ଧନ ବୃଦ୍ଧି କରୁଥିବା ଫୁଲ

ଅପରାଜିତା, ଯିଏ କେବେ ବି ହାରେ ନାହିଁ ବା ଯାହାର କେବେ ବି ପରାଜୟ ନାହିଁ। ସେଥିପାଇଁ ଅପରାଜିତା ଫୁଲ ପ୍ରତି ଲୋକଙ୍କର ଥାଏ ଖୁବ୍‌ ଆଦର। କୁହାଯାଏ, ଅପରାଜିତା ଫୁଲର ଅନ୍ୟନାମ ହେଉଛି ନୀଳକଣ୍ଠ। ମହାପ୍ରଭୁ ଶିବଙ୍କର ମଧ୍ୟ ଆଉ ଏକ ନାମ ହେଲା ନୀଳକଣ୍ଠ। ସେହିପରି ମା’ଦୁର୍ଗାଙ୍କର ମଧ୍ୟ ଅନ୍ୟ ଏକ ନାମ ହେଉଛି ଅପରାଜିତା। ତେଣୁ ଉଭୟ ଶିବ ଓ ଶକ୍ତିଙ୍କର ଖୁବ୍‌ ପ୍ରିୟ ହୋଇଥାଏ ଏହି ଅପରାଜିତା ଫୁଲ। ତା’ଛଡ଼ା ଏହି ଫୁଲ ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରୀ ମଧ୍ୟ ହୋଇଥାଏ। ଏହା ଘର ପ୍ରତି ଥିବା ନଜର ଦୋଷ ତଥା ତନ୍ତ୍ରମନ୍ତ୍ର ଦୋଷକୁ ଦୂର କରିବା ସହ ଘରର ଦୁଃଖଦୁର୍ଦ୍ଦଶା ଦୂର କରିବାରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଏହି ଫୁଲର ମାଳାକୁ ଆଣି ମୁଖ୍ୟଦ୍ୱାରରେ ଟାଙ୍ଗି ଦେଲେ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ବୋଲି ବିଶ୍ୱାସ ରହିଛି। ସେହିପରି କୁହାଯାଏ, ଯଦି ପ୍ରତିଦିନ ମାତ୍ର ୧୧ଟି ଅପରାଜିତା ଫୁଲକୁ ମାତା ପାର୍ବତୀ କିମ୍ବା ମାତା ଦୁର୍ଗାଙ୍କୁ ଅର୍ପଣ କରାଯାଏ ତା’ହେଲେ ମା’ଙ୍କର କରୁଣା ଲାଭ ହେବା ସହ ଘରେ ଧନଧାନ୍ୟ ଭରିଯାଏ। ଅନ୍ୟପକ୍ଷେ ପ୍ରଭୁ ଶିବଙ୍କର ବି ଏହି ଫୁଲ ଖୁବ୍‌ ପ୍ରିୟ। ତାଙ୍କ କୃପା ଲଭିବାକୁ ହେଲେ ଶୁଦ୍ଧପୂତ ଭାବେ ନିୟମିତ ଏହି ଫୁଲ ତାଙ୍କୁ ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri