Posted inରାଜ୍ୟ

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି: ଜଳବନ୍ଦୀ ଗାଁ, ବିଚ୍ଛିନ୍ନ ଯୋଗାଯୋଗ

କେନ୍ଦ୍ରାପଡ଼ା,୧୮।୭: ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଜିଲାର ତଳିଆ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ରାଜନଗର, ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଛି, ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି ଏବଂ ବିଭିନ୍ନ ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।

ଆଳି ବ୍ଲକର ୧୨ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ମାନପୁର-ଗୋବିନ୍ଦପୁର ରାସ୍ତାରେ ପ୍ରାୟ ୭ ଫୁଟ୍‌ ଉଚ୍ଚତାରେ ବନ୍ୟାପାଣି ପ୍ରବାହିତ ହେଉଛି। ରାଜନଗର ଅଞ୍ଚଳର ପ୍ରାୟ ୩୦ଟି ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି, ଯାହା ଫଳରେ ଲୋକମାନେ ଡଙ୍ଗା ଜରିଆରେ ଯାତାୟାତ କରୁଛନ୍ତି। ବନ୍ୟା ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି ଏବଂ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି।

ଜିଲା ପ୍ରଶାସନ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି, କିନ୍ତୁ ନିରନ୍ତର ପାଣିପ୍ରବାହ ଯୋଗୁଁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଦାବି ହେଉଛି।

ଦୁଇ ଦିନ ହେଲା ବନ୍ୟା ପାଣି ବଢୁଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ୧୫ରୁ ଅଧିକ ଗଁା ରାସ୍ତା ଉପରେ ୪ରୁ ୬ ଫୁଟର ବନ୍ୟା ପାଣି ଚାଲୁଛି। ବିଶେଷ କରି ନଗଡ ଗଁାର ୩୦୦ ପରିବାର ୫ ଦିନ ହେଲା ପାଣି ଘେରରେ ଥିଲେ ମଧ୍ୟ ପ୍ରଶାସନ ବିପନ୍ନଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ।

ଓସ୍ତିଆ ପଞ୍ଚାୟତର ନଗଡ ଗାଁ ରାସ୍ତା ଉପରେ ୬ ଫୁଟର ପାଣି ଚାଲୁଛି। ଗଁା ଦାଣ୍ଡରେ ବନ୍ୟା ପାଣି ଲହଡି ଭାଙ୍ଗୁଥିବାରୁ ବିପନ୍ନ ୩୦୦ ପରିବାର ବନ୍ୟା ଘେରରେ ରହିଛନ୍ତି। ଗାଁ ଭିତରେ ବିପନ୍ନ ପରିବାର ପାଣି ଘେରରେ ଦୁର୍ଦ୍ଦଶାରେ ଥିଲେ ମଧ୍ୟ ପ୍ରଶାସନ ବିପନ୍ନଙ୍କ ନିକଟରେ ପହଞ୍ଚତ୍ ନାହିଁ। ପ୍ରଶାସନର ଅବହେଳାକୁ ନେଇ ବିପନ୍ନଙ୍କ ମଧ୍ୟରେ ପ୍ରତିକ୍ରିୟା ବଢିବାରେ ଲାଗିଛି।

ରାଜନଗର ବ୍ଲକର ବନ୍ଧପଡ଼ା ପଞ୍ଚାୟତର ଚକିବାଙ୍କ, ଗୋବିନ୍ଦପୁର,ସନ୍ଥପଡା,ଟାଙ୍ଗଣତୈଳା, ଫିରିକିଦାଣ୍ଡି, ଓସ୍ତିଆ ପଞ୍ଚାୟତର ଓସ୍ତିଆ, ବନ୍ଧପାଟଣା, ନଗଡ, ଭଗବାନପୁର, ରାଜପୁର ପଞ୍ଚାୟତର ରାଜପୁର, ଚନ୍ଦନପୁର, ବେଲପାଳ ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ ହୋଇ ନ ଥିଲେ ମଧ୍ୟ ଗଁା ଓ ପଞ୍ଚାୟତ କାର୍ଯ୍ୟାଳୟ ଚାରିପାଖରେ ବନ୍ୟା ପଣି ଘେରି ରହିଛି। ଦାଣ୍ଡି ବଳଭଦ୍ରପୁର ରାସ୍ତାରେ ବନ୍ୟା ପାଣି ଚାଲୁଛି। ବଳଭଦ୍ରପୁର-ରାଜପୁର ରାସ୍ତାରେ ଜୁଆର ସମୟରେ ୩ ଫୁଟ ଉଚ୍ଚତାର ପାଣି ଚାଲୁଅଛି। ଉପର ଓସ୍ତିଆ ରାସ୍ତା ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ସୌଦାଗର ନାୟକ, ଅନାଦି ବଳ, ରବୀନ୍ଦ୍ର ମଇ, କପିଳାସ ବଳ, ମହେଶ୍ୱର ବଳ ପ୍ରଭୃତି ୭ରୁ ଅଧିକ ପରିବାର ସହ ଶ୍ରୀଧର ମହାନ୍ତିଙ୍କ ଦୋକାନ ମଧ୍ୟ ବନ୍ୟା ପାଣି ଘେରରେ ରହିଛି। ଗାଁର ବଟବାବା ମନ୍ଦିର ସମ୍ମୁଖରେ ବନ୍ୟା ପାଣି ଜମି ରହିଛି। ଚଳିତବର୍ଷ ରଜ ପରଠାରୁ ଲଘୁଚାପଜନିତ ଲଗାଣ ବର୍ଷା ତଳିଘେରା ପ୍ରସ୍ତୁତ କରିବାରେ ବାଧକ ସାଜିଛି। ବ୍ରାହ୍ମଣୀରେ ପ୍ରବାହିତ ବନ୍ୟାଜଳ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜନଗର ବ୍ଲକ ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର, କେରଡ଼ାଗଡ଼, ବାଲିସାହିପାଟଣା ପଞ୍ଚାୟତର ବହୁ ଏକର ଜମିର ତଳିଘେରାକୁ ୭ ଦିନ ହେଲା ବନ୍ୟା ପାଣି ବୁଡାଇ ରଖିଛି। ଅନ୍ୟପକ୍ଷରେ ବନ୍ୟା ଅଞ୍ଚଳର ନଗଡ ଓ ଓସ୍ତିଆ ନିକଟରେ ବିପନ୍ନମାନେ କୁମ୍ଭୀର ଭାସୁଥିବା ଦେଖିଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାଆସ ପାଇଁ ଗୁରୁବାର ସୁଦ୍ଧା ପ୍ରଶାସନ ପକ୍ଷରୁ ବୋଟ୍‌ କିମ୍ବା ଡଙ୍ଗାର ବ୍ୟବସ୍ଥା କରାଯାଇନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri