ବନ୍ୟା ଭସାଇନେଲା ଯାଆଁଳ

ଢେଙ୍କାନାଳ ଅଫିସ, ୩୧।୮: ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଦୁଃଖ ଦେଇଛି ବ୍ରାହ୍ମଣୀ ବନ୍ୟା। ବଢ଼ିପାଣିରେ ଯାଆଁଳ ଭାସିଯାଇଛନ୍ତି। ସୀମିତ ସମ୍ବଳରେ ମାଛଚାଷ କରି ଦୁଇ ପଇସା ରୋଜଗାର ଆଶାରେ ଥିବା ଚାଷୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।
ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ଦାର ପଞ୍ଚାୟତ, କାଲୁରିଆ ପଞ୍ଚାୟତର କେନ୍ଦୁପଡ଼ା, କାଶୀପୁର ପଞ୍ଚାୟତର ଭାଲିଆପାଟ ଗ୍ରାମରେ ବନ୍ୟା ପାଣି ମାଡ଼ିଯିବାରୁ ମାଛଚାଷ ବ୍ୟାପକ କ୍ଷତି ହୋଇଛି। ଭାଲିଆପାଟ ଗ୍ରାମର ୨ ସ୍ବୟଂ ସହାୟକ ଗୋଷ୍ଠୀ ପୋଖରୀରେ ଯାଆଁଳ ଛାଡ଼ିଥିଲେ। ସବୁ ଯାଆଁଳ ବନ୍ୟାପାଣିରେ ଭାସିଯାଇଛି। ମନ୍ଦାର ପଞ୍ଚାୟତ ଚିତ୍ତଲପୁର ଗ୍ରାମର ମାଛଚାଷୀ ଦୁଷ୍ମନ୍ତ ମଲ୍ଲିକଙ୍କ ୫୫ କୁଇଣ୍ଟାଲ ମାଛ ବନ୍ୟା ପାଣିରେ ପଳାଇଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦୁପଡ଼ାର ଅଗ୍ରଣୀ ମତ୍ସ୍ୟଚାଷୀ କ୍ଷୀରୋଦ ଚନ୍ଦ୍ର ସାମଲ ୨ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରିଥିଲେ। ତାଙ୍କର ୫ ପୋଖରୀରେ ପାଣି ପଶିଯିବାରୁ ୧୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଯାଆଁଳ ଏବଂ ମାଛ ଭାସି ଯାଇଛି। ସୂଚନା ପାଇ ଜିଲା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ମହାପାତ୍ର, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶରତ କୁମାର ଜେନା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ କୁହନ୍ତି, କ୍ଷତି ହୋଇଥିବା ମାଛଚାଷ ସମ୍ପର୍କରେ ଜିଲା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ସହାୟତା ରାଶି ମଞ୍ଜୁର ହେଲେ ଚାଷୀଙ୍କୁ ପ୍ରଦାନ କରାଯିବ।
ସରକାରୀ ସହାୟତାକୁ ଅପେକ୍ଷା
ଗୁରୁବାର ରାତିରେ ହଠାତ୍‌ ନଦୀ ଉଛୁଳି ପାଣି ମାଡ଼ିଆସିଲା। ୫୦ରୁ ୫୫ କୁଇଣ୍ଟାଲ ମାଛ ଭାସିଗଲେ। ଯାଅଁଳ ଏବଂ ମାଛ ମିଶି ଅତିକମ୍‌ରେ ୧୦ଲକ୍ଷ ଟଙ୍କା କ୍ଷତି ହୋଇଛି। ଏବେ ସରକାରୀ ସହାୟତାକୁ ଅପେକ୍ଷା।
– ଦୁଷ୍ମନ୍ତ ମଲ୍ଲିକ,
ଚିତ୍ତଲପୁର
ଅଣ୍ଟା ସଳଖିବାକୁ ସମୟ ଲାଗିବ
୧୦ ଏକର ଜାଗାରେ ମାଛ ଚାଷ କରିଥିଲି। ଆଖି ଆଗରେ ବନ୍ୟାପାଣି ସବୁକିଛି ଭସାଇନେଲା। ୨୦ରୁ ୨୫ଲକ୍ଷ ଟଙ୍କାର କ୍ଷତି ହୋଇଛି। ଅଣ୍ଟା ସଳଖିବାକୁ ସମୟ ଲାଗିବ। ମତ୍ସ୍ୟଚାଷ ପାଇଁ ସରକାରଙ୍କ ପକ୍ଷରୁ ବୀମା ସୁବିଧା ହେବା ଦରକାର ା
– କ୍ଷୀରୋଦ ସାମଲ,
କେନ୍ଦୁପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ପୁନରୁଦ୍ଧାର ହେବ ଉତ୍କଳମଣିଙ୍କ ବାସଭବନ

ବାରିପଦା ଅଫିସ,୨୦ା୪: ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ...

ରକ୍ତଦାନ କଲେ ଜିଲାପାଳ

ନୂଆପଡା ଅଫିସ,୧୬ା୪: କୋଭିଡ ୧୯ ସହ ସାରା ବିଶ୍ୱ ବର୍ତ୍ତମାନ ଲଢୁଛି। ସଂକ୍ରମଣ ରୋକିବା ପାଇଁ ଭାରତରେ ଲକ୍‌ଡାଉନ କଟକଣା ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ...

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର...

ଅନୁଗୋଳ ସହରବାସୀଙ୍କୁ ଅଥୟ କଲାଣି ମଶା

ଅନୁଗୋଳ ଅଫିସ, ୯ା୨: ଅନୁଗୋଳ ପୌରାଞ୍ଚଳରେ ମଶା ବଂଶ ବୃଦ୍ଧି ଚିନ୍ତାର କାରଣ ହୋଇଛି। ପରିମଳ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ...

ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି

ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର...

୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡ଼କ ଯାତ୍ରା...

ସ୍କୁଲ ଫି’ ପ୍ରସଙ୍ଗ: କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): କରୋନା ସମୟରେ ଘରୋଇ ସ୍କୁଟ ଫି ଛାଡ କରିବା ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି କେତେ...

ଧରିତ୍ରୀ ପ୍ରଭାବ: ୧୦ ଖଣିରେ ୧୪୪ ଧାରା ଜାରି

ଖଇରା, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ବେଆଇନ ଭାବେ ଚାଲିଥିବା ୧୦ ଖଣିରେ ତହସିଲଦାର ପ୍ରଦୀପ କୁମାର ସାହୁ ଶୁକ୍ରବାର ୧୪୪ ଧାରା...

Advertisement
Archives

Model This Week