୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି। ଏଭଳି ସମୟରେ ବଲିଉଡ କଳାକାରମାନଙ୍କ ମଧ୍ୟରୁ କିଛି ମୋଦିଙ୍କୁ ବିରୋଧ କରି କଂଗ୍ରେସ ସପକ୍ଷରେ ବୟାନବାଜି କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ମହାରାଷ୍ଟ୍ରର ଲାତୁରରେ କଂଗ୍ରେସର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଅଭିନେତା ରିତେଶ ଦେଶମୁଖ ମୋଦିଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ୫୬ ଇଞ୍ଚର ଛାତି ଥିବା କୁହନ୍ତି, ମାତ୍ର ଏକଦା ପ୍ରିୟଙ୍କା ଗାନ୍ଧୀ କହିଥିଲେ ଦେଶ ଚଳାଇବା ଲାଗି ୫୬ଇଞ୍ଚର ଛାତି ନୁହେଁ ବରଂ ଗୋଟିଏ ଭଲ ହୃଦୟ ଥିବା ଆବଶ୍ୟକ। ୫୬ ଇଞ୍ଚର ଛାତି କିଭଳି ଜଣଙ୍କର ରହିପାରିବ ତାହା ମୋତେ ଆଶ୍ଚର୍ଯ୍ୟ କରିଛି। କାରଣ ଲୋକେ କେବଳ ଏଭଳି ଆଲମାରି କିିଣି ପାରିବେ। ଦେଶରେ ଏହା ପରିବର୍ତ୍ତନ ଆଣିପାରିବ ନାହିଁ ବୋଲି ରିତେଶ କହିଥିଲେ।

କେବଳ ଭାଜପା ବିରୋଧରେ ନୁହେଁ ରିତେଶ ଭାରତକୁ କଂଗ୍ରେସର ଅବଦାନ ବିଷୟରେ କହିଥିଲେ। କଂଗ୍ରେସ ଯୋଗୁ ଭାରତ ଆଜି ସ୍ବାଧୀନ। ଲୋକଙ୍କ ପାଖରେ ମୋବାଇଲ ଫୋନ ରହିଛି। କମ୍ପ୍ୟୁଟର ମଧ୍ୟ କଂଗ୍ରେସର ଅବଦାନ ବୋଲି ସେ କହିଛନ୍ତି।

ରିତେଶଙ୍କ ବାପା ସ୍ବର୍ଗତ ବିଳାଶ ରାଓ ଦେଶମୁଖ ଜଣେ ପ୍ରମୁଖ କଂଗ୍ରେସ ନେତା ଥିଲେ। ଏଣୁ ତାଙ୍କୁ କଂଗ୍ରେସ ପ୍ରଚାର ଦାୟିତ୍ୱ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri