ଜଗଦ୍ଦେବଙ୍କ ପାଇଁ ଚିଲିକାର ମର୍ଯ୍ୟାଦା ହାନି ଘଟିଛି: ରଘୁନାଥ

ଖୋର୍ଦ୍ଧା ଅଫିସ,୧୭ା୧:ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଜୋର ଧରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମକର ସଂକ୍ରାନ୍ତିରେ ଅଟ୍ରି ହଟ୍ଟକେଶ୍ୱରଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ ସମାଲୋଚନା କରିଥିଲେ। ଏପରି କି ତାଙ୍କୁ ମଦ ଓ କାଠ ମାଫିଆ ବୋଲି କହିଥିଲେ ଜଗଦ୍ଦେବ। ଏହି ଅଭିଯୋଗ ଓ ସମାଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ରଘୁନାଥ। ସେ କହିଛନ୍ତି ଯେ, ଜଗଦ୍ଦେବ ମୋ ବିରୋଧରେ ଆଣିଥିବା ଅଭିଯୋଗ ଭିତ୍ତିହୀନ। ସେ ଜଣେ ପେସାଦାର ଅପରାଧୀ। ବାଣପୁରରେ ଲୋକଙ୍କ ଉପରକୁ ଗାଡି ମଡ଼ାଇ ଦେବା ଘଟଣାରେ ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଣେ ପେସାଦାର ଅପରାଧୀ, ସେ କେବେ ନିଜ ଭୁଲ ସ୍ବୀକାର କରେ ନାହିଁ। ଏଭଳି ଜଣେ ରାଜନେତା ସମାଜରେ ବିରଳ। ମୁଖ୍ୟମନ୍ତ୍ରୀ ଦୁର୍ନୀତି, ଅପରାଧୀଙ୍କୁ ପ୍ରଶ୍ରୟ ଦିଅନ୍ତି ନାହିଁ। ତେଣୁ ଦଳରୁ ତାଙ୍କୁ ନିଲମ୍ବିତ କରିଛନ୍ତି।
ପୂର୍ବତନ ବିଧାୟକ ରଘୁନାଥ ଆହୁରି କହିଛନ୍ତି ଯେ, ଖୋର୍ଦ୍ଧା ଜିଲାରେ ଚିଲିକା ନିର୍ବାଚନମଣ୍ଡଳୀର ମର୍ଯ୍ୟାଦା ରହିଛି। ଅତୀତରେ ଯେଉଁମାନେ ଏଠାରୁ ନିର୍ବାଚିତ ହୋଇଛନ୍ତି, ସେମାନେ ନିଜ ପଦ ମର୍ଯ୍ୟାଦା ବଜାୟ ରଖିଛନ୍ତି। କିନ୍ତୁ ଜଗଦ୍ଦେବ ଚିଲିକା ମର୍ଯ୍ୟାଦା ହାନି କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଁ ରାମ ଓ ସେ ହନୁମାନ ଥିଲେ। ଜିତିବା ପରେ ରାମ ବନବାସ ଚାଲିଗଲେ। ହେଲେ ହନୁମାନ ଅପରାଧୀ ପାଲଟିଗଲେ। ୩ବର୍ଷ ଭିତରେ ଚିଲିକାର ବିକାଶ ଠପ୍‌ ହୋଇଯାଇଛି। ସମୟ କହିବ, କିଏ ଠିକ୍‌। ଯାହାକୁ ଦଳ, ସ୍ଥାନୀୟ ନିର୍ବାଚନମଣ୍ଡଳୀ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି, ସେ ପୁଣି ଅନ୍ୟ ଉପରକୁ ଅଙ୍ଗୁଳି ଉଠାଉଛି। ଜିଲା ସଭାପତି କାହାକୁ ଦଳର ଦୁର୍ଯ୍ୟୋଧନ ଓ କାହା ପାଇଁ ଯନ୍ତା ପକାଇଛନ୍ତି ସେ ଜାଣିଥିବେ। ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଚାହୁନି ବୋଲି ସାହୁ କହିଥିଲେ। ଅନ୍ୟପକ୍ଷରେ କିଛି ଦିନ ଗଲେ ଦଳରୁ ନିଲମ୍ବନ ଆଦେଶ ଉଠିଯିବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି ପ୍ରଶାନ୍ତ। ପ୍ରକାଶ ଯେ, ୨୦୦୯ରେ ଚିଲିକା ନିର୍ବାଚନମଣ୍ଡଳୀରେ ରଘୁନାଥ ସାହୁ ବିଧାୟକ ରହିଥିଲେ। ୨୦୧୪ ନିର୍ବାଚନରେ ହାରିଥିଲେ। ୨୦୧୪ରେ ଜଗଦ୍ଦେବ ବେଗୁନିଆ ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିବା ବେଳେ ୨୦୧୯ରେ ଚିଲିକାରୁ ବିଜୟୀ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri