ଏଫ୍‌ଏମ୍‌ଏଫ୍‌ର ଆର୍ଥତ୍କ ସାକ୍ଷରତା ଅଭିଯାନ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇ ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ (ଏଫ୍‌ଏମ୍‌ଏଫ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଆର୍ଥତ୍କ ସାକ୍ଷରତା ଅଭିଯାନ ଆରମ୍ଭ କରାଯାଇଛି। ବିଶେଷକରି ଦେଶର ଅବହେଳିତ ମହିଳାମାନଙ୍କୁ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବା ଉକ୍ତ ଅଭିଯାନର ମୂଳଲକ୍ଷ୍ୟ ବୋଲି ଏଫ୍‌ଏମ୍‌ଏଫ୍‌ ପକ୍ଷରୁ କୁହାଯାଉଛି। ଏପରିକି ନିକଟରେ କମ୍ପାନୀ ଓଡ଼ିଶାର ଭବାନୀପାଟଣାଠାରେ ଏକ ଆର୍ଥତ୍କ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ମହିଳାମାନଙ୍କୁ ଆର୍ଥତ୍କ ସାକ୍ଷରତାର ଗୁରୁତ୍ୱ ବିଷୟରେ ବିସ୍ତୃତ ବର୍ଣ୍ଣନା କରାଯାଇଥିଲା। ଏପରିକି ଭବାନୀପାଟଣା ଗାଁର ପ୍ରାୟ ୧୬୦ ମହିଳା ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ସୁବୁଦ୍ଧି କହିଛନ୍ତି, ମହିଳାମାନେ ସ୍ବାଧୀନ ହେବା ଏବଂ ସେମାନଙ୍କ ଆୟରୁ ଟଙ୍କା ସଞ୍ଚୟ କରିବାର ସ୍ମାର୍ଟ ପଦ୍ଧତି ସୃଷ୍ଟି କରିବା ପାଇଁ ଏହି ଆର୍ଥତ୍କ ସାକ୍ଷରତା ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଲ୍ଲେଖଯୋଗ୍ୟ, ଆର୍ଥତ୍କ ସାକ୍ଷରତା କାର୍ଯ୍ୟକ୍ରମ ପ୍ରମୋଦ ତାଣ୍ଡି, ଏଫ୍‌ଏଲ୍‌ପି ପ୍ରଶିକ୍ଷକ ଏବଂ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସ ଦ୍ୱାରା ପରିଚାଳିତ ହୋଇଥିଲା। କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକଳାପ ମାଧ୍ୟମରେ ସମାଜରେ ଯୋଗଦାନ କରିବା ଏବଂ ସାମାଜିକ ଅନଗ୍ରସର ବର୍ଗର ମହିଳାମାନଙ୍କ ପାଇଁ ଆର୍ଥତ୍କ ଏବଂ ଡିଜିଟାଲ ବ୍ୟବଧାନ ଦୂରକରିବା ପାଇଁ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସର ପ୍ରୟାସର ଏକ ଅଂଶ ଥିଲା ବୋଲି କୁହାଯାଉଛି। ଏହି ସ୍କେଲରେ ତୃଣମୂଳ ସ୍ତରରେ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସର ପ୍ରୟାସକୁ ଭବାନୀପାଟଣାର ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଅତ୍ୟନ୍ତ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଫ୍ୟୁଜନ୍‌ ସଦସ୍ୟ ପ୍ରଶାନ୍ତ ସୁବୁଦ୍ଧି, ସମୀର ମୋହନୀ, ଲୋକନାଥ ସାହୁଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri