ହାତୀନଦୀରେ ବନ୍ୟା ସ୍ଥିତି: ରାସ୍ତାରେ ଗଛ ପଡ଼ିଲା, ଘରେ ପାଣି ପଶିଲା

ଭବାନୀପାଟଣା,୪ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ଦିନତମାମ ପ୍ରବଳ ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ମି.ମି. ବର୍ଷା ହୋଇଥିଲା। ସେହିପରି ଜୁନାଗଡ଼ ବ୍ଲକରେ ୨୧୦.୪ମି.ମି., କଲମପୁରରେ ୧୦୮.୩ ମି.ମି., ଏମ୍‌. ରାମପୁରରେ ୧୦୯ମି.ମି., ନର୍ଲାରେ ୧୩୬ ମି.ମି., ଲାଞ୍ଜିଗଡ଼ ୧୧୦.୪ ମି.ମି., ଭବାନୀପାଟଣା ୬୮.୫ ମି.ମି., ଧର୍ମଗଡ଼ ୬୪.୨ମି.ମି., ଜୟପାଟଣା ୭୬ ମି.ମି., ଗୋଲାମୁଣ୍ଡା ବ୍ଲକରେ ୮୧ ମି.ମି. ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ ଭବାନୀପାଟଣା-ଥୁଆମୂଳ ୪୪ନଂ. ରାଜ୍ୟ ରାଜପଥରେ ଅନେକ ଗଛ ଉପୁଡି ପଡିଥିଲା। ଫଳରେ ଯାନବାହନ ଚଳାଚଳ କିଛି ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଗଛକୁ ହଟେଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ସେହିପରି ମୁଖୀଗୁଡ଼ା-ମହୁଲପାଟଣା ଘାଟି ରାସ୍ତା ବର୍ଷା ଯୋଗୁ ଧୋଇନେବା ସହ ମାଟି ଅତଡା ରାସ୍ତାରେ ପଡ଼ିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ରାମଚନ୍ଦ୍ରପୁର ଅଣ୍ଡର ବ୍ରିଜରେ ପାଣି ଜମିବା ଫଳରେ ଯାତାୟାତ ଠପ୍‌ ହୋଇଯାଇଛି। ଗୋବର୍ଦ୍ଧନପୁର ପଞ୍ଚାୟତ ମୁଖ୍ୟାଳୟର ମଧୁପୁର ଓ ରାମଚନ୍ଦ୍ରପୁର ସହିତ ଗୋପାଳପୁର, ଭାଲୁଚଞ୍ଚରା ଆଦି ଗାଁକୁ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଜୁନାଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସହରର ତାଲବନ୍ଦପଡା, ଲକ୍ଷ୍ମୀସାଗର ପଡା, ଫତେନଗର ପଡାରେ ଥିବା ଲୋକଙ୍କ ଘରକୁ ପାଣି ପଶିଯାଇଛି। ସେହିପରି ସାହୁପଡା ଓ ଫତେନଗର ପଡା ମୁଖ୍ୟ ରାସ୍ତାରେ କେନାଲ ଭଳି ପାଣି ଚାଲୁଥିବା ଦେଖିବାକୁ ମିଳିଥିଲା। ଜୁନାଗଡ଼ ସହର ଉପକଣ୍ଠ ତାଳବନ୍ଦପଡାର ପଦନାଭ ମାଝୀ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବାବେଳେ ବର୍ଷା ଯୋଗୁ ହଠାତ ମାଟିଛପର ଘରର ଛାତ ଭୁଶୁଡି ପଡିଥିଲା। ତେବେ ଅଳ୍ପକେ ସେମାନେ ବର୍ତ୍ତିଯାଇଥିବାବେଳେ ଆସବାବପତ୍ର ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳବାର ବ୍ୟାରେଜ ଗେଟ ଖୋଲାଯିବା ପରେ ଜୁନାଗଡ଼ ହାତୀ ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ହାତୀନଦୀ କୂଳରେ ଥିବା ଜୁନାଗଡ଼ ବ୍ଲକ ତଲମଲା ପଞ୍ଚାୟତର ମସିଗାଁ, ସାହଜକନା, ଆଟିଗାଁ ପଞ୍ଚାୟତର ବାଗଡୁଙ୍ଗରି, ମିଚାଗାଁ ଆଦି ଗ୍ରାମର ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ସେଠାରେ ଧାନ ଫସଲ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri