ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର,୪ା୮(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ରାଜ୍ୟରେ ପ୍ରବାହିତ ଅନ୍ୟ କେତକ ଛୋଟବଡ଼ ନଦୀ ମଧ୍ୟରେ ବଢ଼ି ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମହାନଦୀର ଖଇରମାଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଅନୁରୂପ ଭାବେ ବରମୂଳଠାରେ ୭ ଲକ୍ଷ ୮୬ ହଜାର ଏବଂ ମୁଣ୍ଡଳୀଠାରେ ୯ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଜିଲାକୁ ହାଇଆଲର୍ଟ କରାଯାଇଛି।
ନୟାଗଡ଼, ଅନୁଗୋଳ ଜିଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ କହିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲାପାଳ ଜିଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।
ଏସ୍‌ଆରସି କହିଛନ୍ତି, ବୈତରଣୀ ଜଳସ୍ତର ହ୍ରାସ ପାଉଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୯.୪୪ ମିଟର ଥିବାବେଳେ ୧୭.୮୩ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଆନନ୍ଦପୁରଠାରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ଭଦ୍ରକ ଓ ଯାଜପୁର ଜିଲା ପ୍ରଶାସନ ଏହା ଉପରେ ନଜର ରଖିଛି। ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଜେନାପୁରଠାରେ ବିପଦ ସଙ୍କେତ ସ୍ତର ୨୩ ମିଟର ଥିବାବେଳେ ବନ୍ୟା ଜଳ ୨୨ ମିଟର ନିକଟରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲାର ଜଳକା ନଦୀର ମଥାନୀ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଟପିଛି। ତେବେ ଧୀରେ ଧୀରେ ବିଭିନ୍ନ ନଦୀର ଜଳସ୍ତର କମୁଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ମହାନଦୀ ମୁଣ୍ଡଳୀଠାରେ ବନ୍ୟା ଜଳ ଅତିକ୍ରମ କରିବାର ୧୨ ଘଣ୍ଟା ପରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲା ଦେଇ ପ୍ରବାହିତ ହେବ। ଏସବୁ ଜିଲାର ଜିଲାପାଳମାନେ ସଜାଗ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ।
ମହାନଦୀ ବନ୍ୟାଜଳ ମୁଖ୍ୟତଃ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲାରେ ପ୍ରବେଶ କରିବା ଆଶଙ୍କା ବେଶି। ଉକ୍ତ ୩ ଜିଲାର ତଳିଆ ଅଞ୍ଚଳରେ ବିଶେଷ ଧ୍ୟାନ ରଖାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାଜ୍ୟର ୧୫ ଜିଲା ଅନ୍ତର୍ଗତ ୯୦ ବ୍ଲକର ୭୬୨ ଗ୍ରାମ ଓ ୧୭ ପୌରାଞ୍ଚଳର ୬୬ ଓ୍ବାର୍ଡ ଲଗାଣବର୍ଷା ଓ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୨୦ ହଜାର ଲୋକ ପାଣି ଘେରରେ ରହିଛନ୍ତି। ୬,୮୩୪ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଅନ୍ୟ ୧୩୬ଟି ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଛି। ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ମହାନଦୀ ଅବବାହିକାର ୭ ଜିଲାରେ ୨୩ ଓଡ୍ରାଫ୍‌, ୮ ଏନ୍‌ଡିଆର୍‌ଏଫ୍‌ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଥିବା ଏସ୍‌ଆର୍‌ସି କହିଛନ୍ତି।
ଅନ୍ୟପଟେ ପୁରୀର କଣାସ, ଅସ୍ତରଙ୍ଗ, ଜଗତ୍‌ସିଂହପୁରର ଏରସମା ଓ ଭଦ୍ରକର ଆଖୁଆପଦାର କେତେକ ତଳି ଅଞ୍ଚଳରେ ପାଣି ପଶିଛି। ନୟାଗଡ଼ ଓ କଟକ ଜିଲାର କେତେକ ତଳି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ଯୋବ୍ରା ରେଳଧାରଣା ତଳ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଗୁରୁବାର ସକାଳେ ଏକ ଏସ୍‌ୟୁଭି ଥର୍‌ ଗାଡ଼ି ପାଣି ଭିତରେ ଫସିଯାଇଥିଲା। ଗାଡିରେ ଦୁଇ ଜଣ ବ୍ୟକ୍ତି ଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହାନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ମଙ୍ଗଳବାର ରାତିରୁ ଏହି ରାସ୍ତାରେ ୫ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି। ତେଣୁ ଏହି ରାସ୍ତାରେ ଯାତାୟାତ ବନ୍ଦ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବନ୍ୟା ଜଳକୁ ନେଇ କହ୍ନେଇପୁର, ନେହୁରୁ ପଲି, ଗାନ୍ଧୀପଲ୍ଲୀ ଆଦି ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ତଳ ମୁଣ୍ଡରେ ପାଣି ନିଷ୍କାସନ ନ ହେବା ଯାଏ ହୀରାକୁଦର ଆଉ କୌଣସି ଗେଟ୍‌ ଖୋଲାଯିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତଚରଣ ମହାନ୍ତି ସୂଚନା ଦେଇଛନ୍ତି। ଖରସ୍ରୋତା ନଦୀବନ୍ଧରେ ପଡ଼ିଥିବା ଘଳିଆ ମରାମତି କରାଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନିଆଯାଉଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri