ଆବର୍ଜନା ପାଣିରେ କଲବଲ ବଙ୍ଗାଳିସାହି

ଯାଜପୁର ଅଫିସ,୭ା୨:ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ ବିପୁଳ ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରିନାହିଁ। ବ୍ୟାସନଗର ପୌରାଞ୍ଚଳର ୩ ନମ୍ବର ୱାର୍ଡ ବଙ୍ଗାଲିସାହି(ରୁଦ୍ରନଗର)ର ମୁଖ୍ୟରାସ୍ତାରେ ଥିବା ସରକାରୀ ଡ୍ରେନକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଡ୍ରେନକୁ ଲାଗି ଥିବା ଏକ ଘରେ ୩୦ରୁ ଊର୍ଦ୍ଧ୍ୱ ପିଲା ତାଲିମ ପାଇଁ ଭଡା ସୂତ୍ରରେ ରହୁଛନ୍ତି। ସେମାନଙ୍କ ଲାଟ୍ରିନ, ଗାଧୁଆ ପାଣି ଅଧାପନ୍ତରିଆ ଡ୍ରେନରେ ଛାଡୁଛନ୍ତି। ସେହି ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବ୍ୟାସନଗର ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷାଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି। ଡ୍ରେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ବଦଳରେ ନୀରବଦ୍ରଷ୍ଟା ସାଜିଛନ୍ତି। ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ସହରରେ ସ୍ବଚ୍ଛ ଓ ସୁସ୍ଥ ପରିମଳ ବ୍ୟବସ୍ଥା କରିବା, କିନ୍ତୁ ତାହା ଏଠାରେ ପରାହତ ହେଉଛି।
ଡ୍ରେନେଜ୍‌ ଓ ପରିମଳ କ୍ଷେତ୍ରରେ ଅବହେଳା ଯୋଗୁ ବ୍ୟାସନଗର ସହରବାସୀ ଦୀର୍ଘଦିନ ହେଲା ରୁନ୍ଧି ହେଉଛନ୍ତି। ମ୍ୟୁନିସିପାଲିଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ଏବଂ ବିଭିନ୍ନ ନଦୀନାଳ ଜଳ ବିଷାକ୍ତ ହେଉଛି। ଡ୍ରେନେଜ ବ୍ୟବସ୍ଥାରେ ବହିର୍ଗମନ ପଥ ନ ଥିବାରୁ ପ୍ରାୟ ୭୦ ପ୍ରତିଶତ ବିଷାକ୍ତ ଜଳ ସହରର ବିଭିନ୍ନ ସ୍ଥାନ, ପୋଖରୀ ଆଦି ସ୍ଥାନରେ ଜମା ରହୁଛି। ଏପରି କି ପୌରାଣିକ ବ୍ୟାସସରୋବର ସମେତ ସଂଲଗ୍ନ ଜଙ୍ଗଲ ପ୍ରତି ବିପଦ ମାଡ଼ି ଆସିିଛି। ଖାଲି ସେତିକି ନୁହେଁ, ଗଣ୍ଡାନାଳ ପାଣି ବ୍ରାହ୍ମଣୀର ଉପନଦୀ ଖରସ୍ରୋତାରେ ମିଶୁଥିବାରୁ ପାନୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ନଦୀକୁଳିଆ ଗ୍ରାମାଞ୍ଚଳ ଅଧିବାସୀଙ୍କ ପାଇଁ ଯାଜପୁର ମ୍ୟୁନିସିପାଲିଟି ଅପରାଧୀ ସାଜିଛି। ସମ୍ପ୍ରତି ସହରର ୩ ନମ୍ବର ୱାର୍ଡର ବଙ୍ଗାଲିସାହି ବାସିନ୍ଦାଙ୍କ ପାଇଁ ଏବେ ସୁସ୍ଥ ପରିବେଶ ମିଳିବା ସ୍ବପ୍ନ ହୋଇଛି। ନାରାୟଣ ମଣ୍ଡଳ, ମାନସ କୁମାର ଜେନା, ତପନ ସରକାର ପ୍ରମୁଖ ସାହିବାସିନ୍ଦା କୁହନ୍ତି, ୫ ମାସ ହେଲା ଅଧାପନ୍ତରିଆ ଡ୍ରେନ କାର୍ଯ୍ୟ ସାରିବାକୁ ଏବଂ ରାସ୍ତାରେ ଆବର୍ଜନା ପାଣି ନ ଛାଡ଼ିବାକୁ ପୌର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଉଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବାଧ୍ୟ ହୋଇ ଉକ୍ତ ଡ୍ରେନକୁ ପୋତି ଦିଆଯିବ ଏବଂ ଏଥିପାଇଁ ପୌର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri