୬୦ବର୍ଷ ହେଲା ଗୋଟିଏ ପରିବାର ଗଢୁଛନ୍ତି ମୂର୍ତ୍ତି

ବ୍ରହ୍ମପୁର,୧୨ା୧୦(ସ୍ମୃତି ରଞ୍ଜନ ମହାଲିକ)ଦୁର୍ଗା ପୂଜା ପାଇଁ ରେଶମ ସହର ବ୍ରହ୍ମପୁର ଚଳଚଞ୍ଚଳ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ସହରର ବାରାକ୍ସ ଛକରେ ହେଉଥିବା ପୂଜା ଚଳିତବର୍ଷ ୬୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ବାରାକ୍ସ ଦୁର୍ଗା ପୂଜା କମିଟି ପକ୍ଷରୁ ମା’ଙ୍କୁ ଆବାହନ କରିିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି।
ବାରାକ୍ସ ଛକରେ ପ୍ରଥମ କରି ୧୯୬୩ରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ଅର୍ଜୁନ ମହାରଣା ଓ ଅରକ୍ଷିିତ ପାତ୍ରଙ୍କ ଉଦ୍ୟମରେ ପୂଜା ଆରମ୍ଭ ହୋଇଥିଲା। ୨୦୧୦ ଯାଏ ବାରାକ୍ସ ଛକରେ ପୂଜା ହୋଇ ଆସୁଥିଲା। ପରେ ସେହି ସ୍ଥାନରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିବାରୁ ମା’ଙ୍କ ମଣ୍ଡପ ପରିବର୍ତ୍ତନ କରାଯାଇ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ପୂଜା ହେଲା। ୨୦୧୧ରୁ ୨୦୨୨ ପର୍ଯ୍ୟନ୍ତ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ମା’ଙ୍କୁ ପୂଜା କରାଗଲା। ଚଳିତବର୍ଷ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ବହୁତଳ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେଉଥିବା କାରଣରୁ ପୁଣିଥରେ ମୂଳ ଆସ୍ଥାନ ବାରାକ୍ସ ଛକରେ ପୂଜା ମଣ୍ଡପ ହୋଇଛି। ଏହାକୁ ନେଇ ବହୁ ଶ୍ରଦ୍ଧାଳୁ ଓ କମିଟି ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି। ପୁରୁଣା ବସ୍‌ଷ୍ଟାଣ୍ଡ ଟ୍ୟାକ୍ସି ଆସୋସିଏଶନ ଓ ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ପୂଜା କରାଯାଉଛି। ଢେଙ୍କାନାଳର କାରିଗରଙ୍କ ଦ୍ୱାରା ୫୭ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ଚାଲିଛି। ସେହିପରି କୋଲକତାର କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ଚାଲିଛି। ମୂର୍ତ୍ତିର ଉଚ୍ଚତା ୧୩ ଫୁଟ ରହିଛି। ଆଶ୍ୱିନ ଶୁକ୍ଲ ପ୍ରତିପଦାଠାରୁ ଏଠାରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହେବ। ପ୍ରତିଦିନ ଚଣ୍ଡିପାଠ, ହୋମଯଜ୍ଞ କରାଯିବ। ଏଥିସହ ପ୍ରତ୍ୟେହ ୨୦୦ରୁ ୩୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ପ୍ରସାଦ କରାଯିବ। କମିଟି ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ମେଲୋଡି ଓ ଭଜନ ସମାରୋହ କରାଯିବ। ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ ପରିବେଷଣ ହେବ। ପୂଜା କମିଟି ସଂପାଦକ ବାବୁଲା ପାତ୍ର, ଉପଦେଷ୍ଟା ଶିବରାମ ସାହୁ, ଉପସଭାପତି ପ୍ରମୋଦ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ବସନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ସଦସ୍ୟ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।

ଏଠାରେ ଆରମ୍ଭରୁ କୋଲକତାର ଗୋଟିଏ ପରିବାର ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଉଛି। କୋଲକତାର ମାଣିକ ସରକାରଙ୍କ ପରିବାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଦୀର୍ଘଦିନ ଧରି ମା’ଙ୍କ ମୂର୍ତ୍ତିଗଢା କାର୍ଯ୍ୟରେ ନିୟୋଜିତ ଥିବାରୁ ସେମାନେ ଖୁସି ପ୍ରକାଶ କରନ୍ତି। ଆଗାମୀ ଦିନରେ ମଧ୍ୟ ସେମାନଙ୍କ ପରିବାରବର୍ଗ ମୂର୍ତ୍ତି ନିର୍ମାଣ କରିିବେ। ପୂଜା କାର୍ଯ୍ୟରେ ରିତିନୀତିକୁ ଅଧିକ ଗୁରୁତ୍ୱ ଦିଆଯିବ। ଭଡ଼କୁ ଦୃଷ୍ଟିରେ ରଖି କମିିଟି ପକ୍ଷରୁ ସ୍ବେଚ୍ଛାସେବୀ ନିୟୋଜିତ କରାଯିବ। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିବ।
-ଦୁର୍ଗା ପ୍ରସାଦ ପଣ୍ଡା, ପୂଜା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri