୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି। ଏଭଳି ସମୟରେ ବଲିଉଡ କଳାକାରମାନଙ୍କ ମଧ୍ୟରୁ କିଛି ମୋଦିଙ୍କୁ ବିରୋଧ କରି କଂଗ୍ରେସ ସପକ୍ଷରେ ବୟାନବାଜି କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ମହାରାଷ୍ଟ୍ରର ଲାତୁରରେ କଂଗ୍ରେସର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଅଭିନେତା ରିତେଶ ଦେଶମୁଖ ମୋଦିଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ୫୬ ଇଞ୍ଚର ଛାତି ଥିବା କୁହନ୍ତି, ମାତ୍ର ଏକଦା ପ୍ରିୟଙ୍କା ଗାନ୍ଧୀ କହିଥିଲେ ଦେଶ ଚଳାଇବା ଲାଗି ୫୬ଇଞ୍ଚର ଛାତି ନୁହେଁ ବରଂ ଗୋଟିଏ ଭଲ ହୃଦୟ ଥିବା ଆବଶ୍ୟକ। ୫୬ ଇଞ୍ଚର ଛାତି କିଭଳି ଜଣଙ୍କର ରହିପାରିବ ତାହା ମୋତେ ଆଶ୍ଚର୍ଯ୍ୟ କରିଛି। କାରଣ ଲୋକେ କେବଳ ଏଭଳି ଆଲମାରି କିିଣି ପାରିବେ। ଦେଶରେ ଏହା ପରିବର୍ତ୍ତନ ଆଣିପାରିବ ନାହିଁ ବୋଲି ରିତେଶ କହିଥିଲେ।

କେବଳ ଭାଜପା ବିରୋଧରେ ନୁହେଁ ରିତେଶ ଭାରତକୁ କଂଗ୍ରେସର ଅବଦାନ ବିଷୟରେ କହିଥିଲେ। କଂଗ୍ରେସ ଯୋଗୁ ଭାରତ ଆଜି ସ୍ବାଧୀନ। ଲୋକଙ୍କ ପାଖରେ ମୋବାଇଲ ଫୋନ ରହିଛି। କମ୍ପ୍ୟୁଟର ମଧ୍ୟ କଂଗ୍ରେସର ଅବଦାନ ବୋଲି ସେ କହିଛନ୍ତି।

ରିତେଶଙ୍କ ବାପା ସ୍ବର୍ଗତ ବିଳାଶ ରାଓ ଦେଶମୁଖ ଜଣେ ପ୍ରମୁଖ କଂଗ୍ରେସ ନେତା ଥିଲେ। ଏଣୁ ତାଙ୍କୁ କଂଗ୍ରେସ ପ୍ରଚାର ଦାୟିତ୍ୱ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ସିଦ୍ଧୁଙ୍କ ଅନ୍ତିମ ସଂସ୍କାର: ଲୁହ ଭର୍ତ୍ତି ଆଖିରେ ବାପା କାଢ଼ିଲେ ପଗଡ଼ି

ନୂଆଦିଲ୍ଲୀ,୩୧।୫: ପଞ୍ଚଭୂତରେ ବିଲୀନ ହେଲେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସଓ୍ବୋଲା। ମେ ୨୯ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର...

ପରଲୋକରେ ରାମ ଲକ୍ଷ୍ମଣ

ବମ୍ବେ: ପରଲୋକରେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣ। ଦୀର୍ଘଦିନ ଧରି ସେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେ ଶନିବାର ସକାଳେ...

ମା’ ହେଲେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ମା’ ହୋଇଛନ୍ତି। ସେ ଏକ ସ୍ବତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ଗତ ଅଗଷ୍ଟ ୧ରେ...

ଅଭିଷେକ ବଚ୍ଚନ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଫିଲ୍ମ ‘ଲୁଡୋ’ରେ ନଜର ଆସିଥିବା ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ଖୁବ୍‌ଶୀଘ୍ର ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ଅଭିଷେକ ବଲିଉଡ୍‌ରେ...

ପୁଣି ପ୍ରେମରେ ପଡିଲେ ନେହା କକ୍କର!

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ...

ବିମାନରେ ଅସଦାଚରଣର ଶିକାର ହେଲେ ଉର୍ଫି

ବମ୍ବେ: ବିମାନରେ ଅସଦାଚରଣର ଶିକାର ହୋଇଛନ୍ତି ଅଭିନେତ୍ରୀ ତଥା ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ। ସେ ଏନେଇ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଜଣାଇଛନ୍ତି।...

୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା...

ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର...

Advertisement
Archives

Model This Week