ସ୍ତ୍ରୀ ପାଇଁ ଦିନକୁ ୩୨୦ କି.ମି. ଯାତ୍ରା

ବେଜିଂ,୨୧ା୭: ଚାଇନାର ଜଣେ ନବ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୈନିକ ୩୨୦ କି.ମି. ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀଙ୍କ ପ୍ରତି ଭଲ ପାଇବା ତାଙ୍କୁ ପ୍ରତିଦିନ ଏତେ ବାଟକୁ ଟାଣିନେଉଥିବା ବିଷୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ ଷ୍ଟୋରି ଏବେ ଭାଇରାଲ ହେବାରେ ଲାଗିଛି।
ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ହାଇୟର କମ୍ପାନୀରେ କାର୍ଯ୍ୟରତ ୩୧ ବର୍ଷୀୟ ଲିନ୍‌ ଶୁ ପୂର୍ବ ଚାଇନାର ଶାନ୍‌ଡୋଙ୍ଗ୍‌ସ୍ଥିତ ଓ୍ବେଇଫାଙ୍ଗ୍‌ରେ ରୁହନ୍ତି। ବିବାହ କରିବା ପରଠୁ ସେ ଭୋର୍‌ ୫ଟାରେ ଉଠି ୫ଟା ୨୦ରେ ଘର ଛାଡ଼ନ୍ତି। ଗନ୍ତବ୍ୟସ୍ଥଳ କିଙ୍ଗଡାଓ ସହରରେ ପହଞ୍ଚତ୍ବା ପାଇଁ ଟ୍ରେନ୍‌ ଧରିବା ଲାଗି ସେ ୬ଟା ୧୫ରୁ ଇ-ବାଇକ୍‌ରେ ୩୦ ମିନିଟ୍‌ ଯାତ୍ରା କରନ୍ତି। ପରେ ସେ ୧୫ ମିନିଟ ଚାଲି ନିଜ ଅଫିସରେ ପହଞ୍ଚନ୍ତି। ପୂର୍ବାହ୍ନ ୯ଟାରେ କମ୍ପାନୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜଳଖିଆ ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥାଏ। ଅଫିସ କାମ ସରିବା ପରେ ଲିନ୍‌ଙ୍କୁ ୧୬୦ କି.ମି. ଦୂରରେ ଥିବା ନିଜ ଘରକୁ ଫେରିବା ପାଇଁ ଆହୁରି ୩ରୁ ୪ ଘଣ୍ଟା ଲାଗିଥାଏ। ଲିନ୍‌ଙ୍କୁ ଏତେ ବାଟ ଯାତ୍ରା ପାଇଁ ମାସକୁ ୧,୬୦୦ ୟୁଆନ୍‌ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଅଫିସ୍‌ ଥିବା କିଙ୍ଗ୍‌ଡାଓରେ ଏକ ଓ୍ବାନ୍‌-ବେଡ୍‌ରୁମ୍‌ ଫ୍ଲାଟ୍‌ ନେବାକୁ ହେଲେ ମାସକୁ ୧,୭୫୨ ୟୁଆନ୍‌ ଦେବାକୁ ପଡ଼ିବ। ସେହି ଦୃଷ୍ଟିରୁ ଏହି ଯାତ୍ରାରେ ଅପେକ୍ଷାକୃତ କମ୍‌ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଲିନ୍‌ କହିଛନ୍ତି।
ଲିନ୍‌ ଦିନକୁ ଯାତ୍ରାରେ ୬ ଘଣ୍ଟା ବିତାଉଥିବା ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ତେବେ ଲିନ୍‌ ଏହାକୁ କେବଳ ପ୍ରେମ ଯୋଗୁ ସମ୍ଭବ ବୋଲି କହିଛନ୍ତି। ଲିନ୍‌ ଗତ ମେ’ରେ ବିବାହ କରିବା ପୂର୍ବରୁ ୭ ବର୍ଷ ଧରି ପ୍ରେମିକାଙ୍କ ସହ ରିଲେଶନ୍‌ରେ ଥିଲେ। ତାଙ୍କ ସ୍ତ୍ରୀ ଓ୍ବେଇଫାଙ୍ଗ୍‌ ବାସିନ୍ଦା ହୋଇଥିବାବେଳେ ଏହି ନବଦମ୍ପତି ଶାନ୍‌ଡୋଙ୍ଗ୍‌ ପ୍ରଦେଶରେ ଏକ ଫ୍ଲାଟ୍‌ କିଣିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ କିଙ୍ଗ୍‌ଡାଓରେ ଚାକିରି ଖୋଜୁଛନ୍ତି। ତାଙ୍କୁ ନିଯୁକ୍ତି ମିଳିଲେ ଉଭୟେ ସେଠାରେ ଏକାଠି ରହିବେ ବୋଲି ଲିନ୍‌ କହିଛନ୍ତି। ସେ ନିଜ ଦୈନନ୍ଦିନ ଯାତ୍ରାର ଅନେକ ଭିଡିଓ ଚାଇନା ସୋସିଆଲ ମିଡିଆ ପ୍ଳାଟ୍‌ଫର୍ମ ଡୋଉୟିନ୍‌ରେ ଶେୟାର କରନ୍ତି। ଲିନ୍‌ଙ୍କ ଏହି ଲଭ୍‌ ଷ୍ଟୋରିକୁ ୭ ନିୟୁତରୁ ଅଧିକ ୟୁଜର୍ସ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri