ଖାଦ୍ୟ ଉତ୍ପାଦନ ଓ ଆମ ପରିବେଶ

ଅରୁଣ କୁମାର ତ୍ରିପାଠୀ

 

ବିଶ୍ୱର ଭବିଷ୍ୟତକୁ ଆଖି ଆଗରେ ରଖି ୧୯୮୭ ମସିହାରେ ମିଳିତ ଜାତିସଂଘର ସହଯୋଗୀ ସଂସ୍ଥା ପରିବେଶ ଓ ବିକାଶ ଆୟୋଗ ତରଫରୁ ଏକ ଜ୍ଞାନ ଯଜ୍ଞ ଆହୂତ କରାଯାଇଥିଲା। ବଡ଼ ବଡ଼ ଯଜ୍ଞ ନିମନ୍ତେ ପୂର୍ବ ପ୍ରସ୍ତୁତି କରାଗଲା ଭଳି ଏଥିନିମନ୍ତେ ବହୁ ପୂର୍ବରୁ ପ୍ରୟାସ ଜାରି କରାଯାଇଥିଲା। ଯଜ୍ଞ ଶେଷରେ ଚରୁ ଉତ୍ପାଦନ ଭଳି ଏଥିରୁ ଏକ ସଂଜ୍ଞା ବାହାରିଥିଲା, ଯାହା ଆଜି ବି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅୟମାରମ୍ଭ ସମୟରେ ଆଖି ଆଗରେ ରଖିବାକୁ ହୁଏ। ସେହି ସଂଜ୍ଞାଟି ହେଉଛି, ”ବର୍ତ୍ତମାନ ପିଢ଼ିର ଆବଶ୍ୟକତାଗୁଡ଼ିକୁ ନ୍ୟାୟ ପ୍ରଦାନ କରିବା ସହ ଭବିଷ୍ୟତ ପିଢ଼ିର ସମ୍ଭାବନାକୁ ସଙ୍କୁଚିତ କରିବା ନାହିଁ।“ ଇଂଲିଶରେ ଏହାକୁ ସଷ୍ଟନେବଲ ଡେଭଲପମେଣ୍ଟ କହନ୍ତି।
ଆମ ଭବିଷ୍ୟତର ପିଢ଼ିଙ୍କୁ ଏକ ଉନ୍ନତ ପୃଥିବୀ ଯୋଗାଇବା, ପରିବେଶ ସୁରକ୍ଷା ଅବା ପ୍ରାକୃତିକ ସମ୍ପଦ କ୍ଷୟ ନ କରି ଅର୍ଥନୈତିକ ବିକାଶ କରିବା। ତେବେ ପ୍ରଶ୍ନ ଉଠେ କାହିଁକି ଏହି ସବୁ ପ୍ରୟାସ। ପରିବାରର ମାଆ ସମସ୍ତ ଅଳି ଅର୍ଦ୍ଦଳି ସହିଯା’ନ୍ତି, ସଦସ୍ୟଙ୍କ କଠୋର ବ୍ୟବହାରକୁ ମଧ୍ୟ ସେ ଭ୍ରୂକ୍ଷେପ ନ କରି କେବଳ ସ୍ନେହ ବିତରଣ କରନ୍ତି। କିନ୍ତୁ ଥରେ ତାଙ୍କ ଦେହ ଖରାପ ହୋଇଗଲେ ପରିବାର ସଦସ୍ୟ ସମସ୍ତେ ହଇରାଣ ହୁଅନ୍ତି। ସେହିଭଳି ଆମ ଧରଣୀ ରାଣୀ ସମସ୍ତ ଦେଶରେ ରହୁଥିବା ଜନସାଧାରଣଙ୍କ ସମସ୍ତ କୁକର୍ମକୁ ସହିଯା’ନ୍ତି। ପୃଥିବୀ ଯଦି ନିଜର ଦୁଃଖ କଥାରେ ପରିପ୍ରକାଶ କରିପାରନ୍ତା, ତେବେ ସେତେଟା ଅସୁବିଧା ହୁଅନ୍ତା ନାହିଁ। ଯେମିତି ଆମେ ଜଗନ୍ନାଥଙ୍କୁ ନିଜକୁ ନିଜେ ଘଣ୍ଟ ଘୋଡ଼େଇ ରଖ ବୋଲି ଅଣସର ସମୟରେ ଦୁଇ ହାତ ଟେକି ନିବେଦନ କରୁ, ସେହିଭଳି ପୃଥିବୀ ନିଜର ଅସୁବିଧାମାନ ପରିସଂସ୍ଥାରେ ପରିବର୍ତ୍ତନ କରି ସଙ୍କେତ ମାଧ୍ୟମରେ ଦର୍ଶାଏ। ଛୋଟିଆ କ୍ଷତଟିକୁ ଅଣଦେଖା କଲେ, ତାହା ଭବିଷ୍ୟତରେ ପ୍ରାଣଘାତୀ କର୍କଟ ଯେ ନ ସାଜିବ ତାହା କେହି କହିପାରିବେ ନାହିଁ। ପୂର୍ବ ପାଠ୍ୟଖସଡ଼ାର ନବମ ଶ୍ରେଣୀ ସାହିତ୍ୟ ବହିରେ ଥିବା ପାଠ ‘ପୃଥିବୀକୁ ଜ୍ୱର ଆସୁଛି’କୁ ନିରିଖେଇ ଦେଖିଲେ, ଭବିଷ୍ୟତରେ ଆସୁଥିବା ସମସ୍ୟାଗୁଡ଼ିକୁ ଆଡ଼େଇ ଦିଆଯାଇ ନ ପାରେ।
ପୃଥିବୀର ୨୯% ସ୍ଥଳ ଏବଂ ୭୧% ଜଳ। ଏହି ଅଣତିରିଶ ପ୍ରତିଶତକୁ ଯଦି ୧୦୦ ବୋଲି ଧରିନେବା, ତେବେ ଏଥିରୁ ୧୦% ଗ୍ଲେସିୟର, ୧୪% ସ୍ରବ୍ସ ବା ଲଟାବୁଦା, ଏବଂ ୩୮%ଜଙ୍ଗଲ ଭୂମି। ଯେଉଁ ବଳକା ୪୬% ରହୁଅଛି ତାହାକୁ ଯଦି ୧୦୦ ବୋଲି ଧରିବା ସେଥିରୁ ୭୭% ପଶୁପାଳନରେ ବ୍ୟବହୃତ ହେଉଛି ତଥା କେବଳ ୨୩% ଚାଷଜମି ରହିଅଛି।
ଭାରତର ସ୍ବାଧୀନତା ପରେ ଅନେକ ପଞ୍ଚବାର୍ଷିକ ଯୋଜନା ହୋଇଅଛି। ପ୍ରଥମେ ନିର୍ଦ୍ଦେଶ ସହକାରେ ଏହି ଯୋଜନା ମାନ ରାସାୟନିକ ସାର ପ୍ରୟୋଗ କରି ଅଧିକ ପରିମାଣରେ ଖାଦ୍ୟଶସ୍ୟ ଉତ୍ପାଦନ ସହ ଭାରତକୁ ସ୍ବାବଲମ୍ବୀ କରିପାରିଥିଲା, ବିଦେଶକୁ ରପ୍ତାନି କରିବା ନିମିତ୍ତ ବଳକା ଶସ୍ୟ ମଧ୍ୟ ଯୋଗାଡ଼ କରିଦେଇଥିଲେ। ଯଦିଓ ଅମଳ ବର୍ଷାର ପରିମାଣ, ସୂର୍ଯ୍ୟାଲୋକ, ମେଘ, ଦୁଇଟି ଚାଷ ମଧ୍ୟରେ ବିରାମ, ଘାସ ବଛା, ପୋଷକ ପରିଚାଳନା ତଥା ରୋଗପୋକ ଦମନ ଉପରେ ନିର୍ଭର କରେ, କିନ୍ତୁ ଏବେ ରାସାୟନିକ ସାର ତଥା ଉନ୍ନତ ଅମଳକ୍ଷମ ବିହନ ପ୍ରୟୋଗ କରି ଆଖିଦୃଶିଆ ଉତ୍ପାଦନ କରାଯାଉଅଛି। ଯେମିତି ଅଧିକ ଛୁଆ ଜନ୍ମ କଲେ ମାଆ ରୋଗିଣା ହୁଏ, ଷ୍ଟେରଏଡ୍‌ ବ୍ୟବହାର ଯଦିଓ ସାମୟିକ ଶକ୍ତି ପ୍ରଦାନ କରେ, କିନ୍ତୁ ତାହା ନପୁଂସକତା ଏବଂ ହୃଦ୍‌ଘାତକୁ ଆମନ୍ତ୍ରଣ କରିବା ଭଳି ଆମ ଚାଷ ଜମି ଆସ୍ତେ ଆସ୍ତେ ନିଜସ୍ବ ଗୁଣ ହରାଉଛି। କିଛି ପରିସଂଖ୍ୟାନ ମାଧ୍ୟମରେ ଆମେ ଯୁକ୍ତିକୁ ପୁଷ୍ଟ କରିପାରିବା। ଚାଇନାରେ ପୃଥିବୀରେ ଉତ୍ପାଦିତ ଧାନର ୨୮.୧୪ ପ୍ରତିଶତ ହେଉଥିବାବେଳେ ଭାରତରେ ପ୍ରାୟତଃ ୨୧ ପ୍ରତିଶତ ଅମଳ ହୁଏ। ଭାରତୀୟ ରାଜ୍ୟଗୁଡ଼ିକର ତୁଳନା ଯଦି କରିବା ତେବେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ମିଳିତ ଭାବେ ୩୬ ପ୍ରତିଶତ ଧାନ ଉତ୍ପାଦନ ଦିଅନ୍ତି। ଏହି ରାଜ୍ୟଗୁଡ଼ିକରେ ଯଦି ଏକର ପିଛା ଧାନ ଆଦାୟକୁ ଦେଖିବା ତେବେ ଉତ୍ତରପ୍ରଦେଶରେ ୩୦ କୁଇଣ୍ଟାଲ, ପଞ୍ଜାବରେ ୨୬ କୁଇଣ୍ଟାଲ ତଥା ପଶ୍ଚିମବଙ୍ଗରେ ପଞ୍ଜାବ ପାଖାପାଖି ନ ହେଲେ ମଧ୍ୟ ସାମଗ୍ରିକ ଭାବେ ଅଧିକ ଧାନ ଆଦାୟ ହୁଏ। ଏହି ରାଜ୍ୟଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟକୁ ଯଦି ତଉଲିବା ସେଠି ଏକର ପିଛା ଅମଳ ୧୫ରୁ ୧୮ କୁଇଣ୍ଟାଲ ହେଉଅଛି। ଅର୍ଥନୀତିରେ ପଢ଼ା ହେଉଥିବା ରିକାର୍ଡୋଙ୍କ ଅଧିଶେଷ ତତ୍ତ୍ୱ ଯଦି ଦେଖିବା, କ୍ରମାନ୍ବୟରେ ଚାଷ କରିଚାଲିଲେ ଜମିର ଉତ୍ପାଦିକତା ଶକ୍ତି ଆସ୍ତେ ଆସ୍ତେ ହ୍ରାସ ପାଏ। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚାଷର ଉନ୍ନତି କରିବା ମନା ନାହିଁ, କିନ୍ତୁ ଦୀର୍ଘକାଳ ବା ଲଙ୍ଗ୍‌ରନରେ ଏହାର ଭୟାବହତା ସମସ୍ତ ରାଜ୍ୟଗୁଡ଼ିକ ଭାଗବାଣ୍ଟି ନେବେ, କାରଣ ଗୋଟିଏ ସ୍ଥାନରେ ଅଣବିକଶିତ ଅବସ୍ଥା ଅନ୍ୟସ୍ଥାନରେ ବିକାଶକୁ ପ୍ରଭାବିତ କରେ। ଏହାକୁ ଆଖିଆଗରେ ରଖି ବର୍ତ୍ତମାନ ଜୈବିକ ସାରର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଅଛି। ଟିକିଏ ଅଧିକ ଦାମ୍‌ ପଡ଼ିଲେ ମଧ୍ୟ ସଚେତନ ନାଗରିକ ତାହାର ବ୍ୟବହାର ଅଧିକ କରୁଛନ୍ତି। ଭବିଷ୍ୟତରେ ଡାକ୍ତରଙ୍କୁ ପୋଷିବା ଅପେକ୍ଷା ବର୍ତ୍ତମାନର ଦିନଚର୍ଯ୍ୟାକୁ ଉପଯୁକ୍ତ ନିୟନ୍ତ୍ରିତ କରିପାରିଲେ, ଜୀବନ ସୁଖମୟ ହେବ।
ଯଦି ଆମେ ନିରନ୍ତର ଖାଦ୍ୟ ଉତ୍ପାଦନ ଅବାରିତ ରଖିବାକୁ ଚାହୁଁଛେ, ତେବେ ଆମ୍ଭଙ୍କୁ ପରିବେଶ ସନ୍ତୁଳନ ରଖିବା ସହ ଚାଷ ଜମିର ସୁରକ୍ଷା ଏବଂ ଏହାର ଗୁଣବତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଯେଉଁଭଳି ସହରୀକରଣ ଦ୍ୱାରା ଚାଷଜମି ଲୋପପାଉଛି, ଆମ୍ଭେ କିଛି ପ୍ରୟାସ ମାଧ୍ୟମରେ ଭୂଭାଗ ଅଞ୍ଚଳଗୁଡ଼ିକୁ ଚାଷଜମିରେ ପରିବର୍ତ୍ତନ କରିପାରିବା। ସମାଜର ଭବିଷ୍ୟତ କେବେ ମଧ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦେଖାଯାଇ ନ ପାରେ। ତାହାକୁ ଯଦି ସମ୍ଭାଳିବାର ଅଛି ତେବେ ସମଗ୍ର ଦେଶରେ ଗୋଟିଏ ନିୟମ କଡ଼ାକଡ଼ି ଭାବେ ପ୍ରଣୟନ ଏବଂ ଅନୁପାଳନ ବିଧେୟ। ସମସ୍ତେ ଚାଷଜମିର ହ୍ରାସ ପାଉଥିବା ପରିସଂଖ୍ୟାନକୁ ଆଖିଆଗରେ ରଖି ନାଗରିକ ନିଜର କର୍ତ୍ତବ୍ୟ ସାଧନ କରିବା ସମୟର ଆହ୍ବାନ। ସମସ୍ତଙ୍କ ମିଳିତ ପ୍ରୟାସରେ ବସୁଧା ପୁଣି ବୈଭବଶାଳୀ, ସମ୍ପଦ ବର୍ଦ୍ଧନୀ, ସମୃଦ୍ଧିବନ୍ତ ହେଉ। ସମସ୍ତ ସ୍ଥାନରୁ ଉନ୍ନତ ଚିନ୍ତାଧାରା ମାନ ଆମ୍ଭ ନିକଟକୁ ଆସୁ।

ଜୟପୁର, ମୋ- ୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?