ନର୍ଦ୍ଦମା ପାଖରେ ଖାଦ୍ୟ ପ୍ରସ୍ତୁତି

ପୁରୀ ଅଫିସ,୯।୧୦:ମଣିଷ ପାଇଁ ଖାଦ୍ୟ ଯେତେ ଜରୁରୀ, ଶରୀର ପାଇଁ ସୁଷମ ଓ ପୁଷ୍ଟିସାର ଖାଦ୍ୟ ସେତିକି ଆବଶ୍ୟକ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବେ ବର୍ତ୍ତମାନ ଖାଦ୍ୟର ମାନ କମିବା ସହ ନକଲି ପଦାର୍ଥରେ ଖାଦ୍ୟ ପ୍ରସ୍ତୁତି ହେଉଛି, ତାହା ସ୍ବାସ୍ଥ୍ୟ ପାଇଁ ହିତକାରକ ସାବ୍ୟସ୍ତ ହୋଇଛି। ଏହିି ପରିପ୍ରେକ୍ଷୀରେ ଏବେ ପୁରୀରେ ନାଳ, ନର୍ଦ୍ଦମା ପାଖରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନଜରକୁ ଆସିଛି। ସହରର ଅନେକ ଛୋଟ ଖାଦ୍ୟ ଉତ୍ପାଦନକାରୀ ଦୋକାନୀ ଓ ସଂସ୍ଥା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ନିମ୍ନମାନର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରୁଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଏଭଳି ଦୋକାନୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଥିବା ଅଭିଯୋଗ ହୋଇଛି।
ପୁରୀ ସହରସ୍ଥିତ କୁମୁଟିପାଟଣା ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହୋଇ ବିକ୍ରି କରାଯାଉଥିବା ନେଇ ସ୍ଥାନୀୟଲୋକେ ପୁରୀ ପୌରସଂସ୍ଥା ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଉକ୍ତ ଅଞ୍ଚଳରେ ଜଣେ ବ୍ୟବସାୟୀ ଏକ ମିକ୍ସର୍‌ ଓ ପାମ୍ପଡ କାରଖାନା କରିଛନ୍ତି। କାରଖାନାଟି ଏକ ନର୍ଦ୍ଦମା ନିକଟରେ ଥିବାବେଳେ ଖାଦ୍ୟର ମାନ ସମେତ ସ୍ବଚ୍ଛତା ଦିଗରେ ଧ୍ୟାନ ଦିଆଯାଉ ନାହିଁ। ଏପରିକି କାରଖାନାରର ବର୍ଜ୍ୟବସ୍ତୁକୁ ସାହି ଭିତରକୁ ଛାଡ଼ି ଦିଆଯାଉଛି। ମାତ୍ରାଧିକ ପୋଡ଼ା ମୋବିଲର ବ୍ୟବହାର ମଧ୍ୟ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ାଇଛି। ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ତେବେ ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୌର ସଂସ୍ଥା ଏସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇ ଚୁପ୍‌ ବସିଛି। ଏ ସମ୍ପର୍କରେ ପୌର ସଂସ୍ଥା କାର୍ଯ୍ୟନିିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ କହିଛନ୍ତି, ଏଭଳି ଅଭିଯୋଗ ହସ୍ତଗତ ହେବା ପରେ ଆମେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଛୁ। ତେବେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ରିପୋର୍ଟ ହସ୍ତଗତ ହୋଇନାହିଁ। ଅନ୍ୟପଟେ ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ପୁରୀ ସହର ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ପ୍ରଶାସନ ଅବହେଳା ହେତୁ ଖାଦ୍ୟ ସୁରକ୍ଷା ଆଇନ କଡ଼ାକଡ଼ି ହୋଇପାରୁ ନାହିଁ। ନିୟମ ଅନୁଯାୟୀ, ଖାଦ୍ୟ ସୁରକ୍ଷା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ପୌର ସଂସ୍ଥାର ମିଳିତ ଟିମ୍‌ ଜିଲାରେ ଖାଦ୍ୟ ସୁରକ୍ଷା ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ମାତ୍ର ଦୀର୍ଘଦିନ ହେବ ଏଭଳି କରାଯାଉ ନାହିଁ। ସବୁ ବିଭାଗ ପରସ୍ପର ଉପରେ ଦାୟିତ୍ୱ ଲଦିବାରେ ଲାଗିଛନ୍ତି। ମାତ୍ର କେହି ଖାଦ୍ୟର ମାନ ଓ ଏହାର ପ୍ରସ୍ତୁତିର ଗୁଣବତ୍ତା ଉପରେ ଦୃଷ୍ଟି ରଖୁନାହାନ୍ତି। ସମ୍ପୃକ୍ତ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ପଦାର୍ଥ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ନାଳ ନର୍ଦ୍ଦମା ନିକଟରେ ଖାଦ୍ୟ ପ୍ରସ୍ତୁତ ହେଉଛି। ତାହାକୁ ପ୍ୟାକେଜ କରି ବଜାରକୁ ଛଡାଯାଉଛି। ଖୋଲାଖୋଲି ଭାବେ ଖାଦ୍ୟ ସୁରକ୍ଷା ଆଇନର ଉଲ୍ଲଂଘନ ହେଉଥିଲେ ମଧ୍ୟ କାହାରି ଏହି ଦିଗରେ ନିଘା ନାହିଁ ।
ଅନ୍ୟପକ୍ଷେ ସୋସିଆଲ ମିଡିଆର ଏକ ଫଟୋ ସ୍ଥାନୀୟ ଲୋକମାନେ ଶେୟାର କରୁଛନ୍ତି। ଫଟୋରେ କେତେକ ଅଧିକାରୀ ସମ୍ପୃକ୍ତ କାରଖାନାରୁ ଖାଦ୍ୟ ପଦାର୍ଥ ଆଣି ସରକାରୀ ଗାଡ଼ି ଭିତରେ ରଖୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି ଯେ, ଯାଞ୍ଚ ଟିମ୍‌ ସମ୍ପୃକ୍ତ କାରଖାନା ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ କେବଳ ଲାଞ୍ଚ ଓ ଖାଦ୍ୟ ପଦାର୍ଥ ନେଇ ଫେରିଛନ୍ତି। ଏ ନେଇ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ କହିଛନ୍ତି, ଅଭିଯୋଗ ହେବା ପରେ ଗୁରୁବାର ଘଟଣାସ୍ଥଳରେ ଚଢ଼ାଉ କରି ମାଲିକଙ୍କୁ ତାଗିଦ୍‌ କରାଯାଇଛି। ୧୫ଦିନ ମଧ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆନୁଷଙ୍ଗିକ ବ୍ୟବସ୍ଥା କାରଖାନାରେ କରିବା ପାଇଁ ନୋଟିସ୍‌ ହୋଇଛି। ସେହିଭଳି ଜିଲାର ଅନେକ ସ୍ଥାନରେ ଚଢାଉ କରି ସ୍ଥିତି ଯାଞ୍ଚ କରିଛୁ। ପୁରୀ ସହରରେ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବିକ୍ରି ପାଇଁ ଅନେକ ସ୍ଥାନୀୟ ଖାଦ୍ୟ କାରଖାନା କାର୍ଯ୍ୟକ୍ଷମ ରହିଛି। ଏହାର ଗୁଣବତ୍ତା ଯାଞ୍ଚ ପାଇଁ ପ୍ରଶାସନ ସ୍ତରରେ ସାମଗ୍ରିକ ପ୍ରୟାସ କେବେ ହେଲେ ହୋଇ ନାହିଁ। କେବଳ ରଥ ଯାତ୍ରା ସମୟରେ କିଛି ହୋଟେଲକୁ ଯାଇ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିଥାନ୍ତି । ତେବେ କାରଖାନାରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ କେବେ ହେଲେ ଯାଞ୍ଚ ହୋଇପାରେ ନାହିଁ। ସାଧାରଣତଃ ବଡ଼ ବଡ଼ ସହର ଓ ପ୍ରମୁଖ ପର୍ଯଟନ ସ୍ଥଳୀରେ ଏହି ଆଇନ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସ୍ଥାନୀୟ ଖାଦ୍ୟ ପଦାର୍ଥର ମାନ ସମୟ ସମୟରେ ଯାଞ୍ଚ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ପ୍ରଣୟ ଜଗଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri