ପ୍ରବଳ ବର୍ଷାରେ ବେହାଲ ଭୋଗରାଇ: ୨୭ ପର୍ଯ୍ୟନ୍ତ ସମୁଦ୍ର ମନା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୋଗରାଇ,୨୩।୯( ପ୍ରଦୀପ ଦାସ ): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ଏଭଳି ସ୍ଥିତିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଲାଗୁଆ ପଶ୍ଚିମବଙ୍ଗ ସୀମାନ୍ତ ୨ ମେଦିନୀପୁର ଜିଲାରେ ଗତ ସୋମବାର ଅପରାହ୍ନରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ଲାଗିରହିବାରୁ ଜନଜୀବନ ଦୁର୍ବିସହ ହୋଇପଡିଛି। ଜିଲାରେ ସର୍ବାଧିକ ଭୋଗରାଇ ବ୍ଲକରେ ମଙ୍ଗଳବାର ସକାଳ ୮ ଟା ସୁଦ୍ଧା ୮୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାହାନଗାରେ ସର୍ବନିମ୍ନ ୫ ମିମି ବର୍ଷା ହୋଇଛି । ପୁଣି ଅପରାହ୍ନରୁ ବିକ୍ଷିପ୍ତ ବର୍ଷା ଲାଗିରହିବାରୁ ରାସ୍ତା ଘାଟରେ ପାଣିର ସ୍ରୋତ ଛୁଟୁଛି। ଜିଲାରେ ସର୍ବମୋଟ ୨୬୦ ମିମି ବର୍ଷା ହୋଇଥିବାର ଜରୁରୀକାଳୀନ ବିଭାଗ ସୂଚନା ଦେଇଛନ୍ତି। ଏହି ଲଘୁଚାପ କ୍ରମଶଃ ପଶ୍ଚିମବଙ୍ଗରୁ ଉତ୍ତର ଓଡ଼ିଶା ଦିଗକୁ ଗତି କରି ଝାଡ଼ଖଣ୍ଡ ଆଡକୁ ମୁହାଉଥିବାର ପାଣିପାଗ ଦପ୍ତର ସୂଚନା ଦେଉଥିବାରୁ ଜଳକା ଓ ସୁବର୍ଣ୍ଣ ରେଖାରେ ୭ମ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସେଚ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପରେ ତୁହାକୁତୁହା ବର୍ଷାହେବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ କେବଳ ସ୍କୁଲ କଲେଜ ପରୀକ୍ଷାକୁ ବାଦଦେଲେ ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା କମ୍‌ ଥିବାରୁ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରାଯାଇଛି। ବର୍ଷା ଜଳରେ ଗାଡ଼ିଆ ପୋଖରୀ ବୁଡି ଯାଇଥିବାବେଳେ ତଳିଆ ଧାନ ଚାଷ ଜମି ଉପରେ ଜଳର ଲହଡି ଭାଙ୍ଗୁଛି । ସାରାଦିନ ଆକାଶ ମେଘାଚ୍ଛନ୍ନ ଥିବାବେଳେ ସମୁଦ୍ର ଅଶାନ୍ତ ହୋଇଛି । ଉଦୟପୁର, ତାଳସାରୀ, ଦୀଘା, ଶଙ୍କରପୁର, ମନ୍ଦାରମଣୀ, ଡଗରା ସହ ଅନ୍ୟାନ୍ୟ ମତ୍ସ୍ୟ ଅବତରଣ କେନ୍ଦ୍ରରେ ମତ୍ସ୍ୟ ବିଭାଗ ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉତ୍ତାଳ ଥିବାରୁ ମତ୍ସ୍ୟଜୀବୀଙ୍କୁ ନଯିବା ଲାଗି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି । ଦକ୍ଷିଣ ଓ ଉତ୍ତର ଭୋଗରାଇରେ ତଳିଆ ଗାଁ ଗୁଡିକରେ କେଉଁଠି ବର୍ଷାଜଳ ଜମି ଆଣ୍ଠୁଏ ଉପରକୁ ହୋଇଥିବାବେଳେ ଅନ୍ୟ ସ୍ଥାନରେ ଗାଁ ରାସ୍ତାରେ ପାଣିର ସ୍ରୋତ ଛୁଟୁଛି । ଅନେକ ଲୋକଙ୍କ ଘରେ ପାଣି ମାଡିଯାଇଥିବାରୁ ରୋଷେଇ କାର୍ଯ୍ୟ ନିମନ୍ତେ ହିନସ୍ତା ହେବାକୁ ପଡିଛି । ବଜାର, ହାଟ ଏକ ପ୍ରକାର ଶୂନଶାନ ନଜରକୁ ଆସିଛି । ଭୀଷଣ ବର୍ଷା ଯୋଗୁଁ ଦକ୍ଷିଣପୂର୍ବ ରେଳ ପଥ ହାଉଡ଼ାରୁ ଡାଉନ ଟ୍ରେନ ଗୁଡିକ ବହୁ ବିଳମ୍ବରେ ଓଡ଼ିଶାକୁ ଚଳାଚଳ କରୁଛି। ଦକ୍ଷିଣ ଭୋଗରାଇର ୩୨ ପଞ୍ଚାୟତରେ ଉଦବୃତ୍ତ ବର୍ଷା ପାଣି ନିଷ୍କାସନ ନିମନ୍ତେ ପୂର୍ବସରକାର ଅନୁମୋଦିତ ୯ ୯. ୭ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଶୀତଳ ଭଣ୍ଡାରରେ ଥିବାରୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ଭୋଗରାଇ ଜନସାଧାରଣ ବାରମ୍ବାର ଦାବି କରିଛନ୍ତି। ଚଳିତ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଥାପନ କରିଛନ୍ତି। ଆସନ୍ତା ୨୫ ତାରିଖକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଥିବାର ଜଳବାୟୁ ବୈଜ୍ଞାନିକ ମାନେ ପୂର୍ବାନୁମାନ କରିଥିବାବେଳେ ଶାରଦୀୟ ଉତ୍ସବ ଫିକା ପଡିବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?