ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ

”ପିଲାର ଭବିଷ୍ୟତ ବିଷୟରେ ମା’ବାପା ଚିନ୍ତା କରିବା କିଛି ଭୁଲ୍‌ ନୁହେଁ । ପିଲାର କେଉଁଠି ଦୋଷତ୍ରୁଟି ରହୁଛି ତାହା ଜାଣିବା ସହ ସେଗୁଡିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ତାକୁ ସବୁବେଳେ ଚାପମୁକ୍ତ ରଖିବାକୁ
ଚେଷ୍ଟା କରନ୍ତୁ। ଏହାଦ୍ୱାରା ସେ ନିଜ କ୍ୟାରିୟରକୁ ସୁରୁଖୁରୁରେ ଆଗେଇ ନେଇପାରିବ ।“

ପିଲାଟି ଜନ୍ମଦେବା ପରେ ତା’ର ମା’ବାପା ତାକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି। ପିଲାଟି ପାଠ ପଢ଼ିବ, ନିଜ କ୍ୟାରିୟର ଗଢ଼ିବ। ହେଲେ ପିଲାଟି ଦିନରୁ ତାହାର ଲାଳନପାଳନ ଦାୟିତ୍ୱ ସହ ତା’ ହାତ ଧରି ବାଟ କଢ଼ାଇ ନେବାରେ ମା-ବାପାଙ୍କର ପ୍ରମୁଖ ଭୂମିକା ରହିଛି। କେବଳ ପାଠପଢ଼ା ନୁହେଁ, ପିଲାଟିର ଆଉ କେଉଁ ବିଷୟ, ଯଥା- ଖେଳକୁଦ, ନୃତ୍ୟ, ଗୀତ ଗାଇବା ଆଦି ପ୍ରତି ଲକ୍ଷ୍ୟ ଦେବା ଜରୁରୀ। ତେଣୁ ନିଜ ପିଲାର ଉତ୍ତମ କ୍ୟାରିୟର ପାଇଁ ମା’ ବାପା କେତୋଟି ବିଷୟ ପ୍ରତି ନଜର ଦେବା ନିହାତି ଦରକାର। ସେ ସମ୍ପର୍କରେ ଟିପ୍ସ…
ପିଲାକୁ ଚାପମୁକ୍ତ ରଖନ୍ତୁ: କେତେକ ମା’-ବାପା ପିଲାଟିକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି। ହେଲେ ପିଲା ଏ ବିଷୟରେ କିଛି ଅବଗତ ନ ଥାଏ। ଆମ ପିଲା କିପରି କ୍ଲାସ୍‌ରେ ଫାଷ୍ଟ ହେବ, ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବ ଏ ନେଇ ସେମାନେ ଭାବିବା ଆରମ୍ଭ କରିଦିଅନ୍ତିି। ପିଲାର ଭବିଷ୍ୟତ ବିଷୟରେ ମା’-ବାପା ଚିନ୍ତା କରିବା କିଛି ଭୁଲ୍‌ ନୁହେଁ। ହେଲେ ଭବିଷ୍ୟତରେ ତାହା ଯେମିତି ପିଲା ପାଇଁ ବୋଝ ହୋଇ ନ ଯାଏ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ପିଲାର ପାଠପଢ଼ା ପ୍ରତି ଅବଗତ ରୁହନ୍ତୁ। ସେଥିରେ କେଉଁଠି ତାହାର ଦୋଷତ୍ରୁଟି ରହୁଛି ତାହା ଜାଣିବା ସହ ସେଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ତାକୁ ଏଭଳି ପରିବେଶରେ ପାଠ ପଢ଼ାନ୍ତୁ ନାହିଁ, ଯେପରି ସେ ପାଠକୁ ଏକ ବୋଝ ବୋଲି ଅନୁଭବ କରିବ। ତାକୁ ସବୁବେଳେ ଚାପମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ସେ ନିଜ କ୍ୟାରିୟରକୁ ସୁରୁଖୁରୁରେ ଆଗେଇ ନେଇପାରିବ।
ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରନ୍ତୁ ନାହିଁ: ଆପଣଙ୍କ ପିଲା ଯଦି କୌଣସି ବିଷୟରେ ଖରାପ ରେଜଲ୍ଟ କରିଛି ତେବେ ତାହାକୁ ଅଧିକ ବିଶ୍ଳେଷଣ କରିବା ଅପେକ୍ଷା ତାହାର ଦୋଷତ୍ରୁଟିକୁ ଲକ୍ଷ୍ୟକରି ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏ ନେଇ ଯେପରି ପିଲାଟି ମନରେ ନକାରାତ୍ମକ ଭାବନା ସୃଷ୍ଟି ନ ହୁଏ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ତାକୁ ଥଣ୍ଡା ମିଜାଜ୍‌ରେ ସବୁକଥା ବୁଝାନ୍ତୁ। ଛୋଟ ବେଳୁ ତାହାର ରେଜଲ୍ଟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ପିଲାଟି କିପରି ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବ ସେଥିପ୍ରତି ଚେଷ୍ଟା କରନ୍ତୁ।
ପିଲାର ମନ କଥା ବୁଝନ୍ତୁ: ଛୋଟ ବେଳେ ପିଲାଟି କିପରି ପଢ଼ିବ ସେ ନେଇ ମା’-ବାପା ବେଶ୍‌ ଯତ୍ନବାନ ଥାଆନ୍ତି। ଆଜିକାଲିର ହାଇଟେକ୍‌ ଯୁଗରେ ପାଠପଢ଼ା ଅପ୍‌ସନ ଅନେକ ରହିଛି। ତେଣୁ ବଡ଼ ହେଲେ ପିଲା କାହାକୁ ନେଇ ନିଜ କ୍ୟାରିୟରକୁ ଆଗକୁ ଅଗେଇ ନେବ ସେଥିପାଇଁ ସେ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ିଥାଏ। ଏହି ସମୟରେ ପିଲା ସହ ମା’-ବାପା ଆଲୋଚନା କରିବା ନିହାତି ଜରୁରୀ। ତେଣୁ ପିଲାଟି ଭବିଷ୍ୟତରେ କେଉଁ ପାଠ ପଢ଼ିଲେ ତାହାକୁ ଆଧାର କରି ସେ ନିଜ କ୍ୟାରିୟର କରିବ ସେ ନେଇ ତା’ ସହ ଆଲୋଚନା କରନ୍ତୁ। ଯଦି ଆପଣ ପିଲାର ଭବିଷ୍ୟତ ବିଷୟରେ କିଛି ଚିନ୍ତା କରିଛନ୍ତି ତେବେ ତାହାକୁ ଭଲ ଭାବରେ ବୁଝାନ୍ତୁ।
ଅନ୍ୟର ପ୍ରତିଯୋଗୀ କରାଇବା ଠିକ୍‌ ନୁହେଁ: ଆଜିକାଲି ଅନେକ ମା’-ବାପା ପିଲାଟିକୁ ଅନ୍ୟ ପିଲା ସହ ତୁଳନା କରିଥାଆନ୍ତି। ହେଲେ ଏଭଳି ମନୋଭାବ ଆଦୌ ଠିକ୍‌ ନୁହେଁ। କାରଣ ପିଲାଟି କିପରି ପାଠ ପଢ଼ୁଛି ସେହି ଅନୁସାରେ ସେ ରେଜଲ୍ଟ କରିଥାଏ। ଅନ୍ୟ ପିଲାଟି ଯିଏ ମନଧ୍ୟାନ ସହ ପାଠ ପଢ଼ୁଛି ଏବଂ ପରୀକ୍ଷା ସମୟରେ ଠିକ୍‌ ଉତ୍ତର ଲେଖି ଭଲ ମାର୍କ ରଖିଛି ତାହା ସହ ନିଜ ପିଲାକୁ ତୁଳନା କରନ୍ତୁ ନାହିଁ। ଏହି ସମୟରେ ଯଦି ଆପଣଙ୍କ ପିଲାର କିଛି ଦୋଷତ୍ରୁଟି ରହିଛି ତାହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ସେ ପିଲା ଏମିତି ପଢ଼ୁଛି, ସେ କ୍ଲାସ୍‌ରେ ୯୫ % ରଖୁଛି, ତୁ ସେତିକି ରଖ। ଏଭଳି ଭାବନା ମନରେ ସୃଷ୍ଟି ହେଲେ ପିଲାଟି ଶାନ୍ତ ମନରେ ପାଠ ପଢ଼ିପାରିବ ନାହିଁ। କାହା ସହ ତୁଳନା କଲେ ସେ ଭାବିବ ଯେ, ଆରେ, ମୁଁ କ’ଣ ଏତେ ମାର୍କ ରଖିପାରିବି? ଧୀରେ ଧୀରେ ଏଭଳି ଚିନ୍ତାଧାରା ତା’ ପାଠପଢ଼ାକୁ ପ୍ରଭାବିତ କରିବ। ଆଜିକାଲି ତ ପାଠପଢ଼ା ପ୍ରତିଦ୍ୱନ୍ଦ୍ୱିତାମୂଳ ହୋଇଗଲାଣି। ହେଲେ ତାହା ସହ ତୁଳନା କରି ଯଦି ଆମେ ପିଲାଟିକୁ ସେହି ଭଳି ପାଠ ପଢ଼ିବାକୁ ବାଧ୍ୟ କରିବା ତେବେ ସେ ଏହାକୁ ଏକ ବୋଝ ବୋଲି ଭାବିବ। ତାହାର ପାଠପଢ଼ା ଶୈଳୀକୁ ତନ୍ନ ତନ୍ନ କରି ତର୍ଜମା କରନ୍ତୁ। ଯଦି କେଉଁଠି ଦୋଷ ତ୍ରୁଟି ରହୁଛି ତାହାକୁ ସୁଧାରି ନିଅନ୍ତୁ। ଏହାଦ୍ୱାରା ସେ ପାଠକୁ ନେଇ ସୁରୁଖୁରୁରେ ଆଗେଇପାରିବ।
ପିଲାର ମାନସିକତାକୁ ଗୁରୁତ୍ୱ ଦିଅନ୍ତୁ: ପିଲାଟି ପାଠ ପଢ଼ିବା ସମୟରେ ତାହାର ମାନସିକତା କିପରି ରହୁଛି ତାହାକୁ ଭଲ ଭାବରେ ଲକ୍ଷ୍ୟ କରନ୍ତୁ। ପାଠ ପଢ଼ିବା ସମୟରେ ସେହି ପରିବେଶ ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆଜିକାଲି ଅନେକ ପିଲା ପାଠପଢ଼ା ପାଇଁ ମୋବାଇଲ ବ୍ୟବହାର କରୁଛନ୍ତି। ହେଲେ ଏହାର ବ୍ୟବହାର ଯେତେ ସୀମିତ ହେବ ସେତେ ଭଲ। କାରଣ ଏବେ ତ ଅଫ୍‌ଲାଇନ ପାଠପଢ଼ା ଚାଲିଛି। ତେଣୁ ସ୍କୁଲରେ ଯାହା ପଢ଼ା ହେଉଛି ତାହାକୁ ସେ ପ୍ରତିଦିନ ଘରେ ପଢ଼ୁଛି କି ନାହିଁ ତାହା ଲକ୍ଷ୍ୟ କରନ୍ତୁ। ସେହି ଅନୁସାରେ ରୁଟିନ ପ୍ରସ୍ତୁତ କରନ୍ତୁ ଏବଂ ତାହାକୁ ସେ ଅନୁସରଣ କରୁଛି କି ନାହିଁ ତାହା ଫଲୋ କରନ୍ତୁ।
ମନ କଥା କହିବାର ସୁଯୋଗ ଦିଅନ୍ତୁ: ବେଳେବେଳେ ଅନେକ ପିଲା ଭୟରେ ନିଜ ମନ କଥା ମା’-ବାପାଙ୍କୁ କହିପାରି ନ ଥାନ୍ତି। ପିଲା ନିଜ କ୍ୟାରିୟରକୁ ନେଇ କ’ଣ ଚିନ୍ତା କରିଛି ତା’ ସହ ଆଲୋଚନା କରନ୍ତୁ। ଯଦି ତା’ ଭାବନା ପ୍ରତି ଆପଣଙ୍କର ସହମତି ରହିଛି ତେବେ ସେ ବିଷୟରେ ଭଲ ଭାବରେ ଆଲୋଚନା କରନ୍ତୁ। ଯଦି ତାକୁ ନେଇ ଆପଣ ଆଉ କିଛି ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ତେବେ ତାହାକୁ ରୂପରେଖ ଦେବା ପୂର୍ବରୁ ପିଲା ସହ ଆଲୋଚନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri