ଖାଦ୍ୟରୁ ମିଳିବ ଉଷ୍ଣତା

ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଶୀତବସ୍ତ୍ରର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ଏହିଦିନେ ଶରୀର ପାଇଁ ବାହ୍ୟ ଉଷ୍ଣତା ସହ ଆଭ୍ୟନ୍ତରୀଣ ଉଷ୍ଣତାର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି; ଯାହା ମିଳିଥାଏ କିଛି ବିଶେଷ ଖାଦ୍ୟ ପଦାର୍ଥରୁ। ଯେମିତିକି:

ଗୁଡ଼: ଏହାକୁ ସେବନ କଲେ ଅଧକପାଳି ମୁଣ୍ଡବିନ୍ଧା, ଥଣ୍ଡା, ଶ୍ୱାସରୋଗରୁ ଉପଶମ ମିଳିବା ସହ ପାଚନକ୍ରିୟା ବି ଠିକ୍‌ ହୋଇଥାଏ। ଶୀତଦିନେ ଗୁଡ଼ ଓ ରାଶି କିମ୍ବା ଗୁଡ଼ ଓ ଚିନାବାଦାମର ଲଡ଼ୁ ଖାଇଲେ ଶରୀରକୁ ଉଷ୍ଣତା ମଧ୍ୟ ମିଳିଥାଏ। ମହୁ: ଶରୀରକୁ ସୁସ୍ଥ, ନୀରୋଗ ଏବଂ ଫୂର୍ତ୍ତି ରଖିବାରେ ମହୁର ବିଶେଷ ଭୂମିକା ରହିଥାଏ। ତେଣୁ ଆୟୁର୍ବେଦରେ ମହୁକୁ ଅମୃତ ସହ ତୁଳନା କରାଯାଇଥାଏ। ପାଚନକ୍ରିୟାକୁ ଠିକ୍‌ ରଖିବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମହୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶୀତଦିନେ ବି ଏହାକୁ ସେବନ କଲେ ଶରୀରରେ ଫୂର୍ତ୍ତି ଆସିଥାଏ।

ରାଶି: ଶୀତଦିନେ ରାଶି ଖାଇଲେ ଶରୀରରେ ଊର୍ଜ୍ଜା ବୃଦ୍ଧି ହୋଇଥାଏ। ତଥ୍ୟ ଅନୁସାରେ, ମିଶ୍ରି ପାଣିରେ ରାଶିକୁ ଫୁଟାଇ ପିଇଲେ ଛାତିରେ ଜମାଟ ବାନ୍ଧିଥିବା କଫ ସମସ୍ୟାରୁ ବି ମୁକ୍ତି ମିଳିଥାଏ।

ଖଜୁରି: ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଥାଏ। ଶୀତଦିନେ ଏହାର ସେବନ ଶରୀରକୁ ଉଷ୍ଣତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଊର୍ଜ୍ଜା ବୃଦ୍ଧି କରିଥାଏ। କେବଳ ଏତିକି ନୁହେଁ, ପେସ୍ତାବାଦାମ, ଅଖରୋଟ ପରି ନଟ୍ସ, ଅଦା, ହଳଦୀ, ଡାଳିମ୍ବ, ରସୁଣ, ମେଥିପତ୍ର, ବାଜରା ଆଦି ଖାଦ୍ୟଦ୍ରବ୍ୟକୁ ଖାଇ ମଧ୍ୟ ଶୀତଦିନେ ନିଜ ଶରୀରକୁ ଉଷ୍ଣତା ପ୍ରଦାନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମରଣ ଶକ୍ତି ବଢ଼ାଏ ଅଣ୍ଡା

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର ସରଳ ତଥା ସହଜ ଉପାୟ ରହିଛି, ପୁଣି ହାତ ପାଆନ୍ତାରେ। ଏକ ସଦ୍ୟତମ...

କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ...

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଯଦି ଆପଣ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡ଼ିତ, ତେବେ ରକ୍ତଚାପ କେତେ ଅଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ। ବିଶେଷଭାବରେ ବୟସ ବଢ଼ିଲେ...

ଲୌହ ଗ୍ରହାଣୁ

ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ...

ଥାଇ କର୍ନ କେକ୍‌

ସୁଆଦିଆ ଖାଦ୍ୟ ସମସ୍ତଙ୍କର ପସନ୍ଦ। ସେଥିପାଇଁ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ।ପର୍ଯ୍ୟଟନ ସହର ପୁରୀର...

ରୂପ ନା ଗୁଣ- ପୁରୁଷମାନେ କିଭଳି ବାଛିବା କଥା ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

କରୋନା ଟିକା ନେବାପରେ ପିଅନ୍ତୁ ନାହିଁ ମଦ!

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯେଉଁମାନେ କୋଭିଡ-୧୯ ଭ୍ୟାକ୍ସିନ ବା ଟିକା ନେଉଛନ୍ତି ସେମାନେ ମଦ ପିଇବା ଉଚିତ ନୁହେଁ । କାରଣ ମଦ ଶରୀରର...

କାକର ଉପରେ ଚାଲିଲେ ମିଳିବ ଏସବୁ ସୁଫଳ…

କେତେକଙ୍କର ପାଦ ଶୀତଦିନେ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ମଧ୍ୟ ଏହାର...

Advertisement


Archives

Model This Week