ବନ୍ୟା ବଢ଼ାଇଲା ଦୁର୍ଦ୍ଦଶା

ଭୁବନ, ୨୦।୮(ଡି.ଏନ.ଏ.): କରୋନା ସଙ୍କଟ ଭିତରେ ଚାଷୀକୂଳକୁ ଦାଉ ସାଜିଛି ବନ୍ୟା। ଆର୍ଥିକ ଅନଟନ ଭିତରେ ବଳଜୁଟାଇ କରିଥିବା ଚାଷକୁ ଧୋଇନେଇଛି ବଢ଼ି। ଜଳମଗ୍ନ ହୋଇପଡ଼ିଛି ଫସଲ। ବାଲିଚର ହୋଇଯାଇଛି ଜମି। କ୍ଷୟକ୍ଷତି ସୀମା ଟପିଥିବାବେଳେ ବନ୍ୟାପାଣିରେ ବୁଡ଼ି ରହିଥିବା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଭୁବନ ଅଞ୍ଚଳର ଚାଷୀ।
ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବ୍ରାହ୍ମଣୀ, ରାମିଆଳ, ପାଣ୍ଡରା ନଦୀରେ ଆସିଥିବା ବନ୍ୟାରେ ପ୍ରଭାବିତ ହୋଇଛି ଢେଙ୍କାନାଳ ଜିଲାର ଗଁଦିଆ, କାମାକ୍ଷାନଗର, ପରଜଙ୍ଗ ଏବଂ ଭୁବନ ବ୍ଲକ। ମହାମାରୀ କରୋନା ଯୋଗୁ ଜାରି ହୋଇଥିବା କଟକଣା ରୋଜଗାରର ବାଟ ବନ୍ଦ କରିଦେଇଥିବାବେଳେ ଚାଷ ମୁହାଁ ହୋଇଥିଲେ ଚାଷୀ ଏବଂ ପ୍ରବାସୀ ଶ୍ରମିକ। ଭୁବନ ବ୍ଲକର ୧୮ ପଞ୍ଚାୟତର ଚାଷୀ ଏବଂ ପ୍ରବାସୀ ଶ୍ରମିକ ଖରିଫ୍‌ ଧାନ ଏବଂ ପରିବା ଚାଷ ପାଇଁ ପ୍ରସ୍ତୁତ କରିଥିଲେ ଯୋଜନା। ହେଲେ ଲଘୁଚାପରେ ସୃଷ୍ଟି ହୋଇଥିବା ବନ୍ୟା ସବୁ ଯୋଜନାକୁ ପଣ୍ଡ କରିଦେଇଛି। ଫସଲ ଉଜୁଡ଼ିଯିବା ପରେ ଚିନ୍ତାରେ ପଡ଼ିଛନ୍ତି ସେମାନେ। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ୟାରେ ବ୍ଲକରେ ୧୬୭୭ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି। ସେଥିରୁ ମଠକରଗୋଳା ପଞ୍ଚାୟତର ୭୦ ହେକ୍ଟର, ଅରଖପାଳ ପଞ୍ଚାୟତର ୮୫ ହେକ୍ଟର, ଦୟଣାବିଲ ପଞ୍ଚାୟତର ୧୧୯ ହେକ୍ଟର, ଯମୁନାକୋଟ ପଞ୍ଚାୟତର ୧୧୫ ହେକ୍ଟର, ସୁରପ୍ରତାପପୁର ପଞ୍ଚାୟତର ୧୨୦ ହେକ୍ଟର, ଜିରାଳ ପଞ୍ଚାୟତର ୭୦ ହେକ୍ଟର, ବାରୁଆ (ଖ) ପଞ୍ଚାୟତର ୯୦ ହେକ୍ଟର, ଓଡ଼ିଶ ପଞ୍ଚାୟତର ୬୦ ହେକ୍ଟର, ଦୀଘି ପଞ୍ଚାୟତର ୮୩ ହେକ୍ଟର, ମାର୍ଥାପୁର ପଞ୍ଚାୟତର ୨୬୦ ହେକ୍ଟର, କୁନିନ୍ଦା ପଞ୍ଚାୟତର ୭୧ ହେକ୍ଟର, ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ୪୪ ହେକ୍ଟର, ଧଳପଡ଼ା ପଞ୍ଚାୟତର ୪୧ ହେକ୍ଟର, ବାଲିବୋ ପଞ୍ଚାୟତର ୪୦ ହେକ୍ଟର, ଏକତାଳି ପଞ୍ଚାୟତର ୧୧୧ ହେକ୍ଟର, ମୃଦଙ୍ଗା ପଞ୍ଚାୟତର ୫୨ ହେକ୍ଟର, ମହୁଲପାଳ ପଞ୍ଚାୟତର ୭୯ ହେକ୍ଟର, ଭୂଷଳ ପଞ୍ଚାୟତର ୨୦୪ ହେକ୍ଟର ରହିଛି। ଜମିରେ ବନ୍ୟାପାଣି ମାଡ଼ିଯିବା ପରେ ଧାନତଳି ନଷ୍ଟ ହୋଇଯାଇଛି। ଜମି ଜଳମଗ୍ନ ହୋଇପଡ଼ିଥିବାରୁ ଯେଉଁ କେତେକ ସ୍ଥାନରେ ତଳି ବଞ୍ଚତ୍ଛି, ସେସବୁ ପଚିଯିବା ଆଶଙ୍କା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରୁଆ ଯାଇଥିବା ଧାନଗଛ ପାଣି ସ୍ରୋତରେ ଭାସିଯାଇଛି। ଆଗକୁ ଆହୁରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଚାଷୀଙ୍କ ଚିନ୍ତା ବଢ଼ିଛି। ଅନ୍ୟପଟେ ବ୍ୟାଙ୍କ, ସମବାୟ ସମିତିରୁ ଋଣ କରି ଚାଷ କରିଥିବା ଚାଷୀ ଏବେ ଋଣ ପରିଶୋଧ ଚିନ୍ତାରେ ଅଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ, ବିହନ ସହ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇଛି। ପ୍ରାଥମିକ ଭାବେ ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ଗତବର୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ୨୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା। ଚଳିତବର୍ଷ ସରକାରୀସ୍ତରରେ ଯାହା ମଞ୍ଜୁର ହେବ, ତଦନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

କରୋନାକୁ ବଳିଗଲା କଷ୍ଟ
କରୋନା ପାଇଁ ରୋଜଗାରର ସବୁବାଟ ବନ୍ଦ ହୋଇଯାଇଛି। ଚାଷକୁ ମାଧ୍ୟମ କରି ଚାଷୀମାନେ ବର୍ଷକର ଖାଇବା ଯୋଗାଡ଼ କରିବାକୁ ଉଦ୍ୟମ କରୁଥିଲେ। ବନ୍ୟାରେ ସେତକ ବି ଚାଲିଗଲା। କରୋନାକୁ ବନ୍ୟା କଷ୍ଟ ବଳିଯାଇଛି।
-ଦାମୋଦର ସାହୁ, ଚାଷୀ ମହୁଲପାଳ

ସହାୟତା ଦିଅନ୍ତୁ ସରକାର
ବନ୍ୟା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷୁଦ୍ରଚାଷୀମାନେ ସର୍ବସ୍ବ ହରାଇଛନ୍ତି। ଧାନ ଫସଲ, ପରିବା ଚାଷ ସବୁକିଛି ନଷ୍ଟ ହୋଇଯାଇଛି। ସରକାରୀସ୍ତରରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଗଲେ ଦୁଃଖ ଲାଘବ ହେବ।
-ଭଗବାନ ବସନ୍ତିଆ, ମହୁଲପାଳ କୃଷି କମିଟି ସଭାପତି

୬୦ ପ୍ରତିଶତ ତଳି ଭାସିଯାଇଛି
ବନ୍ୟାରେ ଧଳପଡା ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ୬୦% ଧାନ ତଳି ଭାସିଯାଇଛି। ଧାନଗଛ ପାଣିରେ ବୁଡ଼ି ରହି ନଷ୍ଟ ହେବାକୁ ବସିଲାଣି। ପ୍ରଶାସନିକ ଅଧିକାରୀ ଏବଂ ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଲେ ଚାଷୀକୁଳ ଦୁର୍ଦ୍ଦଶା ଭୋଗିବେ।
-ରମେଶ ଚନ୍ଦ୍ର ସାହୁ, ଚାଷୀ, ଧଳପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?