ଓପିଜିସି ପ୍ରକଳ୍ପରେ ଅଘଟଣ: ଗରମ ପାଉଁଶ ପଡ଼ି ୬ ଶ୍ରମିକ ଆହତ

ଲଖନପୁର,୬ା୯: ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ରାତିରେ ଦୁର୍ଘଟଣା ଘଟି ୬ ଠିକାଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଇବ୍‌ଥର୍ମାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକତ୍ସା କରାଯାଇଥିଲା। ଏଥିମଧ୍ୟରୁ ୩ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସେହି ରାତିରେ ଭୁବନେଶ୍ୱରର ଏକ ଘରେଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆହତ ଠିକାଶ୍ରମିକମାନଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲା ଜଗଦଳପୁର ଗ୍ରାମର ପି.ଭଗବାନ ପାତ୍ର(୪୨),ତେଲେନପାଲି ଗ୍ରାମର ଆକାଶ ଖମାରୀ(୨୩),ରେମଣ୍ଡା ଝାରକଟା ଗ୍ରାମର ହୃଷୀକେଶ କର୍ତ୍ତା(୨୫),ପଶ୍ଚିମବଙ୍ଗ ମେଗରା ଗ୍ରାମର ପ୍ରବୀର ମଲ୍ଲୋ(୫୦),ଶେଖ୍‌ ମଜାରୁଲ(୨୧) ଓ ଝାଡ଼ଖଣ୍ଡର ପୋଲାମର ରବୀନ୍ଦ୍ର ପାଲ(୩୭)ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ପି. ଭଗବାନ,ଆକାଶ ଓ ହୃଷୀକେଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏମାନେ ଏଆର୍‌ଏସ୍‌ ଇଞ୍ଜିନିୟରିଂ ଓ ଏସ୍‌ଆର୍‌ ଇଞ୍ଜିନିୟରିଂ ଠିକାସଂସ୍ଥାରେ କାମ କରୁଥିଲେ। ଏନେଇ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି। ପ୍ରକଳ୍ପ ପରିସରରେ ଥିବା ଇଏସ୍‌ପି ହପର୍‌ ଖସିପଡ଼ିବା ଫଳରେ ତଳେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ଗରମ ପାଉଁଶ ପଡ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତି ଅଞ୍ଚଳର ଯୁବ ରାପର କୃଷ୍ଣ

ପୁରୀ ଅଫିସ,୨୭ା୯: ପୁରୀ ବଳିଆପଣ୍ଡା ବସ୍ତିର କୃଷ୍ଣ କୁମାର ପଣ୍ଡା। ରାପକୁ ନେଇ ଆଗକୁ ବଢିବାର ଅଦମ୍ୟ ସାହସ ବାନ୍ଧିଛନ୍ତି। ଦାରିଦ୍ର୍ୟତାର କଷାଘାତରେ ପେଶି ହେଉଥିଲେ...

ଶହୀଦ ଦିବସରେ ସଜେଇ ହେଉଛି ରକ୍ତତୀର୍ଥ: ଫିକା ପଡ଼ିଛି ବଳିଦାନର ସ୍ମୃତି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ତୁଡ଼ିଗଡ଼ିଆ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ବି ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା...

ସପ୍ତମ ଟାର୍ଗେଟ୍‌ ସମୁଦ୍ରକୁ ଶଙ୍ଖେ

ଅନୁଗୋଳ ଅଫିସ, ୭।୩: ଅନୁଗୋଳ ଜିଲାର ୯୪ ମଣ୍ଡିରେ ଧାନ ବିକ୍ରି କରିବାକୁ ମୋଟ ୩୪ ହଜାର ୯୨୬ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ...

ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର

ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ...

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୧୩୪ ଘର

କୋରାପୁଟ,୧୦ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଗତ ୩ ଦିନରେ ଜିଲାରେ ମୋଟ୍‌ ୧୩୪ଟି ଘର ଭାଙ୍ଗି ଯାଇଥିବା ବୁଧବାର ଜିଲା...

୨୨୦ ଗ୍ରାହକଙ୍କ କଟାଗଲାଣି ବିଦ୍ୟୁତ୍‌ ସଂଯୋଗ

ଛତ୍ରପୁର,୨୬ା୨(ଡି.ଏନ.ଏ.)ସାଉଥ୍‌କୋ ୟୁଟିଲିଟି ପକ୍ଷରୁ ଛତ୍ରପୁର ଅଞ୍ଚଳରେ ମଙ୍ଗଳବାର ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବିଦ୍ୟୁତ୍‌ ବିଚ୍ଛିନ୍ନ ଆରମ୍ଭ ହୋଇଛି। ଏହି ସବ୍‌ଡିଭିଜନ ଅଧୀନରେ ବିଭିନ୍ନ ଗ୍ରାହକଙ୍କ ଉପରେ...

ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଯାପିତ: ଦର୍ଶକଙ୍କୁ ଝୁମାଇଲେ ଶଶାଙ୍କ, ଦୀପ୍ତିରେଖା

ବୁଗୁଡ଼ା,୧୫ା୧(ଡି.ଏନ.ଏ.)-ବୁଗୁଡ଼ା ନିକଟସ୍ଥ ମହୋତ୍ସବ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଯୋଜନା ଓ ସଂଯୋଜକ...

ପିପିଲି ଉପନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ

ପୁରୀ ଅଫିସ, ୨୫।୯:ପିପିଲି ଉପନିର୍ବାଚନ ଭୋଟ ଗଣତି ପାଇଁ ଶୁକ୍ରବାର ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week