ଟଳିଲା ବନ୍ୟା, ୫୦ ହଜାର ଲୋକ ଜଳବନ୍ଦୀ

ଭୋଗରାଇ,୨୦।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡରେ ଘନ ଘନ ଲଘୁଚାପ ଜନିତ ବର୍ଷା ଯୋଗୁ ନିମ୍ନ ଅବବାହିକାରେ ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ଜଳସ୍ତର ସତର୍କ ସୂଚନା ୯.୪୫ମିଟର ତଳେ ପ୍ରବାହିତ ହେଉଥିବା ବେଳେ ଭୋଗରାଇ ଧୋୟା ଅଞ୍ଚଳର ୧୮ ପଞ୍ଚାୟତର ଶତାଧିକ ଗାଁ ଅଦ୍ୟାବଧି ପାଣିଘେରରେ ରହି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପ୍ଳାବିତ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେବାରୁ ବିଭିନ୍ନ ସଂକ୍ରାମକ ରୋଗ ପ୍ରାଦୁର୍ଭାବ ଦେଖାଦେଇଛି। ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ଡଙ୍ଗା ଏକମାତ୍ର ସାହାରା ହୋଇଛି। ଭୋଗରାଇ ପଞ୍ଚାୟତର କୋଷ୍ଟ କେନାଲ ଆଡ଼ିରେ ୬୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇରହିଥିବାରୁ ଉଚ୍ଚସ୍ଥାନକୁ ଉଠିଯାଇ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି। ରବିବାର କଂଗ୍ରେସ ପକ୍ଷରୁ ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ବନ୍ୟାଞ୍ଚଳ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ଗତଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ଯୋଗାଇଦେବାକୁ ସରକାରଙ୍କଠାରେ ଦାବି କରିଛନ୍ତି। ଭୋଗରାଇ ସରପଞ୍ଚ ପ୍ରବୀର କୁମାର ଗିରି ବିପନ୍ନଙ୍କଠାରେ ପହଞ୍ଚତ୍ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ପାନୀୟଜଳ ଯୋଗାଇଦେବାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି।
ସୁବର୍ଣ୍ଣରେଖା ଉପରମୁଣ୍ଡରେ ଚାନ୍ଦିଲି ଡ୍ୟାମ୍‌ ସହ ଗାଲୁଡିହି, ଖଡ଼ଖାଇ, ବାଙ୍କିବଲ ଆଦି ଜଳାଧାର ରହିଛି। ଏହି ଡ୍ୟାମ୍‌ ଓ ଜଳାଧାରରୁ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣରେଖାକୁ ପାଣି ନିଷ୍କାସନ କରାଯାଉଛି। ଚଳିତବନ୍ୟାରେ ଏ ସମସ୍ତ ଜଳାଧାରରୁ ସେକେଣ୍ଡକୁ ୨ଲକ୍ଷ କ୍ୟୁସେକ ଘନଫୁଟ୍‌ ପାଣି ପର୍ଯ୍ୟାୟକ୍ରମେ ଛଡ଼ାଯାଇଥିବାରୁ ବଡ଼ବନ୍ୟାକୁ ଟଳାଇ ଦିଆଯାଇଥିବା ସେଚ ବିଭାଗ ପ୍ରକାଶ କରିଛନ୍ତି। ଅବିଶ୍ରାନ୍ତ ବର୍ଷାରେ ଭୋଗରାଇରେ ଦେଢ଼ଲକ୍ଷ ଘନଫୁଟ୍‌ ଉତ୍ତରଭୋଗରାଇରେ ଜମି ରହିଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଅନ୍ୟୁନ ଦେଢ଼ଲକ୍ଷ ଘନଫୁଟ୍‌ ଓ ବିଭିନ୍ନ ଜଳାଧାରରୁ ନଦୀକୁ ପାଣି ନିଷ୍କାସନ ଏକ ସଙ୍ଗେ କରାଯାଇଥିଲା। ଚଳିତବନ୍ୟା ୨୦୦୭ ରେକର୍ଡ଼କୁ ଭଙ୍ଗ କରିଥାନ୍ତା ବୋଲି ସେଚ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri