ବନ୍ୟା ବଢ଼ାଇଲା ଦୁର୍ଦ୍ଦଶା

ଭୁବନ, ୨୦।୮(ଡି.ଏନ.ଏ.): କରୋନା ସଙ୍କଟ ଭିତରେ ଚାଷୀକୂଳକୁ ଦାଉ ସାଜିଛି ବନ୍ୟା। ଆର୍ଥିକ ଅନଟନ ଭିତରେ ବଳଜୁଟାଇ କରିଥିବା ଚାଷକୁ ଧୋଇନେଇଛି ବଢ଼ି। ଜଳମଗ୍ନ ହୋଇପଡ଼ିଛି ଫସଲ। ବାଲିଚର ହୋଇଯାଇଛି ଜମି। କ୍ଷୟକ୍ଷତି ସୀମା ଟପିଥିବାବେଳେ ବନ୍ୟାପାଣିରେ ବୁଡ଼ି ରହିଥିବା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଭୁବନ ଅଞ୍ଚଳର ଚାଷୀ।
ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବ୍ରାହ୍ମଣୀ, ରାମିଆଳ, ପାଣ୍ଡରା ନଦୀରେ ଆସିଥିବା ବନ୍ୟାରେ ପ୍ରଭାବିତ ହୋଇଛି ଢେଙ୍କାନାଳ ଜିଲାର ଗଁଦିଆ, କାମାକ୍ଷାନଗର, ପରଜଙ୍ଗ ଏବଂ ଭୁବନ ବ୍ଲକ। ମହାମାରୀ କରୋନା ଯୋଗୁ ଜାରି ହୋଇଥିବା କଟକଣା ରୋଜଗାରର ବାଟ ବନ୍ଦ କରିଦେଇଥିବାବେଳେ ଚାଷ ମୁହାଁ ହୋଇଥିଲେ ଚାଷୀ ଏବଂ ପ୍ରବାସୀ ଶ୍ରମିକ। ଭୁବନ ବ୍ଲକର ୧୮ ପଞ୍ଚାୟତର ଚାଷୀ ଏବଂ ପ୍ରବାସୀ ଶ୍ରମିକ ଖରିଫ୍‌ ଧାନ ଏବଂ ପରିବା ଚାଷ ପାଇଁ ପ୍ରସ୍ତୁତ କରିଥିଲେ ଯୋଜନା। ହେଲେ ଲଘୁଚାପରେ ସୃଷ୍ଟି ହୋଇଥିବା ବନ୍ୟା ସବୁ ଯୋଜନାକୁ ପଣ୍ଡ କରିଦେଇଛି। ଫସଲ ଉଜୁଡ଼ିଯିବା ପରେ ଚିନ୍ତାରେ ପଡ଼ିଛନ୍ତି ସେମାନେ। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ୟାରେ ବ୍ଲକରେ ୧୬୭୭ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି। ସେଥିରୁ ମଠକରଗୋଳା ପଞ୍ଚାୟତର ୭୦ ହେକ୍ଟର, ଅରଖପାଳ ପଞ୍ଚାୟତର ୮୫ ହେକ୍ଟର, ଦୟଣାବିଲ ପଞ୍ଚାୟତର ୧୧୯ ହେକ୍ଟର, ଯମୁନାକୋଟ ପଞ୍ଚାୟତର ୧୧୫ ହେକ୍ଟର, ସୁରପ୍ରତାପପୁର ପଞ୍ଚାୟତର ୧୨୦ ହେକ୍ଟର, ଜିରାଳ ପଞ୍ଚାୟତର ୭୦ ହେକ୍ଟର, ବାରୁଆ (ଖ) ପଞ୍ଚାୟତର ୯୦ ହେକ୍ଟର, ଓଡ଼ିଶ ପଞ୍ଚାୟତର ୬୦ ହେକ୍ଟର, ଦୀଘି ପଞ୍ଚାୟତର ୮୩ ହେକ୍ଟର, ମାର୍ଥାପୁର ପଞ୍ଚାୟତର ୨୬୦ ହେକ୍ଟର, କୁନିନ୍ଦା ପଞ୍ଚାୟତର ୭୧ ହେକ୍ଟର, ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ୪୪ ହେକ୍ଟର, ଧଳପଡ଼ା ପଞ୍ଚାୟତର ୪୧ ହେକ୍ଟର, ବାଲିବୋ ପଞ୍ଚାୟତର ୪୦ ହେକ୍ଟର, ଏକତାଳି ପଞ୍ଚାୟତର ୧୧୧ ହେକ୍ଟର, ମୃଦଙ୍ଗା ପଞ୍ଚାୟତର ୫୨ ହେକ୍ଟର, ମହୁଲପାଳ ପଞ୍ଚାୟତର ୭୯ ହେକ୍ଟର, ଭୂଷଳ ପଞ୍ଚାୟତର ୨୦୪ ହେକ୍ଟର ରହିଛି। ଜମିରେ ବନ୍ୟାପାଣି ମାଡ଼ିଯିବା ପରେ ଧାନତଳି ନଷ୍ଟ ହୋଇଯାଇଛି। ଜମି ଜଳମଗ୍ନ ହୋଇପଡ଼ିଥିବାରୁ ଯେଉଁ କେତେକ ସ୍ଥାନରେ ତଳି ବଞ୍ଚତ୍ଛି, ସେସବୁ ପଚିଯିବା ଆଶଙ୍କା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରୁଆ ଯାଇଥିବା ଧାନଗଛ ପାଣି ସ୍ରୋତରେ ଭାସିଯାଇଛି। ଆଗକୁ ଆହୁରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଚାଷୀଙ୍କ ଚିନ୍ତା ବଢ଼ିଛି। ଅନ୍ୟପଟେ ବ୍ୟାଙ୍କ, ସମବାୟ ସମିତିରୁ ଋଣ କରି ଚାଷ କରିଥିବା ଚାଷୀ ଏବେ ଋଣ ପରିଶୋଧ ଚିନ୍ତାରେ ଅଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ, ବିହନ ସହ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇଛି। ପ୍ରାଥମିକ ଭାବେ ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ଗତବର୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ୨୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା। ଚଳିତବର୍ଷ ସରକାରୀସ୍ତରରେ ଯାହା ମଞ୍ଜୁର ହେବ, ତଦନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

କରୋନାକୁ ବଳିଗଲା କଷ୍ଟ
କରୋନା ପାଇଁ ରୋଜଗାରର ସବୁବାଟ ବନ୍ଦ ହୋଇଯାଇଛି। ଚାଷକୁ ମାଧ୍ୟମ କରି ଚାଷୀମାନେ ବର୍ଷକର ଖାଇବା ଯୋଗାଡ଼ କରିବାକୁ ଉଦ୍ୟମ କରୁଥିଲେ। ବନ୍ୟାରେ ସେତକ ବି ଚାଲିଗଲା। କରୋନାକୁ ବନ୍ୟା କଷ୍ଟ ବଳିଯାଇଛି।
-ଦାମୋଦର ସାହୁ, ଚାଷୀ ମହୁଲପାଳ

ସହାୟତା ଦିଅନ୍ତୁ ସରକାର
ବନ୍ୟା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷୁଦ୍ରଚାଷୀମାନେ ସର୍ବସ୍ବ ହରାଇଛନ୍ତି। ଧାନ ଫସଲ, ପରିବା ଚାଷ ସବୁକିଛି ନଷ୍ଟ ହୋଇଯାଇଛି। ସରକାରୀସ୍ତରରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଗଲେ ଦୁଃଖ ଲାଘବ ହେବ।
-ଭଗବାନ ବସନ୍ତିଆ, ମହୁଲପାଳ କୃଷି କମିଟି ସଭାପତି

୬୦ ପ୍ରତିଶତ ତଳି ଭାସିଯାଇଛି
ବନ୍ୟାରେ ଧଳପଡା ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ୬୦% ଧାନ ତଳି ଭାସିଯାଇଛି। ଧାନଗଛ ପାଣିରେ ବୁଡ଼ି ରହି ନଷ୍ଟ ହେବାକୁ ବସିଲାଣି। ପ୍ରଶାସନିକ ଅଧିକାରୀ ଏବଂ ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଲେ ଚାଷୀକୁଳ ଦୁର୍ଦ୍ଦଶା ଭୋଗିବେ।
-ରମେଶ ଚନ୍ଦ୍ର ସାହୁ, ଚାଷୀ, ଧଳପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri