ଭଦ୍ରକରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଭଦ୍ରକ ଅଫିସ,୨୭ା୮: ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କୁ ଖାଲୁଆ ଅଞ୍ଚଳରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୨୦ଜଣ ଆସନ୍ନ ପ୍ରସବା, ବୃଦ୍ଧା ଓ ଶିଶୁ ରହିଥିବା ଜଣାପଡ଼ିଛି। ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ମିଟରରେ ରହିଥିବା ବେଳେ ଗୁରୁବାର ୧୧ଟା ସୁଦ୍ଧା ଜଳସ୍ତର ୧୯.୮୦ ମିଟରକୁ ବୃଦ୍ଧି ପାଇଛି। ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଣ୍ଡାରିପୋଖରୀ ମାଳଦା ନିକଟରେ ଥିବା ଶରତା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ, ଭଣ୍ଡାରିପୋଖରୀ-ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଧାମନଗର ଦୋବଲ ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ, ଧାମନଗର-ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୁଖ୍ୟତଃ ଭଣ୍ଡାରିପୋଖରୀ କଣ୍ଟି ଘାଇ ଓ ବାଲିପୋଖରୀ ଏସ୍‌କେପ ଦ୍ୱାରା ବନ୍ୟାଜଳ ପ୍ରବେଶ କରି ଜନବସତିକୁ ପାଣିରେ ବୁଡ଼ାଇଦେଇଛି। ଭଣ୍ଡାରିପୋଖରୀର ରାହଣିଆ ନପଙ୍ଗ, ଷୋଳମପୁର, କୂରିଗାଁ, ମାଳଦା, ରଣଜିତ, ବାଲି ପୋଖରୀ ପଞ୍ଚାୟତ ସମେତ ଆହୁରି ଅନେକ ଗାଁରେ ପାଣି ପଶିଯାଇଛି।
ଅନ୍ୟପକ୍ଷରେ କରୋନା ଯୋଗୁ ଘରକୁ ଫେରିଆସିଥିବା ବହୁ ଲୋକ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ପନିପରିବା ସହିତ ଧାନଚାଷ କରିଥିଲେ। ହେଲେ ବନ୍ୟା ସବୁ ସାରିଦେଲା ବୋଲି ଚାଷୀମାନେ କହୁଛନ୍ତି। ସେହିଭଳି ଧାମନଗର ବନ୍ୟାର ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ଦୀର୍ଘବର୍ଷ ଧରି ଲୋକେ ବନ୍ୟା କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହା ବ୍ୟତୀତ ବୈତରଣୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିବା ଯୋଗୁ ଧାମନଗର ବ୍ଲକ ସହିତ ଭଣ୍ଡାରିପୋଖରୀ ବ୍ଲକରେ ବହୁ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇଛି । ତେବେ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ସହିତ ଓଡ୍ରାଫ୍ଟ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମଙ୍କୁ ବନ୍ୟାଞ୍ଚଳରେ ଆଗୁଆ ମୁତୟନ କାରାଯାଇଛି। ବରିଷ୍ଠ ପ୍ରଶାସନ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିଶେଷକରି ଜିଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ହଜାର ହଜାର କେକ୍ଟର ଚାଷଜମି ପାଣିରେ ବୁଡ଼ିଥବା ବେଳେ ଗାଁ ଗଣ୍ଡାରେ ପାଣି ପଶିଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଦୋବଲ ଗେଙ୍ଗୁଟି ପୋଲ ନିକଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri