ଜଗଦ୍ଦେବଙ୍କ ପାଇଁ ଚିଲିକାର ମର୍ଯ୍ୟାଦା ହାନି ଘଟିଛି: ରଘୁନାଥ

ଖୋର୍ଦ୍ଧା ଅଫିସ,୧୭ା୧:ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଜୋର ଧରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମକର ସଂକ୍ରାନ୍ତିରେ ଅଟ୍ରି ହଟ୍ଟକେଶ୍ୱରଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ ସମାଲୋଚନା କରିଥିଲେ। ଏପରି କି ତାଙ୍କୁ ମଦ ଓ କାଠ ମାଫିଆ ବୋଲି କହିଥିଲେ ଜଗଦ୍ଦେବ। ଏହି ଅଭିଯୋଗ ଓ ସମାଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ରଘୁନାଥ। ସେ କହିଛନ୍ତି ଯେ, ଜଗଦ୍ଦେବ ମୋ ବିରୋଧରେ ଆଣିଥିବା ଅଭିଯୋଗ ଭିତ୍ତିହୀନ। ସେ ଜଣେ ପେସାଦାର ଅପରାଧୀ। ବାଣପୁରରେ ଲୋକଙ୍କ ଉପରକୁ ଗାଡି ମଡ଼ାଇ ଦେବା ଘଟଣାରେ ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଣେ ପେସାଦାର ଅପରାଧୀ, ସେ କେବେ ନିଜ ଭୁଲ ସ୍ବୀକାର କରେ ନାହିଁ। ଏଭଳି ଜଣେ ରାଜନେତା ସମାଜରେ ବିରଳ। ମୁଖ୍ୟମନ୍ତ୍ରୀ ଦୁର୍ନୀତି, ଅପରାଧୀଙ୍କୁ ପ୍ରଶ୍ରୟ ଦିଅନ୍ତି ନାହିଁ। ତେଣୁ ଦଳରୁ ତାଙ୍କୁ ନିଲମ୍ବିତ କରିଛନ୍ତି।
ପୂର୍ବତନ ବିଧାୟକ ରଘୁନାଥ ଆହୁରି କହିଛନ୍ତି ଯେ, ଖୋର୍ଦ୍ଧା ଜିଲାରେ ଚିଲିକା ନିର୍ବାଚନମଣ୍ଡଳୀର ମର୍ଯ୍ୟାଦା ରହିଛି। ଅତୀତରେ ଯେଉଁମାନେ ଏଠାରୁ ନିର୍ବାଚିତ ହୋଇଛନ୍ତି, ସେମାନେ ନିଜ ପଦ ମର୍ଯ୍ୟାଦା ବଜାୟ ରଖିଛନ୍ତି। କିନ୍ତୁ ଜଗଦ୍ଦେବ ଚିଲିକା ମର୍ଯ୍ୟାଦା ହାନି କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଁ ରାମ ଓ ସେ ହନୁମାନ ଥିଲେ। ଜିତିବା ପରେ ରାମ ବନବାସ ଚାଲିଗଲେ। ହେଲେ ହନୁମାନ ଅପରାଧୀ ପାଲଟିଗଲେ। ୩ବର୍ଷ ଭିତରେ ଚିଲିକାର ବିକାଶ ଠପ୍‌ ହୋଇଯାଇଛି। ସମୟ କହିବ, କିଏ ଠିକ୍‌। ଯାହାକୁ ଦଳ, ସ୍ଥାନୀୟ ନିର୍ବାଚନମଣ୍ଡଳୀ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି, ସେ ପୁଣି ଅନ୍ୟ ଉପରକୁ ଅଙ୍ଗୁଳି ଉଠାଉଛି। ଜିଲା ସଭାପତି କାହାକୁ ଦଳର ଦୁର୍ଯ୍ୟୋଧନ ଓ କାହା ପାଇଁ ଯନ୍ତା ପକାଇଛନ୍ତି ସେ ଜାଣିଥିବେ। ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଚାହୁନି ବୋଲି ସାହୁ କହିଥିଲେ। ଅନ୍ୟପକ୍ଷରେ କିଛି ଦିନ ଗଲେ ଦଳରୁ ନିଲମ୍ବନ ଆଦେଶ ଉଠିଯିବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି ପ୍ରଶାନ୍ତ। ପ୍ରକାଶ ଯେ, ୨୦୦୯ରେ ଚିଲିକା ନିର୍ବାଚନମଣ୍ଡଳୀରେ ରଘୁନାଥ ସାହୁ ବିଧାୟକ ରହିଥିଲେ। ୨୦୧୪ ନିର୍ବାଚନରେ ହାରିଥିଲେ। ୨୦୧୪ରେ ଜଗଦ୍ଦେବ ବେଗୁନିଆ ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିବା ବେଳେ ୨୦୧୯ରେ ଚିଲିକାରୁ ବିଜୟୀ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?