ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଫ୍ୟାଶନ

ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଆଉଟ୍‌ଫିଟ୍‌ରେ ମୁଖ୍ୟତଃ ଡ୍ରେସ୍‌ଗୁଡ଼ିକର ହାତ ଡିଜାଇନ୍‌ କାନ୍ଧ ପାଖରୁ ପାଦ ପର୍ଯ୍ୟନ୍ତ ଓହଳିକି ରହିଲା ଭଳି ଦେଖାଯାଇଥାଏ। ଏହାକୁ ଖାଲିରେ ଦେଖିଲେ ଟିକେ ଅଜବ ଲାଗୁଥିଲେ ହେଁ ପିନ୍ଧିବାକୁ କମ୍ଫଟେବଲ୍‌ ହେବା ସହ ଯୁବତୀଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ…

ଆଜିକାଲି କାହାକୁ ବା ଟ୍ରେଣ୍ଡି ଆଉ ଫ୍ୟାଶନେବଲ୍‌ ଦେଖାଯିବାକୁ ଇଚ୍ଛା ନୁହେଁ। ଖାସ୍‌ କରି ପ୍ରତି ଅକେଜନ୍‌ରେ ନିଜ ଲୁକ୍‌ କେମିତି ଆଟ୍ରାକ୍ଟିଭ୍‌ ଲାଗିବ, ସେ ନେଇ ଯୁବତୀମାନେ ବେଶ୍‌ ସଚେତନ ରହିଥାନ୍ତି। ଏପରିକି ସେମାନେ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡକୁ ଆପଣେଇବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ତେଣୁ ସେହି ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଆଉଟ୍‌ଫିଟ୍‌ ହଟେଷ୍ଟ ଟ୍ରେଣ୍ଡରେ ରହିଛି, ଯାହାକୁ ପିନ୍ଧି ଯୁବତୀମାନେ ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ…

ପ୍ରିଣ୍ଟେଡ୍‌ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଅନାରକଲି: ଅନାରକଲି ଡ୍ରେସ୍‌ ବି ଯୁବତୀଙ୍କୁ ଗର୍ଜିୟସ୍‌ ଲୁକ୍‌ ଦେଇଥାଏ। ଆଉ ଯଦି ଏହି ଡ୍ରେସ୍‌ର ସ୍ଲିଭ୍‌ ଫ୍ଲୋର୍‌ ଲେଙ୍ଗ୍‌ଥ ହେବା ସହ ଏଥିରେ ପ୍ରିଣ୍ଟେଡ୍‌ ଡିଜାଇନ୍‌ ହୋଇଥାଏ, ତା’ହେଲେ ତ ଏହାର ଆକର୍ଷଣ ଆହୁରି ବଢିଯାଏ। ଏହି ଡ୍ରେସ୍‌କୁ ଖାସ୍‌ କରି ପାର୍ଟି, ଫଙ୍କସନ୍‌ରେ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଅନାରକଲି ଚୁଡିଦାର୍‌ ସୁଟ୍‌: ଅନାରକଲି ଡିଜାଇନ୍‌ର ଚୁଡିଦାର୍‌ ସୁଟ୍‌ ବି ଯୁବତୀଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଆଜିକାଲି ଏହାର ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ବି ମିଳିଲାଣି। ତେବେ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଡିଜାଇନ୍‌ର ଅନାରକଲି ଚୁଡିଦାର ସୁଟ୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡରେ ରହିଛି। ଏହା ସୁନ୍ଦର ଦେଖାଯିବା ସହ ପିନ୍ଧିବାକୁ କମ୍ଫଟେବଲ୍‌ ହେଉଥିବାରୁ ଏହାର ଚାହିଦା ମଧ୍ୟ ଭଲ ରହୁଥିବା ଦେଖିବାକୁ ମିଳୁଛି।

ଫ୍ଲୋର୍‌ ଲେଙ୍ଗ୍‌ଥ ନେଟ୍‌ ସ୍ଲିଭ୍‌: ଡୁପିଅନ୍‌ ସିଲ୍କ କପଡ଼ାରେ ତିଆରି ଲେହେଙ୍ଗାରେ ନେଟ୍‌ ଡିଜାଇନ୍‌ର ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ପରଫେକ୍ଟ ମ୍ୟାଚ୍‌ କରିବା ସହ ଲେହେଙ୍ଗାର ଲୁକ୍‌କୁ ବି ଅଧିକ ଆକର୍ଷଣୀୟ କରିଦେଇଥାଏ। ଯଦି ବାହାଘର କିମ୍ବା ଏନ୍‌ଗେଜ୍‌ମେଣ୍ଟ ସେରିମୋନିରେ ଶାଢ଼ି ବଦଳରେ ଲେହେଙ୍ଗା ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଏହି ଡିଜାଇନ୍‌ର ଲେହେଙ୍ଗା ପିନ୍ଧି ବି ଯୁବତୀମାନେ ଗର୍ଜିୟସ୍‌ ଲୁକ୍‌ ପାଇପାରିବେ।

ଫ୍ଲୋର୍‌ ଲେଙ୍ଗ୍‌ଥ ଟାସେଲ୍‌ ସ୍ଲିଭ ଲେହେଙ୍ଗା: ଟାସେଲ୍‌ ଡିଜାଇନ ହୋଇଥିବା ଏହି ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ ବାଲା ଲେହେଙ୍ଗା ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ପିନ୍ଧିଲେ ସେମିତି ଗର୍ଜିୟସ ଲୁକ୍‌ ଦେଇଥାଏ। ଏହାକୁ ନିର୍ବନ୍ଧ, ବାହାଘର ଆଦି ଫଙ୍କସନ୍‌ରେ ପିନ୍ଧିଲେ ଲୁକ୍‌ ଅଧିକ ଆଟ୍ରାକ୍ଟିଭ୍‌ ଲାଗିଥାଏ। ଆଉ ଯଦି ଏହି ଲେହେଙ୍ଗା ଓ ଏହାର ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭରେ ପର୍ଲ ଅବା ବିଡ୍‌ସର କିଛି କାମ ହୋଇଥାଏ, ତା’ହେଲେ ତ ଲେହେଙ୍ଗାର ଡିଜାଇନ ଆହୁରି ସୁନ୍ଦର ଦେଖାଯାଇଥାଏ।
ଗୋଲ୍ଡ ଫ୍ଲୋରାଲ୍‌ ଏମ୍ବ୍ରୋଏଡୋରି ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଲେହେଙ୍ଗା: ସୁନେଲି ରଙ୍ଗର ସୂତାରେ ଫୁଲ ଡିଜାଇନ୍‌ର ଏମ୍ବ୍ରୋଏଡୋରି କାମ ହୋଇଥିବା ଲେହେଙ୍ଗା ବି ଆକର୍ଷଣୀୟ ଦେଖାଯାଇଥାଏ। ଆଉ ଯଦି ଏହି ଲେହେଙ୍ଗାରେ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ରହିଥାଏ, ତା’ହେଲେ ତ ଏହାର ଆକର୍ଷଣ ଆହୁରି ବଢ଼ିଯାଏ। ଖାସ୍‌ କରି ଏହି ଡିଜାଇନ୍‌ ହୋଇଥିବା ପେଷ୍ଟଲ୍‌ ପିଙ୍କ୍‌ କଲର୍‌ର ଲେହେଙ୍ଗା ଯୁବତୀଙ୍କୁ ଗର୍ଜିୟସ୍‌ ଲୁକ୍‌ ଦେଇଥାଏ।

ଟ୍ୟୁବ୍‌ ବ୍ଲାଉଜ୍‌ ଉଇଥ୍‌ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଲେହେଙ୍ଗା: ଲେହେଙ୍ଗା ତ ସବୁବେଳେ ଯୁବତୀଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ତେବେ ଆଜିକାଲି ଏମିତି କିଛି ଲେହେଙ୍ଗା ବି ଆସିଲାଣି, ଯାହାର ବ୍ଲାଉଜ୍‌ ଟ୍ୟୁବ୍‌ ଡିଜାଇନ୍‌ର ହେବା ସହ ଏଥିରେ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ବି ଲାଗିକି ରହୁଛି। ପାର୍ଟି, ଫଙ୍କସନ୍‌ରେ ଅଲଟ୍ରାମଡର୍ନ ଲୁକ୍‌ ଚାହୁଁଥିବା ଯୁବତୀମାନଙ୍କ ପାଇଁ ଏହି ଟାଇପ୍‌ର ଲେହେଙ୍ଗା ପରଫେକ୍ଟ ହୋଇପାରିବ।

ତେବେ କେବଳ ଏତିକି ନୁହେଁ ଫ୍ଲୋର୍‌ ଲେଙ୍ଗ୍‌ଥ ସ୍ଲିଭ୍‌ ଡିଜାଇନ୍‌ର ଆହୁରି ଅନେକ ସୁନ୍ଦର ସୁନ୍ଦର ଲେହେଙ୍ଗା ହେଉ ଅବା ଅନାରକଲି ତଥା ଚୁଡିଦାର୍‌ ସୁଟ୍‌ ବି ମାର୍କେଟ୍‌ରେ ମିଳିଲାଣି। କିନ୍ତୁ ଏସବୁକୁ କିଣିବା ପୂର୍ବରୁ ନିଜ ଲୁକ୍‌କୁ ଏହା କେତେଦୂର ମ୍ୟାଚ୍‌ କରୁଛି, ତାହାକୁ ଭଲରେ ପରଖି ସାରିବା ପରେ ଯାଇ ଏହି ଡିଜାଇନ୍‌ର ଡ୍ରେସ୍‌ କିଣିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?