ପୁରୀ ଜିଲାରେ ବନ୍ୟା: ୯ ବ୍ଲକର ୧,୩୩,୧୨୧ ଲୋକ ପ୍ରଭାବିତ, କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି

ପୁରୀ ଅଫିସ/କଣାସ (ସ୍ବ.ପ୍ର.), ୬।୯: ପୁରୀ ଜିଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲା ମଧ୍ୟ ଦେଇ ପ୍ରବାହିତ କୁଶଭଦ୍ରା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା, ଧନୁଆ, ରାଜୁଆ ପ୍ରଭୃତି ନଦୀର ଜଳସ୍ତର କମିଛି। ଉପରୋକ୍ତ ନଦୀର ଜଳସ୍ତର ପ୍ରାୟ ୨ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି। ସେହିପରି ଅଧିକ ଚିନ୍ତାର କାରଣ ପାଲଟିଥିବା ଦୟା ନଦୀର ଜଳସ୍ତର ଏବେ ଧୀରେ ଧୀରେ କମୁଛି। ଯାହାକି ଏକ ଆଶ୍ୱସ୍ତିକର ବିଷୟ ହୋଇଛି। ଦୟା ପ୍ରଭାବରେ କଣାସ ବ୍ଲକରେ ସବୁଠୁ ଅଧିକ କ୍ଷୟକ୍ଷତି ଘଟିଛି। ଏଥର ବନ୍ୟାରେ ଜିଲାର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି ହୋଇଛି।

ପ୍ରଶାସନ ସୂଚନା ମୁତାବକ, ଚଳିତ ବନ୍ୟାରେ ଶନିିବାର ସୁଦ୍ଧା ଜିଲାର ୯ଟି ବ୍ଲକ କଣାସ, ପୁରୀ ସଦର, ପିପିଲି, ଡେଲାଙ୍ଗ, ନିିମାପଡ଼ା, ଅସ୍ତରଙ୍ଗ, ଗୋପ, ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପଶିଛି। ୬୨ଟି ଗ୍ରାମପଞ୍ଚାୟତର ୨୩୭ ଗଁା ଏବଂ ପୁରୀ ମ୍ୟୁନିସିପାଲିଟିର ୨ଟି ୱାର୍ଡ ପ୍ରଭାବିତ ହୋଇଛି। ସେହିପରି ମୋଟ ୧,୩୩,୧୨୧ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁ ୧୮୦ଟି ଗଁାର ୧,୧୪,୦୮୮ ଲୋକ ଜଳବନ୍ଦୀ ଅବସ୍ଥାରେ ଥିଲେ। ବର୍ତ୍ତମାନ ୨୦ଟି ଗଁାର ୨୮,୮୦୦ ଲୋକ ଏହି ସ୍ଥିତିରେ ଅଛନ୍ତି। ମୋଟଚ୧୫,୬୮୨ ଲୋକଙ୍କୁ ୮୨ଟି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ଏହି ଲୋକେ ନିଜ ନିଜ ଘରକୁ ଫେରିଗଲେଣି। ବର୍ତ୍ତମାନ ୪୫୮ ଜଣ ୧୬ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଜିଲାରେ ୮୨ଟି ଜାଗାରେ ୧୫,୬୮୨ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ପିପିଲି ବ୍ଲକର ୩ଟି, କଣାସର ୩୬ ଏବଂ ନିିମାପଡ଼ା ବ୍ଲକର ୪୩ଟି ଜାଗାରେ ରନ୍ଧାଖାଦ୍ୟ ଯୋଗାଣ ହେଉଛି। ବିପନ୍ନଙ୍କୁ ସହାୟତା ପାଇଁ ଜିଲାରେ ୩ ୟୁନିଟ୍‌ ଏନ୍‌୍‌ଡିଆର୍‌ଏଫ୍‌, ଗୋଟିଏ ୟୁନିଟ୍‌ ଓଡ୍ରାଫ ଏବଂ ୭ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ଉଦ୍ଧାର ଓ ରିଲିଫ କାମରେ ୪୭ଟି ଡଙ୍ଗା ଲାଗିଛି। କଣାସ ବ୍ଲକରେ ୩୨ଟି, ପୁରୀ ସଦର ଓ ଡେଲାଙ୍ଗରେ ଗୋଟିଏ ଲେଖାଏ, ନିିମାପଡ଼ା ୬ ଏବଂ ଗୋପ ବ୍ଲକରେ ୭ଟି ଡଙ୍ଗା ବ୍ୟବହୃତ ହୋଇଛି। ବନ୍ୟାରେ ବୁଡ଼ିଯାଇ କଣାସ ବ୍ଲକ ବିଜିପୁରର ଚିତ୍ରସେନ ମେଣ୍ଟଙ୍କ ୫ ବର୍ଷର ପୁଅ ଚିନ୍ମୟଙ୍କ ଜୀବନ ଯାଇଛି। ସେହିପରି ୪,୬୨୦ଟି କୁକୁଡାଙ୍କ ମୃତ୍ୟୁ ଘଟିଛି। କଣାସରେ ୪୦୦୦, ନିମାପଡ଼ାରେ ୧୭୦ ଏବଂ ଗୋପ ବ୍ଲକରେ ୪୫୦ କୁକୁଡ଼ା ମରିଛନ୍ତି। ବନ୍ୟାରେ ଉପରୋକ୍ତ ୯ଟି ଯାକ ବ୍ଲକର ପ୍ରାୟ ୩୨,୯୭୪ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। କଣାସ ବ୍ଲକରେ ୧,୩୦୯ ଏବଂ ପିପିଲି ବ୍ଲକରେ ଗୋଟିଏ ଏହିପରି ମୋଟ ୧,୩୧୦ଟି ଘର କ୍ଷତିଗ୍ରସ୍ତ ହୋଇଛି।

ବିପନ୍ନଙ୍କୁ ରିଲିଫ ଏବଂ ଅନ୍ୟାନ୍ୟ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରି ପଦକ୍ଷେପ ଗ୍ରହଣ କରାଯାଇଛି। କଣାସ, ପୁରୀ ସଦର ଓ ଗୋପ ବ୍ଲକରେ ପ୍ରଭାବିତଙ୍କୁ ୭୩୧.୨୫ କୁଇଣ୍ଟାଲ ଚୁଡ଼ା, ୯୦.୭୨୫ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ସେହିପରି କେବଳ କଣାସ ବ୍ଲକରେ ୧୫,୦୦୦ ପ୍ୟାକେଟ ବିସ୍କୁଟ, ୧୮,୮୪୦ ପାଣିବୋତଲ, ୨୬,୦୮୦ ପାଣି ପାଉଚ ଦିଆଯାଇଛି। ଗୋ ସମ୍ପଦଙ୍କ ନିମନ୍ତେ ୮୭ ମେଟ୍ରିକ ଟନ୍‌ ଗୋ ଖାଦ୍ୟ ପ୍ରଦାନ କରାଯାଇଛି। ୧୮ଟି ମେଡିକାଲ ଟିମ୍‌ ଏବଂ ୧୫ଟି ପ୍ରାଣୀ ଚିକିତ୍ସକ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଛନ୍ତି। ବନ୍ୟା ଯୋଗୁ ବର୍ତ୍ତମାନ ୧୦ଟି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri