ଏଫ୍‌ଏମ୍‌ଏଫ୍‌ର ଆର୍ଥତ୍କ ସାକ୍ଷରତା ଅଭିଯାନ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇ ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ (ଏଫ୍‌ଏମ୍‌ଏଫ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଆର୍ଥତ୍କ ସାକ୍ଷରତା ଅଭିଯାନ ଆରମ୍ଭ କରାଯାଇଛି। ବିଶେଷକରି ଦେଶର ଅବହେଳିତ ମହିଳାମାନଙ୍କୁ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବା ଉକ୍ତ ଅଭିଯାନର ମୂଳଲକ୍ଷ୍ୟ ବୋଲି ଏଫ୍‌ଏମ୍‌ଏଫ୍‌ ପକ୍ଷରୁ କୁହାଯାଉଛି। ଏପରିକି ନିକଟରେ କମ୍ପାନୀ ଓଡ଼ିଶାର ଭବାନୀପାଟଣାଠାରେ ଏକ ଆର୍ଥତ୍କ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ମହିଳାମାନଙ୍କୁ ଆର୍ଥତ୍କ ସାକ୍ଷରତାର ଗୁରୁତ୍ୱ ବିଷୟରେ ବିସ୍ତୃତ ବର୍ଣ୍ଣନା କରାଯାଇଥିଲା। ଏପରିକି ଭବାନୀପାଟଣା ଗାଁର ପ୍ରାୟ ୧୬୦ ମହିଳା ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ସୁବୁଦ୍ଧି କହିଛନ୍ତି, ମହିଳାମାନେ ସ୍ବାଧୀନ ହେବା ଏବଂ ସେମାନଙ୍କ ଆୟରୁ ଟଙ୍କା ସଞ୍ଚୟ କରିବାର ସ୍ମାର୍ଟ ପଦ୍ଧତି ସୃଷ୍ଟି କରିବା ପାଇଁ ଏହି ଆର୍ଥତ୍କ ସାକ୍ଷରତା ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଲ୍ଲେଖଯୋଗ୍ୟ, ଆର୍ଥତ୍କ ସାକ୍ଷରତା କାର୍ଯ୍ୟକ୍ରମ ପ୍ରମୋଦ ତାଣ୍ଡି, ଏଫ୍‌ଏଲ୍‌ପି ପ୍ରଶିକ୍ଷକ ଏବଂ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସ ଦ୍ୱାରା ପରିଚାଳିତ ହୋଇଥିଲା। କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକଳାପ ମାଧ୍ୟମରେ ସମାଜରେ ଯୋଗଦାନ କରିବା ଏବଂ ସାମାଜିକ ଅନଗ୍ରସର ବର୍ଗର ମହିଳାମାନଙ୍କ ପାଇଁ ଆର୍ଥତ୍କ ଏବଂ ଡିଜିଟାଲ ବ୍ୟବଧାନ ଦୂରକରିବା ପାଇଁ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସର ପ୍ରୟାସର ଏକ ଅଂଶ ଥିଲା ବୋଲି କୁହାଯାଉଛି। ଏହି ସ୍କେଲରେ ତୃଣମୂଳ ସ୍ତରରେ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ଫ୍ୟୁଜନ୍‌ ମାଇକ୍ରୋ ଫାଇନାନ୍ସର ପ୍ରୟାସକୁ ଭବାନୀପାଟଣାର ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଅତ୍ୟନ୍ତ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଫ୍ୟୁଜନ୍‌ ସଦସ୍ୟ ପ୍ରଶାନ୍ତ ସୁବୁଦ୍ଧି, ସମୀର ମୋହନୀ, ଲୋକନାଥ ସାହୁଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri