ଫୁଡ୍‌ ଥିମ୍‌ ଇୟରିଂ: ମଡର୍ନ ଆଉଟ୍‌ଫିଟ୍‌ ସହ ଟ୍ରାଏ କରି ପାଆନ୍ତୁ…

କିଛି ନୂଆ ଓ ଅଜବ ଫ୍ୟାଶନ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇବାକୁ ଅନେକଙ୍କର ଇଛା ଥାଏ । ସେଇମାନେ ଏଇ ଫୁଡ୍‌ ଥିମ୍‌ ଇୟରିଂ ଟ୍ରାଏ କରିପାରିବେ । ଏହି ଇୟରିଂ ଯେତିକି ୟୁନିକ୍‌, ସେତିକି କ୍ୟୁଟ୍‌ ବି । ଏହାକୁ ମଡର୍ନ ଆଉଟ୍‌ଫିଟ୍‌ ସହ ଟ୍ରାଏ କରନ୍ତୁ। ଆଉ ପାଆନ୍ତୁ ଏକ ଡିଫରେଣ୍ଟ ଲୁକ୍‌…

ଆଇସ୍‌କ୍ରିମ୍‌ ଇୟରିଂ- କୁନି କୁନି କୋନ୍‌ ଆଇସ୍‌କ୍ରିମ୍‌, ଯେଉଁଥିରେ ଥିବ ଏକ ସ୍କୁପ୍‌ ଚକୋଲେଟ୍‌ ଫଜ୍‌। ତା’ ଉପରେ ପଡିଥିବ ଷ୍ଟ୍ରବେରୀ କ୍ରିମ୍‌ ସସ୍‌, ଚକୋଲେଟ୍‌ ଚିପ୍ସ, ମିଣ୍ଟ କ୍ୟାଣ୍ଡି ଓ ମିଣ୍ଟ ଓ୍ବେଫର୍‌। ଦେଖିବାକୁ ସତସତିକା ୟମି ଆଇସ୍‌କ୍ରିମ୍‌ ପରି। ହେଲେ ଡେଲିସିୟସ୍‌ ଲାଗୁଥିବା ଏହି ଆଇସ୍‌୍‌କ୍ରିମ ବାସ୍ତବରେ ଇୟରିଂ ଅଟେ। ଏହି ଇୟରିଂ ପିନ୍ଧିଲେ ଆପଣଙ୍କୁ ମିଳିବ ଏକ ଡିଫରେଣ୍ଟ ଲୁକ୍‌।

କ୍ରିସ୍ପି ଫାଇଡ୍‌ ଚିକେନ୍‌ ଇୟରିଂ- ଏହି ଇୟରିଂକୁ ଦେଖିଲେ ଖାଇବାକୁ ଇଚ୍ଛା ହେବ। ଚାହିଁଲେ ଆପଣ ଏହାକୁ କୌଣସି ଚିକେନ୍‌ପ୍ରିୟ ସାଙ୍ଗଙ୍କୁ ଗିଫ୍ଟ ବି ଦେଇପାରିବେ। କାଜୁଆଲ ଡିନର୍‌ ଡେଟ୍‌ରେ ଫଙ୍କି ଲୁକ୍‌ ଚାହୁଁଥିଲେ ମଧ୍ୟ ଏହାକୁ ଟ୍ରାଏ କରିପାରିବେ।

ଫ୍ରୁଟ, ଭେଜିଟେବୁଲ୍‌ ଇୟରିଂ- ଖାଣ୍ଟି ଭେଜିଟାରିଆନ୍‌ଙ୍କୁ ଏଇ ଇୟରିଂ ନିଶ୍ଚୟ ଭଲ ଲାଗିବ। କାନରେ ଗାଜର, ବାଇଗଣ, ସିମ୍‌ଲା ମିର୍ଚ, ଟମାଟୋ, କଦଳୀ ଆଦିର ଇୟରିଂ କ୍ୟୁଟ୍‌ ଲୁକ୍‌ ଦେବ।

କଟନ୍‌ କ୍ୟାଣ୍ଡି/ ବମ୍ବେ ଲଡୁ ଇୟରିଂ- କଟନ୍‌ କ୍ୟାଣ୍ଡି ଖାଇବାକୁ କିଏବା ଭଲ ନ ପାଏ। ହାତରେ ରଙ୍ଗ କରାଯାଇଥିବା କଟନ୍‌ରେ ତିଆରି ଏହି କ୍ୟୁଟ୍‌ ପିଙ୍କ କଲର୍‌ କଟନ୍‌ କ୍ୟାଣ୍ଡି ଇୟରିଂ ଟିନ୍‌ ଏଜ୍‌ ଝିଅଙ୍କୁ ବହୁତ ଭଲ ଲାଗିବ।

ସ୍ପାଇସି ପିଜ୍ଜା ଇୟରିଂ- ଓଭନ୍‌ରୁ ଗରମ ଗରମ ବାହାରିଥିବା ୟମି ପିଜ୍ଜା ପରି ଦେଖାଯାଏ ଏହି ଇୟରିଂ। ଏହାର ଟପିଂସ୍‌ରେ ଟମାଟୋ ସସ୍‌, ମୋଜେରେଲା ଚିଜ୍‌, ସ୍ପାଇସି ପେପରୋନି ଓ ଓରେଗାନୋ ବି ଦେଖିବାକୁ ପାଇବେ। ସତସତିକା ପିଜ୍ଜା ପରି ଲାଗୁଥିବା ଏହି ଇୟରିଂ ପିଜ୍ଜା ପ୍ରିୟଙ୍କୁ ବେଶ୍‌ ଭଲ ଲାଗିବ।

ଫ୍ରାଏଡ୍‌ ଏଗ୍‌ ଇୟରିଂ- ଅଣ୍ଡାପ୍ରିୟ ହୋଇଥିଲେ ଫ୍ରାଏଡ୍‌ ଏଗ୍‌ ଇୟରିଂ ଟ୍ରାଏ କରନ୍ତୁ। ଏହା ଫଙ୍କି ଲୁକ୍‌ ଦେବ।
ରୋଜ୍‌ ଆଣ୍ଡ ବୋ’ କପ୍‌ କେକ୍‌ ଇୟରିଂ- ଏଇ ଇୟରିଂ ଦେଖିବାକୁ ଭାରି କ୍ୟୁଟ୍‌। ଚକୋଲେଟ୍‌ କପ୍‌କେକ୍‌ ଉପରେ ଗୋଲାପ ଫୁଲ ଓ ବୋ’ ଥିବା ଏହି ଇୟରିଂ ବହୁତ ଭଲ ଲାଗେ।

ଜଙ୍କ ଫୁଡ୍‌ ଇୟରିଂ- ହାମ୍‌ ବର୍ଗର, ଫ୍ରେଞ୍ଚ ଫ୍ରାଇସ୍‌, ନୁଡଲ୍‌ ପ୍ୟାକେଟ୍‌, ପଟାଟୋ ଚିପ୍ସ ଭଳି ବିଭିନ୍ନ ଜଙ୍କ୍‌ ଫୁଡ୍‌ର ଇୟରିଂ ବି ମିଳୁଛି। ଏହିସବୁ କଲର୍‌ଫୁଲ୍‌ ଇୟରିଂ ଯେତିକି କ୍ୟୁଟ୍‌ ସେତିକି କ୍ୟୁଟ୍‌ ଲୁକ୍‌ ବି ଦିଏ।

ବ୍ରେଡ୍‌ ଇୟରିଂ- ଫ୍ରେଶ୍‌ ବ୍ରେଡ୍‌ ପରି ଦେଖାଯାଉଥିବା ଇୟରିଂ ସହ ବ୍ରେଡ୍‌ ଆମ୍‌ଲେଟ୍‌ ଇୟରିଂ ବି ଅଛି। ସତସତିକା ଲାଗୁଥିବା ଏହି ଇୟରିଂକୁ ବି ଟ୍ରାଏ କରିପାରିବେ।

ହାମବର୍ଗର ଓ ଚିଜ୍‌ ସ୍ୟାଣ୍ଡଓ୍ବିଚ୍‌ ଇୟରିଂ- ହାମ୍‌ବର୍ଗର୍‌ ଓ ଚିଜ୍‌ ସ୍ୟାଣ୍ଡଓ୍ବିଚ ଆପଣଙ୍କୁ ଭଲ ଲାଗେ କି? ଯଦି ହଁ, ତେବେ ସତସତିକା ଡେଲିସିୟସ୍‌ ହାମବର୍ଗର୍‌ ଏବଂ ଚିଜ୍‌ ସ୍ୟାଣ୍ଡଓ୍ବିଚ୍‌ ପରି ଦେଖାଯାଉଥିବା ଇୟରିଂ ବାଛିପାରିବେ। ଏହା ଆପଣଙ୍କୁ ଫଙ୍କି ଲୁକ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

୨୦୨୬ ଶେଷ ପୂର୍ବରୁ ବଡ଼ ସଫଳତା! ଆଗାମୀ ୪ ମାସ ଏହି ରାଶିଙ୍କ ସହ ହେବ ଚମତ୍କାର, ବଢିବ…

୨୦୨୬ ବର୍ଷ ଶେଷ ହେବାକୁ ଆଉ ମାତ୍ର ୪ ମାସ ବାକି ରହିଛି। ଏହାପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୭। ତେବେ ନୂଆ ବର୍ଷ ଆସିବା…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri