ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ

”ପିଲାର ଭବିଷ୍ୟତ ବିଷୟରେ ମା’ବାପା ଚିନ୍ତା କରିବା କିଛି ଭୁଲ୍‌ ନୁହେଁ । ପିଲାର କେଉଁଠି ଦୋଷତ୍ରୁଟି ରହୁଛି ତାହା ଜାଣିବା ସହ ସେଗୁଡିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ତାକୁ ସବୁବେଳେ ଚାପମୁକ୍ତ ରଖିବାକୁ
ଚେଷ୍ଟା କରନ୍ତୁ। ଏହାଦ୍ୱାରା ସେ ନିଜ କ୍ୟାରିୟରକୁ ସୁରୁଖୁରୁରେ ଆଗେଇ ନେଇପାରିବ ।“

ପିଲାଟି ଜନ୍ମଦେବା ପରେ ତା’ର ମା’ବାପା ତାକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି। ପିଲାଟି ପାଠ ପଢ଼ିବ, ନିଜ କ୍ୟାରିୟର ଗଢ଼ିବ। ହେଲେ ପିଲାଟି ଦିନରୁ ତାହାର ଲାଳନପାଳନ ଦାୟିତ୍ୱ ସହ ତା’ ହାତ ଧରି ବାଟ କଢ଼ାଇ ନେବାରେ ମା-ବାପାଙ୍କର ପ୍ରମୁଖ ଭୂମିକା ରହିଛି। କେବଳ ପାଠପଢ଼ା ନୁହେଁ, ପିଲାଟିର ଆଉ କେଉଁ ବିଷୟ, ଯଥା- ଖେଳକୁଦ, ନୃତ୍ୟ, ଗୀତ ଗାଇବା ଆଦି ପ୍ରତି ଲକ୍ଷ୍ୟ ଦେବା ଜରୁରୀ। ତେଣୁ ନିଜ ପିଲାର ଉତ୍ତମ କ୍ୟାରିୟର ପାଇଁ ମା’ ବାପା କେତୋଟି ବିଷୟ ପ୍ରତି ନଜର ଦେବା ନିହାତି ଦରକାର। ସେ ସମ୍ପର୍କରେ ଟିପ୍ସ…
ପିଲାକୁ ଚାପମୁକ୍ତ ରଖନ୍ତୁ: କେତେକ ମା’-ବାପା ପିଲାଟିକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି। ହେଲେ ପିଲା ଏ ବିଷୟରେ କିଛି ଅବଗତ ନ ଥାଏ। ଆମ ପିଲା କିପରି କ୍ଲାସ୍‌ରେ ଫାଷ୍ଟ ହେବ, ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବ ଏ ନେଇ ସେମାନେ ଭାବିବା ଆରମ୍ଭ କରିଦିଅନ୍ତିି। ପିଲାର ଭବିଷ୍ୟତ ବିଷୟରେ ମା’-ବାପା ଚିନ୍ତା କରିବା କିଛି ଭୁଲ୍‌ ନୁହେଁ। ହେଲେ ଭବିଷ୍ୟତରେ ତାହା ଯେମିତି ପିଲା ପାଇଁ ବୋଝ ହୋଇ ନ ଯାଏ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ପିଲାର ପାଠପଢ଼ା ପ୍ରତି ଅବଗତ ରୁହନ୍ତୁ। ସେଥିରେ କେଉଁଠି ତାହାର ଦୋଷତ୍ରୁଟି ରହୁଛି ତାହା ଜାଣିବା ସହ ସେଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ତାକୁ ଏଭଳି ପରିବେଶରେ ପାଠ ପଢ଼ାନ୍ତୁ ନାହିଁ, ଯେପରି ସେ ପାଠକୁ ଏକ ବୋଝ ବୋଲି ଅନୁଭବ କରିବ। ତାକୁ ସବୁବେଳେ ଚାପମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ସେ ନିଜ କ୍ୟାରିୟରକୁ ସୁରୁଖୁରୁରେ ଆଗେଇ ନେଇପାରିବ।
ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରନ୍ତୁ ନାହିଁ: ଆପଣଙ୍କ ପିଲା ଯଦି କୌଣସି ବିଷୟରେ ଖରାପ ରେଜଲ୍ଟ କରିଛି ତେବେ ତାହାକୁ ଅଧିକ ବିଶ୍ଳେଷଣ କରିବା ଅପେକ୍ଷା ତାହାର ଦୋଷତ୍ରୁଟିକୁ ଲକ୍ଷ୍ୟକରି ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏ ନେଇ ଯେପରି ପିଲାଟି ମନରେ ନକାରାତ୍ମକ ଭାବନା ସୃଷ୍ଟି ନ ହୁଏ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ତାକୁ ଥଣ୍ଡା ମିଜାଜ୍‌ରେ ସବୁକଥା ବୁଝାନ୍ତୁ। ଛୋଟ ବେଳୁ ତାହାର ରେଜଲ୍ଟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ପିଲାଟି କିପରି ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବ ସେଥିପ୍ରତି ଚେଷ୍ଟା କରନ୍ତୁ।
ପିଲାର ମନ କଥା ବୁଝନ୍ତୁ: ଛୋଟ ବେଳେ ପିଲାଟି କିପରି ପଢ଼ିବ ସେ ନେଇ ମା’-ବାପା ବେଶ୍‌ ଯତ୍ନବାନ ଥାଆନ୍ତି। ଆଜିକାଲିର ହାଇଟେକ୍‌ ଯୁଗରେ ପାଠପଢ଼ା ଅପ୍‌ସନ ଅନେକ ରହିଛି। ତେଣୁ ବଡ଼ ହେଲେ ପିଲା କାହାକୁ ନେଇ ନିଜ କ୍ୟାରିୟରକୁ ଆଗକୁ ଅଗେଇ ନେବ ସେଥିପାଇଁ ସେ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ିଥାଏ। ଏହି ସମୟରେ ପିଲା ସହ ମା’-ବାପା ଆଲୋଚନା କରିବା ନିହାତି ଜରୁରୀ। ତେଣୁ ପିଲାଟି ଭବିଷ୍ୟତରେ କେଉଁ ପାଠ ପଢ଼ିଲେ ତାହାକୁ ଆଧାର କରି ସେ ନିଜ କ୍ୟାରିୟର କରିବ ସେ ନେଇ ତା’ ସହ ଆଲୋଚନା କରନ୍ତୁ। ଯଦି ଆପଣ ପିଲାର ଭବିଷ୍ୟତ ବିଷୟରେ କିଛି ଚିନ୍ତା କରିଛନ୍ତି ତେବେ ତାହାକୁ ଭଲ ଭାବରେ ବୁଝାନ୍ତୁ।
ଅନ୍ୟର ପ୍ରତିଯୋଗୀ କରାଇବା ଠିକ୍‌ ନୁହେଁ: ଆଜିକାଲି ଅନେକ ମା’-ବାପା ପିଲାଟିକୁ ଅନ୍ୟ ପିଲା ସହ ତୁଳନା କରିଥାଆନ୍ତି। ହେଲେ ଏଭଳି ମନୋଭାବ ଆଦୌ ଠିକ୍‌ ନୁହେଁ। କାରଣ ପିଲାଟି କିପରି ପାଠ ପଢ଼ୁଛି ସେହି ଅନୁସାରେ ସେ ରେଜଲ୍ଟ କରିଥାଏ। ଅନ୍ୟ ପିଲାଟି ଯିଏ ମନଧ୍ୟାନ ସହ ପାଠ ପଢ଼ୁଛି ଏବଂ ପରୀକ୍ଷା ସମୟରେ ଠିକ୍‌ ଉତ୍ତର ଲେଖି ଭଲ ମାର୍କ ରଖିଛି ତାହା ସହ ନିଜ ପିଲାକୁ ତୁଳନା କରନ୍ତୁ ନାହିଁ। ଏହି ସମୟରେ ଯଦି ଆପଣଙ୍କ ପିଲାର କିଛି ଦୋଷତ୍ରୁଟି ରହିଛି ତାହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ସେ ପିଲା ଏମିତି ପଢ଼ୁଛି, ସେ କ୍ଲାସ୍‌ରେ ୯୫ % ରଖୁଛି, ତୁ ସେତିକି ରଖ। ଏଭଳି ଭାବନା ମନରେ ସୃଷ୍ଟି ହେଲେ ପିଲାଟି ଶାନ୍ତ ମନରେ ପାଠ ପଢ଼ିପାରିବ ନାହିଁ। କାହା ସହ ତୁଳନା କଲେ ସେ ଭାବିବ ଯେ, ଆରେ, ମୁଁ କ’ଣ ଏତେ ମାର୍କ ରଖିପାରିବି? ଧୀରେ ଧୀରେ ଏଭଳି ଚିନ୍ତାଧାରା ତା’ ପାଠପଢ଼ାକୁ ପ୍ରଭାବିତ କରିବ। ଆଜିକାଲି ତ ପାଠପଢ଼ା ପ୍ରତିଦ୍ୱନ୍ଦ୍ୱିତାମୂଳ ହୋଇଗଲାଣି। ହେଲେ ତାହା ସହ ତୁଳନା କରି ଯଦି ଆମେ ପିଲାଟିକୁ ସେହି ଭଳି ପାଠ ପଢ଼ିବାକୁ ବାଧ୍ୟ କରିବା ତେବେ ସେ ଏହାକୁ ଏକ ବୋଝ ବୋଲି ଭାବିବ। ତାହାର ପାଠପଢ଼ା ଶୈଳୀକୁ ତନ୍ନ ତନ୍ନ କରି ତର୍ଜମା କରନ୍ତୁ। ଯଦି କେଉଁଠି ଦୋଷ ତ୍ରୁଟି ରହୁଛି ତାହାକୁ ସୁଧାରି ନିଅନ୍ତୁ। ଏହାଦ୍ୱାରା ସେ ପାଠକୁ ନେଇ ସୁରୁଖୁରୁରେ ଆଗେଇପାରିବ।
ପିଲାର ମାନସିକତାକୁ ଗୁରୁତ୍ୱ ଦିଅନ୍ତୁ: ପିଲାଟି ପାଠ ପଢ଼ିବା ସମୟରେ ତାହାର ମାନସିକତା କିପରି ରହୁଛି ତାହାକୁ ଭଲ ଭାବରେ ଲକ୍ଷ୍ୟ କରନ୍ତୁ। ପାଠ ପଢ଼ିବା ସମୟରେ ସେହି ପରିବେଶ ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆଜିକାଲି ଅନେକ ପିଲା ପାଠପଢ଼ା ପାଇଁ ମୋବାଇଲ ବ୍ୟବହାର କରୁଛନ୍ତି। ହେଲେ ଏହାର ବ୍ୟବହାର ଯେତେ ସୀମିତ ହେବ ସେତେ ଭଲ। କାରଣ ଏବେ ତ ଅଫ୍‌ଲାଇନ ପାଠପଢ଼ା ଚାଲିଛି। ତେଣୁ ସ୍କୁଲରେ ଯାହା ପଢ଼ା ହେଉଛି ତାହାକୁ ସେ ପ୍ରତିଦିନ ଘରେ ପଢ଼ୁଛି କି ନାହିଁ ତାହା ଲକ୍ଷ୍ୟ କରନ୍ତୁ। ସେହି ଅନୁସାରେ ରୁଟିନ ପ୍ରସ୍ତୁତ କରନ୍ତୁ ଏବଂ ତାହାକୁ ସେ ଅନୁସରଣ କରୁଛି କି ନାହିଁ ତାହା ଫଲୋ କରନ୍ତୁ।
ମନ କଥା କହିବାର ସୁଯୋଗ ଦିଅନ୍ତୁ: ବେଳେବେଳେ ଅନେକ ପିଲା ଭୟରେ ନିଜ ମନ କଥା ମା’-ବାପାଙ୍କୁ କହିପାରି ନ ଥାନ୍ତି। ପିଲା ନିଜ କ୍ୟାରିୟରକୁ ନେଇ କ’ଣ ଚିନ୍ତା କରିଛି ତା’ ସହ ଆଲୋଚନା କରନ୍ତୁ। ଯଦି ତା’ ଭାବନା ପ୍ରତି ଆପଣଙ୍କର ସହମତି ରହିଛି ତେବେ ସେ ବିଷୟରେ ଭଲ ଭାବରେ ଆଲୋଚନା କରନ୍ତୁ। ଯଦି ତାକୁ ନେଇ ଆପଣ ଆଉ କିଛି ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ତେବେ ତାହାକୁ ରୂପରେଖ ଦେବା ପୂର୍ବରୁ ପିଲା ସହ ଆଲୋଚନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri