ପୁରୀ ଜିଲାରେ ବନ୍ୟା: ୯ ବ୍ଲକର ୧,୩୩,୧୨୧ ଲୋକ ପ୍ରଭାବିତ, କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି

ପୁରୀ ଅଫିସ/କଣାସ (ସ୍ବ.ପ୍ର.), ୬।୯: ପୁରୀ ଜିଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲା ମଧ୍ୟ ଦେଇ ପ୍ରବାହିତ କୁଶଭଦ୍ରା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା, ଧନୁଆ, ରାଜୁଆ ପ୍ରଭୃତି ନଦୀର ଜଳସ୍ତର କମିଛି। ଉପରୋକ୍ତ ନଦୀର ଜଳସ୍ତର ପ୍ରାୟ ୨ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି। ସେହିପରି ଅଧିକ ଚିନ୍ତାର କାରଣ ପାଲଟିଥିବା ଦୟା ନଦୀର ଜଳସ୍ତର ଏବେ ଧୀରେ ଧୀରେ କମୁଛି। ଯାହାକି ଏକ ଆଶ୍ୱସ୍ତିକର ବିଷୟ ହୋଇଛି। ଦୟା ପ୍ରଭାବରେ କଣାସ ବ୍ଲକରେ ସବୁଠୁ ଅଧିକ କ୍ଷୟକ୍ଷତି ଘଟିଛି। ଏଥର ବନ୍ୟାରେ ଜିଲାର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି ହୋଇଛି।

ପ୍ରଶାସନ ସୂଚନା ମୁତାବକ, ଚଳିତ ବନ୍ୟାରେ ଶନିିବାର ସୁଦ୍ଧା ଜିଲାର ୯ଟି ବ୍ଲକ କଣାସ, ପୁରୀ ସଦର, ପିପିଲି, ଡେଲାଙ୍ଗ, ନିିମାପଡ଼ା, ଅସ୍ତରଙ୍ଗ, ଗୋପ, ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପଶିଛି। ୬୨ଟି ଗ୍ରାମପଞ୍ଚାୟତର ୨୩୭ ଗଁା ଏବଂ ପୁରୀ ମ୍ୟୁନିସିପାଲିଟିର ୨ଟି ୱାର୍ଡ ପ୍ରଭାବିତ ହୋଇଛି। ସେହିପରି ମୋଟ ୧,୩୩,୧୨୧ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁ ୧୮୦ଟି ଗଁାର ୧,୧୪,୦୮୮ ଲୋକ ଜଳବନ୍ଦୀ ଅବସ୍ଥାରେ ଥିଲେ। ବର୍ତ୍ତମାନ ୨୦ଟି ଗଁାର ୨୮,୮୦୦ ଲୋକ ଏହି ସ୍ଥିତିରେ ଅଛନ୍ତି। ମୋଟଚ୧୫,୬୮୨ ଲୋକଙ୍କୁ ୮୨ଟି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ଏହି ଲୋକେ ନିଜ ନିଜ ଘରକୁ ଫେରିଗଲେଣି। ବର୍ତ୍ତମାନ ୪୫୮ ଜଣ ୧୬ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଜିଲାରେ ୮୨ଟି ଜାଗାରେ ୧୫,୬୮୨ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ପିପିଲି ବ୍ଲକର ୩ଟି, କଣାସର ୩୬ ଏବଂ ନିିମାପଡ଼ା ବ୍ଲକର ୪୩ଟି ଜାଗାରେ ରନ୍ଧାଖାଦ୍ୟ ଯୋଗାଣ ହେଉଛି। ବିପନ୍ନଙ୍କୁ ସହାୟତା ପାଇଁ ଜିଲାରେ ୩ ୟୁନିଟ୍‌ ଏନ୍‌୍‌ଡିଆର୍‌ଏଫ୍‌, ଗୋଟିଏ ୟୁନିଟ୍‌ ଓଡ୍ରାଫ ଏବଂ ୭ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ଉଦ୍ଧାର ଓ ରିଲିଫ କାମରେ ୪୭ଟି ଡଙ୍ଗା ଲାଗିଛି। କଣାସ ବ୍ଲକରେ ୩୨ଟି, ପୁରୀ ସଦର ଓ ଡେଲାଙ୍ଗରେ ଗୋଟିଏ ଲେଖାଏ, ନିିମାପଡ଼ା ୬ ଏବଂ ଗୋପ ବ୍ଲକରେ ୭ଟି ଡଙ୍ଗା ବ୍ୟବହୃତ ହୋଇଛି। ବନ୍ୟାରେ ବୁଡ଼ିଯାଇ କଣାସ ବ୍ଲକ ବିଜିପୁରର ଚିତ୍ରସେନ ମେଣ୍ଟଙ୍କ ୫ ବର୍ଷର ପୁଅ ଚିନ୍ମୟଙ୍କ ଜୀବନ ଯାଇଛି। ସେହିପରି ୪,୬୨୦ଟି କୁକୁଡାଙ୍କ ମୃତ୍ୟୁ ଘଟିଛି। କଣାସରେ ୪୦୦୦, ନିମାପଡ଼ାରେ ୧୭୦ ଏବଂ ଗୋପ ବ୍ଲକରେ ୪୫୦ କୁକୁଡ଼ା ମରିଛନ୍ତି। ବନ୍ୟାରେ ଉପରୋକ୍ତ ୯ଟି ଯାକ ବ୍ଲକର ପ୍ରାୟ ୩୨,୯୭୪ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। କଣାସ ବ୍ଲକରେ ୧,୩୦୯ ଏବଂ ପିପିଲି ବ୍ଲକରେ ଗୋଟିଏ ଏହିପରି ମୋଟ ୧,୩୧୦ଟି ଘର କ୍ଷତିଗ୍ରସ୍ତ ହୋଇଛି।

ବିପନ୍ନଙ୍କୁ ରିଲିଫ ଏବଂ ଅନ୍ୟାନ୍ୟ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରି ପଦକ୍ଷେପ ଗ୍ରହଣ କରାଯାଇଛି। କଣାସ, ପୁରୀ ସଦର ଓ ଗୋପ ବ୍ଲକରେ ପ୍ରଭାବିତଙ୍କୁ ୭୩୧.୨୫ କୁଇଣ୍ଟାଲ ଚୁଡ଼ା, ୯୦.୭୨୫ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ସେହିପରି କେବଳ କଣାସ ବ୍ଲକରେ ୧୫,୦୦୦ ପ୍ୟାକେଟ ବିସ୍କୁଟ, ୧୮,୮୪୦ ପାଣିବୋତଲ, ୨୬,୦୮୦ ପାଣି ପାଉଚ ଦିଆଯାଇଛି। ଗୋ ସମ୍ପଦଙ୍କ ନିମନ୍ତେ ୮୭ ମେଟ୍ରିକ ଟନ୍‌ ଗୋ ଖାଦ୍ୟ ପ୍ରଦାନ କରାଯାଇଛି। ୧୮ଟି ମେଡିକାଲ ଟିମ୍‌ ଏବଂ ୧୫ଟି ପ୍ରାଣୀ ଚିକିତ୍ସକ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଛନ୍ତି। ବନ୍ୟା ଯୋଗୁ ବର୍ତ୍ତମାନ ୧୦ଟି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଭକ୍ତଙ୍କୁ ଜେଟିପିଙ୍କ ଦୁର୍ବ୍ୟବହାର

ପୁରୀ ଅଫିସ, ୮ା୧୧:ଶ୍ରୀମନ୍ଦିରରେ ସୋମବାର ଜଣେ ହବିଷିଆଳିଙ୍କୁ ପୋଲିସ କର୍ମଚାରୀ ମାଡ ମାରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଜଣେ ବୃଦ୍ଧାଙ୍କୁ ଶ୍ରୀମନ୍ଦିର ପୋଲିସ (ଜେଟିପି)...

ବାହାରିନ୍‌ରୁ ଆସିଲା ଦ୍ୱିତୀୟ ବିମାନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ବାହାରିନ୍‌ରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଭୁବନେଶ୍ୱର ଆସିଛି ଆଉଏକ ବିମାନ। ଏୟାର ଇଣ୍ଡିଆର ଏଆଇ୯୪୦ ବିମାନଟି ବାହାରିନ୍‌ରୁ ଅପରାହ୍ନ...

ନବଜାତ ଶିଶୁର ମୃତଦେହ ଜବତ

ଚଢ଼େଇଧରା,୪।୭(ଡି.ଏନ.ଏ.):ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଣ୍ଟିଆ ପଞ୍ଚାୟତ କୁସ୍ତିରା ଗାଁରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଦଳପୂର୍ଣ୍ଣ ଗଡିଆରୁ ଜବତ କରାଯାଇଛି। ଗାଁର ଦଳେଇ ସାହି...

୫ ବର୍ଷ ହେଲା ଶେଷ ହେଉନି ପୋଲ କାମ

କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍‌ ଯୋର ଆଜକୁ ୫ବର୍ଷ ହେଲା...

ଜିଲାର ୫୩ ସ୍କୁଲରେ ଗୋଟିଏ ଲେଖାଏ ଶ୍ରେଣୀଗୃହ

କଟକ ଅଫିସ,୧୧ା୫: ଉନ୍ନତ ଶିକ୍ଷାଦାନ ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ...

ସହାୟତା ରାଶି କାଟି ରଖୁଛି ବ୍ୟାଙ୍କ

ବରୀ,୨୬ା୮(ଡି.ଏନ.ଏ.): ବରୀ ବ୍ଲକ ଏକ କୃଷିବହୁଳ ଅଞ୍ଚଳ। ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ମରୁଡି କୃଷକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ତେବେ ସରକାରଙ୍କ ତରଫରୁ କୃଷକଙ୍କ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରଲୋକରେ ୩ ଦିନିଆ ରାଜ୍ୟବ୍ୟାପୀ ଶୋକ ଘୋଷଣା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରବିବାର ପରଲୋକ ଘଟିଛି। ତାଙ୍କ ପରଲୋକଙ୍କ ୩ ଦିନିଆ ରାଜ୍ୟବ୍ୟାପୀ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା...

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି...

Advertisement
Archives

Model This Week