ଖାଦ୍ୟ ହିଁ ପ୍ରାଣ ପୁଣି ପ୍ରାଣଘାତକ

ଖାଦ୍ୟ। ଶରୀର ପୋଷଣ ନିମନ୍ତେ ଅତି ଜରୁରୀ। ଖାଦ୍ୟ ଦ୍ୱାରା ଶରୀରରେ ଥିବା ଜୀବକୋଷ ପରିପାକ ହୋଇ ଶକ୍ତି ଉପତ୍ନ୍ନ କରେ। ଫଳରେ ଶରୀରର ଅଭିବୃଦ୍ଧି ଓ ବିକାଶ ହୋଇଥାଏ। ଏଣୁ ଖାଦ୍ୟକୁ ପ୍ରାଣ ବୋଲି କୁହାଯାଏ। ଯଦି ଏହି ପ୍ରାଣଦାୟୀ ଖାଦ୍ୟ ସଂକ୍ରମିତ ହୋଇଥାଏ, ତେବେ? ଖାଦ୍ୟ ମାଧ୍ୟମରେ କ୍ଷତିକାରକ ତତ୍ତ୍ୱସମୂହ ଶରୀର ମଧ୍ୟକୁ ପ୍ରବେଶ କରି ନକାରାତ୍ମକ କ୍ରିୟା କରିବ। ଫଳରେ ଖାଦ୍ୟ ଆଉ ପ୍ରାଣଦାୟୀ ହୋଇ ରହିପାରିବ ନାହିଁ? ବରଂ ପ୍ରାଣଘାତକ ସାବ୍ୟସ୍ତ ହେବ।
ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ପ୍ରତିବର୍ଷ ବିଶ୍ୱର ପ୍ରତି ୧୦ ଜଣରେ ଜଣେ ଖାଦ୍ୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ। ଏଥିସହ ବିଶ୍ୱର ପ୍ରାୟ ୨୦୦ରୁ ଅଧିକ ରୋଗ ଖାଦ୍ୟ ସଂକ୍ରମଣ ଯୋଗୁ ହିଁ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ଓଡ଼ିଶାରେ ସାଧାରଣତଃ ଖାଦ୍ୟ ଓ ପାନୀୟ ସଂକ୍ରମଣ ଯୋଗୁ ଟାଇଫଏଡ୍‌ ଜ୍ୱର, ଜିଆଡ଼ିଆ, ହଇଜା, ଡିସେଣ୍ଟ୍ରି, ହେପାଟାଇଟିସ-ଏ, ସଲମୋନେଲା, ଇ. କୋଲାଇ ଆଦି ବହୁ ପ୍ରକାର ରୋଗ ଦେଖାଯାଇଥାଏ। ତିନି କାରଣରୁ ଖାଦ୍ୟ ହୁଏ ସଂକ୍ରମିତ। ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ଜୈବିକ, ରାସାୟନିକ ଓ ବାହ୍ୟ ଉପାଦାନ ଖାଦ୍ୟରେ ମିଶିବା ଫଳରେ ସଂକ୍ରମଣ ହୋଇଥାଏ । ଅଧିକାଂଶ ଖାଦ୍ୟ ସଂକ୍ରମଣଜନିତ ରୋଗ ବିଶେଷକରି ଜୈବିକ କାରଣରୁ ହିଁ ହୋଇଥାଏ। ଯେମିତି କି ଖାଦ୍ୟରେ ରୋଗ ସୃଷ୍ଟିକାରୀ ବୀଜାଣୁ, ଭୂତାଣୁ, ବ୍ୟାକ୍ଟେରିଆ, ପ୍ରୋଟୋଜୋଆ, ପାରାସାଇଟ ଓ ଫଙ୍ଗସ୍‌ ଆଦି ରହିବା ଦ୍ୱାରା ବିଭିନ୍ନ ରୋଗର ସଂକ୍ରମଣ ହୋଇଥାଏ। ଖାଦ୍ୟ ସଂକ୍ରମଣଜନିତ ରୋଗ ସୃଷ୍ଟି କରୁଥିବା ଏକ ସାଧାରଣ ଭୂତାଣୁ ହେଉଛି ନୋରାଭାଇରସ୍‌। ଏହାର ସଂକ୍ରମଣ ଯୋଗୁ ପେଟ କାଟିବା, ହଜମରେ ସମସ୍ୟା ଆଦି ଦେଖାଯାଇଥାଏ। ଏହି ରୋଗକୁ ଆମେ ଷ୍ଟୋନମ୍ୟାନ ଫ୍ଲୁ କହିଥାଉ। ସଲମୋନେଲା ବ୍ୟାକ୍ଟେରିଆ ମଧ୍ୟ ଖାଦ୍ୟ ସଂକ୍ରମଣଜନିତ ରୋଗ ସୃଷ୍ଟି କରିଥାଏ। ବାନ୍ତି, ପେଟ କାମୁଡ଼ିବା, ଝାଡ଼ା, ଜ୍ୱର ଆଦି ବିଭିନ୍ନ ସମସ୍ୟା ଏହା ଯୋଗୁ ଦେଖାଯାଇଥାଏ।
ରାସାୟନିକ ଉପାୟରେ ଖାଦ୍ୟ ସଂକ୍ରମଣ ଅସାବଧାନତା କାରଣରୁ ହୋଇଥାଏ। କୀଟନାଶକ ବା କ୍ଲିନର ଆଦି ଫସଲରେ ପ୍ରୟୋଗ କରିବା ସମୟରେ ଏଥିରେ ଥିବା ରାସାୟନିକ ଦ୍ରବ୍ୟ ମଣିଷ ଶରୀରକୁ ଆସିଥାଏ। ଏଥିସହ ଖାଦ୍ୟକୁ ଅଧିକ ଧଳା ଦେଖାଇବା ପାଇଁ ବ୍ଲିଚିଂ କରାଯାଉଥିବା ବେଳେ ଏହା ମଧ୍ୟ ଖାଦ୍ୟ ସଂକ୍ରମଣର କାରଣ ହୁଏ। ଜଳ ଦ୍ୱାରା ସଂକ୍ରମିତ ଡାଇରିଆ ଅପେକ୍ଷା ହେପାଟାଇଟିସ-ଏ ଓ ଇ ଅଧିକ ମାରାତ୍ମକ। ଏହା ଜଣ୍ଡିସ କରାଇବା ସହ ରୋଗୀର ମୃତ୍ୟୁର କାରଣ ବି ହୋଇଥାଏ। ଓଡ଼ିଶାରେ ଦେଖାଯାଉଥିବା ଆଉ ଏକ ସାଧାରଣ ଜଳବାହୀ ରୋଗ ହେଉଛି ଏଚ୍‌ ପାଇଲୋରି ଗ୍ୟାଷ୍ଟ୍ରିଟିସ୍‌। ବିଶ୍ୱ ଜନସଂଖ୍ୟାର ୫୦% ଏହି ରୋଗରେ ପୀଡ଼ିତ। ସପ୍ତାହକୁ ଆସୁଥିବା ୪୦ ଜଣରେ ଜଣେ ରୋଗୀ ହେପାଟାଇଟିସ-ଏରେ ଆକ୍ରାନ୍ତ ହୋଇଥିବା ଦେଖାଯାଉଛି। ଖାଦ୍ୟ ସଂକ୍ରମଣ ଦୁଇଟି ଉପାୟରେ ହୁଏ। ଗୋଟିଏ ହେଉଛି ଦୁର୍ଘଟଣାବଶତଃ ହେଉଥିବା ଖାଦ୍ୟ ସଂକ୍ରମଣ ଓ ଅନ୍ୟଟି ଜାଣିଶୁଣି ହେଉଥିବା ଖାଦ୍ୟ ସଂକ୍ରମଣ। ଘରେ ଖାଦ୍ୟ ଥୁଆ ହୋଇଥିବା ସମୟରେ ମୂଷା ଚାଲିଯିବା, କିଛି ପଡ଼ିଯିବା ବା ଖାଦ୍ୟ ଖରାପ ହୋଇଯିବା ପରେ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ। ସେହିଭଳି ଖାଦ୍ୟରେ ବ୍ୟବହାର ହେଉଥିବା ରସାୟନ ଯୋଗୁ ବି ଦେହ ଖରାପ ହୋଇଥାଏ। ଏସବୁକୁ ତ ସତର୍କ ହୋଇ ମୁକାବିଲା କରାଯାଇପାରେ। କିନ୍ତୁ ଜାଣିଶୁଣି କରାଯାଉଥିବା ଖାଦ୍ୟ ସଂକ୍ରମଣକୁ ନିୟନ୍ତ୍ରିତ କରିବା ଆମ ଦାୟିତ୍ୱ। କ୍ଷୀର, ତେଲ, ମସଲା ଗୁଣ୍ଡ, ହଳଦୀ, ଲଙ୍କା, ଗୋଲମରିଚ ଗୁଣ୍ଡ ଆଦିରେ ବିଭିନ୍ନ ପ୍ରକାର ଅପମିଶ୍ରଣ କରାଯାଇ ବଜାରକୁ ଛଡ଼ାଯାଉଛି। ଫଳକୁ ଚିକ୍‌ଚିକ୍‌ ଦେଖାଇବା ପାଇଁ ରସାୟନ ସିଞ୍ଚନ କରାଯାଉଛି, ଯେଉଁଥିରେ ସୀସା ଓ ଆର୍ସେନେଡ ରହିଛି। ଏହା ସ୍ନାୟୁ, ମସ୍ତିଷ୍କ ଓ ଶରୀରର ସ୍କେଲେଟାଲ ସିଷ୍ଟମ ପାଇଁ ଖରାପ ହୋଇଥାଏ। ମୁଣ୍ଡ ଝାଇଁ ଝାଇଁ ଲାଗିବା, ପକ୍ଷାଘାତ ରୋଗ, ମାଂସପେଶୀରେ ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଇଥାଏ। କିଛି କିଛି ଅଞ୍ଚଳର ପାଣିରେ ଫ୍ଲୋରାଇଡ଼ ପରିମାଣ ଅଧିକ ଥାଏ। ଏହାର ସ୍ତରକୁ ନିୟମିତ ପରୀକ୍ଷା କରିବା ଉଚିତ। ଖାଦ୍ୟ ଅଧିକ ସମୟ ରହିଲେ ଏଥିରେ କାମ୍ପାଇଲୋବ୍ୟାକ୍ଟେର, ସାଲମୋନେଲା ଓ ସିଗେଲା ଆଦି ଜୀବାଣୁ ବଢ଼ି ମଣିଷ ଶରୀରରେ ଫୁଡ୍‌ପଏଜନିଂ କରାଇଥାଏ।

ଡା. ପ୍ରଫୁଲ୍ଲ କୁମାର ଦାସ
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

ବୈଦିକ ସଂସ୍କୃତିର ସୌରଭ

ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri