଣ୍ଡିଜକୁ ଏହି ମ୍ୟାଚକୁ ୧୦ ଉଇକେଟରେ ହାରିବାକୁ ପଡିଥିଲା।
ଅଷ୍ଟ୍ରେଲିଆର ବର୍ତ୍ତମାନର ବୋଲିଂ ଆକ୍ରମଣରେ ସ୍ପିନର ନାଥନ ଲିଅନ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ୫୧୧ ଉଇକେଟ ନେଇଛନ୍ତି। ଏହା ପରେ ମିଚେଲ ଷ୍ଟାର୍କଙ୍କ ନାମ ଆସେ। ଷ୍ଟାର୍କଙ୍କ ଆକାଉଣ୍ଟରେ ୩୪୮ ଟେଷ୍ଟ ଉଇକେଟ ଅଛି। ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ପ୍ୟାଟ କମିନ୍ସ ତାଙ୍କ ଟେଷ୍ଟ ଉଇକେଟ ସଂଖ୍ୟା ୨୫୦+ କୁ ନେଇଥିଲେ। ଏବେ ତାଙ୍କ ଆକାଉଣ୍ଟରେ ୨୬୨ ଉଇକେଟ ଅଛି। ଚତୁର୍ଥ ବୋଲର ହେଉଛନ୍ତି ଜୋଶ ହାଜଲେଉଡ, ଯିଏ ବର୍ତ୍ତମାନ ୨୫୮ ଟେଷ୍ଟ ଉଇକେଟରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?