ଛତ୍ରପୁର,୧୫ା୫(ଦିଲ୍ଲୀପ ସାମଲ): ଛତ୍ରପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲାର ସଦରମହକୁମା ଛତ୍ରପୁର ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଯାନବାହନ ଚଳପ୍ରଚଳ ଯୋଗୁ ସ୍ଥାନୀୟ କଲେଜ ଛକ ଏବଂ ଡିଆରଡିଏ ଛକ ଠାରେ ଯାତାୟାତ ବେଳେ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଏନେଇ ବହୁବାର ଆନ୍ଦୋଳନ ସହିତ ଫ୍ଲାଏଓଭର ବ୍ରିଜ ନିମନ୍ତେ ନିମନ୍ତେ ଦାବି ହୋଇ ଆସୁଥିଲା। ଲୋକଙ୍କ ଧନଜୀବନ ସୁରକ୍ଷା ସହିତ ଏବଂ ଅଂଚଳବାସୀଙ୍କ ଗମନାଗମନ ସୁବ୍ୟବସ୍ଥା କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ କେନ୍ଦୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାରଙ୍କ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା କଲେଜ ଛକ ନିକଟରେ ପ୍ରଥମେ ନଡ଼ିଆ ଭାଙ୍ଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ ( ରାଜସ୍ବ) ଦେବଦତ୍ତ ପଣ୍ଡା, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ବିଡିଓ ସମ୍ବିତ ସଂଗ୍ରାମଜିତ୍ ସାହୁ, ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ଜାତୀୟ ରାଜପଥର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି କୀର୍ତ୍ତନ ଦାସ, ଭାଜପା ଜିଲା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ସମ୍ପାଦକ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ଓ ବସନ୍ତ କୁମାର ବେହେରା, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା, ସଂଜିତ କୁମାର ରାଉଳ, କଣମଣା ମଣ୍ଡଳ ସଭାପତି ଏନ. ଦିନବନ୍ଧୁ, ପି. ରାମବାବୁ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଡି. ସୁରେଶ ରେଡ୍ଡୀ, ଜୀ. ମନୋଜ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ନିମନ୍ତେ ୮୬ କୋଟି ୨୩ ଲକ୍ଷ ୧୬ ହଜାର ୫ଶହ ଟଙ୍କାର ଟେଣ୍ଡର ଆହ୍ବାନ ରହିଥିବାବେଳେ ଏବେ ଯେଉଁ ସଂସ୍ଥା ନେଇଛି ସିଏ ୬୨ କୋଟି ୫୦ ଲକ୍ଷ କରିବ ବୋଲି ସୂଚନା ମିଳିଛି। ୧୦ ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଓ ପରିଚାଳନା କରିବ ଉକ୍ତ ସଂସ୍ଥା କରିବ। ଏହାକୁ ଯେଉଁ ସଂସ୍ଥା ଏହି ଟେଣ୍ଡର ପାଇଛି ସିଏ ଏହି କାର୍ଯ୍ୟକୁ ୧୮ ମାସ ମଧ୍ୟରେ ଶେଷ କରିବା ପାଇଁ ସମୟ ସୀମା ରହିଥିବା ମନ୍ତ୍ରୀ କହିଥିଲେ। ଜିଲାରେ ୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ସେଥିମଧ୍ୟରୁ ୩ଟି ଫ୍ଲାଏଓଭର ଓ ୬ଟି ଅଣ୍ଡର ପାସ ରହିଛି ବୋଲି ମନ୍ତ୍ରୀ କହିଥିଲେ। ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଅଧିକ ଦୁର୍ଘଟଣା ଘଟିବା ସହ ଏହା ବ୍ଲାକ ସ୍ପଟ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିଲା। ଦୈନିକ ଜାତୀୟ ରାଜପଥ ପାର କରି କଲେଜ ଛାତ୍ରୀଛାତ୍ର, ସ୍କୁଲ ଛାତ୍ରୀଛାତ୍ର ଯାତାୟାତ କରୁଥିବାରୁ ଛୋଟଛୋଟ ଦୁର୍ଘଟଣା ହେଉଥିଲା, ଏନେଇ ଅଞ୍ଚଳବାସୀ ପକ୍ଷରୁ ଓଭର ବ୍ରିଜ ନିର୍ମାଣ ନେଇ ଦାବି ହେଉଥିଲା। ଏନେଇ ସ୍ଥାନୀୟ ବିଧାୟକ ମଧ୍ୟ ବହୁବାର ଜାତୀୟ ରାଜପଥକୁ ଚିଠି ମଧ୍ୟ ଲେଖିଥିଲେ। ଏହା ବ୍ୟତୀତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଆହୁରି ୭ଟି ଫ୍ଲାଏଓଭର ବ୍ରିଜ୍ ପାଇଁ ଭାରତ ସରକାରଙ୍କୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଚିଠି ଲେଖିଥିବା କହିଥିଲେ। ଏହି ସବୁ ନିର୍ମାଣ ହେଲେ ଜିଲାରେ ଯେଉଁ ଦୁର୍ଘଟଣା ହାର ଅଧିକ ରହିଛି ତାହା ହ୍ରାସ ପାଇବ ବୋଲି କହିଥିଲେ।